STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ପୁଣି ସେଇ ଠେକୁଆ ଓ କଇଁଚ କଥା

ପୁଣି ସେଇ ଠେକୁଆ ଓ କଇଁଚ କଥା

3 mins
2


ଇଏ ସେଇ କଇଁଚ ଯିଏ ଠେକୁଆ ସଙ୍ଗେ ଦୌଡ଼ ପ୍ରତିଯୋଗିତାରେ ଜିତିକି ଫେରୁଥିଲା ଖୁସିରେ. ମାଆକୁ କହିବ ଦେଖିଲୁ ତୋ କଇଁଚ ପିଠିଆ ସନ୍ତାନ ର କରାମତି!ମାଆ ଖୁସି ହେବ ନିଶ୍ଚୟ. କିଏ କଣ କେବେ ଭାବିଥିଲା ଠେକୁଆ ପରି ଦ୍ରୁତ ଦୌଡ଼ରାଣୀକୁ କଇଁଚ ପରି ମନ୍ଥର ଗତି ପ୍ରାଣୀ ଵି ହରାଇ ଦେଇପାରେ! ବିପକ୍ଷକୁ ଦୁର୍ବଳ ବୋଲି ଭାବି ଠେକୁଆ ଶୋଇପଡିବାରୁ ଧୀର ପାଣି ପଥର କାଟେ ପରି ରୂଢିକୁ ପ୍ରମାଣିତ କରିଦେଲା କଇଁଚ, ନହେଲେ ଠେକୁଆ ପରି ପ୍ରଜିଯୋଗୀ ଆଗରେ ସେ ଶୁନ୍ୟ. ମାଆ ଯଦି କହିବ ଏହା ଭାଗ୍ୟ ଓ ଯୋଗ ବୋଲି ତଥାପି ମାନିନେବ ବୋଲି ଭାବି କଇଁଚ ଆଗେଇ ଯାଉ ଯାଉ ବଣର ରାଜା ସିଂହ ଆଗରେ ପଡିଗଲା ତ କଇଁଚ ମୋଟା ଖୋଳପା ଭିତରେ ଲୁଚି ରହି ଭାବୁଥିଲା ଆଜି କିପରି ରକ୍ଷା ପାଇବ ଏ ବିପତ୍ତିରୁ ସେ!
    କଇଁଚ ସେଦିନ ଵି ସାକ୍ଷୀ ଥିଲା ଯେତେବେଳେ ବାଘମାମୁଁ ଶିକାରୀର ପିଞ୍ଜରାରେ ବନ୍ଦୀ ହୋଇ ମତେ ରକ୍ଷାକର ରକ୍ଷାକର ବୋଲି ଡାକ ଛାଡୁଥିଲା ସେତିକି ବେଳେ ମେଷ ଛୁଆଟି ବାଘମାମୁଁ ପ୍ରତି ସଦୟ ହୋଇ ପିଞ୍ଜରା କବାଟ ଖୋଲି ଦେଇଥିଲା. ମେଷ ଛୁଆ ଭାବିଥିଲା ପିଞ୍ଜରା କବାଟ ଖୋଲିବା ପୂର୍ବରୁ ବାଘମାମୁଁ ଦେଇଥିବା କଥା ଅର୍ଥାତ ସର୍ତ୍ତ ମାନିବ ଯେ ସେ କ୍ଷୁଧାତୁର ହୋଇଥିଲେ ଵି ମେଷଛୁଆକୁ ନଖାଇ ତା ଜୀବନ ବଂଚେଇଥିବାରୁ ତାକୁ ଛାଡି ଦେଇ ବଣକୁ ଚାଲିଯିବ ଓ ଅନ୍ୟ ଶୀକାର ଖୋଜିବ . ହେଲେ ବାଘମାମୁଁ ଯନ୍ତାରୁ ମୁକ୍ତି ପାଇ ସେଇ ଜୀବନ ବଂଚେଇଥିବା ମେଷ ଛୁଆକୁ ଖାଇବ ବୋଲି କହିବାରୁ ସେଠାରେ ଭଗବାନ ଠେକୁଆ ରୂପେ ଆବିର୍ଭାବ ହୋଇ ମେଷ ଛୁଆର ଅଭିଯୋଗ ଶୁଣିଥିଲେ ଯେମିତି. କହିଥିଲେ ତୁମ ଦୁହିଁଙ୍କ କଥା ମୁଁ ବୁଝିପାରୁନି ଜମା. ବାଘମାମୁଁ କେମିତି ଜନ୍ତା ଭିତରେ ଥିଲା ମତେ ଡେମୋ କରି ଦେଖାନ୍ତୁ ଓ ତା ପରେ ମେଷ ଛୁଆ କେମିତି ଓ କିପରି ତଥା କି ସର୍ତ୍ତ ରଖି ଯନ୍ତାର କବାଟ ଖୋଲିଲା ମତେ ଡେମୋ କରି ସବୁ ଦେଖାଇବା ସହ କହିବା ପରେ ମୁଁ ବିଚାର କରିବି. ମୋଟା ବୁଦ୍ଧିଆ ଥିଲା ବାଘ.ପୁଣି ତାର ମେଷ ଛୁଆର ମାଆ କଥା ମନେପଡ଼ିଗଲା.ପ୍ରଥମତଃ ମେଷ ଛୁଆ ମାଆ ଦିନେ ମେଁ ମେକା ମାଣିକ ରାଜା ବୋଲି ପରିଚୟ ଦେଇ ଗୋଟେ ବାଘକୁ ଘାଇଲା କରିଥିବା କଥା ବାଘ ଭୁଲିନଥିଲା. ଏହାର ବଂଶଧର ଯୋଗୁଁ ତା ଜେଜେବାପା ବାଘ ର ଲାଞ୍ଜ ଛିଣ୍ଡିବା ଉପାଖ୍ୟାନ ସେ ଏଯାଏଁ ଭୁଲିନଥିବାରୁ ଓ ଦ୍ୱିତୀୟତଃ ଡେମୋ ଦେଖାଇସାରିବା ପରେ ଖାଲି ମେଷ ଛୁଆ କାହିଁକି ଠେକୁଆକୁ ଵି ଧରିନେଇ ଖାଇବା ଭାବନାର ଆନନ୍ଦରେ ପିଞ୍ଜରା ଭିତରେ ପଶିଯାଇ ଯେମିତି କହିଛି ମୁଁ ଏହିପରି ଭବରେ ଏଠି ଥିଲି ତତକ୍ଷଣାତ ଠେକୁଆ ପିଞ୍ଜରା ବା ଯନ୍ତାର କବାଟରେ ଲାଗିଥିବା ଶିକୁଳିକୁ ବାହାରପଟୁ ଦେଇଦେଇ କହିଲା ସେମିତି ଥା ବାଘମାମୁଁ, ଆମେ ଦୁହେଁ ଏବେ ଯାଉଛୁ. ହେଲେ ଆଜି ସିଂହ ମୁଁହଁରୁ ଭଗବାନଙ୍କ କୋଉ ଅବତାର ରୂପେ କିଏ ପହଁଞ୍ଚି ତାକୁ ଅର୍ଥାତ କଇଁଚ କୁ ରକ୍ଷା କରିବ ସିଂହ ପଞ୍ଝାରୁ!
         ଯଦିଓ କଇଁଚ ଜାଣିଥିଲା ତା ପଛରେ ଦୌଡ଼ ପ୍ରତିଯୋଗିତାରେ ତାଠୁ ହାରି ଠେକୁଆ ଫେରୁଥିବ ହେଲେ ସେ କଣ ତାକୁ ଆଜି ଵୁଦ୍ଧି ବଳରେ ଡେମୋ ଦେଖାଇବାକୁ କହି ରକ୍ଷା କରିବ!ସତକୁ ସତ ଠେକୁଆ ପହଁଞ୍ଚି ଯାଇଥିଲା ଓ କଇଁଚ ତା ନିଜ ଠୋଲା ଭିତରେ ରହି ଠେକୁଆକୁ ସାହାଯ୍ୟ ଭିକ୍ଷା କରୁଥିଲା. ଯଦି ଠେକୁଆ ସାହାଯ୍ୟ ନକରେ ତେବେ ସେ ଆଜି ଭଗବାନଙ୍କର ସେଇ କୂର୍ମ ରୂପ ମନେପକାଇ ନିଜକୁ ନିଜେ ରକ୍ଷା କରିବ ବୋଲି ଭାବୁଥିଲା ବେଳେ ଠେକୁଆ ସିଂହକୁ ନଡରି କହିଥିଲା ମହାଭାଗ ଆପଣଙ୍କ ପରି ରାଜାଧୀରାଜ ଏଭଳି ଗୋଟେ କଇଁଚପିଠିଆ ମନ୍ଥରଗତିଶୀଳ କଇଁଚର ମତ୍ତଗର୍ବୀ ମାଂସ ଖାଇବା କଣ ଶୋଭନୀୟ!ନିଜ ସମ୍ମାନର ପ୍ରଶ୍ନ ଉଠୁଥିବା ଶୁଣି ସିଂହ ରାଜା ଟିକେ ଘାବେରେଇ ଗଲେ ଓ କଇଁଚ କେମିତି କୁଆଡୁ ମତ୍ତଗର୍ବ ଆଣିଲା!ମହାଭାଗ ଆପଣଙ୍କ ଆଦେଶରେ ବଣରେ ଆଜି ଦୌଡ଼ ପ୍ରତିଯୋଗିତା ବେଳେ ମୁଁ ଟେକୁଆ ହୋଇ ଓ ମୋର ଦକ୍ଷତା ଭୁଲି ଟିକେ ଘୁମେଇ ପଡିଲି ବୋଲି କଇଁଚ ଦୌଡ଼ ପ୍ରତିଯୋଗିତାରେ ଜିତି ଗର୍ବୀ ହୋଇଯାଇଛି ଓ ମୁଁ ହାରିଯାଇ ପରାଜୟ ସ୍ୱୀକାର କରି ନିର୍ବୁଦ୍ଧିଆ ହୋଇଯାଇଛି. ତେଣୁ ଆମ ଦୁହିଁଙ୍କ ଭଳି ପଶୁ ରୂପୀ ପ୍ରାଣୀଙ୍କୁ ଖାଇଲେ ଆପଣଙ୍କ ସମ୍ମାନ ରହିବଟି!ଜଙ୍ଗଲର ରାଜା ଆପଣ. ଶୀକାର କରି ବାଘ ଭାଲୁ ଖାଇବା ଜନ୍ତୁ ଆପଣ ବୋଲି ଯେମିତି ଠେକୁଆ ଠାରୁ ଶୁଣିଛି ସିଂହ ତତକ୍ଷଣାତ ପଞ୍ଝାରୁ କଇଁଚ କୁ ଛାଡି, ଠେକୁଆକୁ ଛାଡି ବଣକୁ ଦୌଡ଼ିଲା. ରକ୍ଷା ପାଇ କଇଁଚ ପାଣି ଭିତରକୁ ମାଆ ପାଖକୁ ଯିବା ପୂର୍ବରୁ ଠେକୁଆ ଗୋଡ଼ତଳେ ପଡି କହୁଥିଲା ତୁମେ ହିଁ ପ୍ରକୃତ ଏକାଦଶ ଅବତାର. ନହେଲେ କି ସେଦିନ ବାଘ ମୁଁହଁରୁ ମେଷ ଛୁଆକୁ ଓ ଆଜି ସିଂହ ମୁଁହଁରୁ ମୋ ପରି ମନ୍ଥର ଗତିଶୀଳ ପ୍ରତିଯୋଗୀକୁ ବଞ୍ଚାଇ ଥାଆନ୍ତ!ଠେକୁଆ ଯିବା ପୂର୍ବରୁ କହୁଥିଲା ଵୁଦ୍ଧି ତ ଗୋଟେ କଥା ହେଲେ ଦ୍ୱିତୀୟଟି ପରା ତୋ ପାଖରୁ ଶିଖିଛି ଯେ ଧୀର ପାଣି ପଥର କାଟେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action