STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ବୁଝିଲେ ହେଲା 

ବୁଝିଲେ ହେଲା 

2 mins
2


ନଦୀ ଅଭିଯୋଗ ଜାଣେନା. ତା ରାସ୍ତାରେ ଯିଏ ବି ଆସୁ ତାକୁ ସେ କୋଳେଇ ନେଇ ଅଙ୍କା ବଙ୍କା ରାସ୍ତା ଦେଇ ଚାଲିଯାଏ କିନ୍ତୁ ଏବେ କୁଢ଼ କୁଢ଼ ମଇଳା ତାର ଗତିପଥ ପ୍ରତିକୂଳ ପରିସ୍ଥିତିରେ ଅବରୋଧ ହେବା ଦେଖି ତା ମଧ୍ୟରେ ବାସ କରୁଥିବା ବିଭିର୍ନ୍ନ ପ୍ରଜାତିର ମାଛ, କଙ୍କଡା, ଜଳହସ୍ତୀ, ମତ୍ସକନ୍ୟା, ସାପ, ବେଙ୍ଗ, କଇଁଚ ଆଦି ଜୀବ ମାନେ ଯୋଜନା କରି ବିଶ୍ୱକର୍ମାଙ୍କୁ ସ୍ମରଣ କଲେ ଓ କହିଲେ ପ୍ରଭୁ ତୁମେ ବିଶ୍ୱବିଧାତାଙ୍କ ଶିଳ୍ପୀ. ତୁମେ ହିଁ ବିଶ୍ୱନିଅନ୍ତାଙ୍କ ଆଦେଶରେ ପ୍ରକୃତିକୁ ସରସ ସୁନ୍ଦର କରି ସଜେଇଛ. ହେଲେ ନଈ,ନାଳ, ପୋଖରୀ, ଗାଡିଆ, ହ୍ରଦ ଇତ୍ୟାଦିର ଜଳ ଆଜି ମଣିଷମାନଙ୍କ ଯୋଗୁଁ ଅସୁରକ୍ଷିତ. କାରଣ ପ୍ରତିଦିନ ପଲିଥିନରେ ଅଳିଆ, କଚରା, ଭଙ୍ଗା ଫଟା ଟିଣ, ଡବା ଆଦି ଭରି ମଣିଷ ଏଇ ଜଳର ଉତ୍ସ ନଈ, ନଦୀ, ଗାଡିଆ, ପୋଖରୀସବୁକୁ ପ୍ରଦୂଷିତ କରୁଛି ତ ଆମେ ମଧ୍ୟ ଅଣନିଶ୍ଵାସୀ ଅନୁଭବ କରୁଛୁ. କିଛି ଉପାୟ କରନ୍ତୁ ମହାଭାଗ!ବିଶ୍ୱକର୍ମା ଖୁସି ଓ ପ୍ରସନ୍ନ ହୋଇ କହିଥିଲେ ମଣିଷମାନେ ଏକାଠି ହୋଇ ବିଶ୍ୱକର୍ମା ପୂଜା କରନ୍ତି. ସେଠାକୁ ଅଭିଯୋଗ ପତ୍ର ନେଇ ତାଙ୍କୁ ଅନୁରୋଧ କର.
    ଜଳଚର ଜୀବ ସମସ୍ତେ ଏଥର ସେୟା କଲେ ଓ ମଣିଷଙ୍କ ବିଶ୍ୱକର୍ମାଙ୍କ ପୂଜାସ୍ଥଳୀରେ ପହଁଞ୍ଚିଗଲେ. ମଣିଷ ମାନେ ଏକାକାଳୀନ ଏତେ ମାଛ, କଙ୍କଡା, ବେଙ୍ଗ, ସାପଙ୍କୁ ଏକତ୍ରିତ ହୋଇ ଆସିବା ଦେଖି ଭୟ ପାଇଲା ବେଳେ ଜଳହସ୍ତୀ କହୁଥିଲେ ମହାଭାଗ ମଣିଷଜାତି ଶୁଣିବା ହେଉ. ତୁମର ଦେହ ଖରାପ ହେଲେ ହସ୍ପିଟାଲ ଅଛି, ଡାକ୍ତର ଅଛନ୍ତି କିନ୍ତୁ ସ୍ୱଚ୍ଛ ପାଣି ମୁନ୍ଦେ ଆମ ଜୀବନ ଓ ଜୀବିକା. ସେହି ପାଣିର ଉତ୍ସ ନଈ, ପୋଖରୀ, ଗାଡିଆ, ହ୍ରଦରେ ଆଜି ଆପଣମାନେ କୁଢ଼ କୁଢ଼ ଆବର୍ଜ୍ଜନା ଭରି ଆମକୁ ଅସୁସ୍ଥ ତଥା ଜଳକୁ ଶୁଦ୍ଧରୁ ବିଶୁଦ୍ଧ କରିଦେଲେଣି. ତ ବିଶ୍ୱନି୍ୟନ୍ତା ପ୍ରଭୁ ବିଶ୍ୱକର୍ମା ଗଢ଼ିଥିବା ପ୍ରକୃତିକୁ ଧ୍ବଂସ କଲେ ସେମାନେ ତାଙ୍କ ପ୍ରକୋପ ସବୁ ଯଥା ବନ୍ୟା, ବାତ୍ୟା, ମରୁଡି, ସୁନାମୀ, ଭୁକମ୍ପ ଆଦି ଦଇବ ଦୁର୍ଯୋଗ ନେଇଆସିଲେ ଆପଣମାନେ ଭଲରେ ପିଲାଛୁଆ ଧରି ବଞ୍ଚି ପାରିବେତ!ମଣିଷମାନେ ଚେତିଲେ. ଅନ୍ୟର ଅପକାର କଲେ ପ୍ରକୃତି ମଧ୍ୟ ଧ୍ବଂସର ତାଣ୍ଡବ କରେ ବୋଲି ବୁଝିସାରିଥିବା ଲୋକମାନେ ଶପଥ କରିଥିଲେ କି ପରସ୍ପର ପରସ୍ପରର ଦୁଃଖ ସୁଖ ଭିତରେ ଆବଦ୍ଧ ନରହିଲେ ପ୍ରଭୁ ବିଶ୍ୱକର୍ମା ସେମାନଙ୍କୁ କ୍ଷମା କରିବେ ନାହିଁ ତେଣୁ ସେମାନେ କଥା ଦେଲେ ଏଣିକି ସ୍ୱଚ୍ଛତା ନାମରେ ଅନ୍ୟର କ୍ଷତି ସାଧାନ ନକରି ପରସ୍ପର ପରସ୍ପର ପ୍ରତି ସଦୟ ରହିଲେ ପ୍ରକୃତି ବଞ୍ଚିଲେ ଦୁନିଆଁ ବଞ୍ଚିବ. ଏମିତିକି ଏ ବର୍ଷ ଗଣେଷ, ଖୁଦୁରୁକୁଣୀ ମାଆ ମଙ୍ଗଳା,ତଥା ବିଶ୍ୱକର୍ମା ଇତ୍ୟାଦି ପ୍ରଭୁ ଦେବ ଓ ଦେବୀମାନଙ୍କୁ ମାଟି ଖୋଳି ପୋତି ଦେଇଥିଲେ. ମଣିଷମାନଙ୍କ କାମରେ ସନ୍ତୁଷ୍ଟ ହୋଇ ବିଶ୍ୱକର୍ମା ଠାକୁର ଦେଶକୁ ଶିଳ୍ପ ସମୃଦ୍ଧ କରିଥିଲେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍