ଭଗ୍ନ ସ୍ତୁପ
ଭଗ୍ନ ସ୍ତୁପ
ପ୍ରକୃତି ମଧ୍ୟ ପ୍ରକୃତି ଉପରେ ଦାଉ ସାଧେ. ପ୍ରାକୃତିକ ସ୍ତୁପ ଭାଙ୍ଗିପଡେ କାଳର କରାଳରେ. ପ୍ରକୃତିର ତାଣ୍ଡବ ଆଗରେ ପାହାଡ଼, ପର୍ବତ, ସୌଧ ଓ ସ୍ତୁପର ମାନେ କିଛି ନଥାଏ. ହୁଏତ ପୁଣି ଗଢିଉଠେ ସୌଧ କିନ୍ତୁ ଭାଙ୍ଗିବା ପୂର୍ବରୁ ଅନେକ ଇତିହାସ ତା ଭିତରେ ଚାପି ହୋଇଯାଏ ଯେମିତିକି ଏ ଲେଖକ, ଅଶୋକ ମିଶ୍ର ଅନୁଭବ କରନ୍ତି ସେଇ ଭଗ୍ନ ସ୍ତୁପ ପରି ସୌଧ ଭିତରେ ହଜିଯାଇଥିବା କଳା ମଚମଚ କାଉଟି ର ସ୍ମୃତି ଟିକକୁ. ସୌଧ ନିର୍ମାଣ କରେ କେବେ ପ୍ରକୃତି ତ କେବେ ରାଜା ବା ସମ୍ରାଟ. ଯେମିତି ତାଜମହଲ.ସ୍ମୃତି ଲିପିବଦ୍ଧ ହୁଏ. ଇତିହାସ କାହାଣୀ ପରି ପ୍ରତୀୟମାନ ହୁଏ କିନ୍ତୁ ଇତିହାସ ଅଧ୍ୟାପକ ଅଶୋକ ମିଶ୍ର ଏଇ ଭଗ୍ନ ସୌଧ ଭିତରେ କାଉଟିର ଗାଥା ଓ କଥା ଭାବି ଆଜି ସାହିତ୍ୟିକ ପାଲଟି ଯାଇଛନ୍ତି. କଳା ମଚମଚ କାଉ କଥା ବୁଢୀମା ପାଖରୁ ଶୁଣି ଶୁଣି ତାହା ଗାଥା ହୋଇଯାଇଛି. କିଏ ସତରେ ଦେଖିଥିଲା କି ନାହିଁ ଜଣା ନାହିଁ ସେ କାହାଣୀ ଯେ ପ୍ରକୃତରେ ସେଦିନର ସେଇ କାଉଟି କଣ ଏତେ ବୁଦ୍ଧିଆ ଥିଲା ଯେ ମାଠିଆରେ ଗୋଡି ପକେଇ ପକେଇ ଜଳ ସ୍ତର ଉପରକୁ ଆଣି ପାଣି ପିଇ ଶୋଷ ମାରି ଉଡିଯାଇଥିଲା!ସେ କଥାକୁ କିଏ ଗଳ୍ପ ବୋଲି ଭାବୁ ଅବା କାହାଣୀ କିନ୍ତୁ ଇତିହାସ ଅଧ୍ୟାପକ ଅଶୋକ ମିଶ୍ର ସୌଧଟିର ଇତିହାସ ରଚିବାକୁ ଯାଇ ସେଠୁ ପାଇଥିଲେ ଅନେକ ଛୋଟ ଛୋଟ କିନ୍ତୁ ଦରକାରୀ ଭଗ୍ନ ସ୍ତୁପଟିଏ. କିଏ ଏହି ସ୍ତୁପ ପରି ସୌଧ କରିଛି ଏଠି ଦେଖୁ ଦେଖୁ ଉଡିଯାଉଥିବା କଳା ମଚମଚ କାଉଟିକୁ ଦେଖିଥିଲେ ଅଶୋକ . ଥଣ୍ଟରେ କେବେ ଲୁହାକଣ୍ଟାଟିଏ ତ କେବେ ପ୍ଲାଷ୍ଟିକ ଚାମଚଟିଏ ତ କେବେ ସେଫଟିପିନଟିଏ ବାଟରୁ ଗୋଟେଇ ଥଣ୍ଟରେ ଧରି ଉଡିଆସି ସୌଧ ଭିତରେ ସ୍ତୁପ ପ୍ରସ୍ତୁତ କରିଥିବା କଳା କାଉର ଅତୀତ କଥା, ଗାଥା ତଥା କାରନାମା ମନେପକାଇ ଅଶୋକ ଅନୁଭବ କରୁଥିଲେ ବହୁତ କିଛି. ସୌଧ ତଳେ ଗଢିଉଠିଥିବା ପକ୍ଷୀଟିର ଜିନିଷ ସଂଗ୍ରହର ସ୍ତୁପ ଦେଖି ଯେତିକି ବିସ୍ମୟ ସେତିକି ଚକିତ ହୋଇଥିଲେ କାରଣ ଜାଣି.କାରଣଟି ଜଣା ପଡିଥିଲା.ସେଦିନ ସେ ଏକା ନୁଁହଁନ୍ତି ବରଂ ତାଙ୍କ ଗ୍ରୁପର ସମସ୍ତ ଐତିହାସିକ ତଥା ଗବେଷମାନେ ବସି ଟିଫିନ କରୁଥିଲା ବେଳେ କାଉଟି ଥଣ୍ଟରେ ହାତ ଘଣ୍ଟାର ଛିଣ୍ଡା ବ୍ୟାଣ୍ଡଟିକୁ ରଖିଦେଇ ଅପେକ୍ଷା କରୁଥିଲା କିଛି ଖାଦ୍ୟ ପାଇଁ. ସେ ବୁଝିଥିଲା କିଛି ନେବାକୁ ହେଲେ କିଛି ଦେବାକୁ ହୁଏ. ସେ ବୁଝିଥିଲା ସେଇ ପୁରୁଣା ବିକା କିଣାର ଇତିହାସ. ମାଣ୍ଡିଆ ବଦଳରେ ତେଲ ଅବା ଧାନ ବଦଳରେ ସୋରିଷ ଦେବା ବା ଯାହାକୁ ଆମେ ଅର୍ଥଶାସ୍ତ୍ରରେ ବାର୍ଟର ସିଷ୍ଟମ କହୁ. ପକ୍ଷୀଟିର ଏତେ ବୁଦ୍ଧି ସନ୍ଦର୍ଶନ କରି ଐତିହାସିକ ମାନେ ଅଭିଭୂତ ହୋଇ କାଉଟି ଥଣ୍ଟରେ ଧରି ଆଣି ଆସିଥିବା ଯେ କୌଣସି ଆବଶ୍ୟକ ଅବା ଅନାବଶ୍ୟକ ବସ୍ତୁ ବଦଳରେ ପାଉଁରୁଟି କି କେକ ଅବା ରୁଟି ବା ବିସ୍କୁଟ ଦିଅନ୍ତି କାଉଟିକୁ.ଉଡି ଉଡି ପାଖ ଗଛରେ କାଠି କୁଟା ଜମେଇ କରିଥିବା ବସାରେ ତାର କୁନି କୁନି କାଉ ଛୁଆଙ୍କ ସହିତ କୋଇଲି ଛୁଆକୁ ମଧ୍ୟ ଦେଉଥାଏ ଆହାର କାଉ ମାଆ . ସତରେ କାଉଟିକୁ ଦେଖି ଓ ତା କର୍ମ କୁଶଳତାରୁ ଲାଗେ ତା ମୁଣ୍ଡରେ ନିଶ୍ଚୟ ପ୍ରାକୃତିକ ଓ ଅପ୍ରାକୃତିକ ବୁଦ୍ଧି ଓ ଜ୍ଞାନ ପ୍ରବଳ ଅଛି. ଏସବୁ ଦେଖୁ ଦେଖୁ ସୌଧର ଇତିହାସ ସଂଗ୍ରହ କରିବାକୁ ପ୍ରେରଣା ମିଳେ. କାଉଟି ଏତେକଥା ଭାବିପାରୁଛି ଯଦି ମଣିଷ ସୃଷ୍ଟିର ସବୁଠୁ ବୁଦ୍ଧିଆ ହୋଇ କାହିଁକି ଶ୍ରମ ଓ କର୍ମ କରିବାକୁ ପଛେଇବ!
ସେଦିନ ବିରାଟ ସୌଧ ତଳେ କାଉଟିର ବୁଦ୍ଧିମତ୍ତାର ସ୍ତୁପ ଭିତରେ ଘରଚଟିଆ ପକ୍ଷୀ କେତୋଟିଙ୍କୁ ଦେଖି ବିସ୍ମିତ ହେଲେ ଅଶୋକ. ବିଚଳିତ ହୋଇ ଭାବିଲେ ବିଲୁପ୍ତ ପ୍ରାୟ ଏହି ଘରଚଟିଆ ପକ୍ଷୀଙ୍କ ପାଇଁ ପକ୍ଷୀ ବିଶେଷଜ୍ଞମାନେ ତାଙ୍କ ବିଲୁପ୍ତ ହୋଇଯିବାର କାରଣ ଖୋଜୁଥିଲା ବେଳେ ସେମାନଙ୍କୁ ଏହି କାଉର ବୁଦ୍ଧିମତ୍ତା ସ୍ତୁପ ଭିତରେ ଦେଖୁ ଦେଖୁ ହୁଏତ ସେମାନେ ତାଙ୍କ ବନ୍ଧୁ ଏଇ କାଉକୁ ଖୋଜୁଛନ୍ତି ବୋଲି ମନେ ହେଉଥିଲା. କାଉଟି ସଂଗ୍ରହ କରିଥିବା ପ୍ଲାଷ୍ଟିକ ଗ୍ଲାସ ଚାରିପଟେ ଘରଚଟିଆ ପକ୍ଷୀ ଘୁରୁଥିବା ଦେଖି ଅଶୋକ ସାହାସ କରି ସେହି ପ୍ଳାଷ୍ଟିକ ଗ୍ଳାସରେ ପାଣି ଭରିଦେଇଥିଲେ. ଉଡିନଯାଇ କି ଡରିନଯାଇ ଖୁସିରେ ଘରଚଟିଆ ପକ୍ଷୀ ସବୁ ପାଣି ପିଉଥିଲେ.ଏସବୁ ଦେଖି ଅଶୋକ ଭାବୁଥିଲେ ପାଣି ନପାଇବା ନିଶ୍ଚୟ ଏହି ପକ୍ଷୀଙ୍କର ବିଲୁପ୍ତ ହେବାର ଏକ କାରଣ ହୋଇପାରେ!ଏକଥା ସେ ତାଙ୍କ ବନ୍ଧୁ ବିନୋଦ, ଯେ କି ଜଣେ ପକ୍ଷୀ ବିଶେଷଜ୍ଞ ତାଙ୍କୁ ଜଣେଇବେ ଭାବି ନିଜ କାମରେ ଲାଗିଗଲେ କିନ୍ତୁ ପ୍ରତିଦିନ କାଉକୁ କିଛି ଜିନିଷ ବଦଳରେ ଖାଦ୍ୟ ଦେବା ପରି ଘରଚଟିଆ ପକ୍ଷୀଙ୍କ ପାଇଁ ଦାନା ଓ ପିଇବାକୁ ଜଳ ଭରି ରଖୁଥିଲେ ପ୍ଲାଷ୍ଟିକ ଗ୍ଲାସ ପରିବର୍ତ୍ତେ ଗୋଟେ ବଡ଼ ଉଚ୍ଚା ଷ୍ଟିଲ ଗ୍ଲାସରେ. ସୌଧର ଇତିହାସ ଲେଖିବା କାମ ଆଗେଇ ଚାଲିଥିଲା ତ ସମସ୍ତଙ୍କ ମନ ଖୁସି ଥିଲା କିନ୍ତୁ ସେଦିନ ବ୍ରେକଫାଷ୍ଟ ଟେବୁଲ ଉପରେ କାଉଟିକୁ ନଦେଖି ବିଚଳିତ ଲାଗିଲା ଅଶୋକଙ୍କୁ. ଅନ୍ୟମାନେ କଥାଟିକୁ ହାଲୁକା ମନେ କରି କିଏ କହୁଥିଲା ଯାଇଥିବ ଅନ୍ୟ କିଛି ଭଙ୍ଗା, ଫଟା କି ଚିରା ଦରବ ସଂଗ୍ରହରେ ତ କିଏ କହୁଥିଲା ଆସୁଥିବ ଉଡି ଉଡି ଥଣ୍ଟରେ କିଛି ଧରି ଭିଡି. ପୁଣି କିଏ କହୁଥିଲେ ଖାଇବା ଦରବ ଏତେ ସହଜରେ ମିଳିଯାଉଛି ମାନେ ସେ ଆସିବ ନିଶ୍ଚୟ. ସେମାନଙ୍କ କଥା ଶୁଣି ଅଶୋକଙ୍କ ମନ ବିଦ୍ରୋହ କରୁଥିଲେ ମଧ୍ୟ ସେ କିଛି କହିନଥିଲେ କାରଣ ସେ ଜାଣିଥିଲେ କାଉର କା କା ରାବରେ ସକାଳେ ନିଦ ଭାଙ୍ଗୁଥିଲେ ଵି ତା ସ୍ୱର କେହି ଭଲପାଆନ୍ତି ନାହିଁ ବରଂ କୋଇଲିର ସ୍ୱର ଶୁଣିବାକୁ କାନ ଡେରି ବସିଥାଆନ୍ତି. କାଉ ପରି ପକ୍ଷଟି ପାଇଁ ଅପ୍ରିୟ ସତ୍ୟ କହି ବନ୍ଧୁମାନଙ୍କ ପାଖରେ ଉପହାସର ପାତ୍ର ନହୋଇ ଚୁପ ରହିଥିଲେ ମଧ୍ୟ କାଉଟି ନଆସିବା ଦେଖି ବିଚଳିତ ଅଶୋକ ସେହି ଭଙ୍ଗା ସ୍ତୁପ ପାଖକୁ ଦଉଡି ଯାଇଥିଲେ କାଉଟି ସନ୍ଧାନରେ କାରଣ ସେ ଜାଣିଥିଲେ ଓ ବୁଝିଥିଲେ ଖାଦ୍ୟ ନେବାକୁ ହେଲେ କିଛି ଦେବାକୁ ହୁଏ ବୁଝିଯାଇଥିବା କାଉଟି ଆଜି କି ଦରବ ଏମିତି ଆଣୁଛି ଗୋଟେଇ ଥଣ୍ଟରେ ଯେ ବ୍ରେକଫାଷ୍ଟ ସରିଯିବା ପୂର୍ବରୁ ଆସି ପହଞ୍ଚିବାରେ ବିଳମ୍ବ ହେଉଛି!
ସୌଧ ତଳେ ଗଢିଉଠିଥିବା କାଉ ଥଣ୍ଟର ସଂଗୃହିତ ଭଙ୍ଗା ତଥା ଅଭଙ୍ଗା ଜିନିଷର ସ୍ତୁପ ପାଖରେ କାଉଟି କିଛି ନିରୀକ୍ଷଣ କରୁଥିଲା. ଅଶୋକ ଦେଖିଲେ ଷ୍ଟିଲ ଗ୍ଳାସର ଅଧା ପାଣିରେ ପଡି ଘରଚଟିଆ ଛୋଟ ପକ୍ଷୀଟି ବାହାରି ଆସିପାରୁନି ଆଉ କାଉ ମଧ୍ୟ ଥଣ୍ଟ ଭରି ପକ୍ଷୀଟିକୁ ଉଦ୍ଧାର କରିବାକୁ ବିଫଳ ହୋଇ କିଛି ଚିନ୍ତା କରୁଛି. ହଠାତ ଅଶୋକ ଦେଖିଲେ କାଉଟି ଭାଙ୍ଗି ପଡ଼ିଥିବା ସୌଧର ଗୋଟେ ଅଂଶ ତଳେ ଗଦେଇ ହୋଇପଡିଥିବା ଛୋଟ ଛୋଟ ଗୋଡି ଓ ପଥର ସବୁକୁ ଥଣ୍ଟରେ ବୋହି ଗ୍ଲାସରେ ପକାଇବାରେ ଲାଗିଛି. ଜଳ ସ୍ତର ଉପରକୁ ଉଠିଆସିବା ଯାଏଁ କାଉଟି ତା ନିଷ୍ଠା ର ଚେଷ୍ଟା ଓ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଘରଚଟିଆ ପକ୍ଷୀ ମଧ୍ୟ ଉଠିଆସିବାର ପ୍ରୟାସକୁ ସଫଳ କରି ଉଠି ଆସିପାରିଛି ବାହାରକୁ ତ ଅଶୋକ ସ୍ତବ୍ଧ ହେଲେ. ଚକିତ ଓ ବିସ୍ମିତ ହେଲେ. ପିଲାଦିନେ ଶୁଣିଥିବା କାଉ ଗଳ୍ପ ସତ ନିଶ୍ଚୟ ବୋଲି ସିଦ୍ଧାନ୍ତରେ ପହଁଞ୍ଚିଗଲେ ଓ ଇତିହାସ ଗବେଷଣା କରୁ କରୁ ସାହିତ୍ୟମନସ୍କ ହୋଇଯିବା ବେଳେ ସମସ୍ତଙ୍କୁ ନିଜ ଅନ୍ତକରଣ ଭିତରେ ଥିବା ବୁଦ୍ଧିର ସ୍ରୋତକୁ ପ୍ରଖର କରି କାଉଟିଏ ପରି ହେବାକୁ ବାର୍ତ୍ତା ଦେଇ ଚାଲିଥିଲେ. ସେଦିନ କିନ୍ତୁ କାଉଟି ପାଖରେ ଯେତେ ଜଳଖିଆ ଥୋଇଲେ ମଧ୍ୟ ସେ ଖାଉନଥିଲା କି ଛୁଁ ନଥିଲା. ସତେ ଯେମିତି ପଣ କରିଥିଲା କିଛି ନଦେଲେ କିଛି ନେବନି. ସତରେ କାଉ ପରି ହେଇଯିବାକୁ ବାର୍ତ୍ତା ଦେଇ ସାହିତ୍ୟର ବିଭିର୍ନ୍ନ ଦିଗ ଯଥା କବିତା, ଗଳ୍ପ, ଶିଶୁ ଗଳ୍ପ କବିତା ତଥା ପ୍ରବନ୍ଧ ଲେଖିଚାଲିଥିଲେ ଅଶୋକ ସେହି ଭଗ୍ନ ସ୍ତୁପ ତଳେ ଉପବେଶନ କରି ସେଦିନରୁ ଆଜିଯାଏଁ .
