STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ଗୋମାତା 

ଗୋମାତା 

3 mins
1


ଗାଈଟିଏ ଦେଖି ଅଟକି ଗଲା ଦାସ ବାବୁଙ୍କ ବାଇକ. ଗାଈଙ୍କୁ ସେ ବହୁତ ଭଲ ପାଆନ୍ତି ପୁଣି ଗୋମାତାଙ୍କୁ ଦ୍ୱିତୀୟ ମାତା ଭାବି ପୂଜା କରନ୍ତି ତ ଗୋଠ ବାହୁଡା଼ ବେଳେ ଛୁଆ ସହ ରହିଯାଇଥିବା ଗାଈଟିକୁ ଏତେ ରାତିରେ ଏଠି ଛାଡ଼ିଦେଇ ଯିବା ଉଚିତ ମଣିଲେ ନାହିଁ ଦାସ ବାବୁ ତ ହେଲ୍ପ ଲାଇନ ନମ୍ବର ଲଗେଇବାରୁ ଦମକଳ ବାହିନୀ ପହଁଞ୍ଚିଗଲେ ହେଲେ ଗାଈ କାହିଁ!ରାତି ଦଶ ବାଜିଲାଣି. ପୁଣି ଘାଟି ରାସ୍ତା.ଏ ସମୟରେ ଗାଈ ଓ ତା ଛୁଆକୁ ନିଜ ଆଖିରେ ଦେଖିଥିବା ଦାସ ବାବୁ ମିଛୁଆ ହେବାକୁ ଚାଁହୁଁନଥିଲେ ତ ଇଲେକ୍ଟ୍ରି ଖୁଣ୍ଟି ସେପଟକୁ ଯାଇ ଯାହା ଦେଖିଲେ ସ୍ତବ୍ଧ ହୋଇଗଲେ. ତାଙ୍କ ପଛେ ପଛେ ସହାୟତା ବାହିନୀର କର୍ମଚାରୀ ପହଁଞ୍ଚି ନାକରେ ହାତ ଦେଉଥିଲେ. ମାରିପଡ଼ିଥିବା ଗାଈ ଓ ବାଛୁରୀ ପାଇଁ ଏତେ ରାତିରେ ନିଜେ ଘରକୁ ନଯାଇ ପୁଣି ଆମକୁ ଡାକି ଗୋଟେ ପାଲା ଚଳେଇଛନ୍ତି ବୋଲି ମନ୍ତବ୍ୟ ଦେବାକୁ ଵି ପଛେଇଲେନି ତ ନିରୁପାୟ ଦାସ ବାବୁଙ୍କ କାନରେ ଗୁଞ୍ଜରିତ ହେଉଥିଲା ସେଇ ଗୀତ ମନ ବୁଝିଗଲେ ଆଖି ବୁଝେନା... ଆଖି ବୁଝିଗଲେ ମନ ବୁଝେନା . ହେଲେ ନିଜ ଆଖିକୁ ବିଶ୍ୱାସ କରିବେ ନା ମନକୁ ଭାବୁ ଭାବୁ ବାଇକ ଷ୍ଟାର୍ଟ କରି ଆଗକୁ ବଢୁଥିଲା ବେଳେ ପଛରୁ ଗାଈଟିର ବିକଳ ହମା ହମା ରଡି ଶୁଭୁଥିଲା.
    ତା ପରଦିନ ରବିବାର.ଅଫିସ ଛୁଟି ଥିଲେ ମଧ୍ୟ ଦାସ ବାବୁ ବାଇକ ନେଇ ବାହାରିବା ଦେଖି ସ୍ତ୍ରୀ ଯେତିକି ଆଶ୍ଚର୍ଯ୍ୟ ନହୋଇଥିଲେ ଗତକାଲି ରାତିର ସେଇ ଇଲେକ୍ଟ୍ରି ଖୁଣ୍ଟି ପାଖେ ଗାଈ ବାଛୁରୀଙ୍କ କଙ୍କାଳ ନପାଇ ଆହୁରି ବ୍ୟସ୍ତ ବିବ୍ରତ ହେଲା ବେଳେ ଟିକେ ଦୂରରେ ଗାଈଆଳ ଯୁବକକୁ ଦେଖି ସବୁ ସତ କହିଥିଲେ ଦାସବାବୁ ତ ସେହି ଯୁବକ ରାମୁ କହିଥିଲେ ମତେ ସତ ତୁମକୁ ମିଛ ବାବୁ ଏଇ ପନ୍ଦର ଦିନ ତଳେ ଝଡ଼ ବର୍ଷାରେ  ଇଲେକ୍ଟ୍ରି ଖୁଣ୍ଟି ପାଖେ ଚଡ଼ଚଡି ମାରି ଗାଈଟିଏ ଓ ତାର ଛୁଆ ବାଛୁରୀ ମରିବା ପରଠାରୁ ସବୁଦିନ ମୋ ସ୍ବପ୍ନରେ ଆସି ମତେ ଘାସ ମାଗୁଛି. ଆମ ଗାଁ ଦିଶାରି ଗୁରୁବାବାଙ୍କୁ ପଚାରିବାରୁ ଗାଈଟି ମୋ ହାତରୁ ଘାସ ଓ କୁଣ୍ଡା ତୋରାଣୀ ଖାଇବାକୁ ଚାହୁଁଛି କହିଥିଲେ ହେଲେ ସେ କଣ ମଣିଷ ହେଇଛି ଯେ ତା ଆତ୍ମା ଶାନ୍ତି କରିବାକୁ ମୁଁ କୋଉ ବ୍ରାହ୍ମଣଙ୍କୁ ଖାଦ୍ୟ ଦେଇ ଆତ୍ମା ଶାନ୍ତି କରିବି!ରାମୁ କଥା ଶୁଣି ଦାସ ବାବୁ କୋଉ ସ୍ଥାନରେ ଗାଈ ବାଛୁରୀ ମରିଥିଲେ ଦେଖେଇଦେବାକୁ ରାମୁକୁ କହିବାରୁ ସେ ସେଇ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରି ଖୁଣ୍ଟି ପଛ ପାଖକୁ ନେଇଯାଇଥିଲା ଦାସବାବୁଙ୍କୁ ତ ଦାସ ବାବୁ ଏଥର କହିଥିଲେ ମଣିଷ ପରି ଗାଈ ବା ଗୋମାତାଙ୍କର ମଧ୍ୟ ଆତ୍ମା ଥାଏ ରାମୁ. କାଲି ରାତିରେ ମୁଁ ସେ ଗାଈ ଓ ତା ଛୁଆକୁ ସ୍ୱଚକ୍ଷୁରେ ଏଠି ଦେଖିଛି କହି ସବୁକଥା କହିବା ପରେ ରାମୁ କହିଥିଲା ତେବେ କଣ କରିବାକୁ ହେବ କୁହନ୍ତୁ ତ ଦାସ ବାବୁ ଆସନ୍ତା ଦୀପାବଳି ଦିନ ପୟା ଶ୍ରାଦ୍ଧରେ ତୁମକୁ ଗାଈ ବାଛୁରୀଙ୍କୁ ଶ୍ରାଦ୍ଧରେ ତାଙ୍କ ପସନ୍ଦର ଖାଦ୍ୟ ଦେବାକୁ ପଡିବ କହି ଫେରିଥିଲେ .
    ବ୍ରାହ୍ମଣଙ୍କୁ ପଚାରି ଆଲୋକର ପର୍ବ ଦୀପାବଳି ଦିନ ଦାସ ବାବୁ ସବୁ ଯୋଗାଡ଼ କରିଥିଲେ.ରାମୁ ମଧ୍ୟ ଠିକ ସମୟରେ ପହଁଞ୍ଚି ବ୍ରାହ୍ମଣଙ୍କ ନିର୍ଦ୍ଦେଶରେ ସବୁ କରିଥିଲେ ଓ ଚାନ୍ଦ ଗାଈକୁ ସେ ଖୁବ ଭଲ ପାଇ ତାକୁ ଓ ତା କାଳୀ ବାଛୁରୀକୁ କଅଁଳ ଘାସ ଖାଇବାକୁ ଦେଉଥିଲେ ବୋଲି ସ୍ୱୀକାର କରିବା ସହ ତା ସ୍ୱପ୍ନରେ ଦେଖାଦେଇ ତା ଆତ୍ମା ଖାଦ୍ୟ ମାଗୁଥିଲା ବୋଲି ମୁଁ ମାନିନେଉଥିଲା ରାମୁ. ଦାସବାବୁ କିନ୍ତୁ କାହିଁକି ଦେଖାଦେଲା ବୋଲି ରାମୁ ବୁଝିପାରୁନଥିବା ବେଳେ ଦାସବାବୁ ବୁଝେଇଦେଇଥିଲେ ଏମିତିରେ ସେ ଖୁବ ଗୋମାତା ପ୍ରିୟ ଏବଂ ଚାନ୍ଦ ନାମ୍ନୀ ଗାଈ ଓ ତା ବାଛୁରୀକୁ ସେ ଏଇ କିଛି ମାସ ତଳେ ବିକିଥିଲେ ଓ ଚାନ୍ଦ ଯିବା ପରେ ତାକୁ ଫେରାଇ ଆଣିବାକୁ ସେ ଖରିଦ କରି ନେଇଥିବା ଲୋକକୁ କେତେ ଖୋଜିଲେ ଵି ପାଇନଥିଲେ. ସେ ମଧ୍ୟ କଅଁଳ ଘାସ ଖାଇବାକୁ ଖୁବ ଭଲ ପାଉଥିଲା. ମୋ ସମୟ ଅଭାବରୁ ମୁଁ ତାକୁ କଅଁଳ ଘାସ କାଟି ଆଣି ଦେଇପାରୁନଥିବାରୁ ବିକି ଦେଇଥିଲି ବୋଲି କହୁଥିଲେ ଦାସବାବୁ . ରାମୁ ଚମକି ପଡି କହିଥିଲା ତେବେ ଏ ଗାଈ ହିଁ ଆପଣଙ୍କ ଗାଈ ଚାନ୍ଦ. ତାର କାରଣ ତା ମାଲିକ ତାକୁ କିଣି ଆଣିବା ପରେ ସେହି ଏକା ନାମରେ ଡାକୁଥିଲା ଓ କଅଁଳ ଘାସ ତୋଳି ତାକୁ ଓ ତା ଛୁଆକୁ ଖାଇବାକୁ ଦେବାକୁ ମତେ ଅଧିକା ପଇସା ମଧ୍ୟ ଦେଉଥିଲା. ଏସବୁ ରାମୁଠୁ ଶୁଣି ଦାସବାବୁଙ୍କ ଦୁଇଆଖିରୁ ଟୋପା ଟୋପା ଲୁହ ଝରି ପଡୁଥିବା ବେଳେ ବ୍ରାହ୍ମଣ ନନା କହୁଥିଲେ ଏସବୁ ଏକ ସଂଯୋଗ ଆଜ୍ଞା. ଯା ହେଉ ଗାଈ ବାଛୁରୀଙ୍କ ଆତ୍ମା ଶାନ୍ତି ପାଇଗଲା. ଏ ଭିତରେ ସେଇ ବାଟ ଦେଇ ଦାସ ବାବୁ ଘରକୁ ଫେରିବା ବେଳେ ସେଇ ଇଲେକ୍ଟ୍ରି ଖୁଣ୍ଟି ପାଖେ ଠିଆ ହୋଇ ଚାନ୍ଦ ବୋଲି ଡାକିଲେ କିଏ ଯେମିତି ଉତ୍ତର ଦେଉଥିଲା ଦୂରରୁ ହମା... ହମା ବୋଲି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy