STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଖରା ବର୍ଷା ଓ ଶୀତ ବଡ଼ ହିତ

ଖରା ବର୍ଷା ଓ ଶୀତ ବଡ଼ ହିତ

2 mins
1

ଶୀତ ଦିନେ ଦରକାରରେ ଆସୁଥିବା କମଳ ଧୋଇ ହଇରାଣ ରେ ପଡ଼ିଥିଲେ ପ୍ରୀତି. ଖରା ଯାଉ ଯାଉ ଶୁଖିନି ବୋଲି କମଳଟିକୁ ତୋଳିବାକୁ ମନ ହୃଦୟ ଓ ବିବେକ ନାହିଁ ନାହିଁ କରୁ କରୁ ବର୍ଷା ଘୋଟିଆସେ. କମଳ ପୁଣି ଓଦା ହୁଏ ତ ମନରେ ବିରକ୍ତି ଆସେ. ସେହିକଥା ପଡୋଶୀ ସୌମ୍ୟ ବୋଉ ମାଉସୀଙ୍କ ଆଗରେ ଗପିବାକୁ ଯାଇ ତୁନି ପଡନ୍ତି ପ୍ରୀତି କାରଣ ପଡୋଶୀ ଜଣେ କୁମ୍ଭାର. ମାଟିମାଆ ତାଙ୍କର ଜୀବନ. ମାଟି କାଟି, ଚକଟି ରୂପ ଦିଅନ୍ତି ଓ ସୁରେଇ, ହାଣ୍ଡି, ମାଠିଆକୁ ଖରା ଦେଇ ପ୍ରସ୍ତୁତ କରନ୍ତି ଶେଷ ପର୍ବ. ଏ ବର୍ଷର ଏଇ ମେଘ ଓ ମେଘୁଆ ପାଗ ଯୋଗୁଁ ଶୁଖୁନି ହାତକରଣା ତଥା ଘରକରଣା ମାଟିପାତ୍ରର ଜିନିଷ ପତ୍ର ତାଙ୍କର ତ ତାଙ୍କୁ କିପରି ପ୍ରୀତି କହିପାରିବେ ତାଙ୍କ କମଳ ଶୁଖୁନି ବୋଲି!କଥାଟା ଛୁଞ୍ଚି କହୁଛି ଚାଲୁଣି କି ଭଳି ହୋଇଯିବନି!ଟିକେ ଖରା ପଡିଲେ ଯିଏ ଯାହା ଦରବରେ ଖରା ଦେବାକୁ ତତ୍ପର. ପ୍ରୀତି ମଧ୍ୟ ଭଲ ପାଆନ୍ତି ଖରାକୁ. ସହଜେ ତାଙ୍କର ଭିଟାମିନ ଡି କମେ ଶରୀରରେ ତ ଛାତଉପରକୁ ଯାଇ ଖରା ଖାଆନ୍ତି. ସତରେ ପ୍ରକୃତିର ଖରା କେତେ ଉପକାରୀ. ଜୀବାଣୁ ନାଶକ ଖରା ସତରେ ବଡ଼ ତୋରା ଭାବି ଅନେକ ଗୀତ କବିତା ଲେଖୁଥାନ୍ତି ପ୍ରୀତି.
    ସେଦିନ ଛାତ ଉପର ଘରେ ରହିବାକୁ ଗ୍ରାହକ ଜଣେ ଆସିଲା ବେଳକୁ ବର୍ଷା ଛାଡିଯାଇଥାଏ. ବଉଦ ତଳୁ ମୁଁହଁଟି କାଢି.... ସୂର୍ଯ୍ୟ ଦେଖନ୍ତି ମଣିଷ ପିଢ଼ି... ଭଲରେ ଥିଲେ ଯିବେ ଶିଡ଼ି ଚଢି. ତେଣୁ ଖରାରେ ପ୍ରୀତିଙ୍କ କମଳ ମଧ୍ୟ ଶୁଖିଯାଆଇଥାଏ. ପ୍ରୀତି ମନେ ମନେ ଗାଉଥାଆନ୍ତି ନଈ ପାଣି ନଈକି ଯାଆ... ମୋ ସିଲଟ ଶୁଖି ଯାଆ. ଛାତ ଉପରେ ଘର ଦେଖିବାକୁ ଆସିଥିବା ଗ୍ରାହକ ସପରିବାର ରହିବେ ଶୁଣି ପ୍ରୀତି ଖୁସି ହେଲେ. ସ୍ତ୍ରୀ ଲୋକଟିଏକୁ ଆଉଜଣେ ସ୍ତ୍ରୀ ଲୋକ ସଙ୍ଗୀ ମିଳିଗଲେ ଆଉ ପଡୋଶୀ ଘର କଥାରେ ମୁଣ୍ଡ ପୁରେଇ ଦୁଃଖୀ ବା ସୁଖୀ ନହୋଇ ନିଜ ଘର କଥା ବୁଝିବେ ଭାବି ପ୍ରୀତି ଖୁସି ହୋଇଗଲେ. ସ୍ତ୍ରୀ ଲୋକକୁ ସାଙ୍ଗ ଦରକାର. ମନ୍ଦିର ଯିବାକୁ, ଚୁଡ଼ି, ଅଳତା, ସିନ୍ଦୁର, ଶାଢ଼ୀ କିଣିବାକୁ. ପୁଣି ସ୍ଥାନୀୟ ମେଳା ମଉତ୍ସବ ବୁଲିଯିବାକୁ. ତ କେତେ ସୁଖ ସ୍ବପ୍ନ ଉପରେ ଦୃଷ୍ଟିପାତ କରୁ କରୁ ଆସିଥିବା ଭଦ୍ରଲୋକ ଘର ବୁଲି ବୁଲି ଦେଖୁଥିଲେ ଘର . ପଡୋଶୀ ଘର ଛାତରେ ମାଟି ପାତ୍ର ସବୁ ସୁନ୍ଦର ଖରା ଖାଇ କଞ୍ଛା ମାଠିଆ ସବୁ ପ୍ରସ୍ତୁତ ହୋଇ ଆସୁଥାଏ. ତ ଏବର୍ଷ ଖରାଦିନେ ମାଟି ମାଠିଆରେ ପାଣି ରଖି ପିଇବେ ଭାବୁଥାଆନ୍ତି ପ୍ରୀତି. ଏପଟେ ଘର ଦେଖି ସାରି ଭଦ୍ର ଲୋକ କହୁଥାନ୍ତି ସବୁ ଭଲ ଯେ ସବୁ ଘରର କବାଟ ଖୋଲିଲେ ଘର ଭିତରେ ଖରା ପଡୁଛି. ପ୍ରୀତି ମନେ ମନେ ହସୁଥିଲେ. ବର୍ଷା ବେଳେ ବର୍ଷା, ଖରା ଦିନେ ଖରା ଓ ଶୀତ ଦିନେ ଶୀତ ହେବା ତ ପ୍ରକୃତିର ନିୟମ. ଭଦ୍ରଲୋକ ଫେରିଗଲା ପରେ ପ୍ରୀତି ସ୍ୱାମୀଙ୍କୁ କହୁଥିଲେ ଏ ଘର, ଆଉ ଭଡା ଦେବାନି ବରଂ ଆମେ ରହିବା ଉପରେ. ଖରା ଟିକେ ପାଇବା. ଯାହା ବର୍ଷା ଓ ଶୀତ ପରି ଦେହକୁ ହିତ ଓ ଜୀବାଣୁ ନାଶକ. ସେପଟେ ପଡୋଶୀ କୁମ୍ଭାର ମଉସା ହସୁଥିଲେ ପ୍ରୀତିଙ୍କ କଥା ଶୁଣି. ପ୍ରୀତି କହୁଥିଲେ ମଉସା ଏସନ ଆମକୁ ଗୋଟେ ସୁରେଇ ଦେଵେ ଖରାଦିନେ ପାଣି ରଖି ପିଇବାକୁ.ମଉସା କହୁଥିଲେ ବର୍ଷାରେ ଶୁଖିପାରୁନଥିବା କଞ୍ଚା ମାଠିଆ ସବୁ ଶୁଖିଆସିଲାଣି.ଏଥର ସୁରେଇ ପଡିବ ଓ ପ୍ରଥମ ସୁରେଇଟି ତୁମ ପାଇଁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract