STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଯୋଗ୍ୟ ବାପା

ଯୋଗ୍ୟ ବାପା

2 mins
0

ବୃଦ୍ଧାଶ୍ରମରେ ସମସ୍ତେ କହନ୍ତି ମୁଣ୍ଡର ଝାଳ ତୁଣ୍ଡରେ ମାରି ପୁଅ ଝିଅଙ୍କୁ ମଣିଷ ପରି ମଣିଷ କଲୁ ହେଲେ ସେଇ ପୁଅ ଝିଅ ପ୍ରକୃତରେ ମଣିଷ ହେଲେନି ଅମଣିଷ ବାହାରିଲେ. ପୁଅ ସ୍ତ୍ରୀ ଓ ଶଶୁରଘରର ହୋଇଗଲା ବେଳେ ଝିଅ କହିଲା ତୁମେ ନିଜେ ଶିଖେଇଛ ଯେ ଶାଶୁ ଓ ଶଶୁର ତୋର ପ୍ରଥମ କର୍ତ୍ତବ୍ୟ.ଆଉ ଏବେ ସେମାନଙ୍କ କଥା ବୁଝିବି ନା ତୁମ କଥା ବୁଝିବି ବାପା! ଏମିତି ସବୁ କେତେ କାହାଣୀ କହି ବୃଦ୍ଧ ବୃଦ୍ଧାମାନେ ମାନସିକ ଚାପ ବଢ଼େଇ ଚାଲିଥିଲା ବେଳେ ନରହରି ବାବୁ କହନ୍ତି ମୁଁ କିନ୍ତୁ ଜଣେ ଭଲ ବାପା ନଥିଲି. ପିଲାଦିନେ ପୁଅ ଖରାବେଳେ ନଶୋଇ ଡ଼ଇଁ ଡ଼ଇଁ ବୁଲୁଥିଲା ତ ଦିନେ ଆମ୍ଭ ଗଛରେ ଚଢି ଶୁଆ ଧରୁ ଧରୁ ତଳେ ପଡି ଲହୁ ଲୁହାଣ ହେଲା ବୋଲି ବୋଉକୁ ତାର କହିଥିଲି ପୁଅ ଗୋଡ଼ରେ ଦଉଡି ବାନ୍ଧି ଖରାବେଳେ ତା ପାଖରେ ଶୁଅ.
    ମାଆ ପୁଅକୁ ନିଜ ଗୋଡ଼ରେ ଦଉଡି ବାନ୍ଧି ତା ଗୋଡ ସହ ଛନ୍ଦି ଖରାବେଳେ ଶୋଉ ଶୋଉ ଦିନେ ବେକରେ ଦଉଡି ଦେଇ ଆମ୍ବ ଗଛରେ ଝୁଲି ପଡ଼ିବାର କାରଣ ଖୋଜି ନପାଇ ପୁଅ ଆଖିରେ ଖରାପ ବାପା ହେବା ସହ ଦୋଷୀ ହୋଇଗଲି. ମୋର ଦୋଷ ଥିଲା ସ୍ତ୍ରୀଙ୍କୁ ଗୁଡ଼ାଖୁ ଓ ନାଶ ନଶୁଙ୍ଘିବାକୁ କହୁଥିଲି ତ ଖରାବେଳେ ପୁଅ ପାଖେ ପାଦ କୁ ପାଦରେ ଦଉଡି ବାନ୍ଧି ଶୁଆଇବା ଅଭ୍ୟାସରେ ଏକା ସଙ୍ଗେ ଦୁଇଟି ଚଢ଼େଇ ଶୀକାର କରିବି ଭାବୁ ଭାବୁ ମାଆ ମରିବାରେ ତା ଦଶାହ କାମ କରୁ କରୁ ପୁଅ ଦୋଷ ଦେଉଥିଲା ମାଆ ଟା ଥିଲା ବୋଲି ଘଡିଏ ଶୋଇପାରୁଥିଲି. ଆଉ ସେତେବେଳକୁ କାଶି କାଶି ନୟାନ୍ତ ହେଉଥିଲି ଯେ ପୁଅ ଔଷଧ କିଣିବା ପରିବର୍ତ୍ତେ ନାଶ ଶୁଙ୍ଘିବାକୁ ପରାମର୍ଶ ଦେଉଥିଲା ତ ତା କଥା ନମାନି ପରବର୍ତ୍ତୀ ସମୟରେ ମୁଁ ଖରାପ ବାପା ହୋଇସାରିଥିଲି ତ ରୁଟିନରେ ରହିଲେ ସବୁ ଠିକ ହୋଇଯିବ ବୋଲି ବୋହୁ କଥାରେ ପୁଅ ଏଠି ଛାଡ଼ିଦେବା ପରେ ମୁଁ ବୁଝିପାରିଛି ବାପା ହେବାର ଯୋଗ୍ୟତା ଥିବା ଦରକାର.
   ସେହି ସମୟରେ ଖୁବ ଶୀତ ହେଉଥିଲା ବାପା ନରହରି ବାବୁଙ୍କୁ ତ ହଠାତ ପୁଅ ପହଁଞ୍ଚି ବାପାଙ୍କୁ କମଳଟି ଘୋଡେଇ ଦେଇ କହୁଥିଲା ଘରକୁ ଚାଲ ବାପା, ତୁମେ ନଥିବା ଘରେ ଆକଟିବାକୁ ମତେ କେହି ନାହିଁ କି ଜ୍ଞାନ ବୁଦ୍ଧି ଦେବାକୁ ଅନୁଭୂତି ସମ୍ପର୍ଣ୍ଣ କେହି ନାହିଁ ପୁଣି ମୋ ଛୋଟ ପୁଅକୁ ଗପ କହି ଗୀତ ଶୁଣେଇ ରାତିର ଅନ୍ଧାର ଆକାଶରେ ତା ଜେଜେମାଆକୁ ଖୋଜି ଦେବାକୁ ଵି କେହି ନାହିଁ ବାପା, ତୁମେ ଘରକୁ ଫେରି ଚାଲ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy