STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ପପି

ପପି

3 mins
2

ଆଗ୍ରାର ତାଜମହଲରେ ବହୁ ତାଜମହଲ ଚିତ୍ରପଟ ବିକ୍ରୀ ହେଉଥିଲା ଓ ଫୋଟୋଗ୍ରାଫରମାନେ ତାଜମହଲକୁ ପଛପଟେ ରଖି ସୁନ୍ଦର ସୁନ୍ଦର ଫୋଟୋ ମଧ୍ୟ ଉଠାଇ ଦେଉଥିଲେ ଦର୍ଶକ ତଥା ପରିଦର୍ଶକମାନଙ୍କର ତ ମୁନା କିନ୍ତୁ ଫୋଟୋ ଉଠିସାରିବା ପରେ ପାରିବାରିକ ଫୋଟୋରେ ରହିଯାଇଥିବା ଧେଙ୍ଗଡ଼ା ପତଳା କାଳିଆ କୁକୁରଟିକୁ ଖୋଜି ଖୋଜି ପାଇଯାଇଥିଲା. ମାଆ ହୋଇଥିଲା ସେ.ଆଉ ତା ଚାରିପଟେ ଛୁଆ ଚାରିଟା ଏପଟ ସେପଟ ହୋଇ ଖେଳୁଥିଲେ ତ ମୁନା ନିଜ ପାଖରେ ଥିବା ତା ବିସ୍କୁଟ ଦେଲାବେଳେ କେହି କେହି ପର୍ଯ୍ୟଟକ ନାକ ଟେକୁଥିଲେ. ତାଙ୍କ ନାକ ଟେକିବାର କାରଣ ଥିଲା ପର୍ଯ୍ୟଟକଙ୍କ ପାଇଁ ଏତେ କଟକଣା ନିୟମ ଥିଲା ବେଳେ ଏ କୁକୁରମାନଙ୍କ ପାଇଁ ତାଜମହଲରେ ପ୍ରବେଶ କରିବାକୁ କଣ କିଛି କଟକଣା ନାହିଁ!ଏକରେ କୁକୁର କାମୁଡିଲେ ଜଳାତଙ୍କ ରୋଗ ହେବାର ଆଶଙ୍କା ଥାଏ. ଦୁଇରେ ଛୁଆ କରି ଅପରିସ୍କାର କରୁଛନ୍ତି. ପର୍ଯ୍ୟଟକଙ୍କ ଟିଫିନରେ ନଜର ସେମାନଙ୍କର ପୁଣି କେବେ କେବେ ପରିସ୍ଥିତିରେ ପଡି ଗୋଟା ଗୋଟା କୁକୁରଛୁଆ ମରି ଦୁର୍ଗନ୍ଧ ବାସ୍ପ ସାରା ପରିବେଶକୁ କଳୁଷିତ କରୁଛି. କଥା ସତ ଥିଲା.ହେଲେ ପ୍ରକୃତିର ଏହି ବିଶ୍ଵସ୍ତ ପ୍ରାଣୀ ଯିବେ କୁଆଡେ!ଆଶ୍ରୟ ଓ ଖାଦ୍ୟ ପାଇଁ ସେମାନଙ୍କ ଡହଳ ବିକଳ ଦେଖିବାର କଥା. ପୁଣି ସେମାନଙ୍କୁ ଧରିନେଇ ବାଘ, ସିଂହ ଇତ୍ୟାଦି ମାଂସାସୀ ପ୍ରାଣୀଙ୍କ ଭୋଜନ ପ୍ରସ୍ତୁତି ହୁଏ. ବ୍ୟାଘ୍ର ଗଣନା କରିବା ଏମିତି ଗୋଟେ ବ୍ୟବସ୍ଥା କୁକୁରଙ୍କୁ ବଳି ଚଢେଇବା ମଧ୍ୟ ବିନା ଆଇନ କାନୁନ ପର୍ଯ୍ୟାୟ ଭୁକ୍ତ ତ ସେମାନଙ୍କୁ ତାଜମହଲ ଭିତରେ ପଶିବାକୁ କିଏ ମନା କରିବ!
      ମୁନା ଜେଜେମାଆଙ୍କର ମନେ ପଡୁଥିଲା ତାଙ୍କ ଘରେ ରୋଷେଇ ଘରର ବିଭିର୍ନ୍ନ ସ୍ଥାନରେ ମୂଷା ମରିଥିବା ପରି ଗନ୍ଧ ହେବାରୁ ସେ ମୂଷାର ମଲାଦେହ କାଢିବାକୁ ଅନ୍ଧି ସନ୍ଧି, ଡବାଡବି, କେତେ ଖୋଜିଲା ପରେ ଜାଣିବାକୁ ପାଇଥିଲେ କି ପାଖ ବାଡ଼ିରେ କୁକୁରଟିଏ ଛୁଆ କରିଛି ଯେ ଭୋକ ବିକଳରେ ନିଜ ନିଜ ଭିତରେ କାମୁଡା କାମୁଡି ହୋଇ ଗୋଟାକ ପରେ ଗୋଟେ କୁକୁର ଛୁଆ ମରି ପଡୁଛନ୍ତି. ସେଇ ଗନ୍ଧ ହିଁ ପବନରେ ଭାଷି ଆସି ମଲା ମୂଷା ପରି ଗନ୍ଧ ପ୍ରଦ୍ୟୁଷଣ ସୃଷ୍ଟି କରୁଛି. ଜେଜେମାଆ ସେଇଦିନୁ ପେଜ, ଭାତ, ବଳକା ବାସୀ ରୁଟି ନେଇ ଖୋଜି ବୁଲନ୍ତି ପାଖ ବାଡ଼ିରେ.ଚୁ ଚୁ ଡାକନ୍ତି ତ ଦୂରରୁ ମାଆ କୁକୁର କିଛି ସମୟ ଅନେଇ ବୁଲିପଡ଼ି ପୁଣି ଫେରିଯାଏ ଅବିଶ୍ୱାସରେ. ବୋଧହୁଏ ଭାବୁଥାଏ ତା ଛୁଆମାନଙ୍କର କବରସ୍ଥଳୀକୁ ତାର ଯିବା ଉଚିତ ନା ଅନୁଚିତ. ଜେଜେମାଆ ଦୀର୍ଘନିଶ୍ଵାସ ପକେଇ ଫେରିଲା ବେଳେ ଭାବନ୍ତି ହେ ପ୍ରଭୁ କାଳିଆ ଠାକୁର ସମସ୍ତଙ୍କୁ ଖାଦ୍ୟ, ଆଶ୍ରୟ ଦିଅ ପ୍ରଭୁ ସେମାନଙ୍କ ଜୀବନକାଳ ମଧ୍ୟରେ ତାଙ୍କୁ ସହାୟ ହୁଅ ପ୍ରଭୁ. ଡାକୁଥାଆନ୍ତି ନୀରବ ଭକ୍ତିରେ ଜନ୍ମ ଦେଇଛ ଯଦି ବୁଝ ତାଙ୍କ ଜଳନ୍ତା ଆଖିର ନିଗିଡି ପଡୁଥିବା ଧାରେ ଲୁହକୁ ହେ ପ୍ରଭୁ.
    ଜେଜେମାଆଙ୍କ ଭାବନା ଭିତରେ ଏଠି ତାଜାମହଲ ପରିସରରେ ଥିବା ମାଆ କୁକୁରଟି ଭୋକ ବିକଳରେ ଯୋଉଠି ପହଁଚିଲା ତା ପଛେ ପଛେ ମୁନା ସେଠି ପହଁଞ୍ଚି ସାରିଥିଲା. ଦିବ୍ୟାଙ୍ଗ ଭାଇ ଜଣେ ସେଠି ରଙ୍ଗ, ତୁଳୀ ଓ କାନଭାସରେ ତାଜାମହଲର ଚିତ୍ର କରୁଥିଲେ ଓ ମୁଢି ଓ ଚୂଡ଼ା ଭଜା ଯାହା ଖାଉଥିଲେ ମୁଠେ ଲେଖାଏଁ କୁକୁର ଆଗରେ ଥୋଇ ଦେଇ ପୁଣି ତାଜାମହଲ ଚିତ୍ର ଆଙ୍କିବାରେ ଲାଗିପଡ଼ିଥିଲେ କାନଭାସ ଉପରେ ତୁଳୀରେ ରଙ୍ଗ ସାହାଯ୍ୟରେ ତ ଜେଜେମାଆ ତାଙ୍କ ଠାରୁ ତାଜମହଲ ଚିତ୍ର ପଟଟିଏ କିଣିବା ବେଳେ ମୁନା ସେହି ମାଆ କୁକୁରକୁ ବିସ୍କୁଟ ଦେଉଥିଲା ତ ବିସ୍କୁଟ ପଟକୁ ଦାନ୍ତରେ କାମୁଡି ସେ ତା ଛୁଆମାନଙ୍କ ପାଖକୁ ଯିବାକୁ ଭାବିଲା ବେଳକୁ ବିସ୍କୁଟପଟଟି ପାଟିରୁ ଖସିପଡୁଥିଲା ନରମ ହୋଇ ତ ଜେଜେମାଆ କେତେକଥା ଭାବୁଥିଲା ବେଳେ ତାଙ୍କ ଲେଖକ ପୁଅ ଦୂରରୁ ସବୁ ଅନୁଭବ କରି ଦିବ୍ୟାଙ୍ଗ ଚିତ୍ରକରଙ୍କ ପାଖରୁ ତାଙ୍କ ସବୁତକ ତାଜାମହଲ ପେଣ୍ଟିଙ୍ଗ କିଣିନେଇ ମୁନାକୁ କହୁଥିଲେ ଏଥର ଫେରିବା ଚାଲ ତ ମୁନା ଏଥର ପଟେ ପଟେ ନୁହେଁ ବରଂ ବିସ୍କୁଟ ପ୍ୟାକେଟଟି କୁକୁରକୁ ଦେଇ ପିତା ମାତା ଓ ଜେଜେ ଜେଜେମାଆ ସଙ୍ଗେ ଫେରିଲା ବେଳେ ଜେଜେ କହୁଥିଲେ ଯାହାର ବାପା ଚଢେ ଘୋଡା.... ତାଙ୍କୁ କଥା ଶେଷ କରିବାକୁ ନଦେଇ ଜେଜେମାଆ କହୁଥିଲେ ହଉ ହଉ ଦେଖିକି ଆସ, ନହେଲେ ପଡିବ.ମୁନା ପାଇଁ ରଙ୍ଗ, ତୁଳୀ ଓ ଗୋଟେ କାନଭାସ କିଣିଦେଇଥିଲେ ଜେଜେ.ମୁନା ପ୍ରଥମେ କୁକୁରଟିଏର ଚିତ୍ର ଆଙ୍କିଥିଲା ସେଥିରେ.ପାଖରେ ଥିଲେ କେତୋଟି ଛୁଆ କୁକୁର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy