STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଡାକିଆ

ଡାକିଆ

4 mins
0

ଡକାଵାଲା ବା ଡାକିଆ ଭାଇଙ୍କ ଅବସର ଆସିଯାଇଥିଲା ତ ସେ ତାଙ୍କ ବର୍ଦ୍ଦି ଓଲ୍ହେଇ ଦେଇଥିଲେ. ତଥାପି ଲୋକେ ତାଙ୍କୁ ଆଜିବି ଡାକିଆ ଭାଇ ବୋଲି ଡାକୁଥିଲେ କିନ୍ତୁ ଚିଠି ପଢ଼ିଦେବାକୁ ଆଉ କେହି ଆସୁନଥିଲେ. ସ୍ତ୍ରୀ ଅନସୂୟା ବୁଝାଇ ଦେଇଥିଲେ ଯେ ଚିଠି ଯୁଗ ସରିଯାଇଛି. ଏଇଟା ଟେଲିଫୋନ ଯୁଗ ତେଣୁ ତୁମର ଅବସର ଆସିଯାଇଛି ମାନେ ଖୁସି ହୁଅ. ଚାକିରୀ ଥିଲେ ତୁମେ ଆଉ ଚିଠି କି ଛୋଟ ଛୋଟ ପାର୍ସଲ ନେଇ ଗାଁକୁ ଗାଁ ଦୁଆର ଦୁଆର ବୁଲି ଚିଠି ଓ ପାର୍ସଲ ଦେଉନଥାନ୍ତ. ଏମିତିରେ ଵି ପାଠ ପଢ଼ା ଜାଣିନଥିବା ଗାଁର ବୁଢା ବୁଢ଼ୀ ତାଙ୍କଠୁ ବହୁଦୂରେ, ରହୁଥିବା ଦୁରଦେଶରୁ ପୁଅ କି ଝିଅ କି କାହା ଚିଠି ସହ ବାଡି଼ବଗିଚାର ତଟକା ପରିବା, ଶାଗ କି ମୁଗ ଧରି ଚିଠି ପଢ଼ିଦେବା ପାଇଁ ଧାଡି ଲଗେଇବା ଦେଖି କଷ୍ଟ ପାଉଥାଆନ୍ତ. ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ. ଡାକିଆବାବୁ ରୂପେ ପରିଚିତ ଦୀପଙ୍କର, ଏଥର ଉଠିଲେ ଓ ସାରୁ ଆଣିବାକୁ ବଜାର ଚାଲିଲେ.ବଜାରରୁ ନିଶ୍ଚୟ ପାଇଯିବି ଭାବି ତିନିଘେରା ବୁଲି ଆସିଲା ପରେ ମଧ୍ୟ କୋଉଠି ମିଳିଲା ନାହିଁ ସାରୁ. ପରିବା ବ୍ୟାଗଟା ଖୋଲି ଘରଣୀ ମୁଁହଁ ଶୁଖେଇ ଦେଲେ ଓ କହିଲେ ସାରୁ ଆଣିନ କି? ଦୀପଙ୍କର କହିଲେ ବଜାର ସାରା ତିନିଘେରା ବୁଲିଲି. ଠାଏ ସାଇକେଲ ଧକ୍କା ଖାଇଲି. ବିଚରା ଆଳୁ ଅଖା ପରିବାଵାଲା ତଳେ ପଡିଗଲା ତ ତା ଆଳୁସବୁ ଗୋଟଉ ଗୋଟଉ ପଚାରିଲି ଭାଇ ବଜାର ସାରା ତିନିଥର ଘୁରି ଆସିଲିଣି ହେଲେ ସାରୁ ପାଉନି. କହିପାରିବ କୋଉ ପରିବା ଦୋକାନରେ ମିଳିବ ସାରୁ!ଆଳୁ ଗୋଟେଇ ଅଖାରେ ବାନ୍ଧି ସାଇକେଲରେ ନଦିବା ଯାଏଁ ବିଚରା ବେପାରୀକୁ ସାହାଯ୍ୟ କଲେ ଠିକଣା ଦୋକାନ ବତେଇଦେବ ଭାବିଲା ବେଳକୁ ସେ କହୁଥିଲା ବାବୁ ଆଳୁ ହେଲା ଆମ ଭଳି ମଧ୍ୟବିତ୍ତ ଓ ଗରୀବ ଲୋକର ମାଂସ, ଆଳୁ ନିଅ ମୋଠାରୁ, ସାରୁ କଣ ମୋ ଆଲୁଠୁ ଭଲ!ଦୋକାନ ନଫିଟେଇବା ପୂର୍ବରୁ ଗୁରୁଜ୍ଞାନ ଦେଲାଣି ଭାବି ପୁଣି ତିନି ଘେରା ବାଜାର ସାରା ଖୋଜିଲେ ମଧ୍ୟ କିଏ କହୁଥିଲା ଏ ବର୍ଷା ପାଗରେ ସାରୁ ପୋଚିଯିବାରୁ ବିକ୍ରୀ ପାଇଁ ଆଣୁନୁ ତ କିଏ କହିଲା ପଚି ଯାଉଛି ସାରୁ ବୋଲି ଆମେ ସାରୁ ବଦଳେ ଆଳୁ ବିକୁଛୁ ଓ କିଣୁଛୁ. ଭାବିଲି ଘରେ ପଶିବା ବେଳେ ଚାଳ ବାଜିଲା ଭଳି ଏକଥା. କାହାକୁ କହିବି ଏଡ଼େ ବଡ଼ ବଜାରରେ ସାରୁ ନାହିଁ.
   ସବୁ ଶୁଣି ସ୍ତ୍ରୀ କହିଲେ କାହାକୁ କହିବ କଣ ଯେ,ତୁମକୁ ସତ ହେଲେ ମତେ ତ ମିଛ ଲାଗୁଛି. ଘାଣ୍ଟ ହେଉ ଅବା ସନ୍ତୁଳା ବା ସାରୁ ଚକଟାର ସ୍ୱାଦ କଣ ଅନ୍ୟ କୋଉ ପରିବା ଦେବ ନା ତରକାରୀ ସ୍ୱାଦିଷ୍ଟ ହେବ!ଏମିତିକି ସାରୁ ଦିଟା ନପଡିଲେ ଚୁଙ୍ଗୁଡ଼ି ଘାଣ୍ଟ କି ଶୁଖୁଆ ଘାଣ୍ଟ କୋଉ ଭଲ ଲାଗେ ଯେ!ସ୍ୱାମୀ ହିସାବରେ ଦୀପଙ୍କର ଏଥର କହିଲେ ମୁଁ ବୁଝୁଛି ସାରୁ ପରି ପରିବା ନାହିଁ. ହେଲେ ତୁମେ ତ ନିଜେ ସାରୁ ପରିବା. ତୁମ ସ୍ନେହ, ମମତା, ସମ୍ମାନ ଓ ଅନୁରାଗ ଢାଳି ଘାଣ୍ଟ କର ଅବା ସନ୍ତୁଳା, ତାହା ଖୁବ ସ୍ୱାଦିଷ୍ଟ. ଭିତରେ ଭିତରେ ମନ ଆନନ୍ଦ ହୋଇଗଲେ ଵି ସ୍ତ୍ରୀ କହୁଥିଲେ ହେଲେ ସାରୁ ଚକଟା ସ୍ୱାଦ ନିଆରା. ସେତେବେଳକୁ ଦୀପଙ୍କର କିନ୍ତୁ ଭାବୁଥିଲେ ଏଥର ବଜାର ଗଲେ ତିନି ଥର କଣ ଦଶ ଥର ଖୋଜିବି ସାରୁ.
     ସେତିକି ବେଳକୁ କେହି ଦୁଆରେ ଡାକୁଥିଲେ ଡାକିଆ ଭାଇ ଘରେ ଅଛ?କବାଟ ଖୋଲି ସ୍ତ୍ରୀ ଅନସୂୟା ଦେଖିଲେ ବୁଢା ମଉସା ଜଣେ କେହି ହାତରେ ବ୍ୟାଗଟିଏ ଧରି ଠିଆ. ଅନସୂୟାଙ୍କୁ ଦେଖି କହିଲେ ମାଆ କେତେ ଥର ତୁମ ଦୁଆରକୁ ଆସିଛି. ପୁଅ ପଠେଇଥିବା ଚିଠି ପଢ଼େଇ ତା ଭଲ ମନ୍ଦ ଜାଣିଛି. ଆଜି ତା ସ୍ତ୍ରୀ କୋଳକୁ ପୁଅଟିଏ ଆସିଛି ତ ନାତିର ନାମ କଣ ଦେବି ବୋଲି ତୁମ ସଙ୍ଗେ ଆଲୋଚନା କରିବାକୁ ଆସିଛି. ଭିତରେ ସବୁ ଶୁଣୁଥିବା ଦୀପଙ୍କର ଘରୁ ବାହାରି ଆସି କହିଲେ କି ଓଲା କିଓ ତୁମେ ମଉସା!ଆଜିକାଲି ଏ. ଆଈ ପରା ସବୁ କହିପାରୁଛି. ଅନସୂୟା କଥା ଛଡେଇ କହିଲେ ହଉ ମଉସା ଭିତରକୁ ଆସନ୍ତୁ, ନାମ କେମିତି କଣ ରଖିବା ଚିନ୍ତା କରିବା.ଏ ଘୋର କାଳିକାଳରେ ଆପଣଙ୍କ ପୁଅ ଏଯାଏଁ ଆପଣଙ୍କୁ ଶ୍ରେଷ୍ଠ ଆସନ ଦେଇ ତା ପୁଅର ନାମ ରଖିବାକୁ କହିଛି ଏହାଠୁ ବଡ଼କଥା ଖାଲି ଆପଣଙ୍କ ପାଇଁ ନୁହେଁ ସମଗ୍ର ସଂସାରକୁ ଏହା ଏକ ଶିକ୍ଷା.
   ଭରଷା ଓ ବିଶ୍ୱାସ ପାଇ ବୁଢା ମଉସା କହିଲେ ହଁ ମାଆ ମୁଁ ମୁରୁଖ ଓଲା ପେଚା ପରି ମଳିମୁଣ୍ଡିଆ ହେଲେ ଵି ସେଇତକ ମୋର ଗର୍ବ. ସେଇଥିପାଇଁ ଡାକିଆ ଭାଇଙ୍କ ପାଖକୁ ଆସିଛି. ସେ ସବୁ ଜାଣନ୍ତି. ଏଥର ନିଜ ଭାବିପ୍ରବଣତା ତଥା ଉତ୍ତେଜନା ଚାପି ରଖି ଦୀପଙ୍କର କହିଲେ ଆଛା ଏଥର କୁହନ୍ତୁ ମଉସା ଆପଣ କେମିତି ନାମ ଚାଁହୁଛନ୍ତି? ଅନସୂୟା ଦେଇଥିବା ଚା ଦି ଢ଼ୋକ ମାରି ବୁଢା ମଉସା କହିଲେ ଭଗବାନଙ୍କ ନାମ ହୋଇଥିବ ଓ ଆଧୁନିକ ତେଣୁ ଗଣେଷ, କାର୍ତ୍ତିକ, ରବି କି ସୂର୍ଯ୍ୟ ନାମଗୁଡିକ ବୁଢ଼ୀମାଉସୀ ମନକୁ ପାଉନି ପରା ବାବୁ. ସେଇଥିପାଇଁ ଦଉଡି ଆସିଛି ଆପଣଙ୍କ କତି କି. ଏଥର ଦୀପଙ୍କର ପଚାରିଲେ ଆଛା ମଉସା ଆପଣ କୋଉ ଠାକୁରଙ୍କୁ ବିଶ୍ୱାସ କରି ନିଶ୍ଵାସ ମାରନ୍ତି କହିଲେ. ମଉସା ଚଟାପଟ କହିଲେ ଶିବ ଠାକୁରଙ୍କୁ ତ ଦୀପଙ୍କର କହିଲେ ତେବେ ଓଁ, ନମଃ, ଶିବା ଭିତରୁ କିଛି ଡାକ ନାମ ରଖି ଶିବାୟ ବୋଲି ଭଲ ନାମ ରଖିଲେ ନାତିର ଚଳିବ. ମଉସା ଖୁସିଟେ ହୋଇ ଉଠିଲେ ଓ ବ୍ୟାଗରେ ଆଣିଥିବା ପୁଆ ସାରୁତକ ଅନସୂୟାଙ୍କ ହାତକୁ ବଢ଼େଇ କହିଲେ ଏଭଳି ନାମ ବାଛିବା ଲୋକ ଏ ସାତଖଣ୍ଡ ଗାଁରେ ଡାକିଆ ଭାଇ ଛଡା ଆଉ କିଏ ହେବ କହି ଅଦୃଶ୍ୟ ମହାଦେବଙ୍କ ଉଦେଶ୍ୟରେ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ସନ୍ତୁଷ୍ଟରେ ଫେରିଗଲା ପରେ ଦୀପଙ୍କର କହୁଥିଲେ ତୁମେ କେମିତି ଜାଣିଲ ତାଙ୍କ ବ୍ୟାଗରେ ସାରୁ ତ ସାରୁ ପୁଣି ପୁଆ ସାରୁ ଅଛି!ଆଜି ଜମିଲା ସନ୍ତୁଳା ଜାଣ. ଅନସୂୟା ହସି ହସି କହୁଥିଲେ ଓଲା ପେଚା ପରି ନହୋଇ କି ଓଲା ଗଧ ପରି ନହୋଇ ଆଖି, କାନ, ନାକ ବୁଲେଇ ଏ ସ୍ତ୍ରୀ ଜାତିଟା ପରା ଭାରି ବୁଦ୍ଧିମତୀ ବୋଲି ତୁମେ ଅନେକ ଥର କହିଛ. ହଉ ହଉ ମତେ କିନ୍ତୁ ସେ ଓଲା ପେଚା ଓ ଓଲା ଗଧ ଉପାଖ୍ୟାନ ଶୁଣେଇବ ନିଶ୍ଚୟ କହୁଥିଲେ ଦୀପଙ୍କର ତ ଅନସୂୟା କହୁଥିଲେ ବାଢିଲିଣି ଆଗ ଖାଅ, ସେକଥା ଆଉ କେବେ.
,,,,,,,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy