ସବୁ ବୋଉମାନେ ବୋଧେ ଏମିତି!ଯେତେ ଟା ସନ୍ତାନ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିଦେଇଥାନ୍ତି ସମାନ ଭାବେ. ନହେଲେ ପିଲାବେଳେ ଛଅ ଭାଇଭଉଣୀଙ୍କ ପସନ୍ଦ ଜାଣୁଥିବା ବୋଉ ତାଙ୍କର କେମିତି ବାଢିଦିଏ କାହାକୁ ଉଷୁମ ଉଷୁମ ଚାଇଁ ପଖାଳ ସାଙ୍ଗକୁ ପାଗ ପୁଗା ତ କାହାକୁ ଚୁନା ଚୁନା କଟା ଆଳୁ ଭଜା ସହ ଅଣ୍ଡା ଭୁଜିଆ ପୁଣି କାହାକୁ ଗରମ ଭାତ ସାଙ୍ଗକୁ ଚୁଙ୍ଗୁଡ଼ି କାଲିଆ. ଏବେ ସେହି ଛଅ ଭାଇଭଉଣୀ ଙ୍କ ଭିତରୁ ବଡ଼ ଝିଅ ସୁନିତାଙ୍କର ପୁଅଟିଏ ପରେ ଝିଅଟିଏ ଆସିଛି କୋଳକୁ ତ ସବୁ ସ୍ନେହ ଶ୍ରଦ୍ଧା ସହିତ ତା ସୁରକ୍ଷା ପାଇଁ ଖୁବ ଚିନ୍ତିତ ମା ସୁନିତା. ଜନ୍ମ ବେଳେ ଏକୋଇଶିଆରେ କୋଷ୍ଠି ଗଣନା କରି ଜଣେ ନାହାକ କାଳସର୍ପ ଦୋଷ ଅଛି କହିଥିବାରୁ ସେକଥା ସୁନିତାଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥିଲା ତ କୋଷ୍ଠା ଗଣନା ଚାଲିଥିଲା ବିଭିର୍ନ୍ନ ନାହାକମାନଙ୍କ ପାଖେ. ଜାତକ ଦେଖି କୋଉ ନାହାକ ପାଣିକୁ ଜଗିଥିବେ ତ କିଏ ନିଆଁ କୁ ଜଗିଥିବେ କହୁଥିଲା ବେଳେ କିଏ କହେ ଜଗତଜିତା ହେବ. ସୁନିତା କିନ୍ତୁ ଡାକୁଥାଆନ୍ତି ମା ଲୋ ମା କାକଟପୁର ମଙ୍ଗଳା ମାଆ ମୋ ଝିଅକୁ ରକ୍ଷା କର ମା. ତତେ ଡାକି ଡାକି କେତେ କଷ୍ଟରେ ମୋର ଏ ଝିଅ. ତା ଭାଇ ସହ ଝିଅକୁ ମୋର ବୁଦ୍ଧି, ବିଦ୍ୟା, ଧନ,ଜନ, ଗୋପ, ଲଷ୍ମୀ ଦେବା ସହ ଆୟୁଷ, ଆଶିଷ ଓ ନିରୋଗୀ ରଖ ମା. ପୁଣି ଡାକୁଥାଆନ୍ତି ଵୀରହନୁମାନଙ୍କୁ କାରଣ ତାଙ୍କ ଝିଅ ନିଜେ ପିଲାଦିନୁ ବୀରହନୁମାନ ଙ୍କୁ ଦେଖି ଖୁବ ଖୁସି ହେବା ସଙ୍ଗେ ସଙ୍ଗେ ପଚାରି ବସେ ସେ କେମିତି ଖାଇବେ ଓ କଥା କହିବେ ମାଆ?ତାଙ୍କ ପାଟି କାହିଁକି ଏମିତି ହୋଇଛି? ତୁ ଭୋଗ ବଦଳରେ ଔଷଧ ଆଣିଲୁନି ତାଙ୍କ ପାଇଁ!ଝିଅର ପ୍ରଶ୍ନ ରେ ସୁନିତା କହନ୍ତି ସେ ପରା ଠାକୁର ଝିଅ!ସେ ନିଜେ ନିଜର ସବୁ ଅସୁବିଧା ଦୂରେଇ ନିଜ ସୁରକ୍ଷା ନିଜେ କରିପାରିବେ. ପିଲାଦିନେ କିଛି କିଛି ବୁଝୁଥିବା କିଛି କିଛି ବୁଝୁନଥିବା ଝିଅ ଏବେ ଗଭୀର ପାଣି ଭିତରେ ଯୋଗଭ୍ୟାସ କରିବା ଦେଖି ସୁନିତା ଆଶଙ୍କିତ ହୋଇପଡୁଥିଲା ବେଳେ ଝିଅ କହେ ତୁ ପରା କହୁ ମାଆ ଯେ ଡର କାହାକୁ ଭୟ କାହାକୁ.... ଇଶ୍ୱର ଅଛନ୍ତି ଚଉବାହାକୁ. ତୁ ପରା କହୁଥିଲୁ ମୋର ମାଆ କାକଟପୁର ମଙ୍ଗଳା ଓ ବୀରହନୁମାନ ସାହା ବୋଲି. ଝିଅକୁ ହଁ ହଁ କହିଦେଇ ଭାବନା ରେ ବୁଡି ଯାଆନ୍ତି ସୁନିତା.
ଝିଅ ଜନ୍ମ ହେବା ଦିନର ଘଟଣା ମନେ ଅଛି ସୁନିତାଙ୍କର. ନର୍ସ ଦିଦି ତାଗିଦା କରି କହି ଗଲେ ପିଲାକୁ ଘୋଡେଇ ରଖି ବସ ଝିଅ. ଏତିକି କହି କହୁଥିଲେ ଏତେ ପିଲା ଆଜି ଏ ୱାର୍ଡରେ ଜନ୍ମ ହୋଇଛନ୍ତି. କୋଉ ବେଡ଼ ରେ ଏମିତି ପିଲାଟିଏ ଅଛି କହତ!ପ୍ରଥମ ସନ୍ତାନ ପୁଅ ହୋଇସାରିଛି ବୋଲି ଦ୍ୱିତୀୟ ସନ୍ତାନକୁ ଅଣଦେଖା କରିବା ଉଚିତ ନୁଁହଁ.ଝିଅ ଜନ୍ମ ହୋଇଛି ବୋଲି ମନ ଟିକେ ନା ଟିକେ କୋଉଠି ଊଣା ଥିଲେ ବି ବୁଝିଗଲା ସୁନିତାଙ୍କ ମନ.ଦିଦିଙ୍କ ସେହି କେଇପଦ ଶବ୍ଦ ସମାହାର ବାକ୍ୟଟିରେ ତ ସୁନିତା ଝିଅକୁ କୋଳକୁ ନେଇ କୋଳେଇ ଆଗ୍ରହରେ କ୍ଷୀର ଦେଉ ଦେଉ ଦେଖିଲେ ପାଖ ବେଡ଼ ରେ ବର୍ଷେ ପାଖା ପାଖି ଝିଅଟିଏ ର ନାକରେ ଅକ୍ସିଜେନ ନଳୀ ଲାଗି ହେଙ୍କା ଉଠୁଥାଏ ଛୁଆଟିର ଓ ପାଖରେ ମାଆ ଟି କାନ୍ଦୁଥାଏ. ସୁନିତାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ପାଖରେ ଥିବା ତାଙ୍କ ନିଜ ଆଈ ଓ ମାଉସୀ ଶାଶୁ ପରସ୍ପର ଭିତରେ କଥା ହେଉଥାଆନ୍ତି ଯେ ବିବାହର ପନ୍ଦର ବର୍ଷ ପରେ ମାଆ ହୋଇଥିବା ସାନଯାଆ ଘର କାମ କରିବାକୁ ତା ଛୋଟ ଝିଅ ଛାଡ଼ୁନଥିବାରୁ ବଡ଼ଯା ଅର୍ଥାତ ଶିଶୁକନ୍ୟା ଝିଅର ବଡ଼ମାଆ ଛୁଆଟିକୁ ଅଫିମ ଦେଇ ଶୁଆଇବାର ନିର୍ଦ୍ଦେଶ ରେ ସେକଥା ଟି ସବୁଦିନିଆ ରୁଟିନ ହୋଇଯାଇଥିଲା ଆଉ ସେହି କାରଣରୁ ଏବେ ଛୋଟ ଝିଅର ବାନ୍ତି ଓ ଝାଡା ପୁଣି ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ତ ଡକ୍ଟର କହୁଛନ୍ତି ଭଗବାନଙ୍କୁ ଡାକ. ନିଜେ ଯୋଉ ଭୁଲ କରିଛ ତାକୁ ସୁଧାରିବାକୁ ଆମେ ଅସମର୍ଥ. ତଥାପି ଝିଅଟିର ହେଙ୍କା ଉଠୁଥାଏ ରାତିସାରା ଓ ମାଆଟି କାନ୍ଦୁ କାନ୍ଦୁ ହଠାତ ହେଙ୍କା ବନ୍ଦ ହୋଇଗଲା ଛୋଟ ଝିଅଟିର ତ କାନ୍ଦ ର ରୋଳରେ ହସ୍ପିଟାଲ ଫାଟି ପଡୁଥିଲା ବେଳେ ଏପଟ ବେଡ଼ ରେ ସୁନିତା ନିଜ ଝିଅ ବେବିନା ଦେହରୁ ମଶା ଉଡାଉ ଉଡାଉ କୋଳରେ ଚାପି ଧରି କାହିଁକି କେଜାଣି କାନ୍ଦିଥିଲେ ଖୁବ. ଆଜି ଝିଅ ଗଭୀର ପାଣି ଭିତରେ ଯୋଗ କରିବା ସେ ସହନ୍ତେ କେମିତି!
ସେଦିନ ଯୋଗ କରୁ କରୁ ଅନେକ ପିଲାଙ୍କ ଭିତରୁ ପୁଅଟିଏ ଗଭୀର ଜଳ ଭିତରେ ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ଆରପୁରକୁ. ଝିଅ ବେବିନା ଖୁବ ଡେରିରେ ଘରକୁ ଫେରିଲା ସେଦିନ. ସେଦିନ ରାତିରେ ସୁନିତା ଶୋଇପାରିନଥିଲେ. ଝିଅ ରୁମକୁ ପଶିଆସିବାରୁ ଝିଅ କହୁଥିଲା ତୁ ଏଯାଏଁ ଶୋଇନୁ ମାଆ!ତୁ ମଧ୍ୟ ଶୋଇନୁ ତ!ହଁ ସେଇ ପୁଅର ମୃତ୍ୟୁ ଗଭୀର ଦୁଃଖ ଦେଉଛି ମାଆ. ସୁନିତା କଇଁ କଇଁ ହୋଇ କାନ୍ଦି ବଢିଲା ଝିଅ ବେବିନାକୁ କୋଳରେ ଧରି ଖୁବ କାନ୍ଦିଥିଲେ ସେ ରାତି ସାରା. କହୁଥିଲେ ପୁଅ ହେଉ ଅବା ଝିଅ, ମାଆ ପାଇଁ ତା ସନ୍ତାନ ସବୁକିଛି. ମାଆ ସୁନିତା ଙ୍କ କାନ୍ଦ ଓ କଥାରେ କେତେ ଗଭୀରତା ଥିଲା କେଜାଣି ଝିଅ ବେବିନା କିନ୍ତୁ ଏବେ ଆଉ ଗଭୀର ଜଳ ଭିତରେ ଯୋଗାଭ୍ୟାସ ଅଭ୍ୟାସ ଛାଡି ଦେଇଥିଲା. ଦିନେ କିନ୍ତୁ ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରି ମାଆ ସହ ବାପାଙ୍କୁ ଚତ୍ମତକୃତ କରିଦେଇଥିଲା ବେବିନା. ଗଭୀର ଆବେଗରେ ବାପା କହୁଥିଲେ ଝିଅ କାହାର!ସୁନିତା ମଧ୍ୟ କହୁଥିଲେ ନାତୁଣୀ କାହାର!ଆଈଙ୍କ ଭଳି ହେଉଛୁ ତୁ ମାଆ ବୋଲି କହି ବେବିନା ପୁଣି କହୁଥିଲା କିଛି..ଆଈ ପରା କହନ୍ତି ଡର କାହାକୁ ଭୟ କାହାକୁ.. ଇଶ୍ୱର ଅଛନ୍ତି ଚଉବାହାକୁ, ଯାହା ତୁ ମତେ ଓ ଭାଇକୁ କହୁ ସବୁବେଳେ.
ବେବିନାର ଆଈ ଅର୍ଥାତ ସୁନିତା ଙ୍କ ସେଇ ବୋଉ ଆଜି ବଦଳି ଯାଇଛନ୍ତି. ବାପାଙ୍କ ଆବର୍ତ୍ତମାନରେ ଏକୁଟିଆ ହୋଇ ଯାଇଛନ୍ତି .ବୋଉ ତାଙ୍କର ଆଇନା ଆଡକୁ ଚାହିଁ ଡାକ ପକେଇଥିଲା ଦଉଡି ଆସେ ଝିଅ ଭୂତ.ଭୂତର ଇମୋଜି. ସତକୁ ସତ ଦଉଡି ଆସି ସୁନିତା ଦେଖିଲା ବୋଉ ନିଜ ଛବିର ପ୍ରତିବିମ୍ବକୁ ଦର୍ପଣରେ ଦେଖି କହୁଥିଲା ଭୂତ ଭୂତ ଭୁତର ଇମୋଜି.ତା ପରଠୁ ବୋଉ ଏମିତି ଅନେକ ଅପ୍ରସାଙ୍ଗିକ କଥା କହୁଥିଲା ଯେମିତିକି ସକାଳୁ ଉଠି ପଚାରୁଥିଲା ଆଜି ପରା ସାବିତ୍ରୀ, ମୁଗ ବତୁରେଇନୁ କି ଝିଅ!କେତେ କାଳେ ଆସିଛୁ ମୋ ପାଖକୁ ପୁରୀ ଘରକୁ,ଏତିକି ତ ଅନ୍ତତଃ କରିଦେ. ସୁନିତା ଆଶ୍ଚର୍ଯ୍ୟରେ ବୋଉକୁ ଚାହିଁ କହୁଥିଲା ସାବିତ୍ରୀ ଆଜି!ଯଦି ଆଜି ତ ବଡ଼ମନ୍ଦିରର ଅବଢ଼ା ଖାଇ ସାତପୁରୁଷି ପରମ୍ପରା ଅନୁସାରେ ପୁରୀବାସୀଙ୍କ ଅଭ୍ୟାସ ଢଙ୍ଗରେ ଖାଇନେବା ଶାନ୍ତିରେ.ଆଉ ମୁଗ ବତୁରେଇବା ଚିନ୍ତା ବୋଉର ଆସିଲା କୁଆଡୁ? ବୋଉର ଏମିତି ଏମିତି ଅନେକ କଥାରେ ନଥା ଲାଗୁଥିଲା.ବୋଉ ଅନ୍ୟ ଦୁନିଆଁରେ ଅଛି ଯୋଉଠି ଅନେକ ଢଙ୍ଗ ଓ ରଙ୍ଗର ଇମୋଜି ତାକୁ ଓ ତାର ଭାବନାକୁ କାୟା ବିସ୍ତାର କରି ରଖିଛି. ବ୍ୟସ୍ତ ହୋଇପଡ଼ିଲୁ ଆମେ ଭାଇଭଉଣୀମାନେ. ସ୍ଥିର କଲୁ ଛଅ ଜଣ ଯାକ ମିଶି ବୋଉକୁ ନେଇଯିବା ପାଖକୁ. କିଛିନହେଲେ ଅନ୍ତତଃ ବାପାଙ୍କ ଆବର୍ତ୍ତମାନର ଦୁଃଖ ଭୁଲିଯିବ ତ ବୋଉ. ସେୟା ହେଲା ଓ ପ୍ରଥମ ପାଳି ବଡ଼ଝିଅ ସୁନିତା ଙ୍କ ଉପରେ ହିଁ ନ୍ୟସ୍ତ ଥିଲା. ଯା ହେଉ ବୋଉ ତା ପ୍ରିୟ ନାତି ନାତୁଣୀଙ୍କୁ ଦେଖି ଏମିତି ଭିର୍ନ୍ନ ଭିର୍ନ୍ନ ଚିନ୍ତାଧାରାର ଇମୋଜି ଅନ୍ତତଃ ପ୍ରକାଶ କରିବ ନାହିଁ କିନ୍ତୁ ଫଳ ଓଲଟା ହେଲା. ପ୍ରିୟ ନାତି ନାତୁଣୀ ଏଇଥି ପାଇଁକି ଯେ ବଡ଼ଝିଅର ପ୍ରଥମ ନାତି ଓ ନାତୁଣୀ ଦୁହେଁ ତାର ପ୍ରଥମ ଆଈ ହେବାର ଅନୁଭବ ହୋଇଥିବାରୁ ସେମାନଙ୍କୁ ଖୁବ ଭଲ ପାଉ ପାଉ ଅନ୍ୟମାନେ ଯିଏ ଯେତେ ଆସିଥିଲେ ବି ପ୍ରଥମ ପ୍ରେମକୁ ନଭୂଲି ପାରିଲା ପରି ପ୍ରଥମ ନାତି ନାତୁଣୀ ନିଶ୍ଚୟ ନିଆରା ଭାବି ବୋଉ ଏଣିକି ଠିକ ହୋଇଯିବ ଭାବୁଥିବା ଝିଅ ସୁନିତା କିନ୍ତୁ ଭୁଲ ପ୍ରମାଣିତ ହୋଇସାରିଥିଲେ କାରଣ ବଡ଼ ନାତି ରୁବା ଭିତରେ ସେ ଭଣଜା ବୁବୁନା ଙ୍କ ଇମୋଜି ଦେଖୁଥିଲା ତ ବଡ଼ନାତୁଣୀ ବେବିନା ଭିତରେ ଆଉ କାହା ଇମୋଜି ଦେଖି କେତେବେଳେ କଣ ବୋଲି ଭାବୁଥିଲା ତାକୁ ଓ ଡାକୁଥିଲା ସେହି ନାମରେ.
ଯୋଗକୁ ସାବିତ୍ରୀ ଆସିଗଲା. ଏଇ ବୋଉ ଯିଏ ସାବିତ୍ରୀ ଆସିବା ପୂର୍ବରୁ କେତେ ଚଳଚଞ୍ଚଳ ଥିଲା ଆଜି ସେ ଇମୋଜିଟିଏ ମାତ୍ର.ବାପାଙ୍କ ହାତରେ ସାବିତ୍ରୀ ଉପକରଣ ସହ ଅଭଡ଼ା ପଠେଇ ଦେଉଥିଲା ଝିଅ ବୋହୁମାନଙ୍କ ପାଇଁ. ପୁଣି ଝିଅ ବୋହୁମାନେ ତା ପାଇଁ ପଠେଇଥିବା ଶାଢ଼ୀ ଚୁଡ଼ି ଦେଖେଇ ହେଉଥିଲା ପଡୋଶୀ ସ୍ତ୍ରୀଲୋକମାନଙ୍କ ଆଗରେ. ଏମିତି କହିକି ଯେ ମୋ ବୋଉ ସିନା ଚାଲିଗଲା ହେଲେ ଝିଅ ବୋହୁ ମୋ ପାଇଁ ଏସବୁ ପଠେଇଛନ୍ତି. କେତେବେଳେ କେମିତି ବାପାଙ୍କୁ ଲୁଚି ଲୁଚି ପାଦ ଛୁଇଁବା ବେଳର ଫୋଟୋ ମଧ୍ୟ ଉଠେଇ ତାକୁ ବନ୍ଧେଇ କରି ଦେଇଯାଇଥାନ୍ତି ଝିଅ ବୋହୁମାନେ ଯେ ପଣତରେ ଝଡା ପୋଚ୍ଛା କରୁଥାଏ ଧୂଳି ସେହି ଫଟୋସବୁରୁ. ସତରେ କେଡେ ଚଞ୍ଚଳ ଖୁସିର ଦିନ ତାର ସରିଗଲା!ତା ସହିତ ଆମଠୁ ଭାଗ୍ୟ ଛଡେଇ ନେଲା ବାପା ଡାକ.ଏଇ ସମୟରେ ବୋଉର ବଡ଼ ପାଟି ଶୁଣି ଭାବନା ରାଜ୍ୟରୁ ଫେରି ଧାଇଁଯାଇଥିଲେ ତା ରୁମକୁ ସୁନିତା ତ ଡ୍ରେସିଂ ଟେବୁଲ ପାଖେ ଠିଆ ହୋଇ ଆଇନା ଦେଖି ବୋଉ ସେହିଭଳି କହୁଥାଏ ଦେଖ ଦେଖ ଝିଅ ସେ କିଏ? ଭୂତ. ନିଶ୍ଚୟ ଭୂତ. ଭୂତ ଇମୋଜି ତା ମୁଣ୍ଡରୁ ବାହାର କରିବାକୁ ଯାଇ ସୁନିତା କହିଲେ ଏ ପରା ତୁ. ତୋରି ଛବି. ଭୂତ କାହିଁ!ବୋଉ କହୁଥିଲା ନା ନା ଏ ମୋ ଛବି ନୁହେଁ. ହାତରେ ଚୁଡ଼ି ନାହିଁ, ମୁଣ୍ଡରେ କି ସିନ୍ଥିରେ ସିନ୍ଦୁର ନାହିଁ ପୁଣି ଗୋଡ଼ରେ ଝୁଣ୍ଟିଆ ନାହିଁ.ଇଏ କାହିଁକି ମୁଁ ହେବି ମ!ଏହା ପରେ ବୋଉକୁ ଡାକ୍ତର ପାଖକୁ ନେବାକୁ ଆମେ ବାଧ୍ୟ ହୋଇଥିଲୁ. ନିଜେ ନିଜର ପୂର୍ବ ଇମୋଜୀ ବଦଳରେ ନୂତନ ସଂସ୍କରଣର ଇମୋଜୀକୁ ତାକୁ ମାନିନେବାକୁ ହେବ. ଏହି ତ ଏ ସଂସାରର ନିୟମ କହି ସେଦିନ କଇଁ କଇଁ କାନ୍ଦିଲା ବେଳେ ଅନ୍ୟମାନେ ପ୍ରବୋଧନା ଦେଉଥିଲେ ବଡ଼ଭଉଣୀ ସୁନିତାଙ୍କୁ.ବଡ଼ନାତୁଣୀ ବେବିନା କିନ୍ତୁ ଆଈ ଗୋଡ଼ରେ ଓ ହାତରେ ନେଲପଲିସ ଲଗେଇ ଚାଲିଥିଲା ବେଳେ ଝିଅ ସୁନିତା ତାଙ୍କ ବୋଉ ମୁଁହଁ ର ଖୁସି ଓ ଆନନ୍ଦ ର ଇମୋଜୀକୁ ପଢିବାକୁ ଚେଷ୍ଟା କରୁଥିଲେ.
ସେଇ ନାତୁଣୀ ବେବିନା ଆଜି ଶିକ୍ଷୟିତ୍ରୀ.ସେଦିନ କ୍ଲାସରେ ପଶୁ ପଶୁ କ୍ଲାସର ବ୍ଲାକ ବୋର୍ଡ଼ରେ ଥିବା ନିଜ ଇମୋଜୀ ଦେଖି ରାଗିବା ପରିବର୍ତ୍ତେ ଖୁବ ଖୁସି ହୋଇ ତା ତଳେ ଧନ୍ୟବାଦ ଲେଖିଦେବା ଦେଖି ଆଗଚଲା ପିଲାସବୁ ମୁଣ୍ଡ ତଳକୁ ପୋତି ବସିଥିଲେ. ଶିକ୍ଷୟିତ୍ରୀ ବେବିନା କିଛି ପଢ଼େଇସାରି କଣ ପଢ଼େଇଲେ ପିଲାମାନେ ଠିକ ଠାକ ବୁଝିଛନ୍ତି କି ନାହିଁ ପଚାରିବାକୁ ଯାଇ ମୁଣ୍ଡ ତଳକୁ କରି ବସିଥିବା ପିଲାଙ୍କୁ ପଚାରିଥିଲେ ତ କେହି ଉପରକୁ ଚାଁହୁଁ ନଥିଲେ. ଏମିତିକି ନାମ ଧରି ପଚାରିଲେ ଵି ନୁହେଁ.ତ ଶିକ୍ଷୟିତ୍ରୀ ବେବିନା ଏଥର ପିଲାଙ୍କ ଇମୋଜୀ ଆଙ୍କିବାକୁ ଲାଗିଲେ ଓ ପିଲାଙ୍କୁ କହିଲେ ଯାହା ଇମୋଜୀ ବ୍ଲାକ ବୋର୍ଡ଼ରେ ଅଛି ସେହି ଛାତ୍ର ଉତ୍ତର ଦିଅ ମୋ ପ୍ରଶ୍ନର. ଏଥର ଶିକ୍ଷକ ଦେଖିଲେ ଯାହାର ଇମୋଜୀ ସେ ଆଙ୍କିଥିଲେ ସେଇ ପିଲାଟି ଆସି ତାଙ୍କ ଗୋଡ଼ ଧରି କ୍ଷମା ମାଗୁଥିଲା ଓ କହୁଥିଲା ମୋର ଭୁଲ ହୋଇଯାଇଛି ଗୁରୁମା . ମୋ କଥାରେ ପଡି ବିଜୁ, ଅଶୋକ, ବିପିନ ଓ ମୁଁ ଆପଣଙ୍କ ଇମୋଜୀ ଆଙ୍କିଥିଲୁ. ଶିକ୍ଷୟିତ୍ରୀ ବେବିନା ଗୁରୁମା କହିଲେ ହଁ ମୁଁ ଜାଣେ. ଏଥିରେ କିନ୍ତୁ ଭୁଲ ରହିଲା କେଉଁଠି ମୁଁ ବୁଝିପାରୁନି!ପାଠ ମନେରଖିପାରୁନଥିବା ବହୁତ ଛାତ୍ର ଛାତ୍ରୀ ଥାଆନ୍ତି ଯେଉଁମାନେ କି ଅନେକ ପ୍ରତିଭାର ଅଧିକାରୀ ଅଟନ୍ତି. ଚିତ୍ର ଆଙ୍କିବା ନିଶ୍ଚୟ ଏକ ବିଶିଷ୍ଟ କଳା କିନ୍ତୁ ଜଣଙ୍କର ଇମୋଜୀ କରିବା ତାଠୁ ବଳି ଐଶ୍ବର୍ଗୀକ କଳା ଅଟେ. ସେତେବେଳକୁ ବିଜୁ, ଅଶୋକ, ବିପିନ ଇତ୍ୟାଦି ପିଲାମାନେ ପ୍ରଥମ ପିଲା ରାକେଶ ସାଙ୍ଗରେ ମିଶି ଗୁରୁମାଙ୍କ ଗୋଡ଼ତଳେ ପଡି କ୍ଷମା ମାଗିବା ସହ ଆମର ଭୁଲ ହୋଇଯାଇଛି କହି ସାରଙ୍କୁ ବେଢ଼ି ରହିଥିଲେ ଓ ଗୁରୁମାଙ୍କର ଏବେ ଇମୋଜୀ କରିବା ଏକ ଐଶ୍ବର୍ଗୀକ କଳା କହିବାରେ କେମିତି ଆଜ୍ଞା ବୋଲି ପଚାରିଥିଲେ ତ ଗୁରୁମା ନିଜ ପାଠ୍ୟ ପୁସ୍ତକରେ ଥିବା ଆଜିର ପାଠ ଛାଡି ବୁଝାଇବାକୁ ଲାଗିଲେ.
ପିଲାଏ ତୁମେ ଜାଣ ଆମ ସମସ୍ତଙ୍କ ଭିତରେ ଇଶ୍ୱର ଅଛନ୍ତି. ପିଲାଏ କହିଲେ ଆଜ୍ଞା, ସେଇଥିପାଇଁ ତ ଆମେ କାହା ଦେହରେ ଗୋଡ଼ ବାଜିଲେ ବିଷ୍ଣୁ ବୋଲି କହି ପ୍ରଣାମ କରିଥାଉ. ଗୁରୁମା କୃତ୍ୟକୃତ୍ୟ ହୋଇ ହସିଲେ ଓ କହିଲେ ସେହି ଇଶ୍ୱର ପିଲାଦିନେ ପିଲାମାନଙ୍କୁ ଚପଳମତି କରି ଅନେକ କିଛି ଶିଖାଇଥାଆନ୍ତି. ଜଣଙ୍କର ଚିତ୍ର ଆଙ୍କିବା ସହଜ କିନ୍ତୁ ଇମୋଜୀ କରିବା ପାଇଁ ଅନ୍ତଃଦୃଷ୍ଟି ରହିବା ଆବଶ୍ୟକ. ଏଥିରୁ ଉଭୟଙ୍କର ଉପକାର ହୁଏ. ଯିଏ ଆଙ୍କେ ତାର ତୀକ୍ଷ୍ମ ବୁଦ୍ଧି ଅନ୍ୟର ବିଶିଷ୍ଟ ଗୁଣ ଚିହ୍ନିବାରେ ସାହାଯ୍ୟ କରି ଇମୋଜୀ ଆଙ୍କି ପାରିଥାଏ. ଠିକ ସେମିତି ଯାହାର ଇମୋଜୀ ଆଙ୍କିଥାଅ ସେ ନିଜ ଇମୋଜୀ ଦେଖି ନିଜ ଭିତରେ ଥିବା ଭଲ ବା ମନ୍ଦ ଗୁଣ ମଧ୍ୟ ଚିହ୍ନିପାରି ଭଲ ଗୁଣ ଗୁଡିକ ବଢ଼େଇ ମନ୍ଦ ବା ଖରାପ ଗୁଣ ଗୁଡିକୁ ଛାଡିଦେଇଥାଏ. ଆଜିକାଲି ପିଲାଙ୍କ ଭିତରେ ବୁଦ୍ଧିମତ୍ତା ବଢ଼ାଇବାରେ ଅନ୍ୟର ଇମୋଜୀ କରିବା ଏକ ଉର୍ନ୍ନତମୂଳକ ଚିତ୍ର ଶୈଳୀ.ଗୁରୁମାଙ୍କ କଥା ସରିଛି କି ନାହିଁ ପିଲାମାନଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଦେଖିବାର ଥିଲା. ସେଦିନ ପିରିୟଡ଼ ସାରି ବେବିନା ଗୁରୁମା ବାହାରକୁ ଆସିଲେ ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ କୁଣ୍ଢେଇ ପକେଇ କହୁଥିଲେ ଜି ଜେନ ମାନଙ୍କୁ ଏ. ଆଈ ରୁ ମୁକ୍ତ କରି ତାଙ୍କ ଭିତରେ ବୁଦ୍ଧିମତ୍ତା ଭରିଦେବା ଭଳି ଉପଯୁକ୍ତ ଶିକ୍ଷୟତ୍ରୀ ଆପଣ.ବେବିନା ଭାବନାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଇମୋଜୀ ପ୍ରସ୍ତୁତ କରିସାରିଥିଲେ ଯେଉଁଟାକି ତାଙ୍କ ଆଈ ଭଳି ଲାଗୁଥିଲା ତ ସେ ଏଥର କାନ୍ଦିପକେଇଲା ବେଳେ ପ୍ରଧାନଶିକ୍ଷୟିତ୍ରୀ ବେବିନା ଗୁରୁମାଙ୍କ ପିଠି ଆଉଁସି ଆଗକୁ ବଢୁଥିଲେ. ମାଆ ସୁନିତା ଝିଅ ବେବିନାଠାରୁ ଇମୋଜୀ ବିଷୟରେ ସବୁ ଶୁଣି ନିଜ ବୋଉ କଥା ହିଁ ଭାବୁଥିଲେ ଓ ଭାବୁ ଭାବୁ ଝିଅ ବେବିନା ସ୍କୁଲରେ ଗୁରୁଦିବସ ପାଳନ ପାଇଁ ଲାଗିପଡ଼ିଥିଲା.
ଗୁରୁଦିବସ ଥିଲା ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମଦିନ. ଯିଏ ନିଜ ଜନ୍ମଦିନଟିକୁ ସମଗ୍ର ଶିକ୍ଷକସମାଜ ପାଇଁ ଦାନ କରି ଆଜି ମହାନ ହୋଇଯାଇଛନ୍ତି . କାରଣ ପୂର୍ବର ସେଇ ଗୁରୁଭକ୍ତି ଓ ସେହି ସାଧୁ ସନ୍ଥ ପରି ଗୁରୁ ଦ୍ରୋଣାଚାର୍ଯ୍ୟ ଆଉ ନାଁହାଁନ୍ତି କି ଆରୁଣୀ, ଏକଲବ୍ୟ, ଉପମନ୍ୟୁ ପରି ଶିଷ୍ୟ ଆଉ ନାଁହାଁନ୍ତି ବୋଲି ଅନୁଭବ କରି ଗୁରୁ ଓ ଶିଷ୍ୟଙ୍କ ଭିତରେ ସମ୍ପର୍କ ଓ ଭକ୍ତି ଭାବର ସେତୁକୁ ମଜଭୂତ କରିବାକୁ ଯାଇ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନିଶ୍ଚୟ ତାଙ୍କ ଜନ୍ମଦିନକୁ ଦାନ କରିଛନ୍ତି ବୋଲି ମୁଁ କହିବାକୁ ଭାବିଲା ବେଳକୁ ଆଉ ଜଣେ ସାର କହୁଥିଲେ ପିଲାଏ ଗୁରୁ ଯାହା କହୁଛନ୍ତି ତାହା ପାଳନ କର. ଯାହା କରୁଛନ୍ତି ତାହା କରନାହିଁ. ହୁଏତ କୋଉ ଶିକ୍ଷକ ପରିସ୍ଥିତି ଚାପରେ ପଡି କେବେ ଖଣ୍ଡେ ସିଗ୍ରେଟ ଟାଣି ଦେଇଛନ୍ତି ଓ ତାହା ତୁମ ଆଖିରେ ପଡିଛି ଆଉ ତୁମେ ସେ ଶିକ୍ଷକଙ୍କୁ ଡୁଆଲ ବ୍ୟକ୍ତିତ୍ୱ ଥିବା ଵ୍ୟକ୍ତି ବୋଲି ଭାବିନେଇଛ ତେବେ ସେଠି ତୁମେ ଭୁଲ କରିବସିବ. ତେଣୁ ତୁମଠୁ ବୟସରେ ବଡ଼ ତଥା ଜୀବନ୍ତ ବ୍ୟକ୍ତିତ୍ୱ ଥିବା ଗୁରୁମାନେ ଯାହା କରୁଛନ୍ତି ତାହା ନକରି ଯାହା କହିକି ଶିଖାଉଛନ୍ତି ତାହା କରିନିଅ. ସେହି ଶିକ୍ଷକ ଏମିତି ସବୁ କହିଲା ବେଳେ ଚଗଲା ଛାତ୍ରଟିଏ କହୁଥିଲା ସାର ଅବଧୂତଙ୍କ ଚବିଶ ଗୁରୁ କିନ୍ତୁ ଯାହା କରନ୍ତି ତାହା ଆମେ ଶିଖୁ ଯେମିତିକି ପିମ୍ପୁଡିର ସଞ୍ଚୟ ଗୁଣ.
ପିଲାଟିର କଥା ଶୁଣି ଅନ୍ୟ ଜଣେ ଶିକ୍ଷୟିତ୍ରୀ ବେବିନା ଦାସ ଗୁରୁମା କହୁଥିଲେ ପିଲାଏ ଆମର ଦେଶଭକ୍ତ ତଥା ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଗୁରୁଭକ୍ତ. ତାଙ୍କ ଗୁରୁଙ୍କୁ ଥରେ ଭୀଷଣ ଜର ହୋଇଥିଲା ଓ ଗୋପବନ୍ଧୁ ଦାସ ବାଳକ ଅବସ୍ଥାରେ ତାଙ୍କ ଗୁରୁଙ୍କ ପାଖରେ ବସି କେବେ ମୁଣ୍ଡରେ ପାଣି ପଟି ଦେଉଥିଲେ ତ କେବେ ଗୋଡ଼ ହାତ ଘୋଳବିନ୍ଧା ହେଉଥିବ ଜାଣି ହାତ, ପାଦ ଓ ବେକ ମୋଡାଘସା କରିଚାଲିଥିଲା ବେଳେ ଗୁରୁ ଆଖି ଖୋଲିଲେ ଓ କହିଲେ ଭୋକ ଲାଗିଲାଣି ଯେ କିନ୍ତୁ ବିନା ଲେମ୍ଭୁରେ କଣ ଜରୁଆ ପାଟିରେ କିଛି ଖାଇହେବ!ଗୋପବନ୍ଧୁ ଉଠିଲେ. ଗୁରୁଙ୍କର ଲେମ୍ଭୁ ଦରକାର. ସେତେବେଳେ ବଜାର ନଥିଲା. ଗଛ ଯିଏ ଲଗେଇଥିବ ତା ପାଖରୁ ଆଣି ହେବ ଭାବି ଛାତ୍ର ଗୋପବନ୍ଧୁ ଚାଲିଲେ ଆଗକୁ. ଯାଇ ଯାଇ ବହୁତ ଦୂରରେ ଫଳନ୍ତି ଲେମ୍ବୁ ଗଛଟିଏ ଦେଖିଲେ କିନ୍ତୁ ବଗିଚାର ମାଲିକ ବା ମାଳି ଶୋଇଯାଇଛନ୍ତି. ନକହି ଲେମ୍ବୁ ତୋଳିବେ କେମିତି ଗୋପବନ୍ଧୁ ତ ଶୋଇଯାଇଥିବା ବ୍ୟକ୍ତିଙ୍କ ଗୋଡ଼ ପାଖରେ ବସିପଡ଼ି ତାଙ୍କ ଗୋଡ଼ ମୋଡି ଚାଲିଲେ. ଶିଶୁ ବା କିଶୋର ବୟସର ଗୋପବନ୍ଧୁଙ୍କ ନରମ ହାତର ସ୍ପର୍ଶରେ ମାଳି ବା ମାଲିକ ଉଠିଲେ ଓ ତାଙ୍କୁ କାହିଁକି ଘଷି ଦେଉଛି କିଶୋରଟି ପଚାରିବାରୁ ଗୋପବନ୍ଧୁ କହିଥିଲେ ତିନିଦିନ ପରେ ଜରରୁ ଉଠି ମୋ ଗୁରୁଦେବ ଲେମ୍ବୁଟିଏ ହେଲେ ପାଟିରେ କିଛି ଟିକେ ଦେଵେ କହିବାରୁ ଆସିଥିଲି ହେଲେ ନିଦରୁ ଆପଣଙ୍କୁ କେମିତି ଉଠେଇ ଲେମ୍ବୁଟିଏ ନେବାର ଅନୁମତି ମାଗିବି ତେଣୁ ନିଦ ଭାଙ୍ଗିବା ପର୍ଯ୍ୟନ୍ତ ଆପଣଙ୍କୁ ଘଷି ଦେଉଥିଲି. ମାଳି ତଥା ସେ ବଗିଚା ମାଲିକ ପିଲାଟି କଥାରେ ସ୍ତବ୍ଧ ଓ ଚକିତ ତଥା ବିସ୍ମିତ ହେଲେ. ଲେମ୍ବୁ ଦେବା ସହ ଗୋପବନ୍ଧୁ ଯେ ଦିନେ ଭଲମଣିଷ ହେବେ ତାହା ଆର୍ଶୀବାଦ ପାଇ ଗୋପବନ୍ଧୁ ଗୁରୁଙ୍କ ସେବା ପାଇଁ ପୁଣି ସେତିକି ବାଟ ଚାଲି ଚାଲି ଫେରିଥିଲେ. ଏ ଗଳ୍ପ ସମସ୍ତେ ଜାଣିଥିଲେ ମଧ୍ୟ ପର ପର ପିଢ଼ି ପାଇଁ ଗୁରୁଭକ୍ତି ଯୋଗୁଁ ଗୋପବନ୍ଧୁ କେମିତି ପରବର୍ତ୍ତୀ ଜୀବନରେ ଭଲମଣିଷ ହୋଇ ଶିକ୍ଷାକୁ ପ୍ରାଥମିକତା ଦେବା ସହ ଦୁଃଖୀ ଓ ଅସହାୟ ମଣିଷର ବନ୍ଧୁ ହେଉ ହେଉ ସମଗ୍ର ଦେଶର ବନ୍ଧୁ ହୋଇଗଲେ ତାହା ଆଜିର ଦିନରେ ଜାଣିଲେ ତୁମେ ସବୁ ଡୁଆଲ ଵ୍ୟକ୍ତି ବା ଦୋମୁଁହା ନହୋଇ ଖାଣ୍ଟି ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ ହୋଇପାରିବ. ଖୁବ ତାଳି ବାଜୁଥିଲା ବେବିନା ଗୁରୁମାଙ୍କ ବକ୍ତବ୍ୟ ପରେ ତ ମୋ ପାଳି ଆସିଲା ବେଳେ ମୁଁ କେବଳ ଗୋପବନ୍ଧୁଙ୍କ ଇମୋଜୀ ଦେଖୁଥିଲି. ଖାଲି ଗୋପବନ୍ଧୁ କାହିଁକି ଗାନ୍ଧିଜୀ, ଶାସ୍ତ୍ରୀ, ଜବାହାରଙ୍କ ସହ ଖାଣ୍ଟି ବ୍ୟକ୍ତିତ୍ୱଙ୍କର ଅନେକ ଉଦାହରଣ ଦେଇ ଚାଲିଥିଲି ଗୁରୁ ଓ ଛାତ୍ରଙ୍କ ଭିତରେ ଥିବା ସମ୍ପର୍କ କଥା ତ ଆମ ସ୍କୁଲର ସେହି ପୂର୍ବତନ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଏଥର ଠିଆ ହୋଇ ମୋ ବ୍ୟକ୍ତିତ୍ୱପୂର୍ଣ୍ଣ ବକ୍ତବ୍ୟ ପାଇଁ ତାଳି ମାରିଥିଲେ ନିଜେ.ଆଉ ଏବେର ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ବକ୍ତବ୍ୟରେ ତାଙ୍କ ଗୁରୁ କେମିତି ତାଙ୍କୁ ପନିକି କହିପନିକି ଯେମିତି ସମସ୍ତ ପରିବାରୁ ତଥା ଶାଗ ଇତ୍ୟାଦି ରୁ ସବୁ ବର୍ଜ୍ୟ ବସ୍ତୁ କାଟି କରି ସରସ ବା ସାର ଅଂଶ ରଖିଥାଏ ତୁ ଦିନେ ସେମିତି ପନିକିଟିଏ ହୋଇ ନିଜ କର୍ମକୁ ସଂଶୋଧନ କରିଚାଲିବୁ କହିଲା ବେଳେ ସମସ୍ତ ସହକର୍ମୀଙ୍କୁ ତାଙ୍କ ସ୍କୁଲର ସୁନାମ ପାଇଁ ବେବିନା ଗୁରୁମା ଓ ଅନ୍ୟମାନଙ୍କ ପ୍ରଶଂସା କରିବା ବେଳେ ମତେ ମଧ୍ୟ ପ୍ରଶଂଶା କରି କହିଥିଲେ ଆଦର୍ଶ ପିତା, ମାତା ଓ ଗୁରୁଙ୍କ ଶିକ୍ଷା ହିଁ ଜୀବନର ସଫଳତାର ପ୍ରଥମ ଚାବିକାଠି.