STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ରଙ୍ଗ ମୁରୁଜ

ରଙ୍ଗ ମୁରୁଜ

3 mins
1

କାର୍ତ୍ତିକ ମାସ ସାରା ଜାଣ ରଙ୍ଗ ଓ ମୁରୁଜର ମାସ. ଦୀପାବଳି ରେ ରଙ୍ଗୋଲି, ଅଁଳାନବମୀ ରଙ୍ଗୋଲି ପୁଣି କାର୍ତ୍ତିକ ପୂର୍ଣ୍ଣମୀ ରଙ୍ଗୋଲି ସବୁ ପକାଉ ପକାଉ କ୍ଲାନ୍ତି ନଥାଏ କାନ୍ତି ଗୁରୁମାଙ୍କର. ପୁଣି ସବୁଦିନ ସକାଳୁ ଚଉରା ମୂଳେ ରଙ୍ଗ ମୁରୁଜରେ ଚକାଆଖି ଦେଖାଯାଉଥାଆନ୍ତି ଦାଉ ଦାଉ ହୋଇ. ସତେ କି ଉଭା ହୋଇଛନ୍ତି ଚଉରା ମୂଳେ!ଏଇ କିଛି ଦିନ ହେଲଣି କେହି ରଙ୍ଗ ମୁରୁଜକୁ ଘାଣ୍ଟି ପକାଉଛି ଜଣାଅପଡୁନଥିଲା କିନ୍ତୁ ମନ ବଡ଼ ଦୁଃଖ ହେଉଥିଲା କାନ୍ତି ଗୁରୁମାଙ୍କର. କିଏ ସିଏ,ଏମିତି କରୁଛି! ଦାଉ ଦାଉ ଦିଶୁଥିବା ରଙ୍ଗ ମୁରୁଜରେ ଅଙ୍କା ଜଗନ୍ନାଥଙ୍କ ଚକା ଚକା ଆଖିକୁ ନେସି ଖରାପ କରୁଛି ଭାବି ଯେତେ ଲୁଚି ଛପି ଦେଖିଲେ ଵି ଚୋର କିଏ ବା କିଏ ସେହି ବଦମାସ ଜଣା ପଡୁନି କି ତାକୁ ଧରି ହେଉନି. ଉପର ଘରେ ଏଇ ଏଇ ରହୁଥିବା ଛାତ୍ର ସୌମ୍ୟ ଓ ତା ମାଆ ମାଙ୍କଡ଼ କଥା କୁହନ୍ତି. ଆଜି ବିସ୍କୁଟ ଡବା ଉଠେଇନେଲା ତ କାଲି ଆଉ କିଛି ହଇରାଣ କରିବା କଥା . ପ୍ରତିକ୍ରିୟାରେ କାନ୍ତି ଗୁରୁମାଙ୍କ ନଜରକୁ ଆସେ ଛାତ୍ର ସୌମ୍ୟ. ଯିଏ ଏତେବଡ ଛାତରେ ସକାଳୁ ଉଠି କ୍ରିକେଟ ବଲ ଖେଳୁଥାଏ ତ ମାଙ୍କଡ଼ କଥା ନଭାବି ସେହି ସୌମ୍ୟ କଣ ବଲ ମାରି ତଳ ଚଉରା ମୂଳକୁ ତାଙ୍କ ଚକାଆଖିଆର ରଙ୍ଗୋଲିକୁ ଏମିତି ନଷ୍ଟ କରୁଛି କି ଭାବିଲା ବେଳକୁ ବଲ ପଡିବା ବା ସୌମ୍ୟ ଆସି ବଲ ଗୋଟେଇ ନେବା ତ କେବେ ଦେଖିନାହାଁନ୍ତି କାନ୍ତି ଗୁରୁମା ତେବେ ସୌମ୍ୟ ଏମିତି କରୁଛି ବୋଲି ମଧ୍ୟ ଭାବିନହେଲେ ମଧ୍ୟ କହିବାକୁ ପଡେ ଛାତ ଉପରେ ବଲ ଖେଳିବୁନି ପୁଅ. ଛାତ ତ ଏମିତିରେ ପାଣି ଖାଇ ଫାଟିଲାଣି ଆଉ ତୁ ବଲ ଖେଳି ତାକୁ ବିଭକ୍ତ କରନା. ଏକଥା ସୌମ୍ୟକୁ କହିଲା ବେଳେ ତାଙ୍କ ପୋଷା ବିଲେଇଟା ସୌମ୍ୟ ଗୋଡ଼ରେ ଘଷି ହେଉଥିବାର ଦୃଶ୍ୟରେ ଚୁପ ପଡନ୍ତି କାନ୍ତି.
  ବିଲେଇକୁ ଭାରି ଭଲ ପାଆନ୍ତି କାନ୍ତି ଗୁରୁମା.  ବିଲେଇଟି ମଧ୍ୟ ଖୁବ ସାହାସୀ ଓ ଚାଲାକ ଥିଲା. ତାକୁ ନନେଇ ପରିବାର ଲୋକ କୁଆଡେ ଯାଉନଥିଲେ. ସେଥର ଛୁଟିରେ କୁଆଡେ ଯିବା ବୋଲି ନନ୍ଦନକାନନ ଯିବାକୁ ପରିବାର ଲୋକ ପ୍ରସ୍ତୁତ ହେଉଥିଲେ ତ ବିଲେଇଟିକୁ ସାଙ୍ଗରେ ନେବାକୁ ପୁଅ ମୁନା ଜିଦ କରିଥିଲା. ବାଘ ସଫାରୀରେ ବିଲେଇଟି ଆଗେ ଆଗେ ଯାଉଥିଲା ବେଳେ ମୁନା ପଛେଇ ଯାଇଥିଲା. ଜାଫ୍ରି ଫାଙ୍କରୁ ବାଘ ହେଣ୍ଟାଳ ମାରୁଥିଲା ଓ ବିଲେଇ ଆଡକୁ ଚାହିଁ ବେଶୀ ବେଶୀ ହେଣ୍ଟାଳ ମାରୁଥିଲା ବେଳେ ବିଲେଇଟି ସୁଯୋଗ ଦେଖି ଡେଇଁ ପଡି ଆମ୍ପୁଡ଼ି ଦେଇଥିଲା ବାଘକୁ ତ ମୁନା ଦୌଡୁଥିଲା ବାହାରକୁ ବୋଉ ପାଖକୁ ଆଉ ବାଘର ହେଣ୍ଟାଳ ବନ୍ଦ. ଠିକ ସେମିତି ସିଂହ ସଫାରୀରେ ରଡି କରୁଥିବା ସିଂହକୁ ଆମ୍ପୁଡ଼ି ଦେଇ ବିଲେଇ ନିଜ ସାହାସୀ ପଣିଆର ପରିଚୟ ଦେଇଥିଲା ତ ଜେଜେମାଆ କହୁଥିଲେ ମୋ ନାତି ମୁନା ଏଥର ନଡରି ସାହାସୀ ହେବ.ଏକୁଟିଆ ଶୋଇବ. ଚୋର ଧରି ସାବାସୀ ପାଇବ.
     ଫେରିଲା ପରେ ଦିନେ ସେହି ବିଲେଇ କକି କୂଅରେ ଗଳି ପଡିଥିଲା. ଉଦ୍ଧାର ପାଇଁ ବାଲଟି ପକେଇଲେ ମଧ୍ୟ ବିଲେଇର ହାତ ଛଡା ହୋଇଯାଉଥିଲା. ଶେଷକୁ ଲୁହା ବିଲେଇ ପକାଇ ପହଁରୁଥିବା ବିଲେଇକୁ ଉଦ୍ଧାର କରିବାକୁ ପକା ଗଲା ତ ମୁନା କାନ୍ଦିପକେଇଥିଲା ଓ କହିଥିଲା ଏ ଲୁହା ବିଲେଇ ଆମ ପୋଷା ବିଲେଇକୁ ନିଶ୍ଚୟ ଖଣ୍ଡିଆ କରି ମାରିଦେବ. ପୋଷା ବିଲେଇ ମଧ୍ୟ ଲୁହା ବିଲେଇ ଫାନ୍ଦରେ ପଡୁନଥିଲା. ଶେଷକୁ ଲୁହା ବିଲେଇକୁ କୂଅ ଭିତରୁ ଦଉଡି ସହ ବାହାର କରି ଅଣାଗଲା ତ ଏଥର ମଧ୍ୟ ମୁନା କାନ୍ଦୁଥିଲା କିନ୍ତୁ ଜେଜେମାଆ ଦେଖେଇଦେଲେ ପୋଷା ଜନ୍ତୁ ବିଲେଇଟି କଳ, ବଳ ଓ କୌଶଳ ଲଗେଇ କୂଅ ଭିତରେ ଥିବା ଖୋପମାନଙ୍କର ସାହାଯ୍ୟ ନେଇ ଉଠିଆସିଛି ଉପରକୁ. ବୁଦ୍ଧି, ବଳ, କୌଶଳ ତଥା ସାହାସ ଜୀବନ ବଞ୍ଚାଇ ଦେଇପାରେ ବୋଲି ଜେଜେମାଆ କହୁଥିବା ବେଳେ ବିଲେଇକୁ ଧରି ମୁନା ଘରକୁ ନେଇ ଟାଉଲରେ ତାକୁ ପୋଛି ଦେଇ ଉଷୁମ କ୍ଷୀର ପିଇବାକୁ ଦେଲା ବେଳେ କହୁଥିଲା ଜେଜେମାଆ ତୁମେ ଠିକ କଥା କହିଛ.ସେଦିନ କିନ୍ତୁ ସେହି ପୋଷା ବିଲେଇ ସୌମ୍ୟ ଘରେ କ୍ଷୀର ଅଇଁଠା କରିଥିଲା ବୋଲି ସୌମ୍ୟ ବୋଉ ଅଭିଯୋଗ କରୁଥିଲା ବେଳେ ମୁନାବୋଉ କାନ୍ତି ଗୁରୁମା ମାଙ୍କଡ଼ର ହଇରାଣ ପାଇଁ ତାର ଜାଲି ବାନ୍ଧିବା ଯୋଜନାରେ ଥିଲା ବେଳେ ବିଲେଇ ପାଇଁ କଣ କରିବେ ଚିନ୍ତା କରୁଥିଲେ. ହଠାତ ଦେଖିଲେ ବିଲେଇ ଦେହ ସାରା ରଙ୍ଗ ମୁରୁଜ. ତେବେ ତାଙ୍କ ରଙ୍ଗ ଓ ମୁରୁଜ ପକା ଜଗନ୍ନାଥଙ୍କ ରଙ୍ଗୋଲି ନଷ୍ଟ କରୁଥିବା କ୍ଷୁଦ୍ର ପ୍ରାଣୀଟାକୁ କଣ କରିବେ ଭାବୁ ଭାବୁ ପୁଅ ଓ ସ୍ୱାମୀ ସବୁ ଜାଣି ଓ ଶୁଣି ତାକୁ ଅଖାରେ ପୁରେଇ ପାଞ୍ଚ କିଲୋମିଟର ଦୂର ଗାଁରେ ଛାଡ଼ିଦେଇ ଆସିଲା ପରେ ସେଦିନ କାନ୍ତିଙ୍କ ମନରେ ସରସତା ନଥିଲା. ରଙ୍ଗୋଲିରେ କିନ୍ତୁ ଜଗନ୍ନାଥ ସତେ ଯେମିତି ହସୁଥିଲେ. ଆଉ ଟିକିଏ ପରେ ଦେଖିଲା ବେଳକୁ ବିଲେଇଟି, ରଙ୍ଗ ଓ ମୁରୁଜରେ ଅଙ୍କା ଜଗନ୍ନାଥଙ୍କ ରଙ୍ଗୋଲି ଉପରେ ଶୋଇଛି. କାନ୍ତି କ୍ଷୀର ତାଟିଆଟି ଥୋଇ ମୁଁହଁ ପାଖରେ ବିଲେଇର ସ୍କୁଲ ବାହାରୁଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action