STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସମୟ

ସମୟ

2 mins
0

ଟାଇମର ଲଗା ଜୀବନକୁ ସୁପରିଚାଳିତ କରୁ କରୁ ଭିଡରେ ଫସିଗଲା ମଣିଷ. ସ୍କୁଲ ପହଞ୍ଚିବା କେବେ ଏପଟ ସେପଟ ନହୋଇଥିବା ବା ଟାଇମରେ ବ୍ୟତିକ୍ରମ ହେବା ନଥିଲା ବେଳେ ଆଜି ସ୍ୱାମୀଙ୍କ ବାଇକ ଆଗକୁ ବଢୁନି କି ଟିପେ ଗଡ଼ୁନି. ରାସ୍ତା ଜାମ. ଗୋପବନ୍ଧୁଙ୍କ ଜୟନ୍ତୀ ସମାରୋହ. ଦରିଦ୍ରନାରାୟଣଙ୍କ ସେବା କରି କରି ଗୋପବନ୍ଧୁ ଦାସ ଚାଲିଗଲେ ସିନା ହେଲେ ତାଙ୍କ ସେବା, ଧର୍ଯ୍ୟ, ସାହାସ ଓ ବଳିଦାନ ତଥା ଆଦର୍ଶ ପାଇଁ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଅଠରଶହ ସତସ୍ତରୀ ମସିହାରେ ଜନ୍ମିତ ଗୋପବନ୍ଧୁ ଥିଲେ ଦେଶବନ୍ଧୁ ତେଣୁ ଆଜି ତାଙ୍କ ଜୟନ୍ତୀରେ ବିପୁଳ ଜନସମାବେଶ ହେବା କିଛି ନୂଆ କଥା ନଥିଲା ଯଦିଓ ସବୁବର୍ଷ ଅପେକ୍ଷା ଟିକେ ଅଧିକା ଗହଳି ଅନୁଭୂତ ହେଉଥିଲା. ରାସ୍ତା କାଟି ଜନସମୁଦ୍ରରୁ ଫିଟି ସ୍କୁଲରେ ପହଁଚିଲା ବେଳକୁ ସେକେଣ୍ଡ ପିରିୟଡ଼ କିନ୍ତୁ ଯୋଗକୁ ସୁରଭି ପ୍ରୋଗ୍ରାମ ପାଇଁ ପିଲାଏ ସବୁ ବହିମନସ୍କ ନହୋଇ ଗୀତ ଓ ନାଚ ପ୍ରାକ୍ଟିସ କରୁଥିଲେ ତ ବଞ୍ଚିଗଲେ ଅଞ୍ଜଳି ଆଜି. ଟାଇମର ଲଗା ଜୀବନରେ ଠିକ ଠିକ ଟାଇମ ନଜଗିଲେ ଲାଜ ମାଡ଼େ ନା. ସ୍କୁଲରେ ଖାଲିଟାରେ ବସି ବସି ଖାତା ଦେଖି ସମୟ ସାରି ଘରକୁ ଫେରିବା ବେଳକୁ ମଧ୍ୟ ସେଇ ଅବସ୍ଥା. ରାସ୍ତା ଖୁବ ଜାମ.
    ଅଞ୍ଜଳି ଭାବୁଥିଲେ ଆଜି ତାଙ୍କ ଏରିଆରେ ବହୁ ସାହିତ୍ୟ କାର୍ଯ୍ୟକ୍ରମ କିନ୍ତୁ ତାଙ୍କୁ କେହି ନିମନ୍ତ୍ରଣ ଦେଇ ଆମନ୍ତ୍ରଣ କରିନାଁହାନ୍ତି. ବୋଧହୁଏ ସ୍କୁଲ ଛୁଟି ନଥିବାରୁ ଅଞ୍ଜଳି ତାଙ୍କ ଟାଇମର ଜୀବନରୁ ବିଚ୍ୟୁତ ହେବେନି ବୋଲି କେହି ତାଙ୍କୁ ମନେପକାଇ ନାଁହାଁନ୍ତି ଭାବି ଆଜି ଦିନଟା ବିଫଳର ଦିନ ଭାବି ଜିଭ କାମୁଡି ଘରେ ପହଁଚିଲା ବେଳକୁ ଡାକବାକ୍ସରେ ତିନୋଟି ଚିଠି. ଚିଠି ଗୁଡିକ ସବୁ ନିମନ୍ତ୍ରଣ ରୂପେ ସାହିତ୍ୟ ସଭାକୁ ଆମନ୍ତ୍ରଣ ଥିଲା ବେଳେ ଦୁଇଟି ର ସମୟ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ତୃତୀୟଟିର ସମୟ ତଥାପି ବାକି ଥିଲା ତ ଧଡ଼ପଡ଼ କାମ ସାରି ଗୋପବନ୍ଧୁଙ୍କ ପାଇଁ ହେଉଥିବା ସାହିତ୍ୟ ସଭାରେ ପଞ୍ଚସଖା ପୀଠରେ ପହଁଚିଲା ବେଳକୁ ତଥାପି କେହି ଆସିନଥିଲେ ତ ଅଞ୍ଜଳି ଭାବୁଥିଲେ ସମୟାନୁବର୍ତ୍ତି ହେବା ପାଇଁ ଆଜି ସେ ନିଶ୍ଚୟ ସଭାରେ କହିବେ.କହିବା ବେଳେ କିନ୍ତୁ କହୁଥିଲେ ଏ ବର୍ଷ ଗୋପବନ୍ଧୁଙ୍କ ଜୟନ୍ତୀରେ ଡାକ ଦିବସ ପଡିଥିବାରୁ ପରସ୍ପରର ଡାକରେ ଭାଇଚାରାର ଏ ସମ୍ମିଳିତ ସମ୍ମିଳନୀ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action