ପତ୍ନୀ ଥିଲେ ଭାଇଭଉଣୀ ଭିତରେ ସବୁଠୁ ବଡ଼ ପୁଣି ସଂଯୋଗକୁ ସେ ନିଜେ କୁମାରପୂର୍ଣ୍ଣମୀରେ ଜନ୍ମ, ଏକମାତ୍ର ଝିଅ ସେହି ତିଥି ଖୋଜି ଆସିଗଲା ପୁଣି ଝିଅ ଚାନ୍ଦିନୀ ପୁଅ ଆଣିଛି କୁମାର ପୂର୍ଣ୍ଣମୀରେ ତ ଖପଖାପ ପାଞ୍ଚ ଭାଇଭଉଣୀ ସପତ୍ନୀକ ପିଲାଛୁଆ ଧରି ପହଁଞ୍ଚିଗଲେ ଭୁବନେଶ୍ୱର ନାନୀ ଘରେ. କିଏ କହୁଥିଲା ଲେଖିଥିଲୁ ପ୍ରବନ୍ଧ କୁମାର ପୂର୍ଣ୍ଣମୀର ଯଥାର୍ଥତା ତ ଏବେ ପାଇଗଲୁ ନା ନାନୀ . ପୁଣି କିଏ କହୁଥିଲା ତୋ ପରି ଭାଗ୍ୟବତୀ କିଏ ଆଉ ଅଛି ନାନୀ ତ କିଏ କହୁଥିଲା ଚାନ୍ଦ ଚକଟା ପରେ କରିବୁ ବାହାରେ ପୁରୀ ସମୁଦ୍ରକୂଳ. ସତକୁ ସତ ଗାଡି ଗୁଡିକ ପହଁଞ୍ଚିଯାଇଥିଲା ସମୁଦ୍ରକୂଳେ. ଚାନ୍ଦ ଖିଆ ସରିଥିଲା ଯେହେତୁ ପ୍ରଫୁଲ୍ଲିତ ପତ୍ନୀଙ୍କ ସହ ମୋର ସବୁଠୁ ବଡ଼ ଶୁଭ ଦିନଟିଏ ଥିଲା ସେଦିନ ଭୁବନେଶ୍ୱରରେ
ସୂର୍ଯ୍ୟ ବୁଡ଼ିଯାଉ ଯାଉ ଚାନ୍ଦ ଅର୍ଥାତ ଜୋସ୍ନା ପୂର୍ଣ୍ଣ ଜହ୍ନ ଉଠିଆସିଥିଲେ ଆକାଶକୁ ଆଉ ଫୋନରେ ଚାନ୍ଦ ବା ଜହ୍ନକୁ ହାତ ମୁଠାରେ ଧରି ସମସ୍ତେ ସମସ୍ତଙ୍କର ଫୋଟୋ ନେଲାବେଳେ ମୁଁ ନାତି ଜହ୍ନ ପାଇଁ ନୁହେଁ ବରଂ ଜୋସ୍ନା ପାଇଁ ଚିନ୍ତିତ ଥିଲି. ଅବସର ପୂର୍ବରୁ ଆମ ଏକମାତ୍ର ଝିଅ ଚାନ୍ଦିନୀର ବିବାହ ସରିଯାଇଥିଲା ତ ଆମେ ଦୁହେଁ ନିଷ୍ପତ୍ତି ନେଇଥିଲୁ ଜୀବନ ସାରା ଦୌଡ଼ ପରେ ଏଣିକି ପୋଷା କୁକୁର ଟମି ଓ ପୋଷା ବିଲେଇ କକି ସହ ଜୀବନର ବିଶେଷ ମୁହୂର୍ତ୍ତ ସବୁକୁ ସାଉଁଟିଆଣିବୁ ପଶୁ ପକ୍ଷୀ ଓ ଗଛ ଲଟା ସହ ପ୍ରକୃତି ଭିତରେ . ପ୍ରକୃତରେ ପତ୍ନୀ ପିଲା ବନି ପରି ବଗିଚାରେ ପ୍ରଜାପତି ଧରୁଥିଲେ. ରଙ୍ଗ ତୁଳୀ ସାହାଯ୍ୟରେ ପୃଥିବୀର ବିଭିର୍ନ୍ନ ବସ୍ତୁ ଓ ପଦାର୍ଥ ସବୁକୁ ରଙ୍ଗୀନ କରି ସମୟ କାଟୁଥିଲେ. ସେହି ସମୟରେ ମୁଁ ଗଛ ଲଗେଇ ଚାଲିଥିଲି ଆଉ ଗଛ ଲଗାଉ ଲଗାଉ ଟମି ଓ କକିଙ୍କ ଖେଳ ଦେଖୁ ଦେଖୁ ପାଖରେ ଯୋଉ ଛୋଟ ଝିଅଟି ଠିଆ ହେଲା ସେ ଥିଲା ଜୋସ୍ନା. ବନ୍ଧୁତ୍ୱ ଗଢିଉଠିଥିଲା ତା ସହ ଖୁବ . ତା ଜନ୍ମଦିନରେ ତା ନିମନ୍ତ୍ରଣରେ ଆଣ୍ଟି ଓ ଅଙ୍କଲଙ୍କୁ ଦେଖି ସେ ଖୁବ ଖୁସି ହୋଇଥିଲା ତାଙ୍କ ଘରେ .ଆଣ୍ଟି କାନଭାସ ଉପରେ ଆଙ୍କିଥିବା ଜୋସ୍ନା ନିଜର ଚିତ୍ରପଟ ଦେଖି ଜୋସ୍ନା ଯେବେ କହିଥିଲା ମୁଁ ଜହ୍ନ ଦେଶକୁ ଗଲେ ସେଠି ଲାଇକା ସଙ୍ଗେ ଖେଳିବି କିନ୍ତୁ ମୋ କଥା ମନେପଡିଲେ ମୋ ବାପା ଓ ମାଆ ଏହି ସୁନ୍ଦର ଚିତ୍ରପଟ ଦେଖି ମତେ ଦେଖିନେଇ ଶାନ୍ତ ପଡିଯିବେ. ମୁଁ ଫେରୁ ଫେରୁ ପୁଣି ବର୍ଷେ ଲାଗିବ ନା. ଜୋସ୍ନା କଥା କିଛି ବୁଝିହେଉନଥିଲା ବେଳେ ତା ପିତା ମାତା ଆମ ବନ୍ଧୁ ହୋଇସାରିଥିଲେ ଓ ଜୋସ୍ନାର ଏ ସୁନ୍ଦର ପୃଥିବୀରେ ରହିବା ଆଉ ଅଳ୍ପ ଦିନ କହୁଥିଲେ ତ ଆମେ ଦୁହେଁ ସପତ୍ନୀକ ଚମକି ପଡିଥିଲୁ ଯେବେ ଜୋସ୍ନାର ଏହା ବ୍ଲଡ କ୍ୟାନ୍ସରର ଚତୁର୍ଥ ଷ୍ଟେଜ ଶୁଣିଥିଲୁ. ଆଜି ଜହ୍ନ ଆସିଛି ହେଲେ ଜୋସ୍ନା ଦୂରେଇ ଯିବାକୁ ବସିଛି ଭାବି ମୁଁ ଆନମନା ହୋଇପଡୁଥିଲା ବେଳେ ସବା ସାନ ଶାଳୀ ଟିନା, ମୋ ହାତ ମୁଠାରେ ଜହ୍ନ ରହିଥିବା ଦୃଶ୍ୟର ଫଟୋଗ୍ରାଫଟିକୁ ସ୍ମାର୍ଟ ଫୋନ ଜରିଆରେ ମେଧାଦେବୀଙ୍କୁ ଦେଇ ଖୁବ ଉର୍ନ୍ନତ କରିସାରିଥିଲା. ମତେ ଜହ୍ନ ଜାଗାରେ ଜୋସ୍ନାର ମୁଁହଁ ଦିଶୁଥିଲା ତ ମୁଁ କାନ୍ଦିପକେଇବା ଦେଖି ସମସ୍ତେ ବ୍ୟସ୍ତ ହୋଇ ପଡିବା ବେଳେ ପତ୍ନୀ କିନ୍ତୁ କହୁଥିଲେ ଖୁସିର ଲୁହ ମଧ୍ୟ ଖୁବ ସୁନ୍ଦର. ପୁଣି କହୁଥିଲେ ଜାଣିଛ ଜୋସ୍ନାର ଡାକ୍ତରୀ ରିପୋର୍ଟରେ ଉର୍ନ୍ନତି ଆସିଛି. ଜଗନ୍ନାଥଙ୍କ କରୁଣାରୁ ତାର କିଛି ନହେଉ. ମୋ ପାଟିରୁ ବାହାରିଥିଲା ଯେତେ ଦୂରରେ ଥାଉ ଜହ୍ନ କିନ୍ତୁ ଜୋସ୍ନା ବିନା ରହିପାରେନା.