ସେଇ ଝୁମା ଝୁମା ଗୋଲାପୀ ବେଳାରେ
ସେଇ ଝୁମା ଝୁମା ଗୋଲାପୀ ବେଳାରେ
ସମୟ ବିତିଗଲେ ବୟସ ଓ ମନ ମଧ୍ୟ ବଦଳିଯାଏ ତେଣୁ ଯୋଉ ଜିନିଷ ବା କାମ ଯେତେବେଳେ ହେବା କଥା ସେତେବେଳେ ନହେଲେ ଆଉ ହୋଇପାରେନା. ଏକଥା କେତେକ ବୁଝି ସମୟ ବିତିଯିବା ପୂର୍ବରୁ ଠିକ ସମୟରେ ଠିକ କାମ କରିନେଇଥାନ୍ତି କିନ୍ତୁ କିଛି ଲୋକ ସମୟ ବିତିଗଲେ କରିବା କାମ କରିନପାରି ପସ୍ତେଇ ହୁଅନ୍ତ. ଏମିତି ତ ଅନେକ ଉଦାହରଣ ଅଛି ଯେମିତିକି ଦାସ ବାବୁ ଠିକ ସ୍ରମୟରେ ଇଲେକ୍ଟ୍ରି ବିଲ ପୈଠ କରିନପାରି ଶେଷକୁ ବହୁ ହଇରାଣ ହୋଇ କିଛି ଦିନ ଅନ୍ଧାରରେ ରହିଲେ ସମୟକୁ ଅପେକ୍ଷା କରି . ମହାନ୍ତି ବାବୁ ଠିକ ସମୟରେ ଝିଅ ବହାଦେଇନପାରି ଶେଷକୁ ଝିଅ କାହାସଙ୍ଗେ ପଳେଇବା ପରେ ଲୋକାଲଜ୍ୟା ମରଣରୁ ଗରୁ ପରି ଅନୁଭବ କରିଥିଲେ ସେଇ କିଛିଦିନ . କିଛି କଥା ଓ କାମ ମଧ୍ୟ ମଣିଷ ହାତରେ ହୋଇପାରୁଥିବା ବେଳେ କିଛି କଥା ଓ କାମ ନିୟତି ନିର୍ଦ୍ଦେଶରେ ହୋଇପାରେନା ଓ ସମୟ ଗଡିଯାଏ. ସେହିଭଳି ଅର୍ଣ୍ଣବର ବିବାହ ପୂର୍ବରୁ ସେ ଅନାଥ ହୋଇଗଲା. ବାପା ଓ ମାଆ ଚାଲିଗଲେ ସେ ପୁରକୁ. ବାହାଘର ପାଇଁ ନିଜେ ଝିଅଟିଏ ବୁଝି କି ଖୋଜିବା ସମୟ ପୂର୍ବରୁ ସେଦିନ ପୁରୀ ଆସିଥିଲା ଅର୍ଣ୍ଣବ ଓ ବୁଲୁଥିଲା ସମୁଦ୍ରକୂଳରେ. ଦେଖିଲା ଝିଅଟିଏ ସମୁଦ୍ର ବାଲିରେ ଶୋଇଯାଇ ସଂଗୀତ ଅଭ୍ୟାସ କରିବାକୁ ଯାଇ ଗାଉଛି ଏଇ ଝୁମା ଝୁମା ଗୋଲାପୀ ବେଳାରେ... କାହିଁକି କେଜାଣି ଅର୍ଣ୍ଣବ ମଧ୍ୟ ତାର ନିଜର ସେହି ପ୍ରିୟ ନିର୍ଦ୍ଦିଷ୍ଟ ଗୀତଟିକୁ ଝିଅର ସ୍ୱରରେ ସ୍ୱର ମିଳେଇ ଗାଇଦେଇ ଅପ୍ରସ୍ତୁତ ହୋଇ କ୍ଷମା ପ୍ରାର୍ଥନା କରିବା ବେଳକୁ ଝିଅଟି କିନ୍ତୁ ସହଜ ଭାବେ କଥାବାର୍ତ୍ତା କରିଥିଲା ଅର୍ଣ୍ଣବ ସହିତ ଓ ସଂଗୀତ ଉପରେ ତାର ଜ୍ଞାନ ଓ ସଂଗୀତଗାନ ତାର ଜୀବନ କହିବାରୁ ଅର୍ଣ୍ଣବ ମଧ୍ୟ ତାକୁ ଓଡ଼ିଆ ଗୀତ ଗାଇବାକୁ ଖୁବ ପସନ୍ଦ ବୋଲି କହିଥିଲା. ଅର୍ଣ୍ଣବ ରହୁଥିବା ସମୁଦ୍ରକୂଳ ସଂଲଗ୍ନ ଫ୍ଲାଟ ଘରୁ ସାଙ୍ଗମାନଙ୍କୁ ଛାଡି ଏଣିକି ସବୁଦିନ ଝିଅଟି ସହିତ କିଛି ସମୟ କଥା ହେବାକୁ ସମୁଦ୍ରକୂଳ ଚାଲିଆସୁଥିଲା. ପ୍ରଥମ ପରିଚୟରେ ଝିଅଟିର ମଧ୍ୟ କେହି ନାହିଁ ଓ ଦୁହିଁଙ୍କର ସଂଗୀତକୁ ନେଇ ଖୁବ ଭାବପ୍ରବଣତା ଦୁହିଁଙ୍କୁ ଯୋଡି ଦେଇଥିଲା ପ୍ରେମରେ ଆଉ ଅର୍ଣ୍ଣବ ନିଜେ ହିଁ ବିବାହ ପ୍ରସ୍ତାବ ବାଢି ବସିଥିଲା ଝିଅଟି ଆଗରେ ଏବଂ ରୀତା ନାମ୍ନୀ ଝିଅଟି ମଧ୍ୟ ରାଜି ହୋଇଯାଇଥିଲା ଆଉ ସର୍ତ୍ତ ରଖିଥିଲା କଟକ ଚଣ୍ଡୀମନ୍ଦିରରେ ବାହାଘର ହେବ.
ନିର୍ଦ୍ଦିଷ୍ଟ ଦିନ ବାର ତିଥି ଦେଖି ଅର୍ଣ୍ଣବ ପହଞ୍ଚିଥିଲା ଚଣ୍ଡୀମନ୍ଦିରରେ କିନ୍ତୁ ରୀତା ଗାଏବ ଥିଲା.ଫୋନ କଲେ ଧରୁନଥିଲା. କଥା ଅନୁଯାୟୀ ଚଣ୍ଡୀମନ୍ଦିରରେ ମାଆ ଚଣ୍ଡୀଙ୍କ ଆଶୀର୍ବାଦରେ ମାଳ ବଦଳ, ସିନ୍ଦୁର ପିନ୍ଧା ଓ ମଙ୍ଗଳ ସୂତ୍ର ବନ୍ଧା ପରେ ରେଜିଷ୍ଟ୍ରେସନ ଅଫିସକୁ ଯିବାକଥା ଥିଲା . କାଳେ ଆଗ ସେଇଠିକୁ ଯାଇଥିବ ରୀତା ଭାବି ଅର୍ଣ୍ଣବ ମଧ୍ୟ ସେଠିକୁ ଖୋଜିବାକୁ ଯାଇ ଦେଖିଲା ପୋଲିସ ଭ୍ୟାନଟିଏରେ ରୀତା ବସିଛି ଠିକ ରେଜିଷ୍ଟ୍ରେସନ ଅଫିସ ସମ୍ମୁଖରେ ଆଉ ଡ୍ରେସ କୋଡ଼ ପିନ୍ଧା ମେଣ୍ଟାଲ ହସ୍ପିଟାଲର ଯୁବତୀ ମାନେ ରୀତାକୁ ନେଇଯିବା ପୂର୍ବରୁ କହୁଥିଲେ କେତେ ସଂଗୀତ ନାଟକ କରିବୁ ଚାଲ ହସ୍ପିଟାଲ . ମନ ବୁଝିଲାନି ଅର୍ଣ୍ଣବର ତ ଦଉଡିଗଲା ଗାଡି ସମ୍ମୁଖକୁ. ରୀତା ଅର୍ଣ୍ଣବକୁ ଦେଖି କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅର୍ଣ୍ଣବ କିନ୍ତୁ ସେହି ଗାଡିରେ ମେଣ୍ଟାଲ ହସ୍ପିଟାଲ ଯାଏଁ ରୀତା ସହ ଯାଇଥିଲା. ଏମିତି ଥରକୁ ଥର ଗାଏବ ହୋଇଯାଉଥିବା ଏହି ଝିଅ ମିନତି କୁ ସବୁବେଳେ ସମୁଦ୍ର କୂଳରେ ସଂଗୀତ ସାଧନା ନାମରେ ଗୀତ ଗାଉଥିବା ବେଳେ ଧରୁଥିଲା ବେଳେ ଆଜି କଟକଚଣ୍ଡୀ ମନ୍ଦିରରେ ଧରିଲୁ ବୋଲି ସେମାନେ କହୁଥିଲେ . ଏତେ ସବୁ ଶୁଣି ଅର୍ଣ୍ଣବର ଛାତି ଚିରି ହୋଇ ଯାଉଥିଲା ବେଳେ ମିନତି, ଅର୍ଥାତ ରୀତା ନାମ୍ନୀ ଝିଅଟିର କିଛି ପ୍ରତିକ୍ରିୟା ନଥିଲା. ହସ୍ପିଟାଲରେ ମେଣ୍ଟାଲ ୱାର୍ଡରେ ଥିବା ଡାକ୍ତରାଣୀ ଉଷାସୀଙ୍କୁ ଦେଖି କିନ୍ତୁ ଚମକି ପଡିଥିଲା ଅର୍ଣ୍ଣବ. ପୂର୍ବତନ ପ୍ରେମିକା ଉଷାସୀ ସବୁ ଶୁଣିବା ପରେ କହିଥିଲେ ସେତେବେଳେ ଘରେ ସବୁକଥା ଜଣେଇ ବିବାହ ପକ୍କା କରିବ କହି ଗଲ ଯେ ଗଲ କିନ୍ତୁ ମୁଁ ଏଯାଏଁ ସମୟ ବିତିଗଲେ ଵି ଅପେକ୍ଷା କରିଛି ସେହି ସମୟକୁ ଓ ଖୋଜିଛି ଅନେକ . ସେଦିନ ଚଣ୍ଡୀ ମନ୍ଦିରରେ ରୀତା ବଦଳରେ ଉଷାସୀ ମୁଣ୍ଡରେ ସିନ୍ଦୁର ଦେଲାବେଳେ ଅର୍ଣ୍ଣବ କିନ୍ତୁ ରୀତାକୁ ଭଲ ହେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ କହିଥିଲା. ଉଷାସୀ ସହଯୋଗର ହାତ ବଢ଼େଇ ସମୟ ସବୁ ସମାଧାନ କରିଦେବ ବୋଲି କହିଥିଲା.

