STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ପକ୍ଷୀ ବସା

ପକ୍ଷୀ ବସା

3 mins
1

ସକାଳ ପାହେ କେବେ ପକ୍ଷୀ କାକାଳୀରେ ତ କେବେ ଝର ଝର ବର୍ଷାରେ ତ କେବେ କାଦୁଆ ପବନରେ ପୁଣି କେବେ ମଳୟର ସ୍ପର୍ଶରେ ତ କେବେ ଫଗୁଣର ହସରେ. ଆଜି କିନ୍ତୁ ଏଇ ସହରର ସକାଳ ପାଉଛି ମେସିନମାନଙ୍କର ଘରଘର କମ୍ପନ ଶବ୍ଦରେ. କୋଉଠି ଗଛ କଟାଯାଇ ଘର ନିଅଁ ପଡୁଛି ତ କୋଉଠି ଛାତ ପଡ଼ିବାର ଯୋଜନାରେ ଗୋଡି, ସିମେଣ୍ଟ, ପାଣି ଗୋଳା ଚାଲି ଶବ୍ଦ କରୁଛି ମେସିନ. ଲୁଚି ଯାଉଥିବା ପ୍ରକୃତିର ସୁନ୍ଦର ସୁନ୍ଦର ଦୃଶ୍ୟ ଭିତରେ ଆଜି ପ୍ରକୃତିର କରାଳ ରୂପ. ଯେତିକି ଵି ବଞ୍ଚିଥିଲା ଗଛ, ସେସବୁକୁ ଓପାଡିବାକୁ ଚେଷ୍ଟା ଚଳେଇଛି ଝଡ଼ ପୁଣି ବାତ୍ୟା ରୂପେ କେତେ କିଏ ସ୍ଥାନ, କାଳ, ପାତ୍ର ନେଇ.ତାରି ଭିତରେ ଆଜିର ସୁନେଲି ସକାଳେ ବଣି ଦୁଇଟି ଏକତ୍ର ପାଖାପାଖି ଚାଲୁଥିଲେ. ଉଡୁନଥିବା ବଣି ଚଢ଼େଇ ଦୁଇଟିଙ୍କୁ ଦେଖି ସୁଭଦ୍ରା ଡାକ ପକେଇଲେ ସ୍ୱାମୀ ଆଶୁତୋଷଙ୍କୁ. ଡାକି କହିଲେ ଉଠି ଦେଖ ଓ କିଛି ଶିଖ. ଦୁଇ ବଣି ମଧ୍ୟ ଦାମ୍ପତ୍ୟ ସୁଖରେ ମିଶିକି ସକାଳୁ ବୁଲୁଛନ୍ତି ସତେ ଯେମିତି ପ୍ରେମ ପକ୍ଷୀ ଦୁଇଟି ହାତ ଧରାଧରି ହୋଇ ଚାଲୁଛନ୍ତି. ନା ଦରକାର ଖାଦ୍ୟ, ନା ପୋଷାକ ନା କୌଣସି ଅଭିଳାଷ ବରଂ ବନ୍ଧୁତ୍ୱ. କେବଳ ଦାମ୍ପତ୍ୟର ସହଭାଗିତା. ଉଠିଲେ ଆଶୁତୋଷ. ଝରକା ଦେଇ ନିରୀକ୍ଷଣ କଲେ କ୍ଷଣେ ବଣି ଚଢ଼େଇ ଦୁଇଟିଙ୍କୁ ଓ କହିଲେ ସୁଭଦ୍ରାଙ୍କୁ ସତ. ତୁମେ ଯାହା କହିଲ ଖାଣ୍ଟି ସତ. ସେମାନେ ଖାଦ୍ୟ ନୁହେଁ କି ପୋଷାକ ନୁଁହଁ. କିନ୍ତୁ ଯୋଉଟା ଛାଡିଗଲ, ସେଇଟା ଖୋଜୁଛନ୍ତି ଆଶ୍ରୟ. ତାହା ଗଛଡ଼ାଳ. ଦାମ୍ପତ୍ୟ ସୁଖର ପରିପୂର୍ଣ୍ଣତା ପାଇଁ ଛୁଆ କରିବାକୁ ଗଛ ଡ଼ାଳ ଖୋଜୁଛନ୍ତି ଦୁହେଁ ସକାଳୁ ସକାଳୁ. ଗହଳି ପୂର୍ବରୁ. ମୁଁହଁ ମୋଡି ସୁଭଦ୍ରା ଠାକୁର ଘରେ ପଶିଲେ. ପୂଜା ସାରି ଛାତକୁ ଉଠିଲେ. ଛାତ ଉପରେ ଘର ଆଗରେ ଥିବା ବରଗଛ ଆଜି ଶ୍ରୀହୀନ. କେତେ ପୂଜା କରିଛନ୍ତି ବରଗଛକୁ ସୁଭଦ୍ରା. ପକ୍ଷୀ ଠାଵ କରିଛନ୍ତି ଅନେକ. ଦେଖିଛନ୍ତି ହଳଦିବସନ୍ତ, କଜ୍ଜଳପାତୀ, ବଣି, କୋଇଲି, କୁମ୍ଭାଟୁଆ ସହ ଶୁଆ ଭଳି ଜାତି ଜାତି ପକ୍ଷୀ. ତାଙ୍କ ରାବ ବା ସ୍ୱର ଅନୁକରଣ କରି ତାଙ୍କ ଉଡାଣ ଓ ଗତିବିଧିରୁ ସେମାନଙ୍କୁ ଠାଵ କରିବାରେ ଆଖିରେ ତୃପ୍ତି ତଥା ଆତ୍ମାରେ ଶାନ୍ତି ଲଭିଛନ୍ତି ଅନେକ ଥର . ଏବେ କିନ୍ତୁ ଖାଲି ଗଛର ଗଣ୍ଡିଟା. ଦୀର୍ଘନିଶ୍ୱାସ ମାରି ପୁଣି ଛାତରୁ ଓଲ୍ହେଇ ଜଣାଣ କରିବାରେ ମନ ଦେଲା ବେଳେ ଆଶୁତୋଷ ଡାକ ପକେଇଲେ ହେଇଟି ବର୍ଷା ଆସିଗଲାଣି, ଲୁଗାପଟା ଛାତ ଉପରୁ ତୋଳି ଆଣ.
    ଆଦେଶ ତାହା ପୁଣି କର୍ତ୍ତବ୍ୟର ଆଦେଶ ଛଡା ଆଉ କଣ କହନ୍ତି ଯେ ଆଶୁତୋଷ!ବଜାରରୁ କଣ ଆସିବ ର ପ୍ରଶ୍ନ ଥାଏ ସବୁଦିନ . ତାହା ପୁଣି ଚାରିଥର ରୋଷେଇ ଓ ଟିଫିନ ପାଇଁ ଦରକାର ହେଉଥିବା ଜିନିଷ ପତ୍ର ଅବା ପରିବା ପତ୍ର . ସେସବୁ ବ୍ୟତିରେକେ ମନ ଚାଁହୁଁଥିବା ମନପସନ୍ଦର କିଛି କହିଲେ ବା ବରାଦ କଲେ ଆଣିନାହାଁନ୍ତି ଏଯାଏଁ ଆଶୁତୋଷ. ଛାଡ଼, ସାନ ଭଉଣୀ ବୁଝେଇ ଦେଇଛି ଅପା ଆଶାନ୍ତି ହେବା ଉଚିତ ନୁହେଁ. ଯାହା ପାଇବାର ଥାଏ ତାହା ମିଳେ. ଯାହା ପାଇବାର ନଥାଏ ସେକଥା ଭାବି ଦୁଃଖୀ ହେବା ଅପେକ୍ଷା ମନରମଣିଷକୁ ନେଇ ଖୁସି ହେବା ଦରକାର. କ୍ଲାନ୍ତ ଶରୀର ଓ ସାୟାହ୍ନ ମନ ନେଇ ଛାତରୁ ଲୁଗା ପଟା ତଳକୁ ଆଣିବାକୁ ଶିଡ଼ି ଚଢିଲେ ସୁଭଦ୍ରା. ଶାଢ଼ୀ ତୋଳୁ ତୋଳୁ ଚମକି ପଡିଲେ. ଛାତ ଉପର ନହନହକା ମନ୍ଦାର ଡ଼ାଳରେ ପକ୍ଷୀବସା. କାଠି କୁଟା ସଜେଇ ବଣି ଦୁଇଟି ବସିଛନ୍ତି. ପ୍ରେମର ସନ୍ତକ ଅଣ୍ଡା ଦେଇ ଛୁଆ ଫୁଟେଇବେ. ପୁଣି ଉଡ଼ା ଶିଖେଇ ଛାଡ଼ିଦେବେ ସ୍ବାଧୀନରେ ଉଡିବା ପାଇଁ ନୀଳ ଆକାଶରେ. ଆଉ ପ୍ରେମ ପକ୍ଷୀ ଦୁହେଁ ମଧ୍ୟ ପରବର୍ତ୍ତୀ ପଦକ୍ଷେପ ନେଉଥିବେ ବସା ତିଆରି ଏଥର କୋଉଠି କରିବା ଭାବନାରେ. ଲୁଗା ତୋଳି ଶତୃଷ୍ଣ ନୟନରେ ତଳକୁ ଆସି ସ୍ୱାମୀଙ୍କୁ ଖୋଜିହେଉଥିଲେ ସୁଭଦ୍ରା. ସେଦିନ ସେହି ସକାଳେ ଦେଖିଥିବା ଦୁଇ ବଣି ବୋଧହୁଏ ଆମ ଛାତ ଉପରେ ଥିବା ନୂଆ ମନ୍ଦାର ଫୁଲ ଡ଼ାଳରେ ପକ୍ଷୀବସା କରିଛନ୍ତି. ତୁମେ ଠିକ କହୁଥିଲ ଦେଖିବ ଆସ କହି ଖୋଜିଲା ବେଳକୁ ସ୍ୱାମୀ ନଥିଲେ ଘରେ ବରଂ ବଗିଚାରେ ଶାବଳରେ ଗାତ ଖୋଳି ଗଛ ଲଗେଇ ଚାଲିଥିଲେ. କାହିଁକି ର ପ୍ରଶ୍ନ ପଚାରିଲେ ବିରକ୍ତ ହେବେ ଜାଣି ମଧ୍ୟ ସୁଭଦ୍ରା କହୁଥିଲେ ଏତେବେଳେ ଗଛ ଲଗେଇବାର କଣ ପ୍ରକୃଷ୍ଠ ସମୟ! ସ୍ୱାମୀ ଉତ୍ତର ଦେଇନଥିଲେ ତ ଭାବନାରୁ ବାହାରି ସୁଭଦ୍ରା ଏବେ ଖୁଦ ଓ ପାଣି ନେଇ ପୁଣି ଛାତକୁ ଉଠୁଥିଲେ ତ ସ୍ୱାମୀ କହୁଥିଲେ ଏବେ କଣ ବଣି ଦମ୍ପତ୍ତି କିଛି ଖାଦ୍ୟ ଗ୍ରହଣ କରିବେ ଭାବୁଛ!ଭାବନାରୁ ବାହାରି ସୁଭଦ୍ରା କେବଳ ମାତ୍ର ଚେଷ୍ଟା ବୋଲି କହିବାକୁ ଯାଇ କହିପାରୁନଥିଲେ,କାରଣ ନିଜେ ନିଜ ପ୍ରଶ୍ନର ଉତ୍ତର ପାଇଯାଇଥିଲେ ଯେମିତି,ଶିଡ଼ି ଚଢିବା ବେଳେ.ଏଭିତରେ ବଣି ଦୁଇଟି ଅଣ୍ଡା ଦେଇ ଛୁଆ ଉଡିସାରିଲା ବେଳକୁ ଆଶୁତୋଷଙ୍କ କାଠ ଚମ୍ପା ଗଛ ସହ ଗୁଆ ଓ ନଡ଼ିଆ ଗଛ ମଧ୍ୟ ଖୁବ ବଡ଼ ହୋଇଯାଇଥିଲା. ଏବର୍ଷ ବଣି ଦୁଇଟି ତୁମ ହାତଲଗା ଗଛରେ ବସା କରନ୍ତେନି କହି ସୁଭଦ୍ରା କେତେ କଥା ଭାବି ଚାଲିଥିଲେ ତ ଆଶୁତୋଷ ଏକଦମ ଚୁପ ଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract