STORYMIRROR

Sunanda Mohanty

Children Stories Thriller Others

3  

Sunanda Mohanty

Children Stories Thriller Others

ନୀଳପରୀ

ନୀଳପରୀ

2 mins
2

ନୀଳ ସମୁଦ୍ରର ନୀଳ ଜଳରାଶି ଓ ଉପରେ ନୀଳ ଆକାଶ ଭିତରେ କେତେଗୋଟି ସୁନ୍ଦର ନୀଳ ଜଳପରୀ ରହୁଥିଲେ. ସେଇ ନୀଳ ଜଳରାଶି ପୂର୍ଣ୍ଣ ସମୁଦ୍ର ଭିତରେ ରହୁଥିବା ଡ଼ଲଫିନମାନଙ୍କ ସହିତ ନୀଳ ଜଳ ପରୀ ମାନଙ୍କର ବନ୍ଧୁତା ଥିଲା ସତ କିନ୍ତୁ କୁମ୍ଭୀରମାନଙ୍କ ସହିତ ଶତ୍ରୁତା ଥିଲା ଏଇଥି ପାଇଁକି କୁମ୍ଭୀର ରାଜାଙ୍କ ପୁଅ ରାଜକୁମାର କୁମ୍ଭୀରକୁ ବିବାହ କରିବାକୁ ନୀଳ ଜଳ ପରୀ ଚାଁହୁନଥିଲା. ସେଦିନ ସମୁଦ୍ର କୂଳରେ ଥିବା ଜାମୁକୋଳି ଗଛରୁ ଢେଉ ମାଡରେ ଭାଷି ଆସିଥାଏ ଶହ ଶହ ପାଚିଲା ଜାମୁକୋଳି ତ ତାକୁ ଖାଇ ମନଖୁସିରେ ଫେରୁଥାଏ ନୀଳ ଜଳ ପରୀ. ବାଟରେ କୁମ୍ଭୀର ରାଜା ଓ ତାଙ୍କ ପୁଅ ନୀଳ ଜଳପରୀକୁ ଅଟକାଇ ତାକୁ ବୋହୁ କରି ଘରକୁ ନେଇ ଯିବାକୁ ବସିବାରୁ ନୀଳ ସମୁଦ୍ରର ନୀଳ ଜଳ ପରୀ କହିଲା ଜାମୁକୋଳି ଖାଇ ମୋ ଜିଭ, ଦାନ୍ତ ଓ ପାଟି ଜାମୁକୋଳିଆ ରଙ୍ଗ ରେ ନୀଳ ନୀଳ ଦିଶୁଛି ତ ସମସ୍ତେ କଣ କହିବେ!କୁମ୍ଭୀର ରାଜାଙ୍କ ବୋହୁ ଉପରକୁ ଏତେ ସୁନ୍ଦର ହେଲେ ଵି ଭିତରୁ ଅସୁନ୍ଦର. ସତେତ ତେବେ କଣ କରିବା କୁହ ନୀଳ ଜଳପରୀ ତ ଏହି ସୁଯୋଗର ଫାଇଦା ଉଠାଇ ନୀଳ ଜଳପରୀ କହିଥିଲା କି ସମୁଦ୍ର କୁଳର କିଛି ଦୂରରେ ଥିବା ସେଇ ଜାମୁକୋଳି ଗଛଟିକୁ କାଟି ଦେଲେ କଥା ସରିବ.
   ଠିକ କଥା କହିଛ ନୀଳ ଜଳପରୀ କହି କୁମ୍ଭୀର ରାଜା ଓ ତାଙ୍କ ପୁଅ ସମୁଦ୍ରର ଗୋଟେ ପଟେ ଥିବା ସେଇ ଜାମୁକୋଳି ଗଛ ପାଖକୁ ଚାଲିଲେ. ଆଗରୁ ସେହି କୁମ୍ଭୀର ରାଜା ସେଇ କୂଳରେ ରହି ଅନେକ ମଣିଷ ଓ ନିରୀହ ପ୍ରାଣୀ ତଥା ସମୁଦ୍ରର ନୀଳ ଜଳ ଦେଖି ବିଭୋର ହେଉଥିବା ପର୍ଯ୍ୟଟକସବୁଙ୍କୁ ମାରି ଖାଇଥିଲେ ବୋଲି ଶିକାରୀ ସବୁ କୁମ୍ଭୀର ଧରିବାକୁ ତତ୍ପର ହୋଇ ରହିଥିଲେ. ଏବେ ପୁଣି ଗଛ ତ ଗଛ ଜାମୁକୋଳି ଭଳି ଔଷଧୀୟ ଗଛ କାଟି ପରିବେଶ ନଷ୍ଟ କରିବାକୁ ଆସିଥିବା କୁମ୍ଭୀର ବାପ ପୁଅଙ୍କୁ ଶିକାରୀମାନେ ଧରି ନେଇ ନନ୍ଦନକାନନରେ ସ୍ୱତନ୍ତ୍ର କୋଠରୀରେ ରଖିନେଲେ. ଏଣେ ନୀଳ ଜଳପରୀ ଡଲଫିନ ରାଜକୁମାର ଙ୍କୁ ବିବାହ କରି ସୁଖରେ ନୀଳ ଜଳ ପୂର୍ଣ୍ଣ ସମୁଦ୍ର ଭିତରେ ଖୁସିରେ ଘର ସଂସାର କରି ରହିଲେ. ମୋ କଥାଟି ସରିଲା.. ଫୁଲ ଗଛଟି କଅଁଳିଲା କହି ଆଈ ପାନବଟୁଆ ଖୋଜୁଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍