STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଜୀବନର ଦୁଇପାଖ

ଜୀବନର ଦୁଇପାଖ

3 mins
5

ଜୀବନର ଦୁଇପାଖରୁ ଗୋଟେ ପାଖ ଆଲୁଅ ହେଲେ ଆରପାଖ ଅନ୍ଧାର ଥାଏ. ଜୀବନରେ ଆସୁଥିବା ଅନେକ ଅନ୍ଧାରକୁ ଯେମିତିକି ବ୍ୟକ୍ତିଗତ ଦୁଃଖ, କଷ୍ଟ, ରୋଗ, ଋଣ, ଯନ୍ତ୍ରଣା ସବୁ ସହିତ ସାମୁହିକ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ସବୁକୁ କାଟିବାକୁ ଶ୍ରାବଣୀ ସବୁଦିନ ଠାକୁର ଘରେ ଦୀପ ଜାଳନ୍ତି. ଦୀପର ଆଲୋକ ଶିଖାରେ ଜୀବନର ସମସ୍ତ ଅନ୍ଧକାର ରୂପୀ କ୍ଳେଶ ଚାଲିଯାଇ ପଥ ଓ ପାଥେୟ କଣ୍ଟକ ବିହୀନ ହେବ ଭଗବାନଙ୍କ ଦୟାରୁ ବୋଲି ବିଶ୍ୱାସ ଶ୍ରାବଣୀଙ୍କର ତ ସକାଳ ପୂଜା ସାରି ସେ ଦୀପରେ ସଳିତା ଓ ଘିଅ ଢାଳି ଜାଳନ୍ତି ଦୀପ ଓ ଠାକୁର ଘରଠୁ ଆରମ୍ଭ କରି ସାରା ଘରର ପରିବେଶକୁ ଆଲୋକିତ କରୁଥାନ୍ତି. ସକାଳୁ ଭୋର ଭୋର ନିଦ ଭାଙ୍ଗିଯାଏ ସେଇଥିପାଇଁ ଶ୍ରାବଣୀଙ୍କର ସବୁଦିନ ଯେ କାଳେ ତାଙ୍କ ଅଖଣ୍ଡ ଦୀପ ଲିଭିଯାଇଥିବ କି! ଆବେଗରେ ସେ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଦୀପରେ ସରିଆସୁଥିବା ସଳିତା ପକେଇ ଘିଅ ଢାଳି ବତୀ ତେଜନ୍ତି. ଦିନେ ଦିନେ କିନ୍ତୁ ଏଇ ସକାଳେ ପକେଇଥିବା ସଳିତାକୁ ମୂଷା ଭିଡି ନେଇଯାଇଥାଏ ତ କେବେ ଦୀପ ଓଲଟାଇ ଘିଅ ଢାଳିବା ସହ ଦୀପ ଲିଭିଯାଇଥିବା ଦେଖି ଶ୍ରାବଣୀଙ୍କ ମନରେ ଡର ପଶେ. ପୁଅ ଝିଅ ଜୋଇଁ ବୋହୁ ତାଙ୍କ ନାତି ଦୁଇଟି ଓ ନାତୁଣୀଟିଏ ସହ ଦୂରରେ ଭଲ ଥାଆନ୍ତୁ ପ୍ରଭୁ ବୋଲି କାମନା କରୁଥାନ୍ତି. ପୁଣି ଦୀପ ଜାଳି ମନ ଓ ହୃଦୟକୁ ଆଲୋକିତ କରୁଥାନ୍ତି ଓ ତା ସହିତ ପିଲାମାନଙ୍କର ଶୁଭ ମନାସୁଥାଆନ୍ତି.
   ପୂଜା ଛୁଟିରେ ପୁଅ, ବୋହୁ ଓ ଟିକି ନାତି ବାବା କଲିକତାରୁ ଆସିଥାଆନ୍ତି. କୋରାପୁଟରୁ ମଧ୍ୟ ଝିଅ, ଜୋଇଁ,ନାତୁଣୀ ଓ ଟିକି ନାତି ପହଞ୍ଚିଗଲେ. ତାଙ୍କ ଭିତରେ ନାତୁଣୀଟି ଟିକେ ଠେକ କାରଣ ପୁଅର ପୁଅ ବାବା ପ୍ଲେ ସ୍କୁଲ ଯାଉଥିବା ବେଳେ ଝିଅର ଝିଅ ଡୁଗୁ କ୍ଲାସ ୱାନରେ ପଢୁଥିଲା ଓ ତା ଟିକି ଭାଇ ଏଇ ଏଇ ପେଟଉଥିଲା. ନାତୁଣୀ ଡୁଗୁ ଭାଇ ବାବା ସଙ୍ଗେ ସାଙ୍ଗ ହୋଇ ଖେଳିଲା ବେଳେ ଶୁଣିଥିଲା ଆଈ ଅଜାଙ୍କୁ ମୂଷାମରା ଔଷଧ ଆଣି ଦେବାକୁ ବରାଦ କରୁଛନ୍ତି ତ ସେଦିନ ତା ଆଖିକୁ ନିଦ ନଥିଲା. ଅଜା ମୂଷା ମରା ଔଷଧ କିଣି ଆଣି ପ୍ୟାକେଟଟିକୁ ଆଈ ହାତକୁ ଦେଲେ ତ ଆଈ ଖୁସି ହୋଇ କହୁଥିଲେ ଏଥର ଆଉ କୁଆଡେ ଯିବୁ ତୁ ମୂଷା ରହ!ମୋ ଦୀପରୁ ବଳିତା କାଢି ଲିଭେଇବା ଫଳ ଆଜି ପାଇବୁ. ମରିବୁ ଆଜି ତୁ ରହ କହି ଠାକୁର ଘରେ ମୂଷାମରା ପ୍ୟାକେଟ ଥୋଇ ପିଲାମାନଙ୍କ ପାଇଁ ବୋହୁ ଝିଅ ଙ୍କ ସଙ୍ଗେ ମିଶି କେତେ କଣ ଖାଇବା ଜିନିଷ ତିଆରି କରୁ କରୁ ଡୁଗୁର ନିର୍ଦ୍ଦେଶରେ ବାବା ଠାକୁର ଘରେ ପଶି ମୂଷାମରା ଔଷଧ ପ୍ୟାକେଟ ଆଣି ଡୁଗୁ ଅପା ହାତକୁ ଦେଲା ପରେ ଦୁଇଭାଇ ଭଉଣୀ ପୁରୀ କ୍ଷୀରି ଖାଇ ଶୋଇଗଲେ.
   ସକାଳୁ ଆଈଙ୍କ ବହୁନାରେ ସମସ୍ତେ ଉଠିଲେ. ଆଈ କହୁଥିଲେ ମୁଁ ଏତେ ଭୁଲମନ ଯେ ମୂଷାମରା ଔଷଧ କୋଉଠି ରଖିଲି ଖୋଜି ଖୋଜି ପାଉନି. ଝିଅ କହୁଥିଲା ହଉ ମୁଁ ଖୋଜିଦେବି ତ ବୋହୁ କହୁଥିଲା ଦୀପ ତ ସୁନ୍ଦର ଜଳୁଛି ମାଆ. ମୂଷା ବିଷ ଦିଆଯିବ କଥା ଶୁଣିଦେଇ ଦୀପର କିଛି କ୍ଷତି କରିନି ତ ଆଉ ମୂଷାମରା ଔଷଧ କି ଦରକାର! ତ ଆଈ କହିଲେ ସେଇଥି ପାଇଁ ପା ବ୍ୟସ୍ତ ହେଉଛି. ପିଲା ଦିଟା ଘରେ. ପୁଣି ଛୋଟ ପିଲା. ମୂଷାମରା ଔଷଧ ଗଲା କୁଆଡେ!ବାବା କହିଥିଲା ସତ. ଡୁଗୁ ଆଣି ମୂଷାମରା ଔଷଧ ପ୍ୟାକେଟ ଆଈଙ୍କ ହାତରେ ଦେଲାପରେ କହୁଥିଲା ମୂଷାକୁ ତୁମେ କାଳେ ବିଷ ଦେଇ ମାରିଦେବ ବୋଲି ଆମେ ଲୁଚେଇ ରଖିଦେଇଥିଲୁ ଆଈ ବୋଲି ଡୁଗୁ କହୁଥିଲା ବେଳେ ଅଜା କହୁଥିଲେ ଦେଖ ଦେଖ ମୂଷାଙ୍କୁ ମାରିନ ବୋଲି ଦୀପ ଭିତରେ ଗଣେଷ ପ୍ରକଟ ହୋଇଛନ୍ତି. ପୁଅ ଜୋଇଁ ମଧ୍ୟ ଉଠିଆସିଥିଲେ ଦେଖିବାକୁ. ପ୍ରକୃତରେ ବଳିତାର ଅଂଶ ବିଶେଷ ଫୁଲ ପରି ନିଆଁ ଝୁଲରେ ଗଜାନନଙ୍କ ଶୁଣ୍ଢ ଆକୃତି ର ରୂପ. ପୁରା ଏକଦନ୍ତ ଗଜାନନ. ଆଈ ଶାନ୍ତ ପଡିଯାଇଥିଲେ ଓ ଡୁଗୁ ସହ ବାବା ତାଳି ମାରୁଥିଲା ବେଳେ ସେପଟ ବାରଣ୍ଡାରେ ଅଜାଙ୍କ ସଙ୍ଗେ ପୁଅ ଓ ଜୋଇଁ ଦୁର୍ଗାପୂଜା ପାଇଁ ସଜାଡୁଥିଲେ ତୋରଣ ଓ ମଣ୍ଡପ ଇତ୍ୟାଦି.ଦୁର୍ଗାଦେବୀଙ୍କ ବିସର୍ଜ୍ଜନ ଦିନ ଆଈ ପୁଣି ବହୁନା ପକାଉଥିଲେ ତ ଡୁଗୁ ଓ ବାବା ଏକଦମ ଚୁପ ହେଇଯିବା ବେଳେ ଟିକି ନାତି ପେଟାଉ ପେଟାଉ ଆଣ୍ଠେଇ ପଡିଥିଲା.ଦୀପର ଆଲୋକରେ ସତେ ଯେମିତି ଆଶୀର୍ବାଦ ଝରୁଥିଲା.
   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract