STORYMIRROR

Sunanda Mohanty

Horror Tragedy Thriller

3  

Sunanda Mohanty

Horror Tragedy Thriller

ଭୂତ ଡାକେରା

ଭୂତ ଡାକେରା

1 min
0

ସମ୍ପର୍କୀୟ ଜଣେ ମରିଯିବା ପରେ ଶବ ଗୃହରେ ତାଙ୍କୁ ଜଗିଥିବା ସାତ ଜଣ ସାଙ୍ଗ ଭାବିଲେ ଚାଲ ଏହି ମୃତ ଵ୍ୟକ୍ତିଙ୍କ ଆତ୍ମାକୁ ଡାକରା କରି ପଚାରିବା ତାଙ୍କ ମୃତ୍ୟୁ ସ୍ୱାଭାବିକ ନା ଅସ୍ୱାଭାବିକ ତ ସମସ୍ତେ ପ୍ରସ୍ତୁତ ହୋଇଗଲେ. ଆବଶ୍ୟକୀୟ ଜିନିଷ ପତ୍ର ସହ ଶବ ରଖାଯାଇଥିବା ଖଟ ତଳେ ବସିଗଲେ ଓ କାମ ଆରମ୍ଭ କରିଦେଲେ. ଶବ ଆଡକୁ ମୁଁହଁ କରି ବସିଥିବା ଯୁବକ ଦେଖିଲେ ଶବ ଉଠିବସିବାକୁ ପ୍ରସ୍ତୁତ ହେଉଛି. ଡ଼ର ଓ ଦ୍ଵନ୍ଦ ଭିତରେ ସେ ବାହାରକୁ ଯାଇ ଆଉ ଫେରିଲେନି. ଅନ୍ୟମାନେ ଜଣଙ୍କ ପରେ ଜଣେ ସେହି ଏକା ଦୃଶ୍ୟ ଦେଖି ଉଠି ଚାଲିଯାଇଥିଲେ
   ସକାଳୁ ଶବ ଦାହ ପାଇଁ ପହଞ୍ଚିଥିବା ଆତ୍ମୀୟସ୍ୱଜନ ଓ ଗ୍ରାମବାସୀମାନେ ଜଣଙ୍କ ସ୍ଥାନରେ ଦୁଇଟି ଶବ ପାଇଥିଲେ. ଶବ ଜଗିଥିବା ଛଅ ଜଣ ଚାଲିଯିବାପରେ ସପ୍ତମ ଯୁବକ ଵ୍ୟକ୍ତି ଯେତେବେଳେ ଦେଖିଥିଲେ ଯେ ଶବ ଉଠିବସିଛି ନିଜ ସ୍ଥାନରୁ ତ ହାର୍ଟ ଆଟାର୍କ ରେ ସେ ମୃତ୍ୟୁ ବରଣ କରିଥାଇ ପାରନ୍ତି ବୋଲି ଅନ୍ୟ ଛଅ ସାଙ୍ଗଙ୍କଠୁଁ ସତ୍ୟ ଶୁଣି ଡାକ୍ତର ରିପୋର୍ଟ ଲେଖିବା ସମୟରେ ସେପଟେ ନବବିବାହିତ ଯୁବକର ସ୍ତ୍ରୀ କୋଡ଼ି କଚାଡି କାନ୍ଦୁଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror