STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସୀମାହୀନ ଖୁସି

ସୀମାହୀନ ଖୁସି

2 mins
9

ଘରେ ବସି ଟିଭି ଦେଖୁଥିଲେ ସ୍ୱାମୀ ଜଗବନ୍ଧୁ ଓ ସ୍ତ୍ରୀ ଶ୍ୟାମଳୀ ଦେବୀ ଓ ଦୁହେଁ ନିଜ ଯାତ୍ରା ବିଷୟରେ ଭାବୁଥିଲେ. ଜଗବନ୍ଧୁ ଟ୍ରେନରେ ଯିବାକୁ ବା ଯାତ୍ରା କାଟିବାକୁ ପସନ୍ଦ କରୁଥିଲା ବେଳେ ସ୍ତ୍ରୀ ଶ୍ୟାମଳୀଙ୍କୁ ପ୍ଲେନରେ ଯାତ୍ରା କରିବାକୁ ପସନ୍ଦ. ଏବେ ଏବେ ପୂଜା ଛୁଟିରେ ଭାଇ ଭଉଣୀମାନେ ମିଶିକି ସମ୍ବଲପୁର ଗଲେ କିନ୍ତୁ ବଡଭଉଣୀ ଶ୍ୟାମଳୀଙ୍କର ଜର ଓ ଅନ୍ୟାନ୍ୟ ରୋଗ ପାଇଁ ସେ ଟ୍ରେନରେ ଯିବାକୁ ରାଜି ହୋଇନଥିଲେ ଓ କହୁ କହୁ କହିଦେଇଥିଲେ ପ୍ଲେନରେ ଯିବାର ପ୍ରସ୍ତାବ ଥିଲେ ଯାହା ଗୋଟେ ଚିନ୍ତା କରିଥାନ୍ତି ତ ଭାଇ ଭଉଣୀ ସଭିଏଁ ମତାମତ ରଖିଥିଲେ ଆଜିକାଲି ମହାକାଶରେ ଯାହା ହେଇଯାଉଛି ତାହା ଆକାଶରୁ ମହାକାଶ ଯାଏଁ ବ୍ୟାପୁଛି. ଏଇ ଏଇ କେତେ ପ୍ଲେନ କ୍ରାସ ଘଟଣା ସହିତ ପାଇଲଟମାନଙ୍କ ମନମୁଖୀ କାର୍ଯ୍ୟକଳାପ କାହାକୁ ଅଛପା ରହିଛି. ସ୍ମିଥଙ୍କ ଭଳି ପାଇଲଟ ଥିଲେ ବୋଲି ସିନା ନହେଲେ ଆଜିକାଲି ଜନଜୀବନ କେତେ ସୁରକ୍ଷିତ ଆକାଶରୁ ମହାକାଶ ଯାଏଁ ଚର୍ଚ୍ଚା ଧରିଛି. ଏତିକି ଶୁଣୁ ଶୁଣୁ ଶ୍ୟାମଳୀ ତ ଚୁପ ରହିଲେ କିନ୍ତୁ ଜଗବନ୍ଧୁ ଟ୍ରେନରେ ଯାତ୍ରା କେତେ ସୁବିଧାଜନକ ସେକଥା କହିବାକୁ ଭୁଲି ନଥିଲେ. ପୂଜା ଛୁଟିରେ କିନ୍ତୁ କୁଆଡେ ଟିକେ ବୁଲି ଯିବାକୁ ମନ ଥିଲେ ମଧ୍ୟ ଯାଇନପାରି ଦୁର୍ଗାପୂଜାରେ ମାଆ ଦୁର୍ଗାଙ୍କ ନବଦିନ ବ୍ୟାପୀ ପୂଜାରେ ମନୋନିବେଶ କରି ଚୁପ ଚାପ ଟିଭି ଦେଖୁଥିଲେ.
   ଶ୍ୟାମଳୀଙ୍କ ଭାଇ ଭଉଣୀମାନଙ୍କର ଗୋଟେ ଗ୍ରୁପ ଥିଲା ପୁଣି ତାର ନାମ ଟ୍ୟାଲେଣ୍ଟେଡ ଗ୍ରୁପ ରଖାଯାଇଥିଲା ତ କିଏ କେବେ ଗୀତ ବୋଲି ଛାଡୁଥିଲା ତ କିଏ କେବେ ଗଳ୍ପ, କବିତା, ଝୋଟି ତଥା ଧାର୍ମିକ ପୂଜା ପାର୍ବଣର ଫୋଟୋ ଚିତ୍ର ଛାଡି ନିଜ ନିଜର ପ୍ରତିଭା ପଦର୍ଶନ କରୁଥିବା ବେଳେ ଏବେ ଫୋଟୋ ସବୁ ଟ୍ରେନରେ ବସି ସମ୍ବଲପୁର ଯାଉଥିବାର ଫୋଟୋ ଥିଲା ସମସ୍ତ ଭାଇଭଉଣୀମାନଙ୍କର .ପୁଣି ମାଆ ସମଲେଶ୍ୱରୀଙ୍କ ଦଶ ପୂଜା ବେଳର ଦିନ ଦିନରକର ଓ ସ୍ଥାନ ସ୍ଥାନର ଥିଲା ତ ପୂଜା ଛୁଟି ସରିଆସୁଥିଲା ଓ ସେମାନେ ଘରକୁ ଫେରି ଆସୁଥିବାର ଖବର ମିଳି ସାରିଥିବା ବେଳେ ଜଗବନ୍ଧୁ ଓ ଶ୍ୟାମଳୀଙ୍କ ପୁଅ ବୋହୁ ତଥା ଟିକି ନାତି ପୂଜା ସାରି, ବନ୍ଦେ ଭାରତ ଟ୍ରେନରେ କଲିକତା ଫେରି ଯିବାକୁ ବସିଥିଲେ.ଏବେ ମନଦୁଃଖରେ ଜଗବନ୍ଧୁ ଓ ଶ୍ୟାମଳୀ ଟିଭି ଦେଖି ମନ ଭୁଲାଇବାକୁ ଚେଷ୍ଟା କରି ବସି ଭୋଗ ଖାଉଥିଲା ବେଳେ ସମ୍ବଲପୁରରୁ ପୁରୀ ଆସୁଥିବା ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଶୁଣି ଶ୍ୟାମଳୀ ମାଆ ଦୁର୍ଗା ମାଆ ଦୁର୍ଗା ତୁମେ ସବୁ ଜାଣ ମାଆ କହୁ କହୁ ସ୍ୱାମୀ ଜଗବନ୍ଧୁ କହୁଥିଲେ ହଉ ତୁମ ଭାଇ ଭଉଣୀ ସବୁ ତ ରକ୍ଷା ପାଇଲେ ତାଙ୍କୁ କୁହ ଫିଷ୍ଟ କରି ଡାକି ଖାଇବାକୁ ଦେଵେ. ଶ୍ୟାମଳୀ କହୁଥିଲେ ମୋ ପୁଅ, ବୋହୁ ଓ ଟିକି ନାତି କେମିତି ଭଲରେ ଭଲରେ କଲିକତାରେ ପହଁଞ୍ଚିଯାଆନ୍ତୁ ଓ ଝିଅ, ଜୋଇଁ ଓ ନାତୁଣୀ ସହ ଟିକିନାତି କେମିତି କୋରାପୁଟରୁ ଟ୍ରେନରେ କି ନିଜ ଗାଡିରେ ଭଲରେ ଆସି ଭଲରେ ଫେରନ୍ତୁ ମୁଁ ମାଆଙ୍କ ପାଖେ ଭୋଗ ପୂଜା କରି ସମସ୍ତଙ୍କୁ ଫିଷ୍ଟ କରି ଖୁଆଇବି. ସ୍ୱାମୀ ହସୁଥିଲା ବେଳେ ସତକୁ ସତ ସେ ଖୁସିର ଦିନ ଆସିଯାଇଥିଲା ଯାହା ସାରା ଆକାଶରୁ ମହାକାଶ ଯାଏଁ ଖୁସି ଓ ଆନନ୍ଦ ଲାଗିରହିଥିଲା ପରିବାରରେ ଶ୍ୟାମଳୀଙ୍କ ଘରେ ଓ ବାହାରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action