STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଫ୍ୟାନ୍ସି ଡ୍ରେସ

ଫ୍ୟାନ୍ସି ଡ୍ରେସ

1 min
0


ଜେଜେ ତାଙ୍କ ହାତ ବାଡ଼ି ଖୋଜି ଖୋଜି ହାଲିଆ ହେଉଥିଲା ବେଳେ ନାତିର ନାଲିବାଡି ଦେଖି ସେଥିରେ କାମ ଚଳେଇ ନେବେ ବୋଲି ଭାବିଲେ ହେଲେ ନାଲିବାଡିଟି ଟିକେ ଲମ୍ବା ଛୋଟ ହୋଇଥିବରୁ ସହଜ ହେଉନଥାଏ ଧରିବାକୁ. ସେପଟେ ଜେଜେମା ନୂଆ ଖଡ଼ିକା ମୁଠାଟିକୁ ଖୋଜି ହେଉଥାଅନ୍ତି ଘର ବାରି ଓଳେଇ ପରିଷ୍କାର କରିବାକୁ ତ ଖଜୁରୀ ଛାଞ୍ଚୁଣି ଅସୁବିଧା ହେଉଥାଏ ଯେମିତି ଅଣ୍ଟା କାଟି ଓଃ ଆଃ ହେଉଥାଆନ୍ତି ସେମିତି. ଜେଜେ ସୋଫା ଉପରେ ବସି ହେଃ ହେଃ ହସି ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ଜିନିଷ ନରଖିଲେ ଏହି ଅସୁବିଧା ହୁଏ କହୁଥାନ୍ତି ତ ଜେଜେମାଆ ଚାଲୁଣି କହୁଛି ଛୁଞ୍ଚିକୁ କହି କହୁଥାନ୍ତି ତୁମେ ନିଜ ବଙ୍କୁଲି ବାଡ଼ି ତେବେ ଯଥା ସ୍ଥାନରୁ ପାଉନାହଁ କାହିଁକି!ଉତ୍ତର ନଦେଇ ଜେଜେ ଖବର କାଗଜ ପଢୁଥାନ୍ତି.
    ଏଇ ସମୟରେ ଦୁଇ ନାତି ଦିଶୁନଥାନ୍ତି କିନ୍ତୁ ଗାନ୍ଧି ଓ ଶାସ୍ତ୍ରୀ ବେଶରେ ଦୁଇଜଣ ବାଳକ ଘରକୁ ଫେରି ଆସିଥିଲେ ଓ ସେ ଦୁହିଁଙ୍କ ହାତ ଭିତରୁ ବଡ଼ ନାତି , ଗାନ୍ଧି ବେଶରେ ଥିବା ବାବା ହାତରେ ଉଭୟ ବଙ୍କୁଲି ବାଡ଼ି ଓ ଖଡ଼ିକାମୁଠା ଦେଖି ଜେଜେ ଓ ଜେଜେମାଆ ପଚାରୁଥିଲେ ଗାନ୍ଧିଜୀ ଙ୍କ ହାତରେ ବଙ୍କୁଲି ବାଡ଼ି ନୁହେଁ ଖାଲି ଲମ୍ବା ଠେଙ୍ଗା ଶୋଭା ପାଏ. କାମଚଲଳେଇଦେଲି ଜେଜେ. ନାଲିବାଡ଼ିଟା ଖୁବ ଛୋଟ ହୋଇଗଲା. ହଉ ନିଅ ତୁମ ବଙ୍କୁଲିବାଡ଼ି. ଆଉ ମୋ ଖଡ଼ିକା ମୁଠା କାହିଁ ନେଇଥିଲୁ ବୋଲି ଜେଜେମାଆ ପ୍ରଶ୍ନରେ ବାବା କହୁଥିଲା ଗାନ୍ଧିଜୀଙ୍କ ବେଶ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଙ୍କ କାମ ତା ଠାରୁ ଅଧିକ. ଅନେକ କାମ ଭିତରୁ ସ୍ୱଚ୍ଛତାର ପ୍ରତୀକ ଏହି ଖଡ଼ିକାମୁଠା ପାଇଁ ମୁଁ ବେଷ୍ଟ ଗାନ୍ଧି ବୋଲି ପୁରସ୍କୃତ ହୋଇଛି ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତାରେ .ଆଉ ତୁ!ସାନ ନାତି ଡୁଡୁ କହୁଥିଲା ମୋ ବେଶ ଓ ମୋ ଭାଷଣ ପାଇଁ ମୁଁ ମଧ୍ୟ ଉତ୍ତମ ଶାସ୍ତ୍ରୀ ଚରିତ୍ର ନିଭେଇ ପୁରସ୍କୃତ ହୋଇଛି. ଏଥର ଜେଜେ ଓ ଜେଜେମାଆ ପାନ ପାକୁଳି କରୁ କରୁ ହସୁଥିଲେ ଖୁବ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍