ସବୁ ବର୍ଷ ଶୀତ ଦିନେ ଦରକାରରେ ଆସୁଥିବା କମଳଟିକୁ ଖରା ଦିନେ ଧୋଇ ହଇରାଣ ରେ ପଡ଼ିଥିଲେ ପ୍ରୀତି. ଖରା ଗଡି ଯାଉ ଯାଉ ଶୁଖିନି ବୋଲି କମଳଟିକୁ ତୋଳିବାକୁ ମନ ହୃଦୟ ଓ ବିବେକ ନାହିଁ ନାହିଁ କରୁ କରୁ ବର୍ଷା ଘୋଟିଆସେ. କମଳ ପୁଣି ଓଦା ହୁଏ ତ ମନରେ ବିରକ୍ତି ଆସେ. ସେହିକଥା ପଡୋଶୀ ସୌମ୍ୟ ବୋଉ ମାଉସୀଙ୍କ ଆଗରେ ଗପିବାକୁ ଯାଇ ତୁନି ପଡନ୍ତି ପ୍ରୀତି କାରଣ ପଡୋଶୀ ଜଣେ କୁମ୍ଭାର. ମାଟିମାଆ ତାଙ୍କର ଜୀବନ. ମାଟି କାଟି, ଚକଟି ରୂପ ଦିଅନ୍ତି ଓ ସୁରେଇ, ହାଣ୍ଡି, ମାଠିଆକୁ ଖରା ଦେଇ ପ୍ରସ୍ତୁତ କରନ୍ତି ଶେଷ ପର୍ବ. ଏ ବର୍ଷର ଏଇ ମେଘ ଓ ମେଘୁଆ ପାଗ ଯୋଗୁଁ ଶୁଖୁନି ହାତକରଣା ତଥା ଘରକରଣା ମାଟିପାତ୍ରର ଜିନିଷ ପତ୍ର ତାଙ୍କର ତ ତାଙ୍କୁ କିପରି ପ୍ରୀତି କହିପାରିବେ ତାଙ୍କ କମଳ ଶୁଖୁନି ବୋଲି!କଥାଟା ଛୁଞ୍ଚି କହୁଛି ଚାଲୁଣି କି ଭଳି ହୋଇଯିବନି!ଟିକେ ଖରା ପଡିଲେ ଯିଏ ଯାହା ଦରବରେ ଖରା ଦେବାକୁ ତତ୍ପର. ପ୍ରୀତି ମଧ୍ୟ ଭଲ ପାଆନ୍ତି ଖରାକୁ. ସହଜେ ତାଙ୍କର ଭିଟାମିନ ଡି କମେ ଶରୀରରେ ତ ଛାତଉପରକୁ ଯାଇ ଖରା ଖାଆନ୍ତି. ସତରେ ପ୍ରକୃତିର ଖରା କେତେ ଉପକାରୀ. ଜୀବାଣୁ ନାଶକ ଖରା ସତରେ ବଡ଼ ତୋରା ଭାବି ଅନେକ ଗୀତ କବିତା ଲେଖୁଥାନ୍ତି ପ୍ରୀତି.
ସେଦିନ ଛାତ ଉପର ଘରେ ରହିବାକୁ ଗ୍ରାହକ ଜଣେ ଆସିଲା ବେଳକୁ ବର୍ଷା ଛାଡିଯାଇଥାଏ. ବଉଦ ତଳୁ ମୁଁହଁଟି କାଢି.... ସୂର୍ଯ୍ୟ ଦେଖନ୍ତି ମଣିଷ ପିଢ଼ି... ଭଲରେ ଥିଲେ ଯିବେ ଶିଡ଼ି ଚଢି. ତେଣୁ ଖରାରେ ପ୍ରୀତିଙ୍କ କମଳ ମଧ୍ୟ ଶୁଖିଯାଆଇଥାଏ. ପ୍ରୀତି ମନେ ମନେ ଗାଉଥାଆନ୍ତି ନଈ ପାଣି ନଈକି ଯାଆ... ମୋ ସିଲଟ ଶୁଖି ଯାଆ. ଛାତ ଉପରେ ଘର ଦେଖିବାକୁ ଆସିଥିବା ଗ୍ରାହକ ବା ଭଦ୍ରବ୍ୟକ୍ତି ସପରିବାର ରହିବେ ଶୁଣି ପ୍ରୀତି ଖୁସି ହେଲେ. ସ୍ତ୍ରୀ ଲୋକଟିଏକୁ ଆଉଜଣେ ସ୍ତ୍ରୀ ଲୋକ ସଙ୍ଗୀ ମିଳିଗଲେ ଆଉ ପଡୋଶୀ ଘର କଥାରେ ମୁଣ୍ଡ ପୁରେଇ ଦୁଃଖୀ ବା ସୁଖୀ ନହୋଇ ନିଜ ଘର କଥା ବୁଝିବେ ଭାବି ପ୍ରୀତି ଖୁସି ହୋଇଗଲେ. ସ୍ତ୍ରୀ ଲୋକକୁ ସାଙ୍ଗ ଦରକାର. ମନ୍ଦିର ଯିବାକୁ, ଚୁଡ଼ି, ଅଳତା, ସିନ୍ଦୁର, ଶାଢ଼ୀ କିଣିବାକୁ. ପୁଣି ସ୍ଥାନୀୟ ମେଳା ମଉତ୍ସବ ବୁଲିଯିବାକୁ. ତ ପ୍ରୀତି କେତେ ସୁଖ ସ୍ବପ୍ନ ଉପରେ ଦୃଷ୍ଟିପାତ କରୁ କରୁ ଆସିଥିବା ଭଦ୍ରଲୋକ ଘର ବୁଲି ବୁଲି ଦେଖୁଥିଲେ ଘର . ପଡୋଶୀ ଘର ଛାତରେ ମାଟି ପାତ୍ର ସବୁ ସୁନ୍ଦର ଖରା ଖାଇ କଞ୍ଛା ମାଠିଆ ସବୁ ପ୍ରସ୍ତୁତ ହୋଇ ଆସୁଥାଏ. ତ ଏବର୍ଷ ଖରାଦିନେ ମାଟି ମାଠିଆରେ ପାଣି ରଖି ପିଇବେ ଭାବୁଥାଆନ୍ତି ପ୍ରୀତି. ଏପଟେ ଘର ଦେଖି ସାରି ଭଦ୍ର ଲୋକ କହୁଥାନ୍ତି ସବୁ ଭଲ ଯେ ସବୁ ଘରର କବାଟ ଖୋଲିଲେ ଘର ଭିତରେ ଖରା ପଡୁଛି. ପ୍ରୀତି ମନେ ମନେ ହସୁଥିଲେ. ବର୍ଷା ବେଳେ ବର୍ଷା, ଖରା ଦିନେ ଖରା ଓ ଶୀତ ଦିନେ ଶୀତ ହେବା ତ ପ୍ରକୃତିର ନିୟମ. ଭଦ୍ରଲୋକ ଫେରିଗଲା ପରେ ପ୍ରୀତି ସ୍ୱାମୀଙ୍କୁ କହୁଥିଲେ ଏ ଘର, ଆଉ ଭଡା ଦେବାନି ବରଂ ଆମେ ରହିବା ଉପରେ. ଖରା ଟିକେ ପାଇବା. ଯାହା ବର୍ଷା ଓ ଶୀତ ପରି ଦେହକୁ ହିତ ଓ ଜୀବାଣୁ ନାଶକ. ସେପଟେ ପଡୋଶୀ କୁମ୍ଭାର ମଉସା ହସୁଥିଲେ ପ୍ରୀତିଙ୍କ କଥା ଶୁଣି. ପ୍ରୀତି କହୁଥିଲେ ମଉସା ଏସନ ଆମକୁ ଗୋଟେ ସୁରେଇ ଦେଵେ ଖରାଦିନେ ପାଣି ରଖି ପିଇବାକୁ.ମଉସା କହୁଥିଲେ ବର୍ଷାରେ ଶୁଖିପାରୁନଥିବା କଞ୍ଚା ମାଠିଆ ସବୁ ଶୁଖିଆସିଲାଣି.ଏଥର ମାଟି ସୁରେଇ ପଡିବ ଓ ପ୍ରଥମ ସୁରେଇଟି ତୁମ ପାଇଁ.ପ୍ରୀତି କିନ୍ତୁ ଘରଭଡା ଖୋଜିବା ନିଶା ଛାଡିନଥିଲେ.
ଏବେ ଏବେ ଛାତ ଉପରେ ନୂଆକରି ଘର ଭଡାରେ ଥିଲେ ମାଆ ଓ ପୁଅ ଦୁହେଁ . ପୁଅଟି ଦଶମ ଶ୍ରେଣୀର ଛାତ୍ର ପୁଣି ଆମ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର କିନ୍ତୁ ନଥାଏ ଭୟ କି ଡର. ରହିବା ପରଠାରୁ ବାଥରୁମରେ ଥୁଆ ହୋଇଥିବା ୱାସିଙ୍ଗ ମେସିନରେ ସଫା ସଫି କରୁକରୁ ଖାଇଥିଲା ଇଲେକ୍ଟ୍ରି କରେଣ୍ଟ ତ ଦୁଇଟି ଶ୍ରମିକ ଡକାଇ ୱାସିଙ୍ଗ ମେସିନଟିକୁ ସ୍ଥାନାନ୍ତରୀକରଣ ତଥା ସଜାଡ଼ିବାକୁ ଭଲ ଦୁଇ ପଇସା ଖର୍ଚ୍ଚ ହୋଇଯାଇଥିଲା. ତା ସହ ପୁଅଟିର ଉପଚାର ପାଇଁ ଅର୍ଥ ଓ ଶ୍ରମ ବଳ କିଛି.ମାଆ ମଧ୍ୟ ଲୁଚାଇ ଲୁଚାଇ ଇଣ୍ଡକ୍ସନରେ ରୋଷେଇ କରି ପୁଅ ନାମ ଦେଉଥିଲା. ସବୁ ପରେ ଵି ଆମର ଭଡା ଦେବାର ଥିଲା ତ ପୁଅଟି ଏତେବଡ ଛାତରେ ବଲ ଖେଳି ଅଗରମତା ହେବା ସଙ୍ଗେ ସଙ୍ଗେ ରାତି ଆଠଟା ପୂର୍ବରୁ ଘରକୁ ଫେରିଆସିବାର ନିୟମ ମାନି ଚଳିବେ କହିଥିଲେ ଵି ଆସୁଥିଲା ନଅ ବାଜିବା ପରେ. ସ୍ୱାମୀ ଜଣଙ୍କ ଏବେ ଦୋଷ ଦେଉଥିଲେ ସ୍ତ୍ରୀ ପ୍ରୀତିଙ୍କୁ ଙ୍କୁ ଯେ ଘରଭଡା ଦେବା ସହଜ କଥା ନୁହେଁ କି ନେଇଆଣି ଥୋଇବା ମଧ୍ୟ ଭାରି କଷ୍ଟପ୍ରଦ. ଯିଏ ଯାହା ସୁବିଧାରେ ଯାହା କରିବେ ତୁମେ କାହିଁକି ରଖୁଥିଲ ମୋ ଆସିବା ଯାଏଁ ଅପେକ୍ଷା ନକରି! ତ ସ୍ତ୍ରୀ ମନେ ପକାଉଥିଲେ ଆଗରୁ ଯିଏ ଆସିଲେ କିଏ ଖରା ଅଧିକା କହୁଥିଲା ତ କିଏ ବର୍ଷା ଅଧିକ କହୁଥିଲା. ପୁଣି କିଏ ତିନିଟା ହଜାର ମାତ୍ର ଦେବାକୁ ପ୍ରସ୍ତୁତ ନହୋଇ ସବୁ ସୁବିଧା ଖୋଜି ଆକ୍ଵାଗାର୍ଡ ମେସିନ ଅଛି କି ନାହିଁ ପଚାରୁଥିଲା. ଇଏ ଆଉ କଣ କି!ଆସୁ ଆସୁ ପରା ମୁଣ୍ଡରେ ଚାଳ ବାଜିବା ପରି ଜାଗା ବୁଝିଦିଅ କିଣିକି ଆମେ ନିଜର ଘର ଦୁଇବାଖରା କରି ଉଠିଯିବୁ କହିଲାଣି ବୋଲି ସ୍ୱାମୀ ଓଲଟା ଉତ୍ତର ରଖୁଥିଲେ.
ସବୁକଥାକୁ ଆଖି ମୁଜିଦେଇ ସ୍ତ୍ରୀ ପ୍ରୀତି ନିଜ ଘର ରୋଷେଇର ତରକାରୀ, ଭଜା ଇତ୍ୟାଦି ସୌମ୍ୟ ଖାଇବ କହି ଉପର ଶିଡ଼ି ଚଢି ଦେଇଆସନ୍ତି. ସିଙ୍କରେ ପେଜ ଢାଳିବନି କି କମୋଡ଼ ରେ ଅଳିଆ ଭରିବନି କହିଲେ ସୌମ୍ୟ ବୋଉ ନଜାଣିଲା ପରି ହାଇ ମାରନ୍ତି.ଦଶ ଡିସିମାଇଲ ଜାଗାର ଅଧା ଛାତରେ ଥିବା ଘର ଭଡା ଦେଇ ଆଉ ବଳକା ପାଞ୍ଚ ଡିସିମାଇଲ ଜାଗାରେ ତୁଳସୀ ଚଉରାଟିଏ. ତୁଳସୀ ମୂଳେ ପାଣି ଓ ସୂର୍ଯ୍ୟପୂଜା ତଥା ଘର ଆଗରେ ଥିବା ବରଗଛକୁ ପୂଜା କରିବା ପାଇଁ ପ୍ରତିଦିନ ସକାଳୁ ତୁଳସୀ ମୂଳେ ସୂର୍ଯ୍ୟଙ୍କୁ ପାଣି ଦେବାକୁ ଯାଇ ସ୍ତ୍ରୀ ପ୍ରୀତି ଦେଖିଲେ ତାଙ୍କ ହାତ ଲଗା ଆଲୋଭେରା ଗଛର ମୋଟା ମୋଟା ଡ଼ାଳ ତଥା ପତ୍ର ସବୁ ଭାଙ୍ଗିଦେଇ ସୌମ୍ୟ କାଟି ନେଇଛି. ସେଥିରେ ଆସିଥିବା ଫୁଲ ମଉଳିବା ସହ ତା ପାଖରେ କିଛି ଔଷଧୀୟ ଗଛଗୁଡିକ ମଧ୍ୟ ଝାଉଁଳି ପଡିଛି. ସ୍ତ୍ରୀ ପ୍ରୀତି ଭାବୁଥିଲେ କେତେ କଥା. ସୌମ୍ୟ ବୋଉ କହୁଥିଲେ ଗୁରୁମା ମୋ ପୁଅର ଫୋନ ଅଛି ପୁଣି ସ୍ମାର୍ଟ ଫୋନ ତଥାପି ସେ ଏ ଗଛରେ କାହିଁ ହାତ ମାରେ କେଜାଣି!କହୁ କହୁ ସୌମ୍ୟ ବୋଉ ଖରାରେ ଠିଆ ହୋଇ ଆଲୋଭେରା ଲଗେଇଥିବା ଚୁଟିକୁ ଖରା ଖୁଆଉଥିଲେ. ପ୍ରୀତି ମଧ୍ୟ କାନ ମୋଡି ହୋଇ ଭାବୁଥିଲେ ନିଜର ସ୍ମାର୍ଟ ଫୋନ ଥାଉ ଥାଉ ଘରଭଡା ଦେବା ତାଙ୍କ ପକ୍ଷେ ଅନୁଚିତ ଥିଲା. ଘରେ ଭଡା ରହିବା ଲୋକ ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରକାର ହେଲେ ଘରମାଲିକ ପାଇଁ ଅନ୍ୟରକମ ଜାଣୁ ଜାଣୁ ପ୍ରୀତି ଭୁଲ କରିଛନ୍ତି.ଗୋଟେ ଗଛ ଲଗେଇ ତାକୁ ଉତ୍ତାରିବାର କଷ୍ଟ ଅନୁଭବ କରି ସ୍ୱାମୀଙ୍କ ସଙ୍ଗେ ପରାମର୍ଶ କରୁଥିଲେ କେମିତି ଏ ନୂଆ ଭଡାଟିଆଙ୍କୁ କାଢିବା କହିଲ! ତ ସେ ଓଲଟି କହୁଥିଲେ ଆଲୋଭେରା ଗଛ ଲଗାଇ ଯଦି ଅନ୍ୟର ଉପକାର କଲ ତେବେ ଖୁସି ହୋଇ ସ୍ମାର୍ଟ ଫୋନରେ ବିଭିର୍ନ୍ନ ଆପ ଦେଖିନିଅ ସବୁ ଠିକ ହୋଇଯିବ.ସେପଟୁ ମଉସା କହୁଥିଲେ ମାଆ ପ୍ରୀତି ସୁରେଇ ପ୍ରସ୍ତୁତ ତ ସୌମ୍ୟ ବୋଉ କହୁଥିଲେ ମତେ ଆଗେ ଦେଵେ କାରଣ ଗୁରୁମାଙ୍କର ଆକ୍ଵାଗାର୍ଡ ପାଣି ଅଛି ମଉସା.