STORYMIRROR

Sunanda Mohanty

Tragedy Action Inspirational

4  

Sunanda Mohanty

Tragedy Action Inspirational

କପାଳ ଲିଖନ କେ କରିବ ଆନ

କପାଳ ଲିଖନ କେ କରିବ ଆନ

3 mins
0

ରତ୍ନା ଏବେ ବୁଢ଼ୀ ହେଇଗଲେଣି ତଥାପି ଏକାକୀ ଜୀବନ ଆପଣେଇ ଚାଲିଛନ୍ତି. ଗାଁ ଲୋକେ ତାଙ୍କୁ ଗାନ୍ଧିବୁଢୀ ଡାକିବାର ଅନେକ କାରଣ ଅଛି. ସେ ଯେବେ ଘରକୁ ବୋହୁ ହୋଇ ଆସିଥିଲେ ଦେଖିଥିଲେ ସେଇ କିଛି ଦିନ ପୂର୍ବରୁ କାକା ଓ ଖୁଡି ତାଙ୍କ ଶାଶୁ ଶଶୁରଙ୍କ ଠାରୁ ଅଲଗା ହୋଇଯାଇଛନ୍ତି କିନ୍ତୁ କୃଷ୍ଣ ଜନ୍ମ ଦିନ ସେ ଯେବେ କକାଙ୍କ ଘରେ କଲିଂ ବେଲ ବଜାଇଲେ କକାଙ୍କ ଝିଅ ଲିଲି ସ୍ଥାଣୁ ପରି ଠିଆ ହୋଇ ଦେଖୁଥିଲା ଭାଉଜକୁ. ନିଜେ ରତ୍ନା ହିଁ ଲିଲିଙ୍କୁ ହଲେଇ ଦେଇ କହିଥିଲେ ମୁଁ ତୁମ ନୂଆ ଭାଉଜ ଲିଲି, ଏମିତି ଆଁ କରି ଦେଖୁଛ କଣ!ସେତିକି ବେଳକୁ କାକା ଓ ଖୁଡି ମଧ୍ୟ ପହଁଞ୍ଚି ଯାଇ କି ଖୁସି ହୋଇଥିଲେ!ତା ପରଠୁ ରତ୍ନା ହିଁ ରୋଷେଇ କରି ପରଷୁ ଥିଲେ ଦୁଇ ପରିବାରର ସଦସ୍ୟ ସବୁଙ୍କୁ କିନ୍ତୁ ଲିଲି ବାହାଘର ପରେ କାଳର କରାଳ ସ୍ରୋତରେ ଜଣଙ୍କ ପରେ ଜଣେ ଚାଲିଯିବା ଓ ନିଜ ସ୍ୱାମୀ ବେପାର କରିବାକୁ ଯାଇ ନଫେରିବା ଥିଲା ରତ୍ନାଙ୍କ କପାଳ ଲିଖନ. ତଥାପି ଭାଙ୍ଗି ନପଡି ଗାଁ ପିଲାମାନଙ୍କୁ ପାଠ ପଢେଇବା, ନାଚ, ଗୀତ ଓ ରଙ୍ଗୋଲି ଶିଖାଇ ଚାଲିଥିଲେ ରତ୍ନା. କେବଳ ସଦ୍ଭାବନାର ବିଶ୍ୱାସ ଥିଲା ଯେ କାଲିକି କାଲି ନିଜ ପୁଅ ରାମୁ ବଡ଼ ହୋଇଗଲେ ତାଙ୍କର ସବୁ ଦୁଃଖ ଯିବ. ଆଜି ଗାଁ ଲୋକ ତାଙ୍କୁ ଡାକୁଥିବା ଗାନ୍ଧିବୁଢ଼ୀ ଶବ୍ଦଟି ସେତିକିବେଳେ ନିଜେ ରତ୍ନାଙ୍କ ପାଖରେ ଅଲୋଡ଼ା ହୋଇପଡ଼ିଥିଲା.ଯେତେବେଳେ ରାମୁ ଖୁବ ଭଲ ପଢି, ବଢ଼ି, ପ୍ଲେନ ଚଢି ବିଦେଶ ରେ ଚାକିରୀ ପାଇ ବିଦେଶୀ ଝିଅ ବାହା ହୋଇ ମଧ୍ୟ ମାଆ କୁ ଅଣହେଳା ତଥା ଅଣଦେଖା କରୁଥିଲା, ସେ ଆପଣେଇ ନେଇଥିଲେ ଗାଁ ଲୋକଙ୍କୁ, ତାଙ୍କ ସୁଖ ଦୁଃଖରେ ସାମିଲ ହୋଇ ଗାନ୍ଧିବୁଢୀ ହୋଇଯାଇଥିଲେ .ଆଜି ରତ୍ନାଙ୍କୁ ସମସ୍ତେ ଦେଖନ୍ତି ସମୁଦ୍ର ଓ ଚିଲିକାର ର ମିଳନ ସ୍ଥଳ ମଝିରେ ଥିବା ପାହାଡ଼ ତଳେ ଶାଗ ତୋଳୁଥିବାର. ମନ ଆଉଟି ପାଉଟି ହେଲେ କେବେ ଯଦି ପୁଅ ରାମୁ ପାଖକୁ ଯାଇଥିଲେ ତ ନାତି ବାହାଘର ପରେ ପୁଣି କାହିଁକି ଫେରିଆସିଲେ ପ୍ରଶ୍ନରେ ରତ୍ନା ଚୁପ ରୁହନ୍ତି. କିଛି ବି ଉତ୍ତର ନପାଇ ଲୋକେ ଏଣିକି ଭୁଲିଗଲେଣି ରତ୍ନାଙ୍କର ଗୋଟେ ବଡ଼ଚାକିରିଆ ପୁଅ, ବୋହୁ ଓ ନାତି ଓ ସୁନ୍ଦରିଆ ନାତୁଣୀବୋହୁ ଅଛନ୍ତି ବୋଲି. ଏବେ ବରଂ ରତ୍ନା ସବୁବେଳେ ସମୁଦ୍ର ଢେଉ ପିଟୁଥିବା ପାହାଡ଼ ପାଦ ଦେଶରୁ ଶାଗ ଓ କାଠ ତଥା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ରୋଗର ଉପଶମ ମାଧ୍ୟମ ଗଛର ନେଳି ପତ୍ର ସବୁକୁ ସଦୁପଯୋଗ କରୁଥାନ୍ତି ମନ୍ଦିର ପ୍ରାଙ୍ଗଣରେ ବସି ତ ଗାଁ ଲୋକେ ଡାକୁଥାଆନ୍ତି ଗାନ୍ଧିବୁଢ଼ୀ ମାଉସୀ .
    ସେଦିନ ଗାନ୍ଧିବୁଢ଼ୀ, ରତ୍ନା ନଥିଲେ ତାଙ୍କ ନିଜ ଘରେ କି ଘର ପରିସୀମା ଭିତରେ ତ ଔଷଧ ନେବାକୁ ଆସିଥିବା ଥୋକେ ଲୋକ ଧାଇଁଲେ ସମୁଦ୍ର ଓ ଚିଲିକାର ମିଶ୍ରଣ ସ୍ଥଳକୁ. ସେଠାରେ ପଡିରହିଥିବା ଗାନ୍ଧିବୁଢ଼ୀ ଶରୀର ନିସ୍ତେଜ ହୋଇ ପଡିଥିଲା. ବାର୍ତ୍ତା ପାଇ ହେଲିକେପ୍ଟର ଯୋଗେ ପହଞ୍ଚିଥିଲା ରାମୁ ସସ୍ତ୍ରିକ କିନ୍ତୁ ରାମୁର ସ୍ତ୍ରୀ କହୁଥାଏ, ଦେଖ ଦେଖ ସେ ରୁପା ଗୁଆକାତିଟାକୁ ଆମ ବୋହୁର. ନାତି ବାହାଘରକୁ ଯାଇ ନାତୁଣୀ ବୋହୁର ରୁପା ଗୁଆକାତି ଚୋରୀ କରିଥିବା ତୁମ ମାଆଙ୍କର ଶେଷ ଅବସ୍ଥା ଆଉ କଣ ହୁଅନ୍ତା!ପୁଅ ରାମୁ ଚୁପ ଥିଲା ବେଳେ ଭିଡ଼ ଠେଲି ଆଗେଇ ଆସି କିଏ କହୁଥିଲା ସେଇ ରୁପା ଗୁଆକାତି ତୁମ ପାଖେ ପଡିରହିଥାଆନ୍ତା. ତୁମ ମାଆ ସେଇଟିରେ ଅଁଳା, ବାହାଡା ତଥା ହରିଡ଼ା କାଟିବା ସହ ଗଛ ଡାଳ କାଟି ଆଣି କେତେ ଜାତି ଜାତିକା ଔଷଧ ଦେଇ ଗାଁ ଲୋକଙ୍କ ଜୀବନ ରକ୍ଷା କରୁଥିଲେ ଜାଣିଛ!ଆଉ କେହି କହୁଥିଲା ତୁମ ଘରୁ ତୁମ ଆଦରକାରୀ ବସ୍ତୁ ଆଣିବାର ଅଧିକାର କଣ ତୁମ ମାଆ ର ନଥିଲା ଯେ ସେ ମରିବା ପରେ ମଧ୍ୟ ତାକୁ ଚୋରଣୀ କହୁଛ!ପୁଣି କେହି କହୁଥିଲା ଗାନ୍ଧିବୁଢୀ ଆମକୁ ଖରାପ କଥା ନଦେଖିବା, ନକହିବା, ନଶୁଣିବା କୁ ଶିଖେଇ ଆମରି ପାଇଁ ଆଜି ମୃତ୍ୟୁ ବରଣ କରିଛନ୍ତି . ଆମେ ହିଁ ତାଙ୍କ ଶୁଦ୍ଧି କ୍ରିୟା କର୍ମ କରିବୁ. ଚୋରଣୀ ଆଖ୍ୟା ଦେଇ ଖୁବ ସମ୍ମାନ କଲ ତାଙ୍କୁ ଏଣିକି ଫେରିଯାଅ.ଏଇ ଦେଖ ପୁଣ୍ୟାତ୍ମା ଥିଲେ ବୋଲି ଆଜି ପ୍ରଭୁ କୃଷ୍ଣ ଙ୍କ ଜନ୍ମଦିନରେ ମୃତ୍ୟୁ ବରଣ କରି ସେ ଅମର ହୋଇଯାଇଛନ୍ତି. ପୁଅ ରାମୁ ଓ ବୋହୁ କମଳା କ୍ଷମା ମାଗିବାକୁ ଆଣ୍ଠେଇ ପଡ଼ିଥିଲେ ତ ଗ୍ରାମମୁଖିଆ କହୁଥିଲେ କ୍ଷମା ମାଗିବ ତ ସେହି ସମୁଦ୍ର ମିଳନସ୍ଥଳରେ ଥିବା ମନ୍ଦିରକୁ ଯାଇ କୃଷ୍ଣଙ୍କ ଶରଣାପର୍ଣ୍ଣ ହୁଅ, ପାପ ଧୋଇଯାଇପାରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy