STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ତେଲଗୁଣି

ତେଲଗୁଣି

3 mins
0

    ଘରଟେ କିଣିବାକୁ ଖୋଜୁଥିଲେ ଅଳି. ଆଜିକାଲି କଣ ଆଉ ଗ୍ରାଉଣ୍ଡ ଘର ଅଛି, ସବୁ ସେଇ ଆପାର୍ଟମେଣ୍ଟ ଘର ତ ତଥାପି ମନ ବୁଝିବାକୁ ଅଳି କହିଲେ ହ ହଉ ଚଳିବ ତ ସାନଭାଇ କହିଲା ଦେଖେ ଅପା ତୁ ସିନା ଗ୍ରାଉଣ୍ଡ ଘର ଖୋଜୁଛୁ କିନ୍ତୁ ବିଲେଇ, ମୂଷା ଖେଳ ସହ ବର୍ଷା ଦିନେ ତେଲଗୁଣି, କାଚେରା ପୋକ ସହ ବିରକ୍ତି ଅନୁଭବ କରୁଥିବୁ କିନ୍ତୁ ଆପାର୍ଟମେଣ୍ଟ ଘରେ ଏସବୁ ନାହିଁ. କୋଉଠି ନା କୋଉଠି ତଥାପି ଅଳି ଭାବୁଥିଲେ ଚୁଟି ଟିକେ କି ଛେପ ଟିକେ ପକେଇବାକୁ ବେସିନ ପାଖକୁ ଯାଅ, ଡଷ୍ଟବିନ ଖୋଜ ଏସବୁ ମଧ୍ୟ ଅଛି. ସାନଭାଇ ବୁଝେଇ କହୁଥିଲା ଆଉ ମୋ ଆପାର୍ଟମେଣ୍ଟ ଘରକୁ ଆସିଲେ ଗଛ ସବୁର ଉପରିଭାଗ ଦେଖି ପକ୍ଷୀ ଠାଵ କରିବା ସହ ରାତିରେ ଉଲକା ସବୁକୁ ହାତମୁଠାରେ ଧରିପାରୁ କହୁ ଯେ!ଅଳି ହସିଦେଲେ ଓ କହିଥିଲେ ହଁ ପ୍ରକୃତିକନ୍ୟା ମୁଁ.ପ୍ରକୃତି ଦେଖିବାକୁ ଓ ତା ନାଚରେ ବିଭୋର ହେବାକୁ ଖୁବ ଭଲ ପାଏ ପରା ତୋ ଅପା. ସାନ ଭାଇ ହସିଥିଲା ଆଉ ପୁରୀ ନୁଁହଁ କି ଭୁବନେଶ୍ୱର ନୁଁହଁ ବରଂ ମଝି ମଝି କୃପାଜଳ କଲେଜ ପାଖାପାଖି ଗୁଡ଼ିଆ ପୋଖରୀ ଅଞ୍ଚଳ ପରିବେଷ୍ଟିତ ଆପାର୍ଟମେଣ୍ଟ ଘର ବୁଝି ଦେଖି ସେଲେକ୍ସନ କରିବାକୁ ଡାକିଥିଲା ଅଳିଙ୍କୁ ତ ସ୍ୱାମୀଙ୍କ ସାଥିରେ ଅଳି ବସରେ ଉଠିଲେ.
     ବସ ଭିତରେ ଭିଡ଼ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ପଛସିଟ ନହେଲେ ବି ମଝି ମଝିଆ ସ୍ଥାନରେ ଦୁଇଟିକିଆ ସିଟଟିଏ ପାଇ, ଡ୍ରେସ ପିନ୍ଧା ମହିଳା ଜଣଙ୍କ ପାଖେ ବସିଲା ବେଳେ ସ୍ୱାମୀ ପାଇଲେ ପୁରା ପଛ ସିଟରେ ଏକେଣା ମୁଣ୍ଡେ ସ୍ଥାନ. କଣ୍ଡକ୍ଟର ଭାଇ ଭିଡ଼ ଠେଲି ଆଗେଇ ଆସୁଥିଲେ ପଇସା ନେବାକୁ ତ ଅଳି ଅନୁଭବ କଲେ ତାଙ୍କ ଶାଢ଼ୀ ଭିତରେ ବୋଧହୁଏ ଗୋଟେ ତେଲଗୁଣି. ଉପାୟ ବିହୀନ ଅଳି ସେଇ ସ୍ଥାନକୁ ଶାଢ଼ୀ ଭିତରୁ ମୁଠେଇ ଦୟନୀୟ ପରିସ୍ଥିତିରେ ବସିଥିଲା ବେଳେ ଠିଆ ହୋଇଥିବା ପୁରୁଷ ଯାତ୍ରୀ ଜଣଙ୍କ ଭାରସାମ୍ୟ ହରାଇ ତାଙ୍କ କହୁଣୀରେ ଶକ୍ତ ପାହାର ଅଳିଙ୍କ ମୁଣ୍ଡରେ ଥୋଇଲା ବେଳେ କଣ୍ଡକ୍ଟର ଆଗେଇ ଆସୁଥିଲେ ଓ ଅଳି ବା ଅଳିଙ୍କ ପାଖରେ ବସିଥିବା ଭଦ୍ରମହିଳାଙ୍କୁ ପଇସା ନାମାଗି ପଛରେ ଥିବା ଦୁଇଟି କି ତିନୋଟି ରୋ ରେ ଥିବା ଦୁଇଟିକିଆ ଓ ତିନିଟିକିଆ ସିଟର ଯାତ୍ରୀମାନଙ୍କୁ ପଇସା ମାଗିନେଲା ବେଳେ ଅଳିଙ୍କ ପାଇଁ ତାଙ୍କ ସ୍ୱାମୀଙ୍କଠାରୁ ନେଇସାରିଥିବା ବେଳେ ଭଡା ଅଳିଙ୍କ ପାଖ ସିଟରେ ବସିଥିବା ଓ ଗଛ, ମାଛ, ନଈର ଚିତ୍ର ସାମାହିତ ଡ୍ରେସ ପିନ୍ଧିଥିବା ମହିଳାଙ୍କ ଠାରୁ ଭଡା ପଇସା ନନେଇ ଆଗେଇ ଯାଉଥିଲେ କଣ୍ଡକ୍ଟର ଭାଇ.ତ ଅଳି ଦେଖୁଥିଲେ ଭଡା ଦେବାକୁ ହାତରେ ଧରିଥିବା ଶହେ ଟଙ୍କିଆ ନୋଟଟିକୁ ପର୍ସରେ ରଖି ମହିଳା ଜଣଙ୍କ ନିର୍ଦୋନ୍ଦରେ ମୋବାଇଲରେ ଗପୁ ଥିଲା ବେଳେ ଅନେକ ଦ୍ଵନ୍ଦ ଭିତରେ ଅଳି ବସିରହିଥିଲେ. ପ୍ରକୃତରେ ମହିଳା ଜଣଙ୍କ ଜାଣିଶୁଣି ପଇସା ନିଜ ତରଫରୁ କଣ୍ଡକ୍ଟର ଭାଇଙ୍କୁ ବଢ଼େଇନଥିଲେ କଣ ଠକିବାକୁ ନା କଣ୍ଡକ୍ଟର ଭାଇ ଭୁଲିଯାଇଛନ୍ତି ନା ଜାଣିଶୁଣି ଛାଡିଯାଇଛନ୍ତି ଓଲ୍ହେଇଲା ବେଳେ ନେବେ ବୋଲି ଭଡା ପଇସା, କେଜାଣି !
      ସେହି ଭିତରେ ବସ ର ଷ୍ଟପେଜ ନଥିବା ସନସାଇନ ହସ୍ପିଟାଲ ପାଖେ ବସ ରହିଥିଲା କଣ୍ଡକ୍ଟର ଭାଇଙ୍କ ସହାନୁଭୂତିର ସୌହାର୍ଦ୍ୟରେ.ତ ସ୍ୱାମୀଙ୍କ ପଛେ ପଛେ ଶାଢ଼ୀ ମୁଠା କରି ଭ୍ୟାନିଟ ସମ୍ଭାଳୁ ସମ୍ଭାଳୁ ଓଲ୍ହାଉ ଓଲ୍ହାଉ ଅଳି କଣ୍ଡକ୍ଟର ଭାଇଙ୍କ ସହାନୁଭୂତିପୂର୍ଣ୍ଣ ସାହାଯ୍ୟ ପାଇଁ କି କଣ କେଜାଣି କହିଦେଇଥିଲେ ମୋ ପାଖ ସିଟରେ ବସିଥିବା ପ୍ରକୃତି କନ୍ୟା ଭଳି ଡ୍ରେସ ପିନ୍ଧା ଭଦ୍ରମହିଳାଙ୍କ ଠାରୁ ଭଡା ପଇସା ନେଇଛନ୍ତି କି ନାହିଁ ଦେଖିବେ. କହିଦେଇ ତରତରରେ ଓଲ୍ହେଇ ଶାଢ଼ୀ ଝାଡ଼ି ତେଲଗୁଣି ଝାଡ଼ିବା ବେଳକୁ ସେ ଖସି ଆସୁନଥିଲା ତ ସେମିତି ଶାଢ଼ୀ ମୁଠା କରି ଚଲା ବାଟ ଅଳ୍ପ ଟପି ସାନ ଭାଇ ଆପାର୍ଟମେଣ୍ଟରେ ପହଁଞ୍ଚି ତେଲଗୁଣି ବଦଳରେ ମୋଟା ସୁତୁଲି ଟାଏ ଦେଖି ଆଶ୍ୱସ୍ତ ହେଲେ ବି ଅପରାଧ ବୋଧରେ ମନ ଜଡ଼ସଡ଼ ହେଉଥିଲା ଅଳିଙ୍କର.କାରଣ ଥିଲା କେବଳ ସେଇ ପ୍ରକୃତି କନ୍ୟା ଭଳି ଡ୍ରେସ ପିନ୍ଧା ଭଦ୍ରମହିଳାଙ୍କ ପାଇଁ. କଣ୍ଡକ୍ଟର ଭାଇଙ୍କ ଅସାବଧାନତା ହେଉ ଅବା ଭଦ୍ରମହିଳାଙ୍କ ଚୁପ ରହିବା ହେଉ ଦୁହିଁଙ୍କ ଅପରାଧବୋଧରେ ଅଳିଙ୍କର ମଧ୍ୟସ୍ଥି କରିବା କଣ ଦରକାର ଥିଲା!ନୂଆ ଆପାର୍ଟମେଣ୍ଟ ଘରଟା ତାଙ୍କୁ ପୁରା ପ୍ରକୃତି କନ୍ୟା ପରି ଲାଗୁଥିଲା କିନ୍ତୁ ଫେରିବା ବେଳେ ସାନଭାଇ କହୁଥିଲା ତେଲଗୁଣିଟିଏ ଦେଖିବାକୁ ପାଇବୁନି ଏ ଘରେ, ତେଣିକି କିଣିବା ନକିଣିବା ତୋ ଇଛା ଉପରେ ନିର୍ଭର କରେ.ସାନ ଭାଇ କଥାର ଉତ୍ତର ରଖିବାକୁ ଯାଇ ଅଳି କହୁଥିଲେ ପ୍ରକୃତିକୁ କନ୍ୟା ଭଳି ଭଲପାଉଥିବା ତୋର ଏହି ଲେଖିକା ଭଉଣୀ ନିଜେ ପରା ଗୋଟେ ତେଲଗୁଣି. ସମସ୍ତେ ଅଳି ମୁଁହକୁ ବଲବଲ ଚାହିଁଥିବା ବେଳେ ଫେରନ୍ତା ବସ ଛାଡିଦେଇଥିଲା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action