STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ଦଇବ ଦଉଡି ମଣିଷ ଗାଈ

ଦଇବ ଦଉଡି ମଣିଷ ଗାଈ

2 mins
1

ଦିନେ ନିଜର ମଣିଷ ବୋଲି ଭାବିନେଇଥିବା ମନୋଜକୁ ପ୍ଲାଟଫର୍ମ ଉପରେ ଦେଖି ନିଶା ପୁଣି ଥରେ ତାକୁ ଫେରିକି ଚାହିଁବା କଷ୍ଟ ଅନୁଭବ କରିଥିଲା. ସ୍ୱାମୀଙ୍କ ପଛେ ପଛେ ଦୁଇ ପୁଅଙ୍କୁ ଧରି ଟ୍ରେନରେ ନିର୍ଦ୍ଦିଷ୍ଟ ସିଟରେ ବସି ଆଗ ସିଟକୁ ନଜର ପଡିଗଲା ତ ମନୋଜ ହିଁ ଥିଲା ନିଶା ପରିବାର ସହ ଗୋଟିଏ କମ୍ପାର୍ଟମେଣ୍ଟର ସହଯାତ୍ରୀ. ନିଶା ସାନପୁଅକୁ କୋଳରେ ଧରି ବଡ଼ପୁଅକୁ ପାଖରେ ବସେଇ ମନୋଜକୁ ଫେରି ଚାହିଁବା କଷ୍ଟ ହେବ ବୋଲି ଆଖି ମୁଜି ଦେଇଥିଲା. ଭାବୁଥିଲା ଶିଖା ତାର ଅତୀତ. ଏଇ ମନୋଜକୁ ସବୁଠୁ ବେଶୀ ଭଲପାଇ ସେ ସର୍ବସ୍ବ ଦେଇଦେଲା ପରେ ଜାଣିବାକୁ ପାଇଥିଲା ସେ ଗର୍ଭବତୀ. ମନୋଜକୁ ବିବାହ ପାଇଁ ନେହୁରା ହେଉଥିଲା ବେଳେ ମନୋଜ କଥାଟାକୁ ହାଲକା ଭାବେ ନେଇ ଘରେ ବାପା ମାଆ ତା ବିବାହ ରୀନା ସଙ୍ଗେ କରିବାକୁ ପକ୍କା କରିସାରିଥିବା କଥାଟାକୁ ଖୋଲି କହିବା ସହ ନିଶା ତୁମେ ଏଥର ନିଜ ରାସ୍ତା ଦେଖ କହିଥିଲା. ନିଶା ମୁଣ୍ଡ ଉପରେ ସେଦିନ ସହସ୍ର ବଜ୍ର ପାହାର ହେଲେ ମଧ୍ୟ ଅବିଶ୍ଵସ୍ତ ମନୋଜକୁ ବୁଲି ଚାହିଁବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା. ଆଉ ଠିକ ସେତିକି ବେଳେ ସୁଧୀର ପିଲାର ବାପା ହେବାକୁ ରାଜି ହୋଇ ପ୍ରମାଣ କରିସାରିଥିଲା ତା ପ୍ରେମ ନିଶା ପ୍ରତି କେତେ ଉଚ୍ଚକୋଟିର. ତା ପରେ ନିଶାର ସୁଧୀର ସଙ୍ଗେ ବାହାଘର ଓ ଦିପୁ ପରେ ଶିପୁର ଆଗମନ ଭିତରେ ସେ ଭୁଲିଯାଇଥିଲା ପୁଣି ଜୀବନର ଚଲାପଥରେ ମନୋଜ ପରି କଳଙ୍କିତ ନାୟକ ସହ ତାର ପୁଣି ଭେଟ ହେବ. ଭାବୁ ଭାବୁ ନିଶାର ଆଖି ଲାଗିଯାଇଥିଲା ତ ଉଠି ଦେଖେ ଦିପୁ ମନୋଜ କୋଳରେ ଆରାମରେ ଶୋଇଯାଇଛି.
     ସ୍ୱାମୀ ସୁଧୀର ଆଗରୁ ମନୋଜକୁ ଜାଣନ୍ତି ବୋଲି ନିଶା ଏଇ ପ୍ରଥମ ଜାଣୁ ଜାଣୁ ସ୍ୱାମୀ ନଥିଲେ ପାଖରେ . ପାଣି ଆଣିବାକୁ ଯାଉଛି କହି ଗଲେ ଯେ ଗଲେ ବୋଲି ନିଶା ବ୍ୟସ୍ତ ହୋଇ ପଡୁ ପଡ଼ୁ ସୁଧୀର ଫୋନ କରି କହିଥିଲେ. ମୁଁ ବୃନ୍ଦାବନ ଫେରିଯାଉଛି ନିଶା. ମୋର ବାପା ହେବାର ଅଧିକାର ସ୍ୱୟଂ ସୃଷ୍ଟିକର୍ତ୍ତା ମୋ ଭାଗ୍ୟରେ ଲେଖିନାଂହାନ୍ତି. ମନୋଜ ମୋର ବନ୍ଧୁ. ତାରି ଅନୁରୋଧରେ ମୁଁ ତୁମ ହାତ ଧରିଥିଲି. ତୁମ ବିଶ୍ୱାସ ବଢେଇବା ପାଇଁ ମନୋଜ ର ଡି. ଏ. ଏନ ଥିବା ଇଞ୍ଜେକ୍ସନ ଦେଇ ଦିପୁ ପରେ ଶିପୁର ଜନ୍ମ. ରୀନା ଆଉ ଏ ଦୁନିଆଁରେ ନାହିଁ. ମତେ ଭୁଲିଯିବ. ମନୋଜ ନୁହେଁ ବରଂ ମୁଁ ତୁମ ଜୀବନର କଳଙ୍କିତ ନାୟକ. ନିଶା କଇଁ କଇଁ କାନ୍ଦୁଥିଲା ବେଳେ ସୁଧୀର ଫୋନ ରଖିଥିଲା. ମନୋଜ ଆଗେଇ ଆସି ଶିପୁ କୁ କୋଳକୁ ନେଇ ଷ୍ଟେସନରେ ଓଲ୍ହାଉ ଓଲ୍ହାଉ ପଛେ ପଛେ ନିଶା ଦିପୁ ହାତ ଧରି ଓଲ୍ହେଇଲେ ମଧ୍ୟ ମନୋଜକୁ ଫେରି ଚାହିଁବା ଖୁବ କଷ୍ଟ ଥିଲା ବେଳେ ଦିପୁ ପଚାରୁଥିଲା ବାପା କୁଆଡେ ଗଲେ ମାଆ!ମନୋଜ ଦିପୁ ପ୍ରଶ୍ନ ର ଉତ୍ତର ଦେଇ କହୁଥିଲେ ତୋ ଲାଗି ଖେଳନା ଆଣି ଆମ ପଛରେ ଆସିବେ ତୋ ବାପା. ସତକୁ ସତ ଦୁଇପୁଅଙ୍କ ପାଇଁ ଅନେକ ଖେଳନା ଉପହାର ନେଇ ସୁଧୀର ଅନେକ ଦିନ ପରେ ଥରେ ଆସିଥିଲେ ସତ ହେଲେ ଦୁଇ ପୁଅ ଦିପୁ ଓ ଶିପୁ ଏବେ ମନୋଜକୁ ହିଁ ବାପା ଡାକୁଥିଲେ. ସୁଧୀରଙ୍କୁ ବୁଲି ଚାହିଁବା ଏବେ ନିଶା ପାଇଁ ଖୁବ କଷ୍ଟଦାୟକ ଥିଲା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance