ଢଗଢ଼ମାଳି
ଢଗଢ଼ମାଳି
1 min
3
ଆକାଶରେ ଗୋଠେ ଗାଈ... ରାତି ପାହିଲେ ଗୋଟେ ନାହିଁ, ଏହାର ଅର୍ଥ କଣ ଜେଜେମାଆ ପଚାରୁଥିଲା ବୁବୁ ତ ଜେଜେମାଆ କହିଲେ ତୁ କଣ ଭାବୁଛୁ କହ ଆଗେ ତ ବୁବୁ କହିଲା ଦୁର୍ଗା ପୂଜା ଦଶ ଦିନ ରାତିରେ ମଣ୍ଡପ ଗୁଡିକ ଝଲସି ଉଠୁଥିଲା. ବାଣ ରୋଷଣୀ ବାଜୁଥିଲା. କେତେ ନେଳି ନାଲି ଓ ରଙ୍ଗ ବେରଙ୍ଗ ଲିଚୁ ଭିତରେ ଦୁର୍ଗାମାଆଙ୍କ ତୋରଣ ଗୁଡିକ ଆମ ସହରରେ ରାତିରେ କେଡେ ସୁନ୍ଦର ଦିଶୁଥିଲା କିନ୍ତୁ ଭସାଣୀ ପରେ ଆଉ ମେଢ଼ ନାହିଁ କି ନାହିଁ ଭଳି ଭଳି ତୋରଣ କି ଲାଇଟ. ସେଇଥିପାଇଁ ସାଙ୍ଗମାନେ ଆକାଶରେ ଗୋଠେ ଗାଈ... ରାତି ପାହିଲେ ଗୋଟେ ନାହିଁ ର ଅର୍ଥ ପଚାରିଲାରୁ ମୋ ଉତ୍ତର ଭୁଲ ଥିଲା.
ଜେଜେମାଆ କିଛି କ୍ଷଣ ନୀରବ ରହିବା ପରେ ଦିନ ଆକାଶକୁ ଚାହିଁ କାନ୍ଦୁଥିଲେ ତ ବୁବୁ କହୁଥିଲା କାନ୍ଦନି ଜେଜେମାଆ ପ୍ରତିବର୍ଷ ଏମିତି ଦୁର୍ଗା ମାଆ ଆସିବେ ଓ ଯିବେ କିନ୍ତୁ ମଣିଷମାନେ ମାଆଙ୍କୁ କରିଥିବା ରଙ୍ଗ ବିନା କେମିକାଲ ହେବା ଉଚିତ ନଚେତ ଜଳ ପ୍ରଦୂଷଣ ହୋଇ ମାଛ ଓ ଜଳଚର ଜୀବ ସବୁ ମରୁଛନ୍ତି. ପୁଣି ଏତେ ସୁନ୍ଦର ସୁନ୍ଦର ମାଆଙ୍କ ମୂର୍ତ୍ତି ସବୁକୁ ପାଣିରେ ଭସାଇ ରୋଷଣୀ କରିବା ଫଳରେ ମନ ଦୁଃଖ ହେଉଛି. ବୁବୁ କଥା ଶୁଣି ଜେଜେମାଆ ଆହୁରି କାନ୍ଦି କାନ୍ଦି କହୁଥିଲେ ତୋ ଜେଜେଙ୍କ ଭଳି ଅନେକ ତାରା ସନ୍ଧ୍ୟା ଆକାଶକୁ ଗୋଠେ ଗାଈ ପରି ଆସନ୍ତି କିନ୍ତୁ ସକାଳକୁ ଲୁଚିଯାଇଥାନ୍ତି. ବୁବୁ ବୁଝିଗଲା କିଛି କିଛି ଜେଜେମାଆ ଓ ତାଙ୍କ କାନ୍ଦିବା ରହସ୍ୟ ପୁଣି ଜାଣିଗଲା ସେ ପଚାରିଥିବା ପ୍ରଶ୍ନର ଉତ୍ତର.
