STORYMIRROR

Sunanda Mohanty

Action Inspirational Others

4  

Sunanda Mohanty

Action Inspirational Others

ଲଜ୍ଜା ର ଗହଣା 

ଲଜ୍ଜା ର ଗହଣା 

2 mins
2


ଏତେ ବର୍ଷ ଅଫିସର ହୋଇ ରହିବା ପରେ ଅବସର ଆସିଥିଲା ଶୁଭେନ୍ଦୁଙ୍କର. ପୁଅ ଝିଅ ଦୁହିଁଙ୍କୁ ପାଠ ଶାଠ ପଢ଼େଇ ଉପଯୁକ୍ତ ପାତ୍ର ଦେଖି ବିଭା ଚୋରା କରାଇବା ପରେ ଅବସର ଆସିଥିଲା ତ ଭାବିଥିଲେ ଏଥର ସୁମିଙ୍କ ପାଇଁ ରାଣୀ ହାର ଟିଏ ନିହାତି କିଣିବେ. ଆଗକୁ ପୂଜା ଛୁଟି ଆସୁଛି. ସୁନା ଦାମ ମଧ୍ୟ ହୁ ହୁ ହୋଇ ବଢୁଛି. ଏମିତିରେ ଚାକିରୀ କାଳ ଭିତରେ କିଛି ଵି ଉପୁରୀ ନେବା ତାଙ୍କ ଜାତକରେ ନଥିଲା. ତାଙ୍କ ଭଳି ଅନ୍ୟ ଅଫିସରଙ୍କ ସ୍ତ୍ରୀମାନେ ଯେତେ ପାଟ କି ଦାମୀ ଗହଣା କିଣିଲେ କି ପିନ୍ଧିଲେ ମଧ୍ୟ ସୁମିଙ୍କର କିଛି ଅଭିଯୋଗ ନଥାଏ ବରଂ ସିଵିଆଇ ଜାଲରେ ଛନ୍ଦି ନହୋଇ ବା କେବେ କାହାଠୁ ଲାଞ୍ଚ ନେଉନଥିବା ତାଙ୍କ ସ୍ୱାମୀ ଶୁଭେନ୍ଦୁ ଯେ ଗୋଟା ତୁଳସୀ ବୋଲି ଜାଣିଥିଲେ ସୁମି.  ସ୍ୱାମୀଙ୍କ ପାଇଁ କିନ୍ତୁ ସେ ଗର୍ବ କରୁଥିଲେ ଏଇଥିପାଇଁ ଯେ ତାଙ୍କ ଚରିତ୍ରରେ ଲାଞ୍ଚୁଆ ଦାଗ ଲାଗିନଥିଲା ବରଂ ସେ ସଚ୍ଚୋଟ ବୋଲି ପିନ୍ଧିଥିବା ଲଜ୍ଜାର ଗହଣା ପାଇଁ ସୁମି ନିଜକୁ ଭାଗ୍ୟବତୀ ବୋଲି ଭାବୁଥିଲେ.
  ପୂଜାଛୁଟି ବା ଅନ୍ୟ କୌଣସି ପର୍ବ ପର୍ବାଣୀରେ କିଏ ମାଛ ଦୁଇ କିଲୋ ବା ଚିକେନ କି ମଟନ ଅବା ନେଳି ପରିବା ଦେଲେ ସ୍ୱାମୀ ଶୁଭେନ୍ଦୁ ତାର ଉପଯୁକ୍ତ ମୂଲ୍ୟ ସେହି ଲୋକଙ୍କୁ ତୁରନ୍ତ ଦେଇ ପୁଣି ଚା ଜଳଖିଆ ଖୁଆଇ ଛାଡିଥାନ୍ତି. ଏତେ ଭଲ ଅଫିସରଙ୍କର ଚାକିରୀ ଯିବା ପରେ କିନ୍ତୁ କାକୁଡି କଷିଟିଏ ଧରି କେହି କେବେ ଦୁଆରେ ଠିଆ ହେବାର ଦେଖିନଥିଲେ ସୁମି. ସେଥିରେ ମଧ୍ୟ ତାଙ୍କର ଦୁଃଖ ନଥାଏ. ସେଦିନ ଦୁର୍ଗାପୂଜା ଷଷ୍ଠୀ ଦିନ ତାଙ୍କ ଜନ୍ମ ଦିନ ଥାଏ. ଦିନ ସାରା ପୂଜାପୁଜି, ଭୋଗ ରାଗ କରି ସ୍ୱାମୀଙ୍କ ଫେରନ୍ତି ବାଟକୁ ଅନେଇ ବସିଥାଆନ୍ତି ସୁମି. ଘରେ ଥିବା ସୂତା ଶାଢ଼ୀପିନ୍ଧି ହାତେ ଓଢଣା ଦେଇ ସ୍ୱାମୀଙ୍କୁ ଆସୁ ଆସୁ ବଡ଼ ମୁଣ୍ଡିଆଟିଏ ମାରୁ ମାରୁ ଶୁଭେନ୍ଦୁ ବଢ଼େଇ ଦେଇଥିଲେ ରାଣୀ ହାରଟିକୁ ସୁମିଙ୍କୁ ତ ସୁମି ହସିବେ କି କାନ୍ଦିବେ ବୁଝିନପାରି କହିଥିଲେ ପୁଅ ଭୁବନେଶ୍ୱରରେ ଜାଗା ଖଣ୍ଡେ କିଣିବାକୁ ଚାହୁଁଛି ଓ ଝିଅ ପୁରୀରେ ଘର ଖଣ୍ଡେ କିଣିବାକୁ ଛଟପଟ ହେଉଛି. ରାଣୀହାର କିଣା ପଇସାରେ ସେ ଦୁହିଁଙ୍କୁ ଅଧା ଅଧା ଟଙ୍କା ଦେଇଥିଲେ ବରଂ ଭଲ ହୋଇଥାନ୍ତା. ଶୁଭେନ୍ଦୁ କହୁଥିଲେ ହଁ ଠିକ କଥା କହୁଛ ଯେ କିନ୍ତୁ ଜୀବନରେ ତୁମ ପାଇଁ କିଛି କିଣିଦେଇ ନଥିବା ଅବଶୋଷ ରହି ଯାଇଥାନ୍ତା. ସୁମି କଥା ଛଡେଇ କହୁଥିଲେ ମୋ ହାତର ଚୁଡ଼ି, ଦେହର ଶାଢ଼ୀ ଓ ମୁଣ୍ଡରେ ସିନ୍ଦୁର ସାଙ୍ଗକୁ ଓଢଣୀ ହିଁ ମୋ ଲଜ୍ଜାର ଗହଣା. ତା ସାଙ୍ଗକୁ ତୁମେ ବସିଥିଲେ ହିଁ ମୋର ରାଣୀହାର ପିନ୍ଧିବାର ଗର୍ବ ଓ ଗୌରବ ତଥା ଲଜ୍ଜାର ମହତ୍ତ୍ୱ ମିଳିଯିବ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action