STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ଉଚ୍ଚ ଉଡାଣ

ଉଚ୍ଚ ଉଡାଣ

1 min
0

ପକ୍ଷୀ ସବୁ ଉଚ୍ଚ ଉଡାଣ କରି ଉଡ଼ନ୍ତି. ମାଆ ପକ୍ଷୀ ଛୁଆଙ୍କୁ ଉଡାଣ ଶିଖାଇ ଦେଲାପରେ ସେ ଆଉ ଚିହ୍ନେକି ତା ବସା? କିଏ ତାର ମାଆ ବରଂ ଉଚ୍ଚ ଉଡାଣ କରୁଥାଏ ଅନ୍ୟ ପକ୍ଷୀମାନଙ୍କ ପରି. ଆଜିକାଲି ମଣିଷ ଛୁଆ ବି ପକ୍ଷୀ ହୋଇ ଉଡିଯାଏ ଉଡାଣ କରି ଦୂର ବିଦେଶକୁ. ପକ୍ଷୀଟିଏ ଥରେ ଉଡାଣ ଶିଖିଗଲା ପରେ ନା ପୁରୁଣା ବସା ନା ନିଜ ମାଆକୁ ଭୁଲିଯିବାପରି ମଣିଷପକ୍ଷୀ ମଧ୍ୟ ଉଚ୍ଚା ଉଡାଣ କରି ଉଚ୍ଚା ଅଭିଳାଷ ରଖୁ ରଖୁ ଓ ଉଚ୍ଚା ସ୍ବପ୍ନ ସହ ନିଶା ଓ ପେଶାରେ ବୁଡି ରହିଥିଲା ବେଳେ ଭୁଲିଯାଏ ଗାଁ, ଘର ଆଉ ନିଜ ପାଇଁ ଚପଲ କିଣୁନଥିବା ବାପା ଓ ସାତସିଆଁ ଶାଢୀରେ ଦେହ ଢାଙ୍କି ରଖୁଥିବା ମାଆକୁ. ସେହି କଥା ଭାବି ବୁଢୀମା ତୁଳସୀ ଚଉରା ମୂଳେ, ଛାତ ଉପରେ ପାଣି ଦେଉ ଦେଉ ଦେଖିଲେ କାଉଟିଏ ଇଲେକ୍ଟ୍ରି କରେଣ୍ଟ ଖାଇ ବଡ଼ ବରଗଛ ତଳେ ଖସିପଡ଼ିଛି. ଆଉ କୁଆଡୁ କୁଆଡୁ ଉଚ୍ଚ ଉଡାଣ କରି ପଲ ପଲ କାଉ ଉଡିଆସି ଚକ୍କର କାଟୁଛନ୍ତି.
    ବୁଢୀମାଙ୍କୁ ଲାଗୁଥିଲା ମରି ପଡ଼ିଥିବା କାଉଟା ସେ ନିଜେ ଆଉ ତା ଚାରିପଟେ ଉଚ୍ଚ ଉଡାଣ କରି ଘୁରି ବୁଲୁଥିବା କାଉ ସବୁ ଇଣ୍ଟରନେଟର ସଂଗ୍ରାହଳୟ ଗ୍ରାହାକ.ବୋଧହୁଏ ପୁଅ ତାଙ୍କର ପଠେଇଛି ଅନଲାଇନରେ ଶବ ସତ୍କାର କରେଇଦେବାକୁ. ତା ନିଜର ଛୁଟି ନାହିଁ ତ ସେ ସୁଦୂର ମୁମ୍ବାଇରୁ ଆସିବ କିପରି! ପଛପଟୁ ବୁଢା ତାଙ୍କର ହଲେଇ ଦେଇ କହୁଥିଲେ କଣ ଭାବୁଛ ଏତେ!ଖାଇବାକୁ ଦିଅ,ଭାରି ଭୋକ, ଦୋକାନ ଖୋଲିବାକୁ ଯିବି. ବ୍ୟସ୍ତ ହୁଅନା ମୁଁ ଅଛି. ବୁଢ଼ୀ ମାଆ ଲୁହ ପୋଛି ତଳକୁ ଓଲ୍ହେଇଲା ବେଳେ ତଥାପି କାଉମାନେ ଉଚ୍ଚ ଉଡାଣ କରିଚାଲିଥିଲେ. ଯାଆ ହେଉ କାଉ ପକ୍ଷୀଟା ଅଲଗା ନିଶ୍ଚୟ ବୋଲି ବୁଢୀମା କହୁଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy