STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ହାତୀ ମୋର ସାଥି

ହାତୀ ମୋର ସାଥି

2 mins
4

ହାତୀଟିଏ ଆଗେଇ ଆସୁଥିବାର ଦେଖି ଗୁଣ୍ଡୁଚିମୂଷା, ଠେକୁଆ ଆଦି ଅନେକ ପ୍ରାଣୀ ଭୟରେ ପଳାୟନ କରିବା ସମୟରେ ବେଙ୍ଗଟିଏ ଗୋଟେ ସାରୁ ବୁଦା ମୂଳେ ଥାଇ ଦେଖୁଥିଲା ହାତୀଟିକୁ ଆପଲକ ନୟନରେ.ହାତୀ ପଲରୁ ବିତାଡିତ ହୋଇ ଅବା ବର୍ଷା, ଖରା, ଶୀତରୁ ରକ୍ଷା ପାଇବା ପାଇଁ ବିସ୍ଥାପିତ ହାତିଟି ସୁରକ୍ଷିତ ଜାଗା ଖୋଜୁଥିଲା କି କଣ କେଜାଣି କିନ୍ତୁ ସେ ବାଟ ଭାଙ୍ଗି ଚାଲିଗଲା ପରେ ବେଙ୍ଗ ନଈକୁ ଡେଇଁ ନିଜ ଘରେ ଏକନିଶ୍ଵାସରେ ପହଁଞ୍ଚି ଯାଇ ଧଇଁସଇଁ ହୋଇଥିଲା ତ ତା ପିଲାଏ ସବୁ ଘେରିଯାଇ ମାଆ ବେଙ୍ଗକୁ କାରଣ ପଚାରିବାରୁ ସେ ହାତୀର ନାମ ନେଇ କହିପାରିନଥିଲେ ମଧ୍ୟ ଗୋଟେ ବଡ଼ ଜନ୍ତୁ ଦେଖିଥିଲା ବୋଲି କହିଥିଲା. ସେ କଣ ତୋ ଠାରୁ ବଡ଼ ମାଆ. ତ ମାଆ ବେଙ୍ଗ ନିଜ ପେଟ ଫୁଲାଇ କହିଥିଲା ଖୁବ ବଡ଼. କେତେ ବଡ଼ କେତେ ବଡ଼ ବୋଲି ପଚାରୁଥାନ୍ତି ପିଲାମାନେ ତ ମାଆ ବେଙ୍ଗ ବୁଝିପାରୁନଥାଏ ଯେ ସେ ଯେତେ ପେଟ ଫୁଲେଇ ଚାଲିଲେ ମଧ୍ୟ ହାତୀ ଶରୀର ସହ ତୁଳନାରେ ଖୁବ କ୍ଷୁଦ୍ର. ପିଲାଙ୍କ ପ୍ରଶ୍ନ ରେ ଥରକୁ ଥର ପେଟ ଫୁଲେଇ, ଶେଷକୁ ମରିଗଲା ମାଆ ବେଙ୍ଗ. ଏ କାହାଣୀ ହୁଏତ କେହି କେହି ଗର୍ବର ଫଳ ତ କେହି କେହି ବାତ୍ସଲ୍ୟ ତ ପୁଣି କେହି କହୁଥିଲା ପାଳକୁ ଛୋଟ.
    କିଛି ଦିନ ପରେ ସେଦିନ ବେଙ୍ଗ ଛୁଆମାନେ ଦେଖିଲେ ଆରପଟ କୂଳରେ ବସି, ବିସ୍ଥାପିତ ହାତୀ ଦୁଇଟି ଜଳକ୍ରୀଡା କରୁଛନ୍ତି. ସେମାନେ ହାତୀ ଦୁଇଟିଙ୍କ ବିଶାଳକାୟ ଶରୀର ଦେଖି ବୁଝିଯାଇଥିଲେ କି ତାଙ୍କ ମାଆ ଏଇ ଜୀବ ବିଷୟରେ କହିବାକୁ ଯାଇ ପେଟ ଫୁଲେଇ ମରିଛି. ସେମାନେ ଜଣଙ୍କ ପରେ ଜଣେ ହାତୀ ଦୁହିଁଙ୍କ ଶୁଣ୍ଢ ରେ ପଶିଯାଇ ଦେଖିଲେ ଏଠାରେ ସେମାନେ ଅଣନିଶ୍ଵାସୀ ହୋଇଯିବେ ତ ହାତୀକୁ ତାଙ୍କ ମାଆର ମୃତ୍ୟୁ କାରଣ ବୋଲି ଭାବି ମାରିବେ କିପରି!ଏଥର ସେମାନେ ବୁଝିଗଲେ କି ହାତୀ ତାଙ୍କ ମାଆକୁ ପ୍ରତ୍ୟେକ୍ଷ ଭାବେ ମାରି ଦୋଷୀ ନୁହେଁ ତେଣୁ ସେମାନେ ଏବେ ପରର ମନ୍ଦ ପାଞ୍ଚି ନିଜେ କଷ୍ଟରେ ଅଣନିଶ୍ଵାସୀ ହୋଇପଡୁଛନ୍ତି. ଏତିକି ବେଳେ ହାତୀ ଦୁଇଟି ଛିଙ୍କି ଦେବାରୁ ବେଙ୍ଗ ଛୁଆଙ୍କ ଜୀବନ ବଞ୍ଚିଗଲା. ସେହି ଦିନ ଠାରୁ ବେଙ୍ଗମାନେ, ବିସ୍ଥାପିତ ହାତୀ ଦୁଇଟିଙ୍କର ବନ୍ଧୁ ହୋଇ ରହିଲେ. କେବେ କାହାର ମନ୍ଦ ପାଞ୍ଚୁନଥିଲେ ଏଣିକି ବେଙ୍ଗ ଛୁଆ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍