ବୋଉ ଆଇନା ଆଡକୁ ଚାହିଁ ଡାକ ପକେଇଥିଲା ଦଉଡି ଆସେ ଝିଅ ଭୂତ.ଭୂତର ଇମୋଜି. ସତକୁ ସତ ଦଉଡି ଆସି ଲିନା ଦେଖିଲା ବୋଉ ନିଜ ଛବର ପ୍ରତିବିମ୍ବକୁ ଦର୍ପଣରେ ଦେଖି କହୁଥିଲା ଭୂତ ଭୂତ ଭୁତର ଇମୋଜି.ତା ପରଠୁ ବୋଉ ଏମିତି ଅନେକ ଅପ୍ରସାଙ୍ଗିକ କଥା କହୁଥିଲା ଯେମିତିକି ସକାଳୁ ଉଠି ପଚାରୁଥିଲା ଆଜି ପରା ସାବିତ୍ରୀ, ମୁଗ ବତୁରେଇନୁ କି ଝିଅ. କେତେ କାଳେ ଆସିଛୁ ମୋ ପାଖକୁ ଏତିକି ତ ଅନ୍ତତଃ କରିଦେ. ଲିନା ଆଶ୍ଚର୍ଯ୍ୟରେ ବୋଉକୁ ଚାହିଁ କହୁଥିଲା ସାବିତ୍ରୀ ଆଜି!ଯଦି ଆଜି ତ ବଡ଼ମନ୍ଦିରର ଅବଢ଼ା ଖାଇ ସାତପୁରୁଷି ପୁରୀବାସୀଙ୍କ ଅଭ୍ୟାସ ଢଙ୍ଗରେ ଖାଇନେବା ଶାନ୍ତିରେ ଆଉ ମୁଗ ବତୁରେଇବା ଚିନ୍ତା ବୋଉର ଆସିଲା କୁଆଡୁ? ବୋଉର ଏମିତି ଏମିତି ଅନେକ କଥାରେ ଲାଗୁଥିଲା ବୋଉ ଅନ୍ୟ ଦୁନିଆଁରେ ଅଛି ଯୋଉଠି ଅନେକ ଢଙ୍ଗ ଓ ରଙ୍ଗର ଇମୋଜି ତାକୁ ଓ ତାର ଭାବନାକୁ କାୟା ବିସ୍ତାର କରି ରଖିଛି. ବ୍ୟସ୍ତ ହୋଇପଡ଼ିଲୁ ଆମେ ଭାଇଭଉଣୀମାନେ. ସ୍ଥିର କଲୁ ଛଅ ଜଣ ଯାକ ମିଶି ବୋଉକୁ ନେଇଯିବା ପାଖକୁ. କିଛିନହେଲେ ଅନ୍ତତଃ ବାପାଙ୍କ ଆବର୍ତ୍ତମାନର ଦୁଃଖ ଭୁଲିଯିବ ତ ବୋଉ. ସେୟା ହେଲା ଓ ପ୍ରଥମ ପାଳି ବଡ଼ଝିଅ ଲିନା ଉପରେ ହିଁ ନ୍ୟସ୍ତ ଥିଲା. ଯା ହେଉ ବୋଉ ତା ପ୍ରିୟ ନାତି ନାତୁଣୀଙ୍କୁ ଦେଖି ଏମିତି ଭିର୍ନ୍ନ ଭିର୍ନ୍ନ ଚିନ୍ତାଧାରାର ଇମୋଜି ଅନ୍ତତଃ ପ୍ରକାଶ କରିବ ନାହିଁ କିନ୍ତୁ ଫଳ ଓଲଟା ହେଲା. ପ୍ରିୟ ନାତି ନାତୁଣୀ ଏଇଥି ପାଇଁକି ଯେ ବଡ଼ଝିଅର ପ୍ରଥମ ନାତି ଓ ନାତୁଣୀ ଦୁହେଁ ତାର ପ୍ରଥମ ଆଈ ହେବାର ଅନୁଭବ ହୋଇଥିବାରୁ ସେମାନଙ୍କୁ ଖୁବ ଭଲ ପାଉ ପାଉ ଅନ୍ୟମାନେ ଯିଏ ଯେତେ ଆସିଥିଲେ ବି ପ୍ରଥମ ପ୍ରେମକୁ ନଭୂଲି ହେଲାପରି ପ୍ରଥମ ନାତି ନାତୁଣୀ ନିଶ୍ଚୟ ନିଆରା ଭାବି ବୋଉ ଏଣିକି ଠିକ ହୋଇଯିବ ଭାବୁଥିବା ଝିଅ ଲିନା କିନ୍ତୁ ଭୁଲ ପ୍ରମାଣିତ ହୋଇସାରିଥିଲେ କାରଣ ବଡ଼ ନାତି ଭିତରେ ସେ ଭଣଜା ଇମୋଜି ଦେଖୁଥିଲା ତ ବଡ଼ନାତୁଣୀ ଭିତରେ ଆଉ କାହା ଇମୋଜି ଦେଖି କେତେବେଳେ କଣ ବୋଲି ଭାବୁଥିଲା ତାକୁ.
ଯୋଗକୁ ସାବିତ୍ରୀ ଆସିଗଲା. ଏଇ ବୋଉ ଯିଏ ସାବିତ୍ରୀ ଆସିବା ପୂର୍ବରୁ କେତେ ଚଳଚଞ୍ଚଳ ଥିଲା. ବାପାଙ୍କ ହାତରେ ସାବିତ୍ରୀ ଉପକରଣ ସହ ଅଭଡ଼ା ପଠେଇ ଦେଉଥିଲା ଝିଅ ବୋହୁମାନଙ୍କ ପାଇଁ. ପୁଣି ଝିଅ ବୋହୁମାନେ ତା ପାଇଁ ପଠେଇଥିବା ଶାଢ଼ୀ ଚୁଡ଼ି ଦେଖେଇ ହେଉଥିଲା ପଡୋଶୀ ସ୍ତ୍ରୀଲୋକମାନଙ୍କ ଆଗେ କହିକି ଯେ ମୋ ବୋଉ(ଆମ ଆଈ )ସିନା ଚାଲିଗଲା ହେଲେ ଝିଅ ବୋହୁ ମୋ ପାଇଁ ପଠେଇଛନ୍ତି. କେତେବେଳେ କେମିତି ବାପାଙ୍କୁ ଲୁଚି ଲୁଚି ପାଦ ଛୁଇଁବା ବେଳର ଫୋଟୋ ମଧ୍ୟ ଉଠେଇ ତାକୁ ବନ୍ଧେଇ କରି ଦେଇଯାଇଥାନ୍ତି ଝିଅ ବୋହୁମାନେ ଯେ ପଣତରେ ଝଡା ପୋଚ୍ଛା କରୁଥାଏ ଧୂଳି ସେହି ଫଟୋସବୁରୁ. ସତରେ କେଡେ ଚଞ୍ଚଳ ଖୁସିର ଦିନ ତାର ସରିଗଲା!ତା ସହିତ ଆମଠୁ ଭାଗ୍ୟ ଛଡେଇ ନେଲା ବାପା ଡାକ.ଏଇ ସମୟରେ ବୋଉର ବଡ଼ ପାଟି ଶୁଣି ଭାବନା ରାଜ୍ୟରୁ ଫେରି ଲିନା ଧାଇଁଯାଇଥିଲେ ତା ରୁମକୁ ତ ଡ୍ରେସିଂ ଟେବୁଲ ପାଖେ ଠିଆ ହୋଇ ଆଇନା ଦେଖି ବୋଉ ସେହିଭଳି କହୁଥାଏ ଦେଖ ଦେଖ ଝିଅ ସେ କିଏ? ଭୂତ. ନିଶ୍ଚୟ ଭୂତ. ଭୂତ ଇମୋଜି ତା ମୁଣ୍ଡରୁ ବାହାର କରିବାକୁ ଯାଇ ଲିନା କହିଲେ ଏ ପରା ତୁ. ତୋରି ଛବି. ଭୂତ କାହିଁ!ବୋଉ କହୁଥିଲା ନା ନା ଏ ମୋ ଛବି ନୁହେଁ. ହାତରେ ଚୁଡ଼ି ନାହିଁ, ମୁଣ୍ଡରେ କି ସିନ୍ଥିରେ ସିନ୍ଦୁର ନାହିଁ ପୁଣି ଗୋଡ଼ରେ ଝୁଣ୍ଟିଆ ନାହିଁ.ଇଏ କାହିଁକି ମୁଁ ହେବି ମ!ଏହା ପରେ ବୋଉକୁ ଡାକ୍ତର ପାଖକୁ ନେବାକୁ ଆମେ ବାଧ୍ୟ ହୋଇଥିଲୁ. ନିଜେ ନିଜର ପୂର୍ବ ଇମୋଜି ବଦଳରେ ନୂତନ ସଂସ୍କରଣର ଇମୋଜିକୁ ତାକୁ ମାନିନେବାକୁ ହେବ. ଏହି ତ ଏ ସଂସାରର ନିୟମ କହି ଲିନା ସେଦିନ କଇଁ କଇଁ କାନ୍ଦିଲା ବେଳେ ଅନ୍ୟମାନେ ପ୍ରବୋଧନା ଦେଉଥିଲେ.
ଲିନା ଭୁଲିନଥିଲା ଏଇ ସେଇ ବୋଉ ଯିଏ ଯେତେଟା ସନ୍ତାନ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିଦେଇଥାଏ ସମାନ ଭାବେ. ନହେଲେ ପିଲାବେଳେ ଛଅ ଭାଇଭଉଣୀଙ୍କ ପସନ୍ଦ ଜାଣୁଥିବା ବୋଉ ତାଙ୍କର କେମିତି ବାଢିଦିଏ କାହାକୁ ଉଷୁମ ଉଷୁମ ଚାଇଁ ପଖାଳ ସାଙ୍ଗକୁ ପାଗ ପୁଗା ତ କାହାକୁ ଚୁନା ଚୁନା କଟା ଆଳୁ ଭଜା ସହ ଅଣ୍ଡା ଭୁଜିଆ ପୁଣି କାହାକୁ ଗରମ ଭାତ ସାଙ୍ଗକୁ ଚୁଙ୍ଗୁଡ଼ି କାଲିଆ. ଏବେ ସେହି ଛଅ ଭାଇଭଉଣୀ ଙ୍କ ଭିତରୁ ଲିନାଙ୍କର ଏକମାତ୍ର ଝିଅ. ସବୁ ସ୍ନେହ ଶ୍ରଦ୍ଧା ସହିତ ତା ସୁରକ୍ଷା ପାଇଁ ଖୁବ ଚିନ୍ତିତ ମା ଲିନା . ଜନ୍ମ ବେଳେ ଏକୋଇଶିଆରେ କୋଷ୍ଠି ଗଣନା କରି ଜଣେ ନାହାକ କାଳସର୍ପ ଦୋଷ ଅଛି କହିଥିବାରୁ ସେକଥା ଲିନାଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥିଲା ତ କୋଷ୍ଠା ଗଣନା ଚାଲିଥିଲା ବିଭିର୍ନ୍ନ ନାହାକମାନଙ୍କ ପାଖେ. ଜାତକ ଦେଖି କୋଉ ନାହାକ ପାଣିକୁ ଜଗିଥିବେ ତ କିଏ ନିଆଁ କୁ ଜଗିଥିବେ କହୁଥିଲା ବେଳେ କିଏ କହେ ଜଗତଜିତା ହେବ. ଲିନା କିନ୍ତୁ ଡାକୁଥାଆନ୍ତି ମା ଲୋ ମା କାକଟପୁର ମଙ୍ଗଳା ମାଆ ମୋ ଝିଅକୁ ରକ୍ଷା କର ମା. ତତେ ଡାକି ଡାକି କେତେ କଷ୍ଟରେ ମୋର ଏ ଝିଅ. ତାକୁ ବୁଦ୍ଧି, ବିଦ୍ୟା, ଧନ,ଜନ, ଗୋପ, ଲଷ୍ମୀ ଦେବା ସହ ଆୟୁଷ, ଆଶିଷ ଓ ନିରୋଗୀ ରଖ ମା. ପୁଣି ଡାକୁଥାଆନ୍ତି ଵୀରହନୁମାନଙ୍କୁ. ସେହି ଝିଅ ବେବିନା ନିଜେ ପିଲାଦିନୁ ବୀରହନୁମାନ ଙ୍କୁ ଦେଖି ଖୁବ ଖୁସି ହେବା ସଙ୍ଗେ ସଙ୍ଗେ ପଚାରି ବସେ ସେ କେମିତି ଖାଇବେ ଓ କଥା କହିବେ ମାଆ?ତାଙ୍କ ପାଟି କାହିଁକି ଏମିତି ହୋଇଛି? ତୁ ଭୋଗ ବଦଳରେ ଔଷଧ ଆଣିଲୁନି ତାଙ୍କ ପାଇଁ!ଝିଅର ପ୍ରଶ୍ନ ରେ ଲିନା କହନ୍ତି ସେ ପରା ନିଜେ ଠାକୁର ଝିଅ.ସେ ନିଜେ ନିଜର ସବୁ ଅସୁବିଧା ଦୂରେଇ ନିଜ ସୁରକ୍ଷା ନିଜେ କରିପାରିବେ. ପିଲାଦିନେ କିଛି କିଛି ବୁଝୁଥିବା କିଛି କିଛି ବୁଝୁନଥିବା ଝିଅ ଏବେ ଗଭୀର ପାଣି ଭିତରେ ଯୋଗଭ୍ୟାସ କରିବା ଦେଖି ଲିନା ଆଶଙ୍କିତ ହୋଇପଡୁଥିଲା ବେଳେ ଝିଅ କହେ ତୁ ପରା କହୁ ମାଆ ଯେ ଡର କାହାକୁ ଭୟ କାହାକୁ.... ଇଶ୍ୱର ଅଛନ୍ତି ଚଉବାହାକୁ. ତୁ ପରା କହୁଥିଲୁ ଯେ ମୋର ମାଆ କାକଟପୁର ମଙ୍ଗଳା ଓ ବୀରହନୁମାନ ସାହା ବୋଲି. ଝିଅ ବେବିନା କୁ ହଁ ହଁ କହିଦେଇ ଭାବନା ରେ ବୁଡି ଯାଆନ୍ତି ଲିନା .
ଝିଅ ବେବିନା ଜନ୍ମ ହେବା ଦିନର ଘଟଣା ମନେ ଅଛି ଲିନାଙ୍କର . ନର୍ସ ଦିଦି ତାଗିଦା କରି କହି ଗଲେ ପିଲାକୁ ଘୋଡେଇ ରଖି ବସ ଝିଅ. ଏତିକି କହି କହୁଥିଲେ ଏତେ ପିଲା ଆଜି ଏ ୱାର୍ଡ ରେ ଜନ୍ମ ହୋଇଛନ୍ତି. କୋଉ ବେଡ଼ ରେ ଏମିତି ପିଲାଟିଏ ଅଛି କହତ!ପ୍ରଥମ ସନ୍ତାନ ଝିଅ ଜନ୍ମ ହୋଇଛି ବୋଲି ମନ ଟିକେ ନା ଟିକେ କୋଉଠି ଊଣା ଥିଲେ ବି ବୁଝିଗଲା ଲିନା ଙ୍କ ମନ.ଦିଦିଙ୍କ ସେହି କେଇପଦ ଶବ୍ଦ ସମାହାର ବାକ୍ୟଟିରେ ତ ଲିନା ଝିଅକୁ କୋଳକୁ ନେଇ କୋଳେଇ ଆଗ୍ରହରେ କ୍ଷୀର ଦେଉ ଦେଉ ଦେଖିଲେ ପାଖ ବେଡ଼ ରେ ବର୍ଷେ ପାଖା ପାଖି ଝିଅଟିଏ ର ନାକରେ ଅକ୍ସିଜେନ ନଳୀ ଲାଗି ହେଙ୍କା ଉଠୁଥାଏ ଛୁଆଟିର ଓ ପାଖରେ ମାଆ ଟି ବସି କାନ୍ଦୁଥାଏ. ଲିନା ଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ପାଖରେ ଥିବା ତାଙ୍କ ନିଜ ଶାଶୁ ଓ ମାଉସୀ ଶାଶୁ ପରସ୍ପର ଭିତରେ କଥା ହେଉଥାଆନ୍ତି ଯେ ବିବାହର ପନ୍ଦର ବର୍ଷ ପରେ ମାଆ ହୋଇଥିବା ସାନଯାଆ ଘର କାମ କରିବାକୁ ତା ଛୋଟ ଝିଅ ଛାଡ଼ୁନଥିବାରୁ ବଡ଼ଯା ଅର୍ଥାତ ଛୋଟ ଝିଅର ବଡ଼ମାଆ ଛୁଆଟିକୁ ଅଫିମ ଦେଇ ଶୁଆଇବାର ନିର୍ଦ୍ଦେଶ ରେ ସେକଥାଟି ସବୁଦିନିଆ ରୁଟିନ ବା ଅଭ୍ୟାସ ହୋଇଯାଇଥିଲା ଆଉ ସେହି କାରଣରୁ ଏବେ ଛୋଟ ଝିଅର ବାନ୍ତି ଓ ଝାଡା ପୁଣି ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ତ ଡକ୍ଟର କହୁଛନ୍ତି ଭଗବାନଙ୍କୁ ଡାକ. ନିଜେ ଯୋଉ ଭୁଲ କରିଛ ତାକୁ ସୁଧାରିବାକୁ ଆମେ ଅସମର୍ଥ. ତଥାପି ଝିଅଟିର ହେଙ୍କା ଉଠୁଥାଏ ରାତିସାରା ଓ ମାଆଟି ତାର କାନ୍ଦୁ କାନ୍ଦୁ ହଠାତ ହେଙ୍କା ବନ୍ଦ ହୋଇଗଲା ଛୋଟ ଝିଅଟିର ତ କାନ୍ଦ ର ରୋଳରେ ହସ୍ପିଟାଲ ଫାଟି ପଡୁଥିଲା ବେଳେ ଏପଟ ବେଡ଼ ରେ ଲିନା ନିଜ ଝିଅ ଦେହରୁ ମଶା ଉଡାଉ ଉଡାଉ କୋଳରେ ଚାପି ଧରି କାହିଁକି କେଜାଣି କାନ୍ଦିଥିଲେ ଖୁବ. ଆଜି ଝିଅ ଗଭୀର ପାଣି ଭିତରେ ଯୋଗ କରିବା ସେ ସହନ୍ତେ କେମିତି!
ସେଦିନ ଯୋଗ କରୁ କରୁ ଅନେକ ପିଲାଙ୍କ ଭିତରୁ ପୁଅଟିଏ ଗଭୀର ଜଳ ଭିତରେ ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ଆରପୁରକୁ. ଝିଅ ଖୁବ ଡେରିରେ ଘରକୁ ଫେରିଲା ସେଦିନ. ସେଦିନ ରାତିରେ ଲିନା ଶୋଇପାରିନଥିଲେ. ଝିଅ ରୁମକୁ ପଶିଆସିବା ପରେ ଲିନାଙ୍କୁ ଚେଇଁ ଥିବା ଦେଖି ଝିଅ କହୁଥିଲା ତୁ ଏଯାଏଁ ଶୋଇନୁ ମାଆ!ତୁ ମଧ୍ୟ ଶୋଇନୁ ତ!ହଁ ସେଇ ସାଙ୍ଗ ପୁଅଟିର ମୃତ୍ୟୁ ଗଭୀର ଦୁଃଖ ଦେଉଛି ମାଆ. ଲିନା କଇଁ କଇଁ ହୋଇ କାନ୍ଦି ବଢିଲା ଝିଅ ବେବିନାକୁ କୋଳରେ ଧରି ଖୁବ କାନ୍ଦିଥିଲେ ସେ ରାତି ସାରା. କହୁଥିଲେ ପୁଅ ହେଉ ଅବା ଝିଅ, ମାଆ ପାଇଁ ତା ସନ୍ତାନ ସବୁକିଛି. ମାଆ ଲିନା ଙ୍କ କାନ୍ଦ ଓ କଥାରେ କେତେ ଗଭୀରତା ଥିଲା କେଜାଣି ଝିଅ ବେବିନା କିନ୍ତୁ ଏବେ ଆଉ ଗଭୀର ଜଳ ଭିତରେ ଯୋଗାଭ୍ୟାସ ଅଭ୍ୟାସ ଛାଡି ଦେଇଥିଲା. ଦିନେ କିନ୍ତୁ ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରି ମାଆ ସହ ବାପାଙ୍କୁ ଚତ୍ମତକୃତ କରିଦେଇଥିଲା ବେବିନା. ଗଭୀର ଆବେଗରେ ବାପା କହୁଥିଲେ ଝିଅ କାହାର!ସେଇ ଝିଅ ବେବିନାର ଗୋଟେ ଟିକି ଝିଅ ଆଜି.ଝିଅ ହେଉ ଅବା ପୁଅ ସନ୍ତାନଟିଏ ବାପା ଓ ମାଆକୁ ବଡ଼ କହି ଝିଅ ହେଲେ ଯାହାକୁ କୋଳେଇ ନେବ ବୋଲି ଲୀନାଙ୍କ ବୋଉ କହୁଥିଲେ ସେ ଆଜି ବେବିନା ଝିଅକୁ କୋଳରେ ଶୁଆଇ ତେଲ ଘଷିବା ଦୃଶ୍ୟ ସତ କି ଇମୋଜୀ ବୁଝିନପାରି ଲିନା ପୁଣି କାନ୍ଦୁଥିଲେ ତ ବେବିନା ହିଁ ସାନ୍ତ୍ୱନା ଦେଉଥିଲା ମାଆ ଲୀନାଙ୍କୁ.