STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ମହାମିଳନ

ମହାମିଳନ

3 mins
2

ଶୀତୁଆ ପବନ ବହୁଥିଲା. କାର୍ତ୍ତିକ ମାସ ପାଇଁ ମାଆ ସୁକୁଟି ଚଉରାମୂଳେ ବ୍ୟସ୍ତ ଥିଲା. ଗୋବରରେ ଲିପାପୋଛା କରି କାର୍ତ୍ତିକ ମାସ ସାରା ଚଉରା ମୂଳେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମାଆଙ୍କ ଛବି ସହ ଗଦା, ପଦ୍ମ, ଶଙ୍ଖ, ଚକ୍ର ଆଙ୍କି ନିଜ ସାମର୍ଥ୍ୟ ଭିତରେ ପୂଜା ପାଇଁ ପ୍ରସ୍ତୁତ ଥିଲା ବେଳେ ପୁଅ ବଢ଼େଇଦେଇଥିଲା ବାଦୁଡ଼ି ଖିଆ ପିଜୁଳିଟିକୁ ଓ କହିଥିଲା ଆମ ସଂକୃତ ସାର କହୁଥିଲେ ପକ୍ଷୀର ଅଇଁଠା ଫଳ ପାଇଲେ ଶୁଭ ହୁଏ. ତେବେ ତାକୁ କାଟିକୁଟି ଭିତର ଅଂଶକୁ ପ୍ରଭୁଙ୍କୁ ଭୋଗ ଲଗେଇ ଖାଇଲେ ଅସୁବିଧା କେଉଁଠି ମାଆ. ମାଆ ଆଖିରୁ ଲୁହ ଟୋପା ଖସିପଡୁଥିଲା ପୁଅ କଥା ଶୁଣି ତ ସେ ପୁଅ କଥା ଅନୁସାରେ ପିଜୁଳି ଫଳଟିକୁ କାଟି ଓ ଧୋଇ ପୂଜା କରିବାକୁ ଚଉରା ପାଖକୁ ଆଣିଲା ବେଳେ ପୁଅ ସେଠି କାଠି କୁଟା ସଂଗ୍ରହ କରି ଶୀତୁଆ ପବନରୁ ରକ୍ଷା ପାଇବା ପାଇଁ ନିଆଁ ଧରେଇ ସାରିଥିଲା. ପିଜୁଳି ଭୋଗ ସାରି ପୁଅକୁ ଦେଇ ମାଆଟି ଆନମନା ହୋଇଯାଉଥିଲା. ଏମିତି ଏକ କାର୍ତ୍ତିକ ମାସରେ ସେ ସନିଆଁର ହାତ ଧରି ଏ ଘରକୁ ବୋହୁ ହୋଇ ଆସିଥିଲା କିନ୍ତୁ ପ୍ରଥମ ଓ ଦ୍ୱିତୀୟ ସନ୍ତାନ ଦୁଇଟି ଝିଅ ହେଲେ ବୋଲି ଜନ୍ମ ହେଉ ହେଉ ସନିଆଁ କୁଆଡେ ଯେ ତାଙ୍କୁ ଘେନିଯାଏ ତାର ଠିକଣା ନଥାଏ. ସ୍ତ୍ରୀ ସୁକୁଟି କାନ୍ଦିଲେ ସାନିଆଁ କହେ ଝିଅ ଜନ୍ମ କରି ତୁ ପାପ କରିନୁ ସୁକୁଟି କିନ୍ତୁ ଝିଅର ଲାଳନ ପାଳନ, ଦାଇତ୍ୱ ଓ କର୍ତ୍ତବ୍ୟ କରିବାକୁ ଏ ପାପୀ ବାପା ସମର୍ଥ ନୁହେଁ ଲୋ. ସୁକୁଟି ମାତୃତ୍ୱ ହରେଇ ଓ ସନ୍ତାନ ହରା ହୋଇ ବେଶୀ ବେଶୀ କାନ୍ଦିଲେ ସନିଆଁ କହେ ତୋ ବାପାକୁ କନ୍ୟାସୁନା ଦେଇ ତତେ ବାହା ହେବା ଯୁଗ ଆଉ ନାହିଁ. ମୋ ଦୁଇଝିଅ ଭଲରେ ଅଛନ୍ତି. ଏତିକି ଭାବି ଖୁସିରେ ରହ. ସୁକୁଟିର ତୃତୀୟ ସନ୍ତାନ ପେଟରେ ରହିଲା ପରେ ସେ ସ୍ୱାମୀଙ୍କୁ ନେହୁରା ହୋଇଥିଲା ଝିଅ ହେଉ ଅବା ପୁଅ. ଥିଲେ ଥାଉ ଅବା ନଥିଲେ ନାହିଁ. ଯୋଉ ଭଗବାନ ତାକୁ ଆମ କୋଳକୁ ଦେଉଛନ୍ତି ସେ ତାଙ୍କ କଥା ବୁଝିବେ. ଏଥର ମତେ ସନ୍ତାନ ଠାରୁ ଅଲଗା କରିବନି. ଏତିକି ଗୁହାରି ରଖିବ ବୋଲି ସୁକୁଟି ନେହୁରା ହୋଇଥିଲା ତ ସନ୍ତାନ ଭୂମିଷ୍ଠ ହେବା ପୂର୍ବରୁ ସନିଆଁ କିନ୍ତୁ ନିଜେ ଅଲଗା ହୋଇସାରିଥିଲା ସୁକୁଟି ପାଖରୁ. କାରଣ ଥିଲା ଏଥର ଵି ଯଦି ଝିଅ ହୁଏ ତେବେ ସନିଆଁ ବାପା ଡାକ ଶୁଣିବା ପରିବର୍ତ୍ତେ ଥରକୁ ଥର ମାଆ ଠାରୁ ସନ୍ତାନକୁ ଅଲଗା କରି ପାପୀ ରୂ ମହାପାପୀ ହୋଇପାରିବନି ବରଂ ଯ ପଳାୟତି ସ ଜୀବତୀ ନ୍ୟାୟରେ ସେ ଘର ଛାଡିଥିଲା. ଆଉ ବିଶୁ ଜନ୍ମ ହୋଇ ବଡ଼ ହେଲାପରେ ଯେବେ ମୋ ବାପା କାହିଁ ପଚାରୁଥିଲା ତ ମାଆ ସୁକୁଟି ତା ଉତ୍ତରରେ ତା ପିଲାଦିନର ସେହି ଗାଁ ସ୍କୁଲର ପଣ୍ଡିତଙ୍କ କଥା ମନେପକାଅଇ ସେତିକି ମାତ୍ର କହିପାରିଥିଲା ଯେ ତୋ ବାପା ଆମକୁ ଛାଡି ଯିବା ବେଳେ ଭାବିନେଇଥିଲେ ଯ ପଳାୟତି ସ ଜୀବତୀ. ବିଶୁ କିଛି କହେନି କିନ୍ତୁ ଏବେ ସେ ସେକଥା ତାଙ୍କ ସ୍କୁଲ ପଣ୍ଡିତଙ୍କୁ ପଚାରି କିଛି କିଛି ଅର୍ଥ ବୁଝିଗଲା ପରେ ତା ମୁଣ୍ଡରେ ଅନେକ ଭାବନାର ଇମୋଜୀ ଚାଲୁଥିଲା . କାହିଁକି, କେମିତି କିପରି ବୋଲି ଉତ୍ତର ନପାଇ ମାଆ କାନ୍ଦୁଥିବାର ଦେଖି ଚୁପ ହୋଇଯାଏ ବିଶୁ .
   ଏ ବର୍ଷ କାର୍ତ୍ତିକ ମାସରେ ଟୁନା ବାପା ଦାଦନରୁ ତା ପାଇଁ କମଳ ନେଇ ଆସିଛନ୍ତି. ମହନା ବାପା ତାଙ୍କ ବୋଉ ପାଇଁ ଚାଦର ଓ ବାପାଙ୍କ ପାଇଁ ଶାଲ ସହ ପରିବାର ଲୋକଙ୍କ ପାଇଁ କେତେକଥା ନେଇ ଫେରିଛନ୍ତି. କୁନି କକେଇ, ଦିନା ଦାଦି ସେମାନେ ମଧ୍ୟ ଦୀପାବଳିରେ ପିତୃପୁରୁଷଙ୍କୁ ପୟା ଶ୍ରାଦ୍ଧ ଦେବା ଲାଗି ଆସିଛନ୍ତି ଓ କାର୍ତ୍ତିକ ପୂର୍ଣ୍ଣମୀ ସାରି ଯିବେ ବୋଲି ବିଶୁର ସାଙ୍ଗମାନେ ଖୁବ ଖୁସି ଥିଲା ବେଳେ ବିଶୁକୁ ଡାକି ସଂସ୍କୃତ ସାର କହିଥିଲେ ଦେଖିବୁ ବିଶୁ ଚଢ଼େଇ ଅଇଁଠା ଫଳ ପାଇଛୁ ମାନେ ତୋ ବାପା ଵି ଫେରିବେ. ଦେଖିବୁ ତାଙ୍କୁ ଆଖିପୁରେଇ.ସଂସ୍କୁତ ସାରଙ୍କୁ ପିଲାଏ ଯେତିକି ଡରନ୍ତି ସେତିକି ନିଜର ଭାବି ସବୁ କଥା କହିଥାଆନ୍ତି ତ ଆଜି ଶୀତୁଆ ପାଗରେ ତାଙ୍କ ବାଡ଼ିପଟେ ରହୁଥିବା ବାଦୁଡ଼ି ପିଜୁଳିର କିଛି ଅଂଶ ଖାଇ ଅର୍ଥାତ ଅଇଁଠା କରି ପକେଇଥିଲା ଓ ମାଆ ତାକୁ ପରିଷ୍କାର କରି ଚଉରା ମୂଳେ ଭୋଗ ଲଗେଇଥିଲା ବୋଲି ବିଶୁଠୁ ଶୁଣି ସାର କହିଥିଲେ ବହୁତ ଶୁଭ ହେବ ବିଶୁ. ସତକୁ ସତ ବିଶୁ ସେଦିନ ସେଇ ଶୀତୁଆ ପବନରେ ଘରକୁ ଫେରି ଦେଖିଲା ତା ବାପା ଫେରିଛନ୍ତି. ସାଙ୍ଗରେ ଅନାଥ ଆଶ୍ରମରେ ବଢୁଥିବା ଦୁଇ ଅପାଙ୍କ ସହ ତା ଲାଗି କେତେ କେତେ ଦରବ ନେଇ ଆସିଛନ୍ତି . ବିଶୁ ଦେଖିଲା ଆଜି ପ୍ରଥମ ଥର ମାଆ ଆଖିରେ ଲୁହ ବଦଳରେ ହସ ଚକମକ କରୁଥିଲା. ମାଆ କରିଥିବା ସୁସ୍ୱାଦୁ ପିଠା ଧରି ବିଶୁ ତାଙ୍କ ସ୍କୁଲ ପଣ୍ଡିତ ସାରଙ୍କ ପାଖକୁ ଦଉଡିଯାଇ ତାଙ୍କ ଗୋଡ଼ତଳେ ପଡିଲା ବେଳେ ସାର ଦେଖିଥିଲେ ସବୁ ବେଳେ ହସୁଥିବା ହସକୁରା ବିଶୁ ଆଜି ପ୍ରଥମ କରି ଶୀତୁଆ ପବନକୁ ଖାତିର ନକରି ଖୁସିରେ ଧାର ଧାର କୃତଜ୍ଞତାର ଲୁହ ନିଗାଡି ଚାଲିଥିଲା ସାରଙ୍କ ପାଦ ତଳେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy