STORYMIRROR

Sunanda Mohanty

Children Stories Classics Others

4  

Sunanda Mohanty

Children Stories Classics Others

କଳା ଜହ୍ନ

କଳା ଜହ୍ନ

2 mins
1

ଜେଜେମାଆ ସଙ୍ଗେ ଘରକୁ ଫେରୁ ଫେରୁ ମୁନା ଦଉଡିଯାଇ ତା ବୋଉ ଆଗେ କହିଲା ଜାଣିଛୁ ମମି, ମୁଁ ଆଜି ଜେଜେମାଆ ସଙ୍ଗେ କାଳଜହ୍ନ ଦେଖି ଆସିଲି. ବୋଉ କହିଲେ ଆରେ ପୁଅ ଆକାଶରେ ଜହ୍ନ ଖୁବ ତୋଫା. ଠିକ ରୁପା ପରି. ସନ୍ଧ୍ୟା ଗଡିଗଲେ ଜହ୍ନ ରୁପା ଜୋତା ପିନ୍ଧି ଘର, ଗଛ ଓ ଗଛର ପତ୍ର ଓ ଫଳ ଉପରେ ଏମିତି ନଜର ପକାଏ ଯେ ତାଙ୍କ ଦେହରୁ ବାହାରୁଥିବା ରୁପା ଆଲୋକ ବିଛୁରିତ ହୋଇ ସବୁ ରୁପା ହୋଇଯାଏ. ଆଉ ଅମାବାସ୍ୟା ରେ ଜହ୍ନ ଲୁଚିଯାଏ ଯେ କେହି କେହି କବି କହନ୍ତି ଜହ୍ନର ମୁଁହଁ ଏବେ କଳା ପଡିଛି ବୋଲି କାଳଜହ୍ନ ଲୁଚି ଯାଇଛି. ଆଉ ତୁ ଜେଜେମାଆ ସଙ୍ଗେ କୁଆଡେ ଯାଇଥିଲୁ ଯେ ତତେ କାଳଜହ୍ନ ଦିଶିଲେ କହୁଛୁ!
  ଠିକ ସେତିକି ବେଳକୁ ମୁନା ପଛେ ପଛେ ଆସୁ ଆସୁ ପଛରେ ପଡିଯାଇଥିବା ଜେଜେମାଆ କହୁଥିଲେ ଆଲୋ ବୋହୁ ମୁନା ସତ କହୁଛି. ଆଜି ଅମାବାସ୍ୟା ସତ. କିନ୍ତୁ ଆକାଶରେ ନୁହେଁ ବରଂ ଆମେ ମାଆ ନାତି ମନ୍ଦିରରେ କାଳଜହ୍ନ ଦେଖି ଫେରୁଛୁ. ଗହଳି ନଥିଲା ତ ଖୁବ ସୁନ୍ଦର ଦର୍ଶନ ମିଳିଲା ଆମକୁ. ଚକା ଚକା ଆଖିକୁ ନାଲି ଅଧର ଓ ଫୁଲ ଟାହିଆ ରେ କାଳଜହ୍ନ ଝଟକୁ ଥିଲେ. ସେତିକି ବେଳେ ମୁନାକୁ ଦଶ ଅବତାର ବିଷୟରେ କହୁ କହୁ ପହଡ଼ ଖୋଲିଲା ଓ ଖୁବ ସୁନ୍ଦର ଦର୍ଶନ ଲଭି ଜେଜେମାଆ ନାତି ଫେରୁଛୁ. ଏଇ ନେ ଅଭଡ଼ା, ସମସ୍ତେ ମିଶି ଖାଇବା. ମୁନାର ବୋଉ ହାତେ ଜିଭ କାଢି କହୁଥିଲେ ମୁଁ ଆକାଶ ଜହ୍ନ କଥା ଭାବି ଭୁଲ କରିଛି ମାଆ. ଆଲୋ ବୋହୁ କିଛି ଅସୁବିଧା ନାହିଁ. କରି କରାଉଥାଏ ସେହି... ତା ବିନୁ ଅନ୍ୟ ଗତି କାହିଁ!ଲିଲି ଧଡ଼ପଡ଼ ହୋଇ ପ୍ରସାଦ ବଢ଼ାବଢି କରିବାକୁ ଯାଉ ଯାଉ ଜଗନ୍ନାଥଙ୍କୁ ଆଉଥରେ ପ୍ରଣିପାତ କରୁଥିଲେ. ମୁନା ଖୁସି ହୋଇ ବୋଉ ପଛେ ପଛେ ଲେମ୍ବୁ, ଲୁଣ ଗିନା ଆଣି ଆସୁଥିଲା ବାପାଙ୍କୁ ଡାକିବାକୁ ଅଭଡ଼ା ଖାଇବାକୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍