STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଧୂଆଁଳିଆ ସକାଳ

ଧୂଆଁଳିଆ ସକାଳ

2 mins
8

ଧୂଆଁ ଧୂଆଁ ସକାଳ ଦେଖି ବେଙ୍ଗୁଲି ବେଙ୍ଗକୁ କହୁଥିଲା ଶୀତ ଆସିଗଲା ନିଶ୍ଚୟ. ବେଙ୍ଗ ଡେଇଁ ଡେଇଁ ଗାଁରେ ବସିଥିବା ଦୁର୍ଗାପୂଜା ମଣ୍ଡପ ଆଡ଼େ ଯିବାକୁ ବସିଥିଲା ବେଳେ ବେଙ୍ଗୁଲି ବାରଣ କରୁଥିଲା. ବେଙ୍ଗୁଲି କହୁଥିଲା ଏତେ ଗାଡି, ମଟର, ବାଇକ, ସାଇକେଲ ସବୁ ଯିବା ଆସିବା ରାସ୍ତାରେ ଧୂଆଁ ଧୂଆଁ ସକାଳ ଯୋଗୁଁ ରାସ୍ତା ଘାଟ ମଧ୍ୟ ଧୂଆଁଳିଆ ଲାଗୁଛି. ସାଇକେଲ ମାଡ଼ିଯିବ କି କୋଉ ଗାଡିମଟର ଆସୁଛି ଜଣାପଡିବ ନାହିଁ ତୁମେ ଯାଆନି. ବେଙ୍ଗୁଲିର ବାରଣ ବେଙ୍ଗ ମନକୁ ପାଇଲା. ସତ କଥା ରାତିକି ଗଲେ ଲାଇଟ ଆଲୁଅରେ ଉଡିଆସି ଲୀଳା ଖେଳା କରୁଥିବା ଛୋଟ ଛୋଟ କୀଟ ଓ ପତଙ୍ଗମାନଙ୍କୁ ଖାଇହେବ. ଏବେ ସ୍ତ୍ରୀ ବେଙ୍ଗୁଲି ପଛରୁ ଡାକି ବାରଣ କଲାଣି ମାନେ ଯିବିନି କହି ସାରୁବୁଦା ମୂଳେ ଲୁଚିଗଲା ବେଙ୍ଗ. ବେଙ୍ଗୁଲି ମଧ୍ୟ ଆସି ବେଙ୍ଗ ପାଖେ ବସି ଦେଖୁଥିଲା ଦୁର୍ଗା ମାଆ ପୂଜା ପାଇଁ କେତେ ନାଟ ଚାଲିଛି. ଲୋକ ମାନେ ସବୁ ପଶୁ ପକ୍ଷୀ ବେଶ ଧରି ପ୍ରସେସନ କରି ଯାଉଛନ୍ତି. କେତେ ଗୀତ ବାଜୁଛି. ଘଣ୍ଟ କାହାଳୀ ମୃଦଙ୍ଗ ଓ ଶଙ୍ଖ ହୁଳହୁଳି ସହିତ ଭାଇନାଙ୍କ ମନ୍ତ୍ର ଶୁଭୁଛି. ଆଜି ରାତିକୁ ସେ ତା ବେଙ୍ଗ ରାଜା ସଙ୍ଗେ ଦେବୀ ପୀଠକୁ ବୁଲି ଯିବ. ମଣିଷମାନେ ସାଜିଥିବା ପଶୁପକ୍ଷୀଙ୍କ ବେଶ ଭିତରେ ବେଙ୍ଗ ହୋଇଥିବା ମଣିଷକୁ ନିରିଖେଇ ଦେଖିବ.ତା ବେଙ୍ଗ ପାଇଁ ମଧ୍ୟ ମାଆ ପାଖେ ଗୁହାରି କରିବ ଯେ ମୋ ବେଙ୍ଗ ମତେ ଭୁଲି କୁଆଡେ ନଯାଉ.
    ସତକୁ ସତ ସନ୍ଧ୍ୟା ନଇଁ ଆସିଲା. ପକ୍ଷୀ ନୀଡ଼କୁ ଫେରିଗଲେ. ଗୋଠ ବାହୁଡା ଗାଈ ଗୋରୁ ଛେଳି ମେଣ୍ଢା ଘରକୁ ଫେରିଲେ. ସୂର୍ଯ୍ୟ ଦେବତା ମଧ୍ୟ ପଶ୍ଚିମ ଦିଗରେ ବୁଡିଗଲେ. ବେଙ୍ଗୁଲି ଯିବାକୁ ବାହାରି ବେଙ୍ଗକୁ ଖୋଜୁଥିଲା ହେଲେ ପାଇଲାନି. ବେଙ୍ଗୁଲି ଜାଣେ ସେ ବେଙ୍ଗକୁ ଯେତିକି ଭଲ ପାଏ ବେଙ୍ଗ ତାକୁ ସେତିକି ଅଣଦେଖା କରେ. ମାଇପି ଜାତିଟା ପରା ଏମିତି. ସ୍ୱାମୀ ହେଉ ଯେମିତି କିନ୍ତୁ ସେ ହିଁ ସର୍ବସ୍ବ ବୋଲି ଭାବି ନିଅନ୍ତି ସ୍ତ୍ରୀ ଜାତି. ହଉ ସେ ଆଉ ଏକୁଟିଆ ଯିବନି ବରଂ ନଈ କୂଳେ ବସି ଗୀତ ଶୁଣିବ ବେଙ୍ଗ ଫେରିବା ଯାଏଁ. ସେପଟେ ବେଙ୍ଗ ପୋକ ଜୋକ ଖାଇବ କଣ କି ମାଆ ଦୁର୍ଗାଙ୍କୁ ପ୍ରଣାମ କରି ଆଶୀର୍ବାଦ ମାଗିବ କଣ ବରଂ ବେଙ୍ଗ ବେଶରେ ଥିବା ଛୋଟ ବାଳକଟିକୁ ଦେଖୁ ଦେଖୁ ସେ ବେଙ୍ଗ ବେଶଧାରୀ ମଣିଷ ପିଲାଟି ଆରେ ସତ ସତିକା ବେଙ୍ଗଟେ ବୋଲି କହି ଧରିନେଇଥିଲା, ବେଙ୍ଗୁଲିର ବେଙ୍ଗ ରାଜାକୁ. ବେଙ୍ଗୁଲି ଏପଟେ ଅପେକ୍ଷା କରି କରି ରାତି ସରି ଧୂଆଁ ଧୂଆଁଳିଆ ସକାଳେ ବେଙ୍ଗୁଲି ଅପେକ୍ଷା କରିଥିଲା ବେଙ୍ଗକୁ କିନ୍ତୁ ବେଙ୍ଗ ଫେରିନଥିଲା.ବେଙ୍ଗୁଲି ଭାବୁଥିଲା ବେଙ୍ଗ ରାଜା ତାର ଭାରି ଭୁଲାମନ. ସେ ନିଶ୍ଚୟ କୋଉଠି ପେଟେ ଖାଇ ଶୋଇଯାଇଥିବ. ଏମିତି କେତେ ସନ୍ଧ୍ୟା,ରାତି ଓ ଧୂଆଁଳିଆ ସକାଳ ଆସୁଥିଲା ସତ କିନ୍ତୁ ବେଙ୍ଗ ଫେରିନଥିଲା. ରାସ୍ତା ଭୁଲିଗଲା କି ମୋ ବେଙ୍ଗ ରାଜା ଭାବି ବେଙ୍ଗୁଲି ଲୁହ ଗଡେଇ ଚାଲିଥିଲା ସାରୁ ବୁଦାମୂଳେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍