STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

2 mins
1

ପ୍ରକୃତି କହିଲେ କଣ ବୁଝ ପିଲାମାନେ ପଚାରି ଦେଇ ଶିକ୍ଷକ ଅପେକ୍ଷା କଲେ.ଛାତ୍ର ଓ ଛାତ୍ରୀଙ୍କ ଠାରୁ ଉତ୍ତର ପାଇଗଲେ ଯେ ପାହାଡ଼, ନଈ, ଝରଣା, ଆକାଶ, ଫୁଲ, ଫଳ ତଥା ସମୁଦ୍ର. ଆଛା ପିଲାଏ କହିଲ ଦେଖି ତୁମକୁ ସବୁ କାହା ରଙ୍ଗ ବେଶୀ ଭଲ ଲାଗେ ତ କୋଉ ଛାତ୍ର ଆକାଶ କହୁଥିଲା ତ କୋଉ ଛାତ୍ରୀ ପଦ୍ମ କହୁଥିଲା ପୁଣି କୋଉ ଛାତ୍ର ସମୁଦ୍ର କହୁଥିଲା ତ କୋଉ ଛାତ୍ରୀ ଗଛ କହୁଥିଲା. ପୁଣି କିଏ ମୟୁର ପୁଛ କହୁଥିଲା ତ କିଏ ଇନ୍ଦ୍ରଧନୁ ବୋଲି କହୁଥିଲା.ଗୋଟେ ପିଲା କିନ୍ତୁ କହୁଥିଲା ମତେ ଘାସ ଖୁବ ଭଲ ଲାଗେ. ତାର ରଙ୍ଗ, ରୂପ ସହିତ ସେ ଖୁବ ଦରକାରୀ ଅଟେ.
         ସାର ଏଥର ଛାତ୍ରଟିକୁ ପଚାରିଲେ ଆଛା କହିଲୁ କେମିତି!ପିଲାଟି ଉତ୍ତର ଦେଲା ପ୍ରକୃତି ଦତ୍ତ ଗାଲିଚା ହେଉଛି ଘାସ. ଘାସ ଉପରେ ବସିଗଲେ ପରମ ଶାନ୍ତି ମିଳେ. ତାକୁ ଲଗେଇ ପାଣି ଦେବା ଦରକାର ହେଉନଥିବା ବେଳେ ସେ ଆପେ ଆପେ ଉଠି ଘାସ ଗାଲିଚା ସୃଷ୍ଟି କରିଥାଏ. ଯୋଗୀ,ଋଷି, ସାଧୁ ଓ ସନ୍ୟାସୀମାନେ ଏହି ଘାସ ଗାଲିଚା ଉପରେ ତପସ୍ୟା କରନ୍ତି. ସାଧାରଣ ମଣିଷମାନେ ବଣଭୋଜି କରିବାକୁ ଗଲେ ଘାସ ଗାଲିଚା ଉପରେ ବସି କିଏ ପରିବା କାଟୁଥାଏ ତ କିଏ ମାଛ ବାଛୁଥାଏ ତ କିଏ ବିନା ଚାଦର ବିନା ବେଡ଼ସିଟରେ ଘାସ ଗାଲିଚାରେ ଘଡିଏ ଗଡ଼ିପଡ଼େ. ଯୋଗ, ବା୍ୟାମ ଓ ପ୍ରାଣାୟାମ ପାଇଁ ମଧ୍ୟ ଘାସ ଉଠିଥିବା ସ୍ଥାନ ଉତ୍କୃଷ୍ଠ ଅଟେ.ଖାଲି ମଣିଷ କାହିଁକି ପଶୁ ପକ୍ଷୀ ଓ ସରୀସୃପ ତଥା କୀଟ ପତଙ୍ଗ ମାନେ ମଧ୍ୟ ଏହି ଘାସ ଗାଲିଚାକୁ ନିଜର ଘର କରିନେଇଥାଆନ୍ତି.ସବୁଠୁ ବଡ଼ କଥା ଏହାର ରଙ୍ଗ ଖୁବ ସୁନ୍ଦର ବୋଲି ଆମ ଦେଶ ଭାରତବର୍ଷର ପତାକାର ସବା ତଳ ରଙ୍ଗ ଏହି ଘାସ ରଙ୍ଗ ହୋଇଥିବାରୁ ପତାକାର ସବା ତଳ ରଙ୍ଗ କହିବାକୁ ଓ ଲେଖିବାକୁ ତଥା ମନେରଖିବାକୁ ଖୁବ ସହଜ ତେଣୁ ଘାସ ରଙ୍ଗ ଖୁବ ସୁନ୍ଦର.
    ଏତିକି ବେଳେ କିଏ ସୂର୍ଯ୍ୟଙ୍କ ଧଳା ରଙ୍ଗ କଥା କହି ପତାକାର ମଝି ରଙ୍ଗରେ କପୋତ ପକ୍ଷୀର ରଙ୍ଗ ପରି ଧଳା ବୋଲି କହି ଧଳା ରଙ୍ଗ ସବୁଠୁ ସୁନ୍ଦର କହୁଥିଲା ବେଳେ କିଏ ପୁଣି ଫଳର କଞ୍ଚା ରଙ୍ଗ ଘାସ ପରି ହେଲାବେଳେ ପାଚିଲା ରଙ୍ଗ ଭାରି ସୁନ୍ଦର ବୋଲି କମଳା ରଙ୍ଗକୁ ଆମ ଜାତୀୟ ପତାକାର ସବା ଅଗ୍ର ଭାଗରେ କମଳା ରଙ୍ଗ ରଖା ଯାଇଛି କହୁଥିଲା. ରଙ୍ଗ ଓ ପ୍ରକୃତିର ବସ୍ତୁ ଓ ପଦାର୍ଥ ସବୁ ଜାତୀୟ ପତାକା ଆଡକୁ ଯାଉଥିବାର ଦେଖି ଶିକ୍ଷକ ଏଥର ପ୍ରସଙ୍ଗ ବଦଳେଇ କହିଥିଲେ ତେବେ ଘାସ, ସୂର୍ଯ୍ୟ ବା କପୋତ ତଥା କମଳା ରଙ୍ଗ ବିଷୟରେ ବହୁତ କିଛି କହିଲ. ଏଥର କୁହ ତ କୋଉ ରଙ୍ଗ ତୁମକୁ ଭଲ ଲାଗେନା. ପିଲାମାନେ ଏଥର ଚୁପ. ସାର ଯେତେ ପଚାରିଲେ ମଧ୍ୟ ପିଲାଏ କହୁଥିଲେ ପ୍ରକୃତିରେ ଥିବା ସବୁ ରଙ୍ଗ ଆମକୁ ପସନ୍ଦ. ଏଥର ସାର ଭାବୁଥିଲେ ତାଙ୍କୁ'ଅଲ ଇଜ ୱେଲ ଆଣ୍ଡ ବିୟୁଟିଫୁଲ,ଇଂରାଜୀ କବିତାଟି ପଢ଼ାଇବାକୁ ଆଉ ଅସୁବିଧା ନାହିଁ.ପିଲାମାନେ ମଧ୍ୟ ବୁଝିଯାଇଥିଲେ କି ପ୍ରକୃତିରେ ଥିବା ସମସ୍ତ ସଜୀଵ ଓ ନିର୍ଜୀଵ ବସ୍ତୁ ତଥା ପଦାର୍ଥସବୁ ଇନ୍ଦ୍ରଧନୁର ରଙ୍ଗ ପରି ଖୁବ ସୁନ୍ଦର ଓ ଠିକ ଠାକ ସ୍ଥାନରେ ରଖାଯାଇଛି ଯାହା ପୃଥିବୀକୁ ଅତୀବ ସୁନ୍ଦର ଓ ସରସ କରିପାରିଛି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍