STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଇମୋଜୀ 

ଇମୋଜୀ 

2 mins
0


ସେଦିନ ସାହିତ୍ୟ ଶିକ୍ଷକ କ୍ଲାସରେ ପଶୁ ପଶୁ କ୍ଲାସର ବ୍ଲାକ ବୋର୍ଡ଼ରେ ଥିବା ନିଜ ଇମୋଜୀ ଦେଖି ରାଗିବା ପରିବର୍ତ୍ତେ ଖୁବ ଖୁସି ହୋଇ ତା ତଳେ ଧନ୍ୟବାଦ ଲେଖିଦେବା ଦେଖି ଆଗଚଲା ପିଲାସବୁ ମୁଣ୍ଡ ତଳକୁ ପୋତି ବସିଥିଲେ. ଶିକ୍ଷକ କିଛି ପଢ଼େଇସାରି କଣ ପଢ଼େଇଲେ ପିଲାମାନେ ଠିକ ଠାକ ବୁଝିଛନ୍ତି କି ନାହିଁ ପଚାରିବାକୁ ଯାଇ ମୁଣ୍ଡ ତଳକୁ କରି ବସିଥିବା ପିଲାଙ୍କୁ ପଚାରିଥିଲେ ତ କେହି ଉପରକୁ ଚାଁହୁଁ ନଥିଲେ. ଏମିତିକି ନାମ ଧରି ପଚାରିଲେ ଵି ନୁହେଁ ତ ଶିକ୍ଷକ ଏଥର ପିଲାଙ୍କ ଇମୋଜୀ ଆଙ୍କିବାକୁ ଲାଗିଲେ ଓ ପିଲାଙ୍କୁ କହିଲେ ଯାହା ଇମୋଜୀ ବ୍ଲାକ ବୋର୍ଡ଼ରେ ଅଛି ସେହି ଛାତ୍ର ଉତ୍ତର ଦିଅ ମୋ ପ୍ରଶ୍ନର. ଏଥର ଶିକ୍ଷକ ଦେଖିଲେ ଯାହାର ଇମୋଜୀ ସେ ଆଙ୍କିଥିଲେ ସେଇ ପିଲାଟି ଆସି ତାଙ୍କ ଗୋଡ଼ ଧରି କ୍ଷମା ମାଗୁଥିଲା ଓ କହୁଥିଲା ମୋର ଭୁଲ ହୋଇଯାଇଛି ସାର. ମୋ କଥାରେ ପଡି ବିଜୁ, ଅଶୋକ, ବିପିନ ଓ ମୁଁ ଆପଣଙ୍କ ଇମୋଜୀ ଆଙ୍କିଥିଲୁ. ସାର କହିଲେ ହଁ ମୁଁ ଜାଣେ. ଏଥିରେ କିନ୍ତୁ ଭୁଲ ରହିଲା କେଉଁଠି ମୁଁ ବୁଝିପାରୁନି. ପାଠ ମନେରଖିପାରୁନଥିବା ବହୁତ ଛାତ୍ର ଛାତ୍ରୀ ଥାଆନ୍ତି ଯେଉଁମାନେ କି ଅନେକ ପ୍ରତିଭାର ଅଧିକାରୀ ଅଟନ୍ତି. ଚିତ୍ର ଆଙ୍କିବା ନିଶ୍ଚୟ ଏକ ବିଶିଷ୍ଟ କଳା କିନ୍ତୁ ଜଣଙ୍କର ଇମୋଜୀ କରିବା ତାଠୁ ବଳି ଐଶ୍ବର୍ଗୀକ କଳା ଅଟେ. ସେତେବେଳକୁ ବିଜୁ, ଅଶୋକ, ବିପିନ ଇତ୍ୟାଦି ପିଲାମାନେ ପ୍ରଥମ ପିଲା ରାକେଶ ସାଙ୍ଗରେ ମିଶି ସାରଙ୍କ ଗୋଡ଼ତଳେ ପଡି କ୍ଷମା ମାଗିବା ସହ ଆମର ଭୁଲ ହୋଇଯାଇଛି କହି ସାରଙ୍କୁ ବେଢ଼ି ରହିଥିଲେ ଓ ସାରଙ୍କ ଏବେ ଇମୋଜୀ କରିବା ଏକ ଐଶ୍ବର୍ଗୀକ କଳା କହିବାରେ କେମିତି ଆଜ୍ଞା ବୋଲି ପଚାରିଥିଲେ ତ ସାର ନିଜ ପାଠ୍ୟ ପୁସ୍ତକରେ ଥିବା ଆଜିର ପାଠ ଛାଡି ବୁଝାଇବାକୁ ଲାଗିଲେ.
    ପିଲାଏ ତୁମେ ଜାଣ ଆମ ସମସ୍ତଙ୍କ ଭିତରେ ଇଶ୍ୱର ଅଛନ୍ତି. ପିଲାଏ କହିଲେ ଆଜ୍ଞା, ସେଇଥିପାଇଁ ତ ଆମେ କାହା ଦେହରେ ଗୋଡ଼ ବାଜିଲେ ବିଷ୍ଣୁ ବୋଲି କହି ପ୍ରଣାମ କରିଥାଉ. ସାର କୃତ୍ୟକୃତ୍ୟ ହୋଇ ହସିଲେ ଓ କହିଲେ ସେହି ଇଶ୍ୱର ପିଲାଦିନେ ପିଲାମାନଙ୍କୁ ଚପଳମତି କରି ଅନେକ କିଛି ଶିଖାଇଥାଆନ୍ତି. ଜଣଙ୍କର ଚିତ୍ର ଆଙ୍କିବା ସହଜ କିନ୍ତୁ ଇମୋଜୀ କରିବା ପାଇଁ ଅନ୍ତଃଦୃଷ୍ଟି ରହିବା ଆବଶ୍ୟକ. ଏଥିରୁ ଉଭୟଙ୍କର ଉପକାର ହୁଏ. ଯିଏ ଆଙ୍କେ ତାର ତୀକ୍ଷ୍ମ ବୁଦ୍ଧି ଅନ୍ୟର ବିଶିଷ୍ଟ ଗୁଣ ଚିହ୍ନିବାରେ ସାହାଯ୍ୟ କରି ଇମୋଜୀ ଆଙ୍କି ପାରିଥାଏ. ଠିକ ସେମିତି ଯାହାର ଇମୋଜୀ ଆଙ୍କିଥାଅ ସେ ନିଜ ଇମୋଜୀ ଦେଖି ନିଜ ଭିତରେ ଥିବା ଭଲ ବା ମନ୍ଦ ଗୁଣ ମଧ୍ୟ ଚିହ୍ନିପାରି ଭଲ ଗୁଣ ଗୁଡିକ ବଢ଼େଇ ମନ୍ଦ ବା ଖରାପ ଗୁଣ ଗୁଡିକୁ ଛାଡିଦେଇଥାଏ. ଆଜିକାଲି ପିଲାଙ୍କ ଭିତରେ ବୁଦ୍ଧିମତ୍ତା ବଢ଼ାଇବାରେଅନ୍ୟର ଇମୋଜୀ କରିବା ଏକ ଉର୍ନ୍ନତମୂଳକ ଚିତ୍ର ଶୈଳୀ.ସାରଙ୍କ କଥା ସରିଛି କି ନାହିଁ ପିଲାମାନଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଦେଖିବାର ଥିଲା. ସେଦିନ ପିରିୟଡ଼ ସାରି ସାର ବାହାରକୁ ଆସିଲେ ତ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ କୁଣ୍ଢେଇ ପକେଇ କହୁଥିଲେ ଜି ଜେନ ମାନଙ୍କୁ ଏ. ଆଈ ରୁ ମୁକ୍ତ କରି ତାଙ୍କ ଭିତରେ ବୁଦ୍ଧିମତ୍ତା ଭରିଦେବା ଭଳି ଉପଯୁକ୍ତ ଶିକ୍ଷକ ଆପଣ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍