ଦୂର ଜହ୍ନ
ଦୂର ଜହ୍ନ
ଦୂର ଜହ୍ନ ଯେତେ ଦୂରେ ଥାଉ ତା ପାଇଁ ଏ ଜୀବନ ମାଦକପୂର୍ଣ୍ଣ. ଅମାବାସ୍ୟାରେ କୁଆଡେ ଯାଏ କେଜାଣି, ଭଲ ଲାଗେନି ମନ. ପୁଣି ଜହ୍ନ ଆସିଗଲେ ମନରେ ଆସେ ସତେଜତା. କିଛି କବିତା ଲେଖିଯାଆନ୍ତି ସୁଦେଷ୍ନା. ଜହ୍ନ ହିଁ ପ୍ରେରଣା. ପିଲାଦିନେ ପାଠ ପଡିଲା ବେଳେ ଜହ୍ନ ଆଲୁଅରେ ବସି ଯାହା ପଢ଼ନ୍ତି ମନେ ରହିଯାଏ ସୁଦେଷ୍ନାଙ୍କର. ଜେଜେମାଆ ଡିବି ଲଗେଇ ଧରି ଛାତକୁ ଆସେ ଆଉ ବୋଉ ଲଣ୍ଠନ ପୁଣି ବାପା ଟର୍ଚ. କହନ୍ତି ଆଖି ଖରାପ ହେବ. ଜହ୍ନ ଆଲୁଅରେ କଣ ବହି ଅକ୍ଷର ସବୁ ଦିଶିବ ନା କଣ!ସୁଦେଷ୍ନା କିନ୍ତୁ ଜହ୍ନ ଆଲୁଅରେ ମନେ ରଖନ୍ତି ପାଠ. ଜେଜେମାଆ କହେ କେଜାଣି ତୁ ନୀଳକଇଁ ହେଇଥିବୁ. ବୋଉ କହେ ନୀଳକଇଁ କଣ ମୋ ଝିଅ ପରା ନିଜେ ଚନ୍ଦ୍ରମା ଆଉ ବାପା କ୍ଷୋଭ ପ୍ରକାଶ କରନ୍ତି. ଯୋଉଦିନ ଗ୍ରାଜୁଏସନ ର ଦର୍ଶନ ଶାସ୍ତ୍ର ର ଶେଷ ପେପର ର ଶେଷ ପରୀକ୍ଷା ଥିଲା ସେଦିନ ତ ଗୋଟେ ଅଘଟଣ ଘଟିଗଲା ପରୀକ୍ଷା ହଲରେ. ସୁଦେଷ୍ନାଙ୍କ ପଛରେ ବସିଥିବା ପୁଅଟି ତାକୁ ଧମକେଇ ଖାତା ଛଡେଇ କପି କରିଥିଲା. ଏ ଚଉଦଶହ ଦୁଇ ବୋଲି ରୋଲ ନମ୍ବର ଅନୁଯାୟୀ ଡାକି ଖାତା ଦେବୁ ନା ଦେଖିବୁ ଏଇଲେ କହି ଛଡାଇ ନେଇ କପି କରିଥିଲା. ନାମ ଜାଣିନଥିବାରୁ ରୋଲ ନମ୍ବର ଚଉଦଶହଦୁଇ ବୋଲି ଡାକୁଥିଲା ତ ତାପରଦିନ ପରୀକ୍ଷା ହଲ କୁ ଆସିବାକୁ ରାଜି ନଥିଲେ ସୁଦେଷ୍ନା
ବାପା ଓ ଜେଜେ ସାଙ୍ଗରେ ଆଣି ଆସିଥିଲେ ସୁଦେଷ୍ନାଙ୍କୁ ପରୀକ୍ଷା ହଲ ଭିତରକୁ. ଆଜି ଯେମିତି ହେଲେ ସେଇ ପୁଅଟିର ହରକତ କଥା ଇନଭିଜିଲେଟରଙ୍କୁ କହିବୁ ଆମେ. ତୁ ଡରନା ଆମେ ଅଛୁ କହି ବାପା ଓ ଜେଜେ ବାହାରେ ପଇଁତରା ମାରୁଥିଲା ବେଳେ ସୁଦେଷ୍ନା ଆଜି କେମିତି ତାର ମୁକାବିଲା କରିବ ଭାବୁଥିଲା. ଯୋଉ ପୁଅ କ୍ଲାସ ରେ ସାର ପଢେଇଲା ବେଳେ କାନ୍ଥକୁ ପାନ ଛେପ ପକାଏ ଓ କହିଲେ ଏଣୁତେଣୁ ଉତ୍ତର ଦିଏ, ସେ ପୁଅଠାରୁ କେମିତି ନିଜର ଖାତା ସୁରକ୍ଷିତ ରଖିବ ଭାବୁ ଭାବୁ ଇନଭିଜିଲେଟର କହୁଥିଲେ ଏ ସିଟ ଖାଲି ପଡିଛି କୁଆଡେ ଗଲା ଅମର!ତ ପିଲାସବୁ କହୁଥିଲେ ସେ ଡ୍ରପ କରିଛି ପରୀକ୍ଷା. ପଛକୁ ବୁଲି ଅନେଇଲା ସୁଦେଷ୍ନା, ତା ପଛସିଟ ଖାଲି ଥିଲା. ପରୀକ୍ଷାରେ ରେଜଲ୍ଟ ଭଲ ହୋଇଥିଲା ସୁଦେଷ୍ନାର. ଜେଜେ ଓ ଜେଜେ ମାଆ ଦେଖିବେ ବୋଲି ପାଖ ସହରରେ ବାହା କରି ଦିଆଯାଇଥିଲା ସୁଦେଷ୍ନାକୁ. ସେଦିନ ମଲ ରେ ଛୋଟ ମୋଟ କିଛି କିଣାକିଣି କରୁ କରୁ ତା ପାଦ ଛୁଇଁ ଯିଏ ନଇଁ ପଡ଼ିଥିଲା ଓ ଭାଉଜ ଡାକୁଥିଲା ସେ ଥିଲା ସେଇ ପୁଅ ଅମର. ମୁଁହଁ ଦେଖି କହିଥିଲା ଦୂର ଜହ୍ନ ଏବେ ଆମ ହାତ ପାଆନ୍ତା ସହରରେ ତ ସୁଦେଷ୍ନା ବରଡ଼ା ପତ୍ର ପରି ଯେତିକି ଥରୁ ଥିଲା ଅମର ସେତିକି ଆମାୟିକ ହୋଇଉଠୁଥିଲେ ଵି ସେଦିନ ପରୀକ୍ଷା ଡ୍ରପ କରିବାର କାରଣ କେବେ ପଚାରିନଥିଲା ସୁଦେଷ୍ନା ଅମରକୁ ଏଯାବତ.ଥରେ ଗୋଟେ ଘରୋଇ ଗଣେଷ ପୂଜା ପାଳନ ଉତ୍ସବରେ ଆମନ୍ତ୍ରିତ ଅତିଥିମାନଙ୍କ ଭିତରେ ଅମର କହୁଥିଲା ସୁଦେଷ୍ନା ସ୍ୱାମୀଙ୍କୁ ଜାଣିଲେ ଭାଇନା ଆମ ଦର୍ଶନ ଶାସ୍ତ୍ର ଅନର୍ସର ନଅଟା ଯାକ ଝିଅ ଗୋଟେ ଗୋଟେ ଜହ୍ନ ପରା. ସତେ ବୋଲି କହି ସ୍ୱାମୀ ଆଉ କଣ ସବୁ ଗପୁଥିଲେ କେଜାଣି ସୁଦେଷ୍ନା କିନ୍ତୁ ଦୁରକୁ ଚାଲିଯାଇଥିଲା ଯେମିତି ତା କାନରେ କେହି ତୁଳା ମାଡିଦେଇଛି.
