STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜହ୍ନ  ,,,,,,,,

ଜହ୍ନ  ,,,,,,,,

2 mins
1


ପତ୍ନୀ ହସ୍ପିଟାଲ ବେଡ଼ରେ ପ୍ରଥମ ସନ୍ତାନ ପ୍ରସବର ଯନ୍ତ୍ରଣା ପାଉଥିବା ବେଳେ ମୁଁ ଜହ୍ନକୁ ଦେଖୁଥିଲି. ସେଦିନ ଵି ଏମିତି ଏକ କୁମାର ପୂର୍ଣ୍ଣମୀ ଥିଲା. ଜହ୍ନ ଖୁବ ତୋଫା ଦିଶୁଥିଲା ବେଳେ ମୁଁ ଭାବୁଥିଲି ଜହ୍ନ ଠାରୁ ଜୋସ୍ନାକୁ କେହି ଅଲଗା କରିପାରିବେ ନାହିଁ କିନ୍ତୁ ମୋ କୋଳକୁ ସେଦିନ ଜୋସ୍ନା ଆସିଥିଲା ଚାନ୍ଦିନୀ ହୋଇ. ପତ୍ନୀଙ୍କର ଆତ୍ମଚିତ୍କାର ଓ ବାହ୍ୟ ବୁକୁଫଟା ଚିତ୍କାର ଭିତରେ ପୂର୍ଣ୍ଣମୀ ଜହ୍ନ ପରି ଜୋଛନା ସବୁ ନେଇ ମୋ ଝିଅ କୋ ଅହଂ, କୋ ଅହଂ ଡାକ ଛାଡିଥିଲା ଆଉ ମୁଁ ଦୌଡୁଥିଲି ଡାକ୍ତରଙ୍କ ପାଖକୁ.
    ଆଜି ଚାନ୍ଦିନୀ ବାହାଚୋରା ହୋଇ ସୁଦୂର ଆମେରିକାରେ. ଓଡିଶାରେ ବିଚରା ପତି ଓ ପତ୍ନୀ ଦୁହେଁ ଆମେ ଛଟପଟ ହେଉଥିଲୁ. ଅନ୍ୟ ପାଞ୍ଚଟା ବାପା ମାଆ ପରି ଝିଅ ଆମର ଆମେରିକାରେ ଅଛି ବୋଲି କହି ଗର୍ବ କରିପାରୁନଥିଲୁ କାରଣ ଆଜି ତାରି ସେଇ ସେଦିନର ଜନ୍ମଦିନ ପରି କୁମାର ପୂର୍ଣ୍ଣମୀ ରାତିରେ ସେ ମାଆ ହେବାର ଯନ୍ତ୍ରଣା ସବୁକୁ ଶୀତାତାପ ନୀୟନ୍ତ୍ରିତ ହସ୍ପିଟାଲ କୋଠରୀରେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛି ଆମେ ଦେଖିପାରୁନଥିଲୁ. ଭିଡ଼ିଓ କଲ କୁ ଅପେକ୍ଷା କରି କରି ମୁଁ ଆଜି ଵି ଜହ୍ନକୁ ଦେଖୁଥିଲି. ଦେଖୁଥିଲି କହିଲେ ଭୁଲ ହେବ ଅନ୍ୱେଷଣ କରିଚାଲିଥିଲି. କୋଉଠି ଏତେ ଜୋଛନା ଲୁଚାଇ ରଖୁ ବୋଲି ପ୍ରଶ୍ନ ପଚାରି ଚାଲିଥିଲା ବେଳେ ଚାନ୍ଦିନୀର ସେଇ ଦରୋଟି ବାପା ଡାକ ଭିତରେ ପତ୍ନୀ କହୁଥିଲେ ତୁମ ସ୍ମାର୍ଟ ଫୋନରେ ମେଧାଦେବୀଙ୍କୁ ପଚାରୁନ ଆମ ଝିଅ ବିଷୟରେ ତ ପତ୍ନୀଙ୍କ ପ୍ରଶ୍ନରେ ମୁଁ ଜହ୍ନ ଭିତରେ ଲାଇକା କୁ ଠାଵ କରିବା ଭଳି ଅନୁଭବ କରୁଥିଲି କେବଳ. ଝିଅ ଅନେକ ଥର ତା ପାଖକୁ ଯିବାକୁ ଡାକିଥିଲେ ଵି ଟମି କୁକୁର, କକି ବିଲେଇକୁ ଛାଡି ଯାଇହୋଇନି. ପୁଣି ନୂଆ ନୂଆ ଲାଗିଥିବା ଗୁଜୁରାତି ଗଛରେ କେମିତି ଫଳିବ ଦେଖିବାର ଅଛି. ଏଥର ପତ୍ନୀ ଜୋରରେ ମୋ କାନ୍ଧ ହଲେଇ ଦେଇ କହିଲେ ଦେଖ ଦେଖ ଭିଡ଼ିଓ କଲ ଆସିଗଲା. ନାତିକୁ ଦେଖିନିଅ. ମତେ ଲାଗୁଥିଲା ମୋ ଚାନ୍ଦିନୀ ଦେହରୁ ଗୋଟେ ଉଲକା ଖସିପଡି ଯେମିତି ମତେ ହାତଠାରି ଡାକୁଥିଲା ଆଉ କହୁଥିଲା ମୁଁ ଉଲକା ନୁହେଁ ଅଜା ଖୋଦ ଜହ୍ନ. ଜୋଇଁ ଭିଡ଼ିଓ ରଖି ଦୌଡୁଥିଲେ ଖାଦ୍ୟ ଦେହି ଡାକରାରେ ଆଉ ମୁଁ ମେଧାଦେବୀଙ୍କ ଅନ୍ୱେଷଣରେ ନେଟକୁ ଚାହିଁ ବସିଥିଲା ବେଳେ ପତ୍ନୀ ଭୁବନେଶ୍ୱର କେଦାରଗୌରୀ ଘାଟରେ ବୁଡ଼ ମାରି ଦୀପ ପ୍ରଜ୍ଜ୍ୱଳନ କରୁଥିଲେ. ସେ ଦୃଶ୍ୟ ମତେ ଲାଗୁଥିଲା ପତ୍ନୀ ରୂପୀ ମେଧାଦେବୀ ନାତି ଜହ୍ନ କୁ ଧରିଛନ୍ତି ହାତ ମୁଠାରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract