STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଆରୋହୀ 

ଆରୋହୀ 

2 mins
1


କନେଷ୍ଟବଳ ହେଉ ପଛେ ନିଜ ଦାଇତ୍ୱ ଓ କର୍ତ୍ତବ୍ୟ କେବେ ଭୁଲି ନଥିଲା ଗୋବିନ୍ଦ ମହାକୁଡ଼. ଲାଞ୍ଚ, ମିଛ ଜାଣିନଥିବା ଗୋବିନ୍ଦ ବହୁତ ଭଲ ଲୋକ ଥିଲା. ସ୍ତ୍ରୀ ଓ ଦୁଇପୁଅ ସହ ଛୋଟ ଚାଳିଆ ଝୁମ୍ପୁଡ଼ି ଘରେ ସେ ଭଲରେ ଥିଲା. ବାପା ମାଆ ଗାଁରେ ସ୍ବର୍ଗାରୋହଣ କଲାପରେ ଗାଁ ଜମିବାଡ଼ି ବିକି ସହରରେ ପିଲାଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଉଥିଲା. ସ୍ତ୍ରୀ ଯେବେ କହୁଥିଲା କ୍ଵାଟର ପାଇଁ କହୁନ ତୁମ ବଡ଼ବାବୁଙ୍କୁ, ଗୋବିନ୍ଦ ଏସ. ପି ଙ୍କ କାନରେ କଥାଟା ପକେଇଦେଇଥିଲା ଓ ସେ ସୁବିଧା କରି କ୍ଵାଟର ଦେଵେ କହିଥିଲେ କିନ୍ତୁ ସେଦିନ ମନ୍ତ୍ରୀଙ୍କ ସେଇ ସହର ଗସ୍ତ ବେଳେ ଗୋବିନ୍ଦ ଡିଉଟି କରୁଥିଲେ ଠିକ ଠିକ. ଗୋଟେ ଵି ପାଦ ଚଲା ପଥିକଙ୍କୁ ଛାଡ଼ୁନଥିଲା,ଅମାନିଆଁ ସାଇକେଲ, ବାଇକ ଆରୋହୀମାନଙ୍କୁ ଦୁଇ ବାଡ଼ି ଲେଖାଏଁ କଷି ଦେଉଥିଲା.
     ଏମିତି ଏମିତି ସବୁ ଶୁଙ୍ଖଳା ଭିତରେ ବିଶୃଙ୍ଖଳାର ସୂତ୍ରଧର ଅନ୍ଧ ଭିକାରୀଟି ଯେବେ ରାସ୍ତା ପାର ହେଉଥିଲା ତ ଗୋବିନ୍ଦ ହୁଇସିଲ ପରେ ହୁଇସିଲ ମାରି ଚାଲିଥିଲା ତ ମନ୍ତ୍ରୀଙ୍କ ଗାଡି ଅଟକିଗଲା ଆଉ ସେଇଦିନ ଗୋବିନ୍ଦକୁ ସସ୍ପେଣ୍ଡ ଅର୍ଡର ଧରେଇ ଦିଆଗଲା. ଗୋବିନ୍ଦ ଜାଣିଥିଲା ପୁଣି ବିଚାର ପରେ ତା ଚାକିରୀ ତାକୁ ଫେରସ୍ତ ମିଳିବ କିନ୍ତୁ ଏବେ ସେ ଚଳିବ କେମିତି!ଦୁଃଖ ଏକୁଟିଆ ଆସେ ନାହିଁ ଯେବେ ଆସେ ଭାଇ ବନ୍ଧୁ କୁଟୁମ୍ବ ନେଇ ଆସେ ତ ଘରଖଣ୍ଡକ ଅଜାଡି ହୋଇପଡ଼ିଥିଲା କିନ୍ତୁ ଭାଗ୍ୟବଳେ ଗୋବିନ୍ଦର ସ୍ତ୍ରୀ ଓ ଦୁଇପୁଅ ରକ୍ଷା ପାଇଯାଇଥିଲେ. ତା ହାତରୁ ଖସିପଡ଼ିଲା ନୂଆଖାଇରେ ପିନ୍ଧିବାକୁ ଆଣିଥିବା ନୂଆ ଲୁଗାପଟା ପ୍ୟକେଟ. ଏସ. ପି ଙ୍କୁ କହିବାକୁ ମୁଁହଁ ନଥିଲା. ତା ବେପରୁଆ ହୁଇସିଲ ଯୋଗୁଁ ମନ୍ତ୍ରୀଙ୍କ ଗାଡି ଅଟକି ସମୟର ଗୁରୁତ୍ୱ ବୁଝିନଥିବା ଗୋବିନ୍ଦ ଉପରେ ଏସ. ପି ଭୀଷଣ ବିରକ୍ତ ହୋଇଥିଲେ. ସେ ଏଥର ଉଠିଲା. ତାକୁ ଯିବାକୁ ହେବ. କୁଆଡେ ସେ ଜାଣିନଥିଲା ହେଲେ ta ପଛେ ପଛେ ତା ସ୍ତ୍ରୀ ଓ ଦୁଇ ପୁଅ bi ଚାଲୁଥିଲେ. ଏବେ ଗୋବିନ୍ଦ ଦେଖୁଥିଲା ସେ ମଙ୍ଗଳ ଗ୍ରହରେ ପହଁଞ୍ଚିଯାଇଛି. ସ୍ତ୍ରୀ କହୁଥିଲା ତୁମ ମାନବିକତା ଓ ମଣିଷପଣିଆ ପାଇଁ ଆମେ ଉପଯୁକ୍ତ ସ୍ଥାନରେ ପହଁଞ୍ଚି ଯାଇଛେ.ଏଠି ନାଲି ମାଟିରେ ଖୁବ ଭଲ ଘରଟେ ତୋଳି ଆମେ ଏଥର ଖୁବ ଭଲରେ ରହିପାରିବା. ସେପଟେ ମର୍ତ୍ତ୍ୟରେ ଏତେ ବଡ଼ ବଡ଼ ଅକ୍ଷରରେ ଅପାରଗ ପୋଲିସ କନେଷ୍ଟବଳ ଗୋବିନ୍ଦ ସପରିବାର ଆତ୍ମହତ୍ୟା ଖବର ପ୍ରସାରିତ ହେଉଥିଲା, ଟିଭି ଓ ବିଭିର୍ନ୍ନ ନିୟୁଜ ତଥା ଗଣ ମାଧ୍ୟମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action