STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ନାତିଆ

ନାତିଆ

1 min
2


ଜେଜେମାଆ କୁଆଡେ ଗଲେ ବୋଲି ପଚାରି ପଚାରି ବିରକ୍ତ କରିଦେଇଥିଲା ବାବା ତ ଏଥର ତାକୁ ସତ କହିବା ପରିବର୍ତ୍ତେ ଜେଜେମାଆଙ୍କ ପାଖକୁ ନିଆଗଲା ତ ଜେଜେମାଆ ବହେ ଗେଲ କଲାପରେ ବାପାଙ୍କ ସଙ୍ଗେ ପୁଅ ଫେରିଆସିବା ବେଳେ କହିଥିଲେ 
   ଏତିକି ଅନ୍ତତଃ ମନେରଖିବୁ ପୁଅ. ଗର୍ଭରେ ପାଞ୍ଚ ପାଞ୍ଚଟା ଝିଅଙ୍କ ଭୃଣ ହତ୍ୟା କଲା ପରେ ଷଷ୍ଠ ଗର୍ଭରେ ମୁଁ ତତେ ପାଇ ବାପାଙ୍କୁ ହରେଇବା ଦୁଃଖ ମଧ୍ୟ ଭୁଲି ଯାଇଥିଲି. ତତେ ଏତିକି ଅନୁରୋଧ ବୋହୁ ଗର୍ଭରେ ଝିଅ ଥିଲେ ଗର୍ଭପାତ କରେଇବୁ ନାହିଁ. ଯୋଉଦିନ ତୋ ପୁଅ ତତେ ଆଣି ବୃଦ୍ଧାଶ୍ରମ ରେ ଛାଡିବ ତୋ ଝିଅ ହୁଏତ ତୋ ହାତ ଧରି ଏଠାରୁ ନେଇଯାଇପାରେ. ପୁଅ ନୀରବ ଥିଲା କିନ୍ତୁ ଟିକି ପିଲା ନାତି, କଣ ବୁଝିଲା କେଜାଣି ବାବା କହୁଥିଲା ତୁମେ ବ୍ୟସ୍ତ ହୁଅନି ଜେଜେମାଆ ବାପା ତୁମ କଥା ରଖିବେ କି ନା ମୁଁ ଜାଣେନା ମୁଁ କିନ୍ତୁ ତୁମ କଥା ମାନି ବାପା ଙ୍କୁ ଏଠାରେ ଛାଡିବାକୁ ନିଶ୍ଚୟ ଆସିବି. ବାପା ମାଆ ଗୋଡ଼ ତଳେ ପଡି କ୍ଷମା ମାଗୁଥିଲେ. ଅଫିସରେ କଣ କାଗଜ ଓ ପଇସା ଦେଇ ଜେଜେମାଆକୁ ସେହିଦିନ ଫେରାଇ ଆଣିଥିଲେ. ରାତିରେ ସବୁଦିନ ପରି ବାବା ଜେଜେମାଆ ଗାଉଥିବା ଧୋରେ ବାୟା ଧୋ ଗୀତ ଶୁଣି ଶୋଇବାକୁ ଆଖି ପତା ମୁଦି ଦେଉଥିଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍