STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଲଷ୍ମୀ

ଲଷ୍ମୀ

2 mins
0

ପ୍ଲାଟଫର୍ମର ଟ୍ରେନ ଯିବା ଆସିବା ଭିତରେ କେତେ କାହାର ଜୀବନ ବିତୁଥିଲା ବେଳେ ସେଦିନ ହରି ମଉସା ସପ ବା ମସିଣା ନେବ ମସିଣା କହି ପ୍ଲାଟଫର୍ମର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଡାକି ଡାକି ଜଣେ ବି କେହି ଗରାଖ ଜୁଟି ନଥିଲେ ତ ହାଲିଆ ହୋଇ ସପଟିଏ ପାରି ଶୋଇଯାଇଥିଲେ. ଅଧା ନିଦ ଭାଙ୍ଗି ଚମକି ଉଠି କୁକୁର ଭାବି ଯାହାକୁ ହୁସ ହୁସ କହି ତଡ଼ିଦେବାକୁ ବାହାରିଥିଲେ ସେ ଥିଲା ଏକ ଶିଶୁ କାନ୍ୟା. ଆକାଶ ଛିଡି ପଡିଲା ହରି ମଉସାଙ୍କ ଉପରେ.ସେ jପ୍ଲାଟଫର୍ମ ଉପରେ ଥିବା ଫାଣ୍ଡିକୁ ଯାଇ ଝିଅଟିର ପିତା ମାତାକୁ ଝିଅଟିକୁ ହସ୍ତାନ୍ତର କରିଦେବାକୁ କହି ଜିମା ଦେଲାବେଳକୁ ଝିଅଟି ତା କୁନି କଣ୍ଠରେ ପାପା ଡାକୁଥିଲା ହରି ମଉସାକୁ. ପୋଲିସ ବିଭାଗର ଫାଣ୍ଡି ଅଧିକାରୀ ମଧ୍ୟ ଅନୁନୟ କରିଥିଲେ ହରି ମଉସାଙ୍କୁ ଯେ ଝିଅଟି ଆପଣଙ୍କ ପାଖେ ଥାଉ, ତା ପିତା ମାତା ଖୋଜିଲେ ଆମେ ଆପଣଙ୍କ ଠିକଣାରେ ପହଂଚି ଝିଅକୁ ଠିକଣା ଜାଗାରେ ପହଞ୍ଚାଇଦେବୁ.
   ହରି ମଉସା ପ୍ରଥମଥଃ ଥିଲେ ବିପତ୍ନୀକ. ସେଥିରେ ରୋଜଗାର ସ୍ୱଳ୍ପ ସାଙ୍ଗକୁ ଏଇ ଝିଅ ବୟସରୁ ଟିକେ ବଡ଼ ନିଜ ପୁଅର ଦାଇତ୍ୱ ତଥା ଲାଳନ ପାଳନ ଭାର ଥିଲା . ହଉ ପ୍ରଭୁ ତୁମର ଯାହା ଇଛା କହି ସଉପ ସବୁକୁ ମୁଣ୍ଡେଇ ଝିଅଟିକୁ କାଖେଇ ଘରକୁ ଗଲେ. ଦିନ ପରେ ଦିନ ଗଡିଚାଲିଲା କିନ୍ତୁ ଝିଅଟିର ପିତା ମାତାଙ୍କ ଠିକଣା ମିଳୁନଥିଲା. ପୁଅ ସହ ଝିଅ ଖେଳୁଥିଲା ଅଗଣାରେ ନିଜ ଭାଇ ସହ ଖେଳିଲା ପରି ଓ ଗୋଟେ ରୁଟି ଅଧା ଅଧା ରେ ସଂସାର ଗଡୁଥିଲା ବେଳେ ହରି ମଉସା ନିଘା କରୁଥିଲେ କେବେ ପ୍ଲାଟଫର୍ମ ବାହାରେ ତ କେବେ ଟିକେଟ କରି ଭିତରେ ତ କେବେ ଫାଣ୍ଡି ଆଗରେ ଝିଅଟିର ପରିଚୟ ପାଇବାକୁ ଅପେକ୍ଷା କରୁଥିଲେ . ଏମିତିରେ ହରି ମଉସା କିନ୍ତୁ ଲକ୍ଷ କଲେ ଭଲ ବିକ୍ରିବଟା ହେଇ ଦୁଇ ପଇସା ମିଳୁଛି ତ ଝିଅକୁ ଡାକିଲେ ଲଷ୍ମୀ ବୋଲି ଆଉ ଏଣିକି ଡାକୁଥିଲେ ପ୍ରଭୁହେ ମୋ ଲଷ୍ମୀର ବାପା ହୋଇ ମୁଁ ଓ ମୋ ପୁଅ ବଇଁଶୀ ସଙ୍ଗେ ଭଉଣୀ ହୋଇ ଲଷ୍ମୀ ଏ ଘରେ ରହିଥାଉ ସବୁଦିନ.ଲଷ୍ମୀ ନଜାଣୁ ପ୍ଲାଟଫର୍ମରେ ତା ପୂର୍ବ ଜୀବନ କିପରି ଥିଲା. ଲଷ୍ମୀ ମଧ୍ୟ ବଢୁଥିଲା ଚନ୍ଦ୍ରକଳା ପରି ହରିମଉସାଙ୍କ ଝିଅ ହୋଇ.ସେଦିନ ଅଁଳା ନବମୀ ଥିଲା ତ ହରି ମଉସା ହଳେ ପାଉଁଜି ନେଇ ଲଷ୍ମୀ ପାଦରେ ପିନ୍ଧାଇଦେଇଥିଲେ ତ ଲଷ୍ମୀ ଯୁଆଡେ ଯାଉଥିଲା ଝୁମୁରୁ ଝୁମୁରୁ ବାଜୁଥିଲା ପାଉଁଜି ତ ଭାଇ ବଇଁଶୀ ଡାକୁଥିଲା ଲଷ୍ମୀ କୁ ଝୁମୁରି ବୋଲି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action