ତୁମେ ନିଜେ ଇନ୍ଦ୍ରଧନୁ ଭଳିଆ
କଳା ଆଖି ଚକା ଚକା
ହସ ଭାରି ନାଲିଆ
ଭାବ ଭକ୍ତି ରସେ ତୁମେ ମନୁଆଁ
କରିଛ କି ମନ୍ତ୍ର ତନ୍ତ୍ର ଯନ୍ତ୍ର କିମିଆଁ
ସମସ୍ତେ ସୃଷ୍ଟି ଦେଖି ତଵ ଛାନିଆଁ
କିଏ କୋଉ ରଙ୍ଗ ମାଗିନେଇ ତଵ
ସୁନ୍ଦର ବୋଲାଇ ରହି ଦୁନିଆଁ
ଜାଣି ଦୁଇ ନିଆଁ
ଜନ୍ମି ସଂସାରେ କର୍ତ୍ତବ୍ୟ କର୍ମରେ
ହୋଇ ଆଗୁଆ
ସୃଷ୍ଟିର ସତ୍ୟ ପରମ ଶାନ୍ତି ଓ ଆନନ୍ଦ
ରଙ୍ଗ ହେଉ ଯାହା ଭଳିଆ
ଚକା ଆଖି ତୁମେ ଛଳିଆ
କାହାକୁ ଦେଇଛ ଵୁଦ୍ଧି ପୁଣି ବିଦ୍ୟା
କରନା କାହାକୁ ହିନୀମାନିଆଁ
ମିଛ ଦୁନିଆଁର ସତ ଜାଣି
ତୁମକୁ ଭଜିବା ଭକ୍ତମାନିଆଁ