STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଗୁରୁପୂଜନ

ଗୁରୁପୂଜନ

7 mins
2

 ସବୁଠୁ ନିଜର ତଥା ଜୀବନ୍ତ ଭଗବାନ ନିଜ ପିତା ଓ ମାତା ଙ୍କ ଆବର୍ତ୍ତନ ପରେ ତାଙ୍କ ଚେହେରା ଆଉ ଖୋଜିଲେ ବି ମିଳେ ନାହିଁ. ମିଳେ କେବଳ ନିର୍ଜୀଵ ଫୋଟୋରେ ଓ ମନେ ପକେଇଲେ ମିଳେ ମନ ଓ ହୃଦୟ ଭିତରେ ଛାୟା ରୂପେ, ତଥା ସ୍ମୃତି ରୂପେ .ଜାତୀୟ ବରପୁତ୍ର ମାନଙ୍କ ଷ୍ଟାଚ୍ୟୁ ଦେଖି ପର ପିଢ଼ି ପରେ ପର ପିଢ଼ି ଚିହ୍ନିଥାଆନ୍ତି ସେମାନଙ୍କୁ . ଭାରତ ଦେଶାନାଂ ଶ୍ରେଷ୍ଠ ଏଥିପାଇଁ ଯେ ଏହି ଦେଶ ସାଧୁ,ସନ୍ଥ, ମୁନି, ଋଷିମାନଙ୍କ ଦେଶ. ଏଠି ସେମାନଙ୍କ କଥା, ସମାଜକୁ ଦେଇଥିବା ବାର୍ତ୍ତା, ଲେଖିଥିବା ପୁସ୍ତକ ଓ ତା ମଧ୍ୟରେ ଥିବା ଦର୍ଶନ ପଢିଲା ବେଳେ ତାଙ୍କ ଚେହେରା ଫୋଟୋ ମାଧ୍ୟମରେ ଚିତ୍ର ହୋଇ ଆଖିରେ ନାଚେ ଓ ଦେଖିଥିବା ତାଙ୍କ ଷ୍ଟାଚ୍ୟୁ ରେ ତାଙ୍କ ଚେହେରା ଆଖି ଆଗରେ ଝଲସୁଥାଏ.ସେହି ଦୃଷ୍ଟିରୁ କଲିକତା ରେ ସୁଭଦ୍ରାଙ୍କୁ ଲାଗୁଥିଲା ଏଠି ସାଧୁ, ସନ୍ଥ ସନ୍ୟାସୀମାନଙ୍କର ଖୁବ ଆଦର. ପ୍ରତିଟି ଛକରେ ସୁବାଷ ବୋଷ, ସ୍ୱାମୀ ବିବେକାନନ୍ଦ, ବେଲୁର ମଠରେ ଶ୍ରୀ ରାମକୃଷ୍ଣ ପରମହଂସ ଙ୍କ ସହ ମାଆ ଶାରଦା ଦେବୀଙ୍କ ଧ୍ୟାନ ମନ୍ଦିର ଖୁବ ଆକର୍ଷଣୀୟ ଅଟେ. ସେଥିରେ ପୁଣି ପ୍ରତିଟି ମନ୍ଦିରରେ ରାଧାକୃଷ୍ଣ, ଶିବ ଠାକୁର ଙ୍କ ସହ କିଛି ଜାତୀୟ ବରପୁତ୍ର ତଥା ସାଧୁ, ସନ୍ଥ ଓ ସନ୍ୟାସୀମାନଙ୍କର ଫୋଟୋ ଚିତ୍ରରେ ଚନ୍ଦନର ଛିଟା ସହିତ ଫୁଲମାଳ ଓ ଧୂପ ତଥା ଦୀପ.ସୁଭଦ୍ରାଙ୍କ ପୁଅ ସରୋଜ ରହୁଥିବା ଯାତ୍ରାଗୋଛି ଏରିଆର ସେହି ତ୍ରିତଳ ଆପାର୍ଟମେଣ୍ଟ ର ତିନି ନମ୍ବର ରୁମ ପାଖକୁ ଅଳ୍ପ ଦୂରତା ଭିତରେ ଲାଗି ରହିଥିବା ଶନି ମନ୍ଦିରର ପୂଜକ କିନ୍ତୁ ସୁଭଦ୍ରାଙ୍କ ତଥା ତାଙ୍କ ସ୍ୱାମୀଙ୍କ ନାମ ଓ ଗୋତ୍ର ରୁ ଚିହ୍ନି ପାରିଲେ ସୁଭଦ୍ରାଙ୍କ ଘର ତଥା ଆଦିକନ୍ଦ ବାବୁଙ୍କ ଘର ଓଡିଶାରେ ବୋଲି .ପୁଣି ଚିହ୍ନୁ ଚିହ୍ନୁ ଚିହ୍ନି ପାରିଲେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ କୁ ତ ଆତ୍ମୀୟତା ବଢିଗଲା ତାଙ୍କ ସହିତ. ଫୋନ ନମ୍ବର ଆଦାନ ପ୍ରଦାନ ହୋଇଗଲା ଆଦିକନ୍ଦବାବୁଙ୍କ ସହିତ ଓ ବଢୁ ବଢୁ ଅଧା ବେଙ୍ଗଲି ଓ ଅଧା ହିନ୍ଦିରେ ଭାବର ଆଦାନ ପ୍ରଦାନ ବଢୁଥିଲା ଆସ୍ତେ ଆସ୍ତେ ଶନିବାର କୁ ଶନିବାର. ତାଙ୍କ ସହ ସମ୍ବନ୍ଧ ଓ ସମ୍ପର୍କର ମୁଖ୍ୟ ଆକର୍ଷଣ ଥିଲା ସେହି ପଣ୍ଡିତଙ୍କର କିଛି ଓଡିଶାର ବ୍ୟକ୍ତିତ୍ୱଙ୍କ ସଙ୍ଗେ ପରିଚିତି ଓ ତାଙ୍କ ବିଷୟରେ କିଛି କିଛି ତଥ୍ୟ ପ୍ରଦାନ ମଧ୍ୟ ଆଦିକନ୍ଦ ବାବୁଙ୍କୁ ଅଭିଭୂତ କରିପକାଉଥିଲା. ସୁଭଦ୍ରା ପ୍ରମାଣ ପାଉଥିଲେ ପ୍ରକୃତରେ ଦେଶ ବାହାରେ ହେଉ ଅବା ରାଜ୍ୟ ବାହାରେ ନିଜ ଦେଶ ଅବା ନିଜ ରାଜ୍ୟକୁ ଜାଣିଥିବା ବ୍ୟକ୍ତିର ସନ୍ଧାନ ମିଳିଗଲେ ଏତେ ଖୁସି ମିଳେ ତାହା ପଣ୍ଡିତ ଙ୍କ ସଙ୍ଗେ ପରିଚିତ ହେବା ପରେ ତାହା ବେଶୀ ବେଶୀ ହୃଦୟଙ୍ଗମ ହେଉଥିଲା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମନ ଓ ହୃଦୟରେ.ଭାଷା ଓ ସାହିତ୍ୟର ପୃଷ୍ଠପୋଷକତା ମଧ୍ୟ ମିଳି ଯାଉଥିଲା ସୁଭଦ୍ରାଙ୍କୁ କିଛି ଲେଖିବାକୁ ଓ କହିବାକୁ ନିଜ ରାଜ୍ୟର ବିଭିର୍ନ୍ନ ଜିଲ୍ଲା ସ୍ତରୀୟ ସାହିତ୍ୟ ଆଲୋଚନାରେ ପ୍ରମାଣ ସହ ଯେ ଆମେ ଓଡ଼ିଆ, ଆମ ମାତୃଭାଷା ବଢିଆ.
    ଆଦିକନ୍ଦ ବାବୁ ସବୁ ଭିତରେ ନିଜ ଆବଶ୍ୟକ ତଥା ଦରକାରୀ କଥା ମଧ୍ୟ ଭାବିଥାଆନ୍ତି ତ ପଣ୍ଡିତଙ୍କ ସହ ପରିଚୟ ହେଲାପରେ ନିଜ ମନ କଥା ବାଢି ବସିଲେ ପଣ୍ଡିତ ଙ୍କ ଆଗରେ ଆଦିକନ୍ଦ. ଏହି କି ଯେ ଆସୁଥିବା ଏକାଦଶୀ ଦିନ ମୋ ପିତାଙ୍କର ଶ୍ରାଦ୍ଧ ବାର୍ଷିକୀରେ ଆପଣଙ୍କ ଅନୁଗ୍ରହ ହେଲେ ମୁଠେ ବ୍ରାହ୍ମଣ ଭୋଜନ ପାଇଁ ବ୍ୟବସ୍ଥା ହୋଇପାରାନ୍ତା. ପଣ୍ଡିତ ରାଜି ହେଲେ. ବୋହୁ ରୋଜା ଓ ପୁଅ ସରୋଜ ଵିଧି ମତେ ଓଡିଶାର ପରମ୍ପରା ପରି, ପୁଅ ତା ଜେଜେ ତଥା ବୋହୁ ତା ଜେଜେ ଶଶୁରଙ୍କ ଦିନ ପାଳନ କରିବାକୁ ଚାଁହୁଁଥିବା ବେଳେ ଶଶୁରଙ୍କର ଏ ଭିତରେ ଆତ୍ମୀୟତା ଜମିଥିବା ଓ ପରିଚିତ ପଣ୍ଡିତଙ୍କ ମାଧ୍ୟମ ରେ ବ୍ରାହ୍ମଣ ଭୋଜନରେ ରାଜି ହୋଇପାରୁନଥିଲେ ପୁଅ ସରୋଜ ଓ ବୋହୁ ରୋଜା .  ପ୍ରଥମତଃ ଟିକି ନାତି ବାବା ର ଦେହ ଭଲ ନଥିଲା. ଥଣ୍ଡା ଓ ଦୁଇ ଆଖିର ଇନଫେକ୍ସନ ବିଚଳିତ କରୁଥିଲା ସମସ୍ତଙ୍କ ମନ ଓ ହୃଦୟ. ଛୁଆଟା ଗାଧୋଉଥିଲା ଖୁବ. ନିଜ ସହ ଟବ ଭିତରେ ତାର ସବୁ କଣ୍ଢେଇ ଗାଡି ଓ ଅନ୍ୟାନ୍ୟ କଣ୍ଢେଇ ଗାଧେଇସାରିବା ପରେ ଯାଇଁ ଟିକି ନାତିର ଗାଧୁଆ ଶେଷ ହେଉଥିଲା. ପୁଣି ନୂଆ ନୂଆ ପ୍ଲେ ସ୍କୁଲ ଯାଉଥିଲା ତ ଶୀଘ୍ର ଗାଧୋଉଥିଲା ସେହି ପୂର୍ବ, କଣ୍ଢେଇଙ୍କ ସହ ଗାଧୁଆ ଅଭ୍ୟାସ ପରି, ତେଣୁ ଥଣ୍ଡା ଛାଡ଼ୁନଥିଲା . ସ୍କୁଲରୁ ଫେରିଲା ପରେ ଟିଭିରୁ କାର୍ଟୁନ ଦେଖି ଓ ମୋବାଇଲରୁ ଭିଡ଼ିଓ ଦେଖି ଖାଉଥିଲା ତଥା ସମୟ କାଟୁଥିଲା ତ ତା ଆଖି ଦେଖେଇବାକୁ ଏ ନୂଆ ସ୍ଥାନରେ ଭଲ ଆଇ ହସ୍ପିଟାଲ ଖୋଜାଚାଲିଥିଲା. ଦ୍ୱିତୀୟତଃ ନିଜ ରାଇଜରେ ଶ୍ରାଦ୍ଧ ପରମ୍ପରା ଅନୁଯାୟୀ ଯେତେ ଯାହା ଯୋଗାଡ଼ କଲେ ମଧ୍ୟ ଏ କଲିକତିଆ ପଣ୍ଡିତଙ୍କ ବରାଦ ଓ ଫେରାଦ ନିଶ୍ଚୟ କିଛି ଅଲଗା ଥିବ ଭାବି ଭୟ ବି ଥିଲା ମନରେ.କେବଳ ବ୍ରାହ୍ମଣ ବା ପଣ୍ଡିତଙ୍କ ଭୋଜନ ବ୍ୟବସ୍ଥା କରେଇବାକୁ ସ୍ୱାମୀ ଆଦିକନ୍ଦ ଏକାଦଶୀକୁ ଚାହିଁ ରହିଥିବା ବେଳେ ସୁଭଦ୍ରା ଅନ୍ୟ କିଛି ପ୍ରସ୍ତାବ ଦେଇଥିଲେ. ପ୍ରସ୍ତାବ ଥିଲା ଏହି କି ଯେ ଆସନ୍ତା ଶନିବାର ଦିନ ପଣ୍ଡିତଙ୍କୁ ଶନି ମନ୍ଦିରରେ ଭେଟ ହେଲେ ତାଙ୍କୁ ଯଜମାନ ଓ ପୂର୍ବଜ ପିତୃପୁରୁଷଙ୍କ ନାମ,ଗୋତ୍ର ଇତ୍ୟାଦି ସହ କିଛି ଟଙ୍କା ଦେଇଦେଲେ ସେ ତାଙ୍କ ପସନ୍ଦ ଅନୁଯାୟୀ ନିଜ ଭୋଜନ କରିନେବେ.ଏକଥା ସମସ୍ତଙ୍କ ମନକୁ ପାଇଥିଲା ଯଦିଓ ଆଦିକନ୍ଦ ବାବୁଙ୍କ କଥା ପଦେ ଯେ ସବୁ ମନ ବୁଝିବାକୁ ଚାଲିଛି ତ ଚାଲୁ,ଶୁଣି ସୁଭଦ୍ରାଙ୍କୁ କେମିତି କେମିତି ଲାଗୁଥିଲା.
        ଏକାଦଶୀ ଗଲା ପରେ କେତେ ଶନିବାର ଆସୁଥିଲା ଆଉ ଯାଉଥିଲା କିନ୍ତୁ ଆଉ ପଣ୍ଡିତଙ୍କର ଦେଖା ମିଳୁନଥିଲା. ଦୋଷୀ ଦୋଷୀ ଲାଗୁଥିଲା ଉଭୟ ସ୍ୱାମୀ ଆଦିକନ୍ଦ ଓ ସ୍ତ୍ରୀ ସୁଭଦ୍ରାଙ୍କୁ.ବ୍ରାହ୍ମଣ ଭୋଜନ ପରେ କୁଆଡେ ହଜିଗଲେ ଯେ ପଣ୍ଡିତ ମହାଶୟ!ଆଉ ମିଳିନଥିଲେ ଆସିବା ପର୍ଯ୍ୟନ୍ତ. କାହାକୁ ପଚାରି ବୁଝିବା ମଧ୍ୟ ସମ୍ଭବ ହେଉନଥିଲା ବେଳେ ସୁଭଦ୍ରାଙ୍କ ହୃଦବୋଧ ହେଉଥିଲା ପ୍ରକୃତରେ ମାତୃଭାଷାରେ ଭାବ, ସମ୍ପର୍କ, ଚିହ୍ନା ପରିଚୟ ଯେତେ ବଢିପାରେ ଅନ୍ୟ ଭାଷାରେ ଭାବ ବିନିମୟ ବଡ଼ କଷ୍ଟ. ରୁଷ୍ଟ ମନ ଓ ହୃଦୟ ନେଇ ଦୁହେଁ ଓଡିଶା ଫେରିଲା ବେଳେ ସୁଭଦ୍ରାଙ୍କ  ର ସେହି ଆପଣାର ଲାଗୁଥିବା ପଣ୍ଡିତଙ୍କ କଥା ମନେ ପଡି କାନ୍ଦ ଆସିଯାଉଥିଲା ତ ପୁଅ କହୁଥିଲା ଆଉ କିଛି ବର୍ଷ ଯଦି ମୁଁ କଲିକତାରେ ରହେ ଆଉ ତୋର ବାପାଙ୍କର ଏମିତି ଆସୁଥିବ ଓ ଯାଉଥିବ ତେବେ ପୁଣି ଦେଖିପାରିବ ପଣ୍ଡିତଙ୍କୁ ବା ସେହି ଶନି ମନ୍ଦିରରେ ତାଙ୍କ ଫଟୋକୁ. ସୁଭଦ୍ରା କହୁଥିଲେ ଫଟୋ ଆଉ ଚେହେରାରେ ବହୁତ ତଫାତ ରେ ପୁଅ, ମୁଁ ମଲାପରେ ବୁଝିଯିବୁ ଯେ ଆପେ. ଟିକି ପୁଅ ବାବା ଟ୍ରେନ ଛାଡିଲା ପରେ ରାହା ଧରି କାନ୍ଦୁଥିଲା କାରଣ ମନେ ମନେ ହୁଏତ ପିଲାଲୋକ ଭାବୁଥିଲା କି ଜେଜେ ଓ ଜେଜେମାଆ ତୁମ ଚେହେରା ପୁଣି କେବେ ଦେଖିବା ଯାଏଁ ଖୋଜୁଥିବି ସେଇ ନିକୋ ପାର୍କରେ ବା ବଡ଼ ଭାଇ ଓ ଭଉଣୀମାନେ ସମୂହ ସ୍କେଟିଙ୍ଗ କରୁଥିବା ସେଇ ଖେଳ ପଡିଆ ଭିତରେ ତ ପୁଣି କେବେ ଶନି ମନ୍ଦିରରେ ବା ମୋ ପାଇଁ କୁରକୁରେ କିଣୁଥିବା ସେଇ ଛୋଟ ଦୋକାନରେ. ସୁଭଦ୍ରା ଲୁହ ପୋଛିଲା ବେଳେ ଆଦିକନ୍ଦ ବାବୁ କହୁଥିଲେ ସ୍କୁଲକୁ ଅଟୋରେ ଗଲାବେଳେ ମତେ ଓ ସ୍କୁଲରୁ ବାବା ତା ମାମା ରୋଜା ସହ ଫେରିଲା ବେଳେ ତୁମ ଚେହେରା ମନେପକେଇବା ନିଶ୍ଚିନ୍ତ ଅଟେ . ସୁଭଦ୍ରା କେବଳ ସୁଁ ସୁଁ ହେଉଥିଲେ ମାୟା ଓ ମମତାର କାୟା ବିସ୍ତାର ଭିତରେ.ତ ନାତୁଣୀ ପଦ୍ମ କୁମାରୀ ସେତିକି ବେଳକୁ ଫୋନ୍ କରି କହୁଥିଲା ଅଜା, ଆଈଙ୍କୁ ନେଇ କୋରାପୁଟ କେବେ ଆସୁଛ! 
    ପିଲାଦିନେ ଜେଜେମା ବା ଗ୍ରାଣ୍ଡ ମଦର ଓ ଜେଜେବାପା ବା ଗ୍ରାଣ୍ଡ ଫାଦର ଙ୍କ ବିଷୟରେ ରଚନା ଲେଖିଲା ବେଳେ ଆଖି ଛଳ ଛଳ ହୋଇଯାଏ ପଦ୍ମକୁମାରୀର . ନିଜ ଲୋକ ଥାଉ ଥାଉ ଅନ୍ୟ କାହାକୁ ଛୁଆର ଦାଇତ୍ଵ ଦେବା ଉଚିତ ନୁହେଁ କହି ବାପା ମାଆ ଜେଜେ ଓ ଜେଜେମାଆକୁ ନିଜ ଝିଅ ପଦ୍ମକୁମାରୀର ଦାଇତ୍ଵ ବହନ କରି ରଖିବାକୁ ମନେଇ ନେଇଥିଲେ. ତାର ଲାଳନ ପାଳନ ତଥା ନାମକରଣ କଲାବେଳେ ଜେଜେ ମାଆ ଓ ଜେଜେଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖି ଯେ କେହି, ପୁଅ ବୋହୁ ହେବ ତ ଏମିତି ହେବ କହି କେତେ ପ୍ରଶଂସା କରୁଥିଲେ. ସେହି ଜେଜେ ଓ ଜେଜେମାଆଙ୍କୁ ସମୟର ବୟସ ବଢିବା ସହ, ଗୋଟେ ନୂଆବର୍ଷର ଭେଟି ମିଳିଲା, ବୃଦ୍ଧାଶ୍ରମରେ ରହଣୀ, ଯେତେବେଳେ ପଦ୍ମକୁମାରୀ କୁ ମାତ୍ର ଚାରି ବର୍ଷ. ଜେଜେ ଜେଜେମା ଏଠି କାହିଁକି ରହିବେ ପ୍ରଶ୍ନରେ ତାକୁ, ବାପାଙ୍କ ମୁହଁରୁ ଶୁଣିବାକୁ ପଡିଥିଲା, ଭଲ ପ୍ୟାକେଜ ମିଳିବାରୁ ସେ ଦୁହିଁଙ୍କୁ ଏଠି ଛାଡିବାକୁ ତୋ ମାଆ ଓ ମୁଁ ନିଷ୍ପତ୍ତି ନେଇଛୁ. ଭଲ ପ୍ୟାକେଜ ଅର୍ଥ କଣ ଯଦିଓ ବୁଝିବାକୁ ଅନେକ ଦିନ ଲାଗିଥିଲା, ସେ କିନ୍ତୁ ଓଡ଼ିଆ ରଚନା ଲେଖିଥିଲା ଉଭୟ ଜେଜେମା ଓ ଜେଜେ ବାପାଙ୍କ ପାଇଁ.
    ଜେଜେ ଓ ଜେଜେମା ବୃଦ୍ଧାଶ୍ରମ ଚାଲିଯିବା ପରେ ମୁଁ ସ୍କୁଲ ଯାଉଥିଲି ବାପାଙ୍କ ଦାମୀ କାରରେ. ଖେଳୁଥିଲି ପାର୍କରେ, ତାହା ମଧ୍ୟ ବାପାଙ୍କ କାରରେ ଯାଏ ଆଉ ଫେରିବାକୁ ଡ୍ରାଇଭର ଅଙ୍କଲ ଅପେକ୍ଷା କରିଥାନ୍ତି ଘଣ୍ଟା ଘଣ୍ଟା,ମୋ ଖେଳ କୁଦ ସରିବା ପର୍ଯ୍ୟନ୍ତ. କିନ୍ତୁ ଜେଜେଙ୍କ ଭଙ୍ଗା ଗୋଡ଼ରେ ଜେଜେ ସ୍କୁଲକୁ ନେବା ଆଣିବା କରିବାକୁ ନେଲାବେଳେ,ଅଣ୍ଟା ବିନ୍ଧା ହେଉଥିବା ଜେଜେମାଙ୍କ ସଙ୍ଗେ ପାର୍କ ବୁଲିଗଲାବେଳେ କାର କାହିଁକି କିଣା ଯାଇନଥିଲା ପ୍ରଶ୍ନରେ ମାଆ ମତେ ଫାଜିଲ ହୋଇଗଲାଣି କହି ଗାଳି ଦେଇଥିଲା. ମାଆର ବେକ ବିନ୍ଧା ପାଇଁ ସେ କେତେ ଡାକ୍ତରଙ୍କ ପାଖକୁ ଯାଉଛି, ମାସାଜ ନେଉଛି. ଜଣେ ଆୟା ଆଣ୍ଟି ମଧ୍ୟ ଘରକୁ ଆସୁଛନ୍ତି କିନ୍ତୁ ଜେଜେ ଥିଲାବେଳେ, ସେ ହିଁ ଫୁଲ ତୋଳନ୍ତି, ପୂଜା କରନ୍ତି ଠାକୁରଙ୍କୁ ଆଉ ପରିସ୍କାର କରନ୍ତି ଅଗଣା, ବାଡ଼ିପଟ ଓ ଘର ଆଗପଟ.ଆଉ ଜେଜେମା ମାଜୁଥାଆନ୍ତି ବାସନ, ଥରକୁ ଥର. ଓଳା ପୋଛା ମାରୁଥାନ୍ତି ଝାଡୁରେ ଘର ସବୁଦିନ ବାରମ୍ବାର. ତାଙ୍କୁ କଣ କଷ୍ଟ ହୁଏନି?? ସେମାନେ ଘରେ ଥିଲା ବେଳେ ଆୟା ଆଣ୍ଟି କାହିଁକି ରହୁନଥିଲେ ପ୍ରଶ୍ନରେ ମୋ ପାଇଁ ଉତ୍ତର ଥିଲା, ଉଦ୍ଧତ ହେଇଗଲାଣି. ସେମାନେ ଭଲ ପ୍ୟାକେଜରେ ବୃଦ୍ଧାଶ୍ରମ ଗଲା ପରେ ମୁଁ ବୁଝିଥିଲି ତାଙ୍କ ପାଇଁ ସେଠାରେ ଡାକ୍ତର, ନର୍ସ ଓ ଆୟା ଯୋଗାଡ଼ କରିବା ପାଇଁ ବାପା ମାଆ ବହୁତ ପଇସା ଦେଉଛନ୍ତି, ତେବେ ସେମାନେ ଘରେ ଥାଇ ଏସବୁ କରାଗଲାନି କାହିଁକି ମଧ୍ୟ ମୁଁ ବୁଝିପାରୁନଥିବା ବେଳେ ମୋ ହୃଦୟ ତାଙ୍କ ବିହୁନେ ଶୁନ୍ୟ ହୋଇଯାଇଥିଲା.ତାଙ୍କୁ ଦେଖିବାକୁ ଅନ୍ତତଃ ଥରେ ମତେ ନେବାକୁ ଡ୍ରାଇଭର ଅଙ୍କଲଙ୍କୁ ତାଗିଦ କରାଯିବାର କାରଣ ବୁଝି ନପାରି,ସେମାନେ ଯିବା ପରେ ଏକୁଟିଆ ଶୋଇ ଶୋଇ ଅନେକ କାନ୍ଦିଛି.
    ରଚନା ଟି ପଢି ଶିକ୍ଷକ, ପଦ୍ମକୁମାରୀ ଙ୍କ ପିତା ମାତାଙ୍କୁ ଡକାଇ, ଝିଅର ରଚନାଟିକୁ ହସ୍ତାନ୍ତର କରିଥିଲେ. ସେସବୁ ପଢି ପଦ୍ମକୁମାରୀ ର ମନକଥା ନବୁଝି ଜଣାଇ ଦିଆଯାଇଥିଲା ଜେଜେ, ଜେଜେମା ଚାଲିଗଲେଣି ଏ ଭିତରେ ଅନେକ ଦିନ ହେଲାଣି. ରାତି ସାରା କାନ୍ଦିଥିଲା ପଦ୍ମକୁମାରୀ , ବୁଝିପାରୁ ନଥିଲା ଜେଜେ ଜେଜେମା କାହିଁକି ଘର ଛାଡ଼ି,ତାକୁ ଛାଡ଼ି ସେଠାକୁ ଗଲେ ଓ ସେଠୁ ପୁଣି ତାରା ହୋଇଗଲେଣି କାହିଁକି . ଖୋଜି ବୁଲେ ପଦ୍ମକୁମାରୀ ଆକାଶ ସାରା, କୋଉଠି ସେ ତାରା ଦୁଇଟି.??ନିଶ୍ଚୟ ପାଖା ପାଖି ଥିବେ, ନହେଲେ ଜଣେ ଅନ୍ତତଃ ତା ପାଇଁ ତା ପାଖରେ ରହିବାକୁ ଘରେ ରାଜିତ ହୋଇଯାଇ ପାରିଥାନ୍ତେ. ତାରା ଗୁଡିକ ଆକାଶରେ ଚକଚକ କଲାବେଳେ ପଦ୍ମକୁମାରୀ ଖୋଜୁଥାଏ, ତା ଜେଜେ ଜେଜେମାଙ୍କୁ.ଆଉ ବାପା ମାଆ ତା ସ୍କୁଲ ବଦଳାଇ ସାରିଥିଲେ ତା ପରେ ପରେ.ଏକଥା ସବୁ ଅଜା ଆଦିକନ୍ଦ ଓ ଆଈ ସୁଭଦ୍ରାଙ୍କୁ କହି ପଦ୍ମାକୁମାରୀ କହୁଥିଲା ତୁମେ ମତେ ଛାଡି ବୃଦ୍ଧାଶ୍ରମ ଯିବନି ତ କେବେ ଆଉ ଆକାଶରେ ବି ତାରା ହେବନି କେବେ!ଅଜା ଆଈ ଦୁହେଁ ମୂକ ପାଲଟି ଚାହିଁରହିଥିଲେ ନାତୁଣୀକୁ.
    ପଦ୍ମକୁମାରୀ ତଳେ ଭାଇ. ସେ ଆଜି ବିରାଟ ଶିଳ୍ପ ପତି. ତା ସ୍ତ୍ରୀ ମଧ୍ୟ ଡାକ୍ତର. ଘରେ ସ୍ତ୍ରୀ ଲୋକ ବସିରହିଲେ ତାଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟି ପାରେନା. ତେଣୁ ପଇସାର ଅଭାବ ନଥାଇ ମଧ୍ୟ ପଦ୍ମକୁମାରୀ ର ସାନ ଭାଉଜ ଚାକିରୀ ନଛାଡି ମାଆ ବାପାଙ୍କ ପାଇଁ ଭଲ ପ୍ୟାକେଜରେ ଖୋଜୁଥିଲା ବୃଦ୍ଧା ଶ୍ରମ, ପଦ୍ମକୁମାରୀ କିନ୍ତୁ ନିଜେ ରଖିଛି ପିତା ମାତାଙ୍କୁ ଓ ଶାଶୁ ଶଶୁରଙ୍କୁ ଏକାଠି ତା ନିଜ ଘରେତଥା ନିଜ ପାଖରେ , ତା ପୁଅ ଝିଅ ଜେଜେ ଜେଜେମା ଓ ଆଈ ଅଜା ଙ୍କ ସ୍ନେହ ପିଲାଦିନୁ ପାଇ ଉପଯୁକ୍ତ ମଣିଷ ପରି ମଣିଷ ହେବେ ଦୁନିଆଁରେ ବୋଲି ପଦ୍ମକୁମାରୀ ବୁଝିନେଲା ବେଳେ ନିଜ ଜେଜେ ଜେଜେମାଆ ଙ୍କ ସହ ଆଈ ଓ ଅଜାଙ୍କୁ ମଧ୍ୟ ଖୋଜୁଥାଏ ମନେ ମନେ. ଯା ହେଉ ମାମୁଁ ମାଇଁ ଓ ବାବା ପାଖରେ, କଲିକତାରେ ଅଜା ସରୋଜ ଓ ଆଈ ସୁଭଦ୍ରା ଭଲରେ ଶେଷ ନିଶ୍ୱାସ ତ୍ୟାଗ କଲା ପରେ ସେହି କଲିକତି ପଣ୍ଡିତ ହିଁ କରିଥିଲେ ଶୁଦ୍ଧି କର୍ମ ବୋଲି ପଦ୍ମକୁମାରୀ ଅଳ୍ପ ଟିକେ ଖୁସି ବ୍ୟକ୍ତ କରେ ମନେ ମନେ ଏଣିକି.ପଦ୍ମକୁମାରୀର ପୁଅ ଝିଅ ଦୁହେଁ ପ୍ରଥମେ ଜେଜେ, ଜେଜେମାଆ, ଅଜା, ଆଈଙ୍କୁ ଗୁରୁ ପୂଜା କରିବା ପରେ ବାପା ମାଆ ଙ୍କୁ ପ୍ରଣାମ କରି ଗୁରୁଦିବସ ପାଳନ କରିବାକୁ ନିଜ ନିଜ ସ୍କୁଲକୁ ବାହାରି ଯାଇଥିଲେ.

,,,,,,,,,,,,,,,,,,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍