ଦୀପାବଳି ଭେଟି
ଦୀପାବଳି ଭେଟି
ଝିପି ଝିପି ବର୍ଷାରେ ତୁମ ସହ ସେଦିନ ଚାଲୁଥିଲା ବେଳେ ରାସ୍ତାରେ ଛୋଟ ଝିଅଟିଏ ଆଗେଇ ଆସି ହାତ ପତେଇ ଦେଇଥିଲା ଶିଳ୍ପୀଙ୍କୁ ତ ଶିଳ୍ପୀ ଦେଖି ଥିଲେ ଛୋଟ ଝିଅଟି କାଖରେ କୁନି ଛୁଆଟେ. ଝିପି ଝିପି ବର୍ଷାରେ ଦୁହେଁ ଓଦା ହେଉଛନ୍ତି. ନିଶ୍ଚୟ ଭାଇଟି ତାର. ଓଦା ସରସର ଦେହରେ ଭାଇଟି ଛୋଟ ଭଉଣୀର କାନ୍ଧକୁ ଆଶ୍ରୟ ଭାବି ଓଦା ହୋଇ ଶୋଇଯାଇଛି ତ ଭାରି କଷ୍ଟ ଲାଗିଲା ଶିଳ୍ପୀଙ୍କୁ . ଛତାଟିକୁ ଦେବାକୁ ମନ ଥିଲେ ମଧ୍ୟ ପ୍ରଥମତଃ ଛତାଟି ତୁମର ଅଫିସ ଯିବା ଛତା ଥିଲା ଆଉ ଦ୍ୱିତୀୟତଃ ତୁମେ ମୋର ଏହି ଅହେତୁକ ଦୟା ପାଇଁ କଷ୍ଟ ପାଇ ଥଣ୍ଡା ଜ୍ୱର ଓ କାଶରେ ପଡ଼ ବୋଲି ଶିଳ୍ପୀ ଜମା ଵି ଚାଁହୁଁ ନଥିଲେ ତ କାନ୍ଧରୁ ଓଢଣୀ ଖସେଇ ଝିଅଟିକୁ ଦେଇ କହିଥିଲେ ନିଜେ ଘୋଡ଼ି ହେବା ସହ ଭାଇକୁ ଘୋଡେଇଦେ ମାଆ . ଓଢଣୀଟି ପାଇ ଝିଅଟି କୃତ୍ୟ କୃତ୍ୟ ହୋଇ ଚାଲିଯାଉଥିବା ବେଳେ ତାକୁ ପଛରୁ ଡାକି ପାଖରେ ଥିବା ଖୁଚୁରା ସହ ଶହେ ଟଙ୍କିଆ ନୋଟଟିଏ ବଢ଼େଇ ଦେଲେ ଶିଳ୍ପୀ ତ ଝିଅଟି ଖୁସିରେ କାନ୍ଦି ପକେଇ ଖୁଚୁରା ଗୁଡିକୁ ଛିଣ୍ଡା କପଡା ମୁଣିରେ ରଖି ଶହେଟଙ୍କିଆ ନୋଟଟିକୁ ଭାଇ ମୁଣ୍ଡରେ ଛୁଆଁଇ ଦିଦି ତୁମର ମଙ୍ଗଳ ହେଉ ବୋଲି କହି ଚାଲି ଯାଉ ଯାଉ ତା ଛିଣ୍ଡା ମୁଣିରୁ ଖୁଚୁରା ପଇସା ଖସିପଡୁଥିବା ଦୂରରୁ ଦେଖି ସେ ଦିନସାରା ମନ ଓ ବିବେକ ସଂଘର୍ଷରେ ଖାଇ ପିଇ ଶୋଇ ପାରିନଥିଲା ବେଳେ ତୁମେ ପୁଣି କହୁଥିଲ ଚାଲ ଯିବା କୁମାରପୂର୍ଣ୍ଣମୀ ପାଇଁ କିଛି କିଣାକିଣି କରି ନେଇ ଆସିବା ହେଲେ ଶିଳ୍ପୀ ରାଜି ନଥିଲେ ନା ଯିବାକୁ ନା କିଛି କିଣାକିଣି କରିବାକୁ. ତୁମେ କହୁଥିଲ ଆରେ ସେ ଝିଅର ବାପା ମାଆ ସମସ୍ତେ ଥିବେ. ଛୋଟ ଝିଅ କାଖରେ ଭାଇକୁ ଛାଡି କିଛି ରୋଜଗାର କରିବାର ଇଛାରେ ଜାଣି ଶୁଣି ଛାଡ଼ିଥିବେ. ବ୍ୟସ୍ତ ହୁଅନା. ବ୍ୟସ୍ତ କେମିତି ହେବିନି କୁହ!ଯାହାର ଚୁଲି, ଚାଳ ଓ ଛତା ଥାଆନ୍ତା ସେ କଣ ତା ପଢିବା ବୟସର ଛୋଟ ଝିଅ କାଖରେ କୁନି ପୁଅକୁ ବସେଇ ହାତ ପଟେଇବାକୁ ଏ ଝିପି ଝିପି ବର୍ଷାରେ ଛାଡି ଦେଇଥାନ୍ତା!ତୁମେ କିଛି ନକହି ଚାଲିଗଲ ହେଲେ ସେଦିନ ଆମ ବାଡ଼ିପଟେ ଯାହା ହେଲା ଦେଖିଥିଲେ ଇଶ୍ୱରଙ୍କୁ ନିଶ୍ଚୟ ପଚାରିଥାଆନ୍ତ ଏମିତି ପାତର ଅନ୍ତର କାହିଁକି ପ୍ରଭୁ ବୋଲି!ପୁଣି ହାତ ଯୋଡି ଦେଇ ଇଶ୍ୱରଙ୍କୁ କହିଥାନ୍ତ ନିଶ୍ଚୟ ଜନ୍ମ ଦେଇଛ ଯଦି ଖାଦ୍ୟ ବସ୍ତ୍ର ଓ ଆଶ୍ରୟ ଯୋଗେଇ ଦିଅ ପ୍ରଭୁ ସମସ୍ତଙ୍କୁ .ମଣିଷକୁ ଭଲମଣିଷ କରିବା ସହ ସମସ୍ତେ ଭଲରେ ରୁହନ୍ତୁ. ଦୀପାବଳି ଆଲୋକରେ ଅହଙ୍କାର ଜଳି ଯାଉ.
ତୁମେ ଏକଥା ଶୁଣୁ ଶୁଣୁ ପଚାରିଥିଲ କଣ ହେଲା କି ବାଡ଼ିପଟେ ଆଜି ଏମିତି ଏ ଝିପି ଝିପି ବର୍ଷାରେ ଯେ ମୋ ସହ ଛତା ତଳେ ଚାଲି ଚାଲି ବଜାର ଯିବାର ମନ ଖୁସି କରିବା ଛାଡି ଭାବୁଛ ସୃଷ୍ଟିକର୍ତ୍ତାଙ୍କୁ କିଛି ପଚାରିବାର ସାହାସ କରିପାରିଥାନ୍ତି ବୋଲି ମୁଁ!ତାଙ୍କ କଥା ଶୁଣି ଶିଳ୍ପୀ କହିଲେ ବାରିପଟେ କୁକୁରଟି ଛୁଆ ଦେଇଥିବା ତୁମଠୁ ଶୁଣିଥିଲି ଓ ଏଇ ଝଡ଼ ବର୍ଷା ଭିତରେ ଛୁଆ ଚାରୋଟି ଆଖି ଫିଟି ତଳେ ବୁଲୁଥିବାର ଉପରୁ ଦେଖି ଭାବୁଥିଲି ଏଣିକି ଭାତ, ରୁଟି ସହ ପାଣି ଥୋଇବି ବାଡ଼ିପଟେ. ଯା ହେଉ ବାଡ଼ିପଟେ ଅଧା ତୋଳା ଘରର ତାଜା ତଳେ ବର୍ଷାରେ ଓଦା ନହୋଇ ବିଚରା କୁକୁର ଛୁଆ ଗୁଡିକ ବଞ୍ଚିଯାଇଛନ୍ତି. ଏହି କଥା ଭାବିଛି କି ନାହିଁ ଉପର ଛାତରୁ ମାଙ୍କଡ଼ଙ୍କ ହୁଁ ଶବ୍ଦ ସହ ଡିଆଁ ଡେଇଁ ଓ ତଳୁ ବିକଳ ଶବ୍ଦ ମତେ ମଝିରେ ଦ୍ଵନ୍ଦରେ ପକାଇଲା ଭାବିଲି ବୋଧହୁଏ ମାଙ୍କଡ଼କୁ ଘଉଡ଼େଇବାକୁ ଛୋଟ କୁକୁର ଛୁଆର ପ୍ରକୃତିଗତ ପ୍ରୟାସ ଯୋଗୁଁ ମାଙ୍କଡ଼ଙ୍କ ଆକ୍ରମଣର ଶୀକାର ହୋଇ ଏମିତି ବିକଳ ସ୍ୱର ଶୁଭୁଛି ଭାବି ମଝି ଛାତଘର ଉପରୁ ଉହୁଁଙ୍କି ଯାହା ଦେଖିଲି ରୁମ ଟାଙ୍କୁରା ଦୃଶ୍ୟ. ପରସ୍ପର ପରସ୍ପର ଭିତରେ ମାଡ଼ ଗୋଳ ହୋଇ କୁକୁର ଛୁଆଟିଏ ରକ୍ତସ୍ନାନ ହେଉଥିଲା ବେଳେ ମାଆ କୁକୁର ଟିକେ ଦୂରରେ ନିରୁପାୟ ହୋଇ ଠିଆ ହୋଇ ଚାହିଁ ରହିଥିଲା. ଶିଳ୍ପୀଙ୍କ ଠାରୁ ସବୁ ଶୁଣିବା ପରେ ତାଙ୍କ ସ୍ୱାମୀ ବିନୋଦ ଜୋର କରି ଶିଳ୍ପୀଙ୍କୁ ଯୋଉଠିକୁ ନେଇଯାଇଥିଲେ ତାହା ଥିଲା ନୂଆଣିଆ ଚାଳ ଘର କହିଲେ ଅତ୍ୟୁକ୍ତି ହେବ ଦିନରେ ଘର ଭିତରେ ଆକାଶ ଦିଶୁଥିବା ଘରଟିଏ ନାମକୁ ମାତ୍ର,ଯୋଉଠି ବର୍ଷା ପାଣି ଲହଡି ଭାଙ୍ଗୁଥିଲା. ଗୋଟେ କଣରେ ପଟା କାଗଜ ଉପରେ ରୋଗୀଣା ସ୍ତ୍ରୀ ଲୋକଟିଏ ପଡ଼ିରହି ଦୁଆର ଆଡ଼େ ଚାହିଁରହିଥିଲା ତ ବ୍ୟାଗରୁ ଯାବତୀୟ ରାସନ ପ୍ୟାକେଟ କାଢି ଘରେ ଥିବା ଶୁଖିଲା ସ୍ଥାନରେ ରଖି ସ୍ୱାମୀ କହୁଥିଲେ ଏସବୁ ଗୋଟେ ଭାଇର ଭଉଣୀଙ୍କୁ ଦୀପାବଳି ଭେଟି. ଶିଳ୍ପୀଙ୍କ ଇଶାରାରେ ତା ସହ ପାଞ୍ଚଶହ ନୋଟ ଖଣ୍ଡେ ରଖି ତାଙ୍କ ସହ ଫେରିଆସୁଥିଲା ବେଳେ ଶିଳ୍ପୀ କହିଥିଲେ ସତରେ ବିନୋଦ ସତରେ ତୁମେ କେତେ ଭଲ! ଏସବୁ ଆଜିର ଡାଇରିରେ ଲେଖି ରଖୁ ରଖୁ ଶିଳ୍ପୀଙ୍କ ଆଖିକୁ ନିଦ ଆସିଲାବେଳେ ତାଙ୍କୁ ଲାଗୁଥିଲା ସେ ସେଇ ଝିପି ଝିପି ବର୍ଷାରେ ଛତା ତଳେ ସ୍ୱାମୀ ବିନୋଦ ଙ୍କ ସଙ୍ଗେ ଚାଲିଛନ୍ତି ନିର୍ଦୋନ୍ଦରେ ଦୀପାବଳି ପାଇଁ କିଛି କିଣା କିଣି ପାଇଁ.
