STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

କୁନି ପଶୁଡାକ୍ତର 

କୁନି ପଶୁଡାକ୍ତର 

2 mins
1

କୁନି ପଶୁଡାକ୍ତର 
,,,,,,,,,,,,,,,,,,,,,,,,
ଛାତ ଉପରେ ମାଙ୍କଡ଼ସବୁ ଧାଡି ବାନ୍ଧି ବସିଥିବା ଦୃଶ୍ୟରେ ମାଆ ଚଉରା ପୂଜା ନକରି ତଳକୁ ଫେରିଆସି କହିଥିଲେ ମାଙ୍କଡ଼ ଯୋଗୁଁ ଆଜି ତୁଳସୀ ପୂଜନ ବନ୍ଦ. ମାଆଙ୍କ କଥା ଶୁଣି ମୁନା କହୁଥିଲା ଉପରକୁ ରାଗୀ ତଥା ବଦମାସୀ କରିବା ଦେଖାଯାଉଥିବା ମାଙ୍କଡ଼ କିନ୍ତୁ ଖୁବ ନିରୀହ ମାଆ. ମୁନା କଥାରେ ମାଆ ଭାବୁଥିଲେ ତେବେ ସେଦିନ ସେ ଛାତ ଉପରେ ଠିଆ ହୋଇ ଖରା ଖାଉଥିବା ବେଳେ ହନୁମାଙ୍କଡ଼ଟି ଛାତ ଉପରୁ ଓଲ୍ହେଇ ଆସି ତାଙ୍କ ଶାଢ଼ୀ ଭିଡୁଥିଲା ତ ସେ ଖୁବ ଡରିଯାଇଥିଲେ. କୁକୁରଙ୍କ ଭଳି ମାଙ୍କଡ଼ କାମୁଡିଲେ କିଏ ଇଞ୍ଜେକ୍ସନ ନେବ! ଏମିତି ସବୁ ଭାବୁ ଭାବୁ ମାଆ ଲକ୍ଷ କଲେ ମୁନା ତଳ ଉପର ହୋଇ ଥରକୁ ଥର ଯାଉଛି ଓ ଆସୁଛି ଛାତ ଉପରକୁ . କାଳେ ପୁଅକୁ ତାଙ୍କର ମାଙ୍କଡ଼ କାମୁଡି ଦେବ ଭାବି ସେ ପୁଅ ପଛେ ପଛେ ଛାତ ଉପରକୁ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟର ସୀମା ନଥିଲା ମାଆଙ୍କର .
    ଛାତ ଉପରେ ବସିଥିବା ମାଙ୍କଡ଼ମାନଙ୍କ ଭିତରୁ ଗୋଟେ ମାଙ୍କଡ଼ର ଦେହଠୁ ଧରି ହାତ ଯାଏଁ ହୋଇଥିବା ରକ୍ତ ଜୁଡୁବୁଡୁ ସଦ୍ୟ  ଖଣ୍ଡିଆକୁ ଡେଟଲରେ ଧୋଇ ବେଟାଡାଇନ ଅଏଣ୍ଟମେଣ୍ଟ ଲଗେଇ ତାର ଉପଚାର କରୁଛି ମୁନା. ମାଙ୍କଡ଼ଟି ମଧ୍ୟ ନିର୍ଦୋନ୍ଦରେ ଦେଖେଇଛି ମୁନାକୁ. ଅନ୍ୟମାଙ୍କଡ଼ସବୁ ଚୁପ ଚାପ ବସି ଦେଖୁଛନ୍ତି. କିଛି କରିନପାରିଲେ ମଧ୍ୟ ତାଙ୍କ ମନ ଯେ ଆଜି ଖୁବ ଦୁଃଖ ଏକଥା ଅନୁଭବ କରିହୁଏ ନିଶ୍ଚିନ୍ତ. ଏତିକି ବେଳେ ମାଆ ପୁଅ ମୁନାକୁ କହିଥିଲେ ରହ ମୁଁ ତା ପାଇଁ ବିସ୍କୁଟ ଆଣୁଛି କହି ମୁନାର ମାଆ ପୁଣି ତଳ ଘରକୁ ଆସୁଥିଲେ ତ ମୁନା ବାରଣ କରୁଥିଲା. ଖାଲି ଖାଦ୍ୟ ନୁହେଁ ମାଆ ପଶୁଙ୍କର ମଧ୍ୟ ମଣିଷ ପରି ସେବା, ଯତ୍ନ ଓ ସହାନୁଭୂତି ଦରକାର. ସେମାନେ ତାହା ପାଆନ୍ତି ନାହିଁ ବୋଲି ନିଜକୁ ଖୁବ ଅସହାୟ ମନେ କରନ୍ତି. ପ୍ରକୃତିରେ ତାଙ୍କ ପାଇଁ ସବୁ ଥିଲେ ମଧ୍ୟ ସବୁ ପରିସ୍ଥିତିରେ ସେମାନେ ସବୁକିଛି ପ୍ରକୃତିରୁ ପାଇବାକୁ ଅକ୍ଷମ ତେଣୁ ମଣିଷକୁ କିଛି ଜୀବେ ଦୟାର ଭାବନା ରଖିବାକୁ ପଡିବ. ମାଆଙ୍କ ଆଖିରେ ଲୁହ. ସେ ଯାହା ବୁଝିନପାରି, ଚଉରାରେ ପାଣି ନଦେଇ ତଳକୁ ଫେରିଯାଇଥିଲେ ମାଙ୍କଡ଼ ଭୟରେ ତାଙ୍କ ପୁଅ କିନ୍ତୁ ସାହାସ ରଖି ଅନୁଭବ କରିଛି ଯେ ମାଙ୍କଡ଼ଦଳର ଜଣେ ସଦସ୍ୟଙ୍କ କ୍ଷତ ପାଇଁ ଅନ୍ୟମାନେ ନିରୁପାୟ ହେଲେ ଵି ଦୁଃଖରେ ଏକାଠି ହୋଇ ଅନୁଭବ କରୁଛନ୍ତି. ଏଣିକି ଦେଖିଚାହିଁ ଡ଼ାଳରୁ ଡ଼ାଳକୁ ଡେଇଁବା ଉଚିତ ବୋଲି ବୋଧହୁଏ ଅନୁଭବ କରୁଛନ୍ତି . ଏବେ ପୁଅକୁ ବହେ ଗେଲ କରି ତୁଳସୀ ପୂଜନ ସାରି ତଳକୁ ଓଲ୍ହେଇଲା ବେଳେ ମାଆ କହୁଥିଲେ ମାଆ କରୁଣାମୟୀ ମାଆ ଦୁର୍ଗା ମାଆ, ସବୁ ପ୍ରଜାତିର ଜୀବଙ୍କ ପ୍ରତି ସଦୟ ତଥା ସହାୟ ହୁଅ ମାଆ.
,,,,,,,,,,,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍