STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପୁସ୍ତକ

ପୁସ୍ତକ

3 mins
0

ଜେଜେ ଲକ୍ଷ କରୁଥିଲେ ବୟସ ବଢିବା ସହ ଲିପି ପଢାଘର ଟେବୁଲରେ ବହିପତ୍ର ବଢିଛି. ଶିଶୁ ଗଳ୍ପ ଉପନ୍ୟାସ ପରିବର୍ତ୍ତେ ଜାଜ୍ଞସେନୀ ଓ ଅନ୍ୟାନ୍ୟ ଗଳ୍ପ ଯଥା ଫକୀର ମୋହନ ସେନାପତିଙ୍କର ମାମୁଁ, ଲଛମା, ରେବତୀ, ଛଅ ମାଣ ଆଠଗୁଣ୍ଠ ଇତ୍ୟାଦି ଗଳ୍ପ ସହିତ କାହ୍ନୁ ଚରଣ ଙ୍କ କା, ମାଟିର ମଣିଷ ସହିତ ଅମାବାସ୍ୟା ର ଜହ୍ନ ଓ ବିଭୁତି ପଟ୍ଟନାୟକ ଙ୍କ ଅନେକ ଉପନ୍ୟାସ. ଏଥିରେ ଜେଜେ ଖୁସି ହେବା ସ୍ୱାଭାବିକ. ତା ସହିତ ଲିପିର ସଦ୍ୟ ପ୍ରକାଶିତ ପ୍ରେମ ପତଞ୍ଜଳି ବହି ଉନ୍ମୋଚନ ଇତ୍ୟାଦି ଦେଖି ଜେଜେଙ୍କ ମନରେ ଘୋର ସନ୍ଦେହ ତେବେ ଲିପି ବାହା ହେବାକୁ ରାଜି ନୁଁହଁ କାହିଁକି? ଏଇ କାହିଁକି ଉତ୍ତର ପାଇବାକୁ ସେଦିନ ଲିପି ରୁମକୁ ପଶିଗଲେ ଜେଜେ. ଜେଜେ କିଛି ପଚାରିବା ପୂର୍ବରୁ ଲିପି କିନ୍ତୁ ଜେଜେଙ୍କୁ ପଚାରୁଥିଲା ଅନ୍ୟ କିଛି. ପଚାରୁଥିଲା ଜଣେ ମହିଳା ଲେଖିକା ବା ଗାଳ୍ପିକା ବା କବୀ ଜଣେ ନାରୀ ମନର ଅବ୍ୟକ୍ତ ଭାଷା ଲେଖିବା ସହଜ କିନ୍ତୁ ଜଣେ ପୁରୁଷ ଲେଖେ କେମିତି ଜେଜେ. ଜେଜେ କହିଲେ ଏସବୁତ ଖୁବ ସହଜ. ଯେତେ ବହି ପଢିବ ସେତେ ଜ୍ଞାନ ବଢିବ. ସେ ଜ୍ଞାନ ସାଂସାରିକ ପ୍ରେମ ହେଉ ବା ଐଶ୍ଵରିକ ପ୍ରେମ ହେଉ ଅବା ପ୍ରକୃତି ପ୍ରେମରୁ. ହସିଦେଲା ଲିପି ତ ଜେଜେ ସାହାସ ପାଇ ପଚାରୁଥିଲେ ଏତେ କଥା ବୁଝୁଛୁ ମାଆ ହେଲେ ବିବାହ ଯେ ଜୀବନର ଏକମାତ୍ର ପନ୍ଥା ଆଗକୁ ବଢିବାକୁ, ଏକଥା ଭୁଲିଗଲେ କେମିତି ହେବ ଝିଅ. ଲିପି ଖୁବ ସୁନ୍ଦର ଭାବେ ଉତ୍ତର ଦେଇଥିଲା ତୁମେ ମୋ ପିଲାଦିନେ ମତେ ପାଖରୁ ନଛାଡିବାକୁ କେତେ ଚଣ୍ଡୀ ମାଆ ଙ୍କୁ ଡାକିଛ ଜେଜେ ଆଉ ଏବେ ତୁମ ବାର୍ଦ୍ଧକ୍ୟ ବେଳେ ତୁମକୁ ଛାଡ଼ି ମୁଁ ଶାଶୁଘର ଯିବି କେମିତି. ତା ଛଡା କେମିତି ଜାଣିବି ମୋ ସ୍ୱାମୀ କେମିତି ହୋଇଥିବ!ଜେଜେ କିଛି କିଛି ବୁଝିଗଲେ ବି କିଛି ତ ଅବୁଝା ରହିଲା.
    କଣ ଚାହେଁ ଲିପି? ଜେଜେ ଭାବୁଥିଲେ.ସତକଥା ପିଲାଦିନେ ଲିପି ସପ୍ତମ ଶ୍ରେଣୀରେ ଏନ ଟି ଆର ଏସ ପାଇଲେ ସହରକୁ ଚାଲିଯିବ ତାଙ୍କୁ ଛାଡ଼ି ବୋଲି ବାପା ମାଆ ତାର କେତେ ଦିଅଁ ଦେବତା କରୁଥିଲା ବେଳେ ଓ ଲିପି ରାତି ରାତି ଅନିଦ୍ରା ହୋଇ ପାଠ ପଢୁଥିଲା ବେଳେ ଜେଜେ ହୋଇ ସେ ଚଣ୍ଡିମା ଙ୍କୁ ଗୁହାରୀ କରୁଥିଲେ ନପାଉ ଏନ ଟି ଆର ଏସ ବୃତ୍ତି ପଛେ ଲିପି ଘର ଛାଡ଼ି ତାଙ୍କୁ ଛାଡ଼ି କୁଆଡେ ନଯାଉ. ଆଉ ଆଜି ସେହି ଲିପିର ବାହାଘର ହୋଇଯାଇ ସେ ଶାଶୁଘରକୁ ଯାଉ ବୋଲି କେମିତି ଭାବୁଛନ୍ତି ଜେଜେ. ସବୁ ଦୋଷ ସେଇ ବୁଢ଼ୀର କହି ରକ୍ତ ଚାଉଳ ଚୋବାଉ ଥିଲେ ଜେଜେ. ଜେଜେମାଆ ଯେବେ କହେ ମୋ ଲିପିକୁ ବାହା ହେବ ଏମିତି ପୁଅ କିଏ କୋଉଠି କାହିଁ ମ!ଜେଜେ ମାଆ ଙ୍କ ଏହି କଥା ଶୁଣି ଲିପି ଆଉ ମନମୋଟିଆ ହୋଇଯାଉନି ତ. ବୁଢୀକୁ ଦୋଷ ଦେବାରୁ ସେ ମଧ୍ୟ ଅନେକ ଫୁସୁଲେଇ କହିଲାଣି ନାତୁଣୀ ଲିପି କୁ. ଆମେ ବୁଢା ବୁଢ଼ୀ ଦିଟା ଆଉ କେତେଦିନ ଲିପି. ମରିବା ପୂର୍ବରୁ ତୋ ବାହାଘର ଦେଖି ନଗଲେ ଭୂତ ହେବୁ ସିନା. ଏଥର ଲିପି ଜେଜେଙ୍କୁ ସାଙ୍ଗରେ ରଖି ଆସିଥିବା ପୁଅ ସହ ଏକାନ୍ତରେ କଥୋପକଥନ ବେଳେ ପଚାରିଥିଲା ଆପଣ ପ୍ରତିଦିନ ଶୋଇବାକୁ ଯିବା ପୂର୍ବରୁ କଣ କରନ୍ତି ପୁଅଟି ଟିକେ ଚିନ୍ତା କରି କହିଥିଲା ବହି ପଢେ.ବାହାଘର ପରେ କଣ କରିବେ ଏଥର ପୁଅଟି ଟିକେ ହାଡବଡେଇ କହିଥିଲା ଅଭ୍ୟାସ ବଦଳେଇବାକୁ ସମୟ ଲାଗିବ. ସେଥିରେ ମତେ ତୁମର ସାହାଯ୍ୟ ଓ ସହଯୋଗ ଆବଶ୍ୟକ. ମାନେ ପଚାରିଥିଲା ଲିପି ତ ପୁଅଟି କହିଥିଲା ମୋ ବହି ପଢିବା ପରେ ଶୋଇବା ଅଭ୍ୟାସକୁ ସହିବାକୁ ପଡିବ. ସେଇଠି ହିଁ ବାହା ହେବାକୁ ରାଜି ହୋଇଗଲା ଲିପି. ବିଦାୟ ବେଳେ ଜେଜେ ଯେବେ ପଚାରିଲେ ଏତେ ଏତେ ପ୍ରସ୍ତାବ ଭାଙ୍ଗିଦେଉଥିଲା ବେଳେ ଏ ପୁଅଠି କଣ ଦେଖିଲୁ ମାଆ. କାନ୍ଦୁ କାନ୍ଦୁ ହସି ହସି ଲିପି କହୁଥିଲା ସଉତୁଣୀ ଭୟ ନାହିଁ ଜେଜେ. କାରଣ ବହି ତାଙ୍କ ପ୍ରଥମ ପ୍ରେମ ଓ ପ୍ରେମିକା. ଜେଜେ ସ୍ତବ୍ଧ ହୋଇ ଠିଆ ହୋଇଥିଲା ବେଳେ ଲିପି ର ବିଦାୟୀ ଗାଡି ଆଗକୁ ଗଡୁଥିଲା ବେଳେ ତା ମେହେନ୍ଦି ବୋଳା ହାତ ଦୁଇଟି ଧୋଇ ଯାଇଥିଲା ଲୁହରେ. କିଛି ନକହିଲେ ମଧ୍ୟ ଝିଅର ବିଦାୟୀ ବେଳା ଖୁବ ଦୁଃଖଦ ବୋଲି ଜେଜେ ବୁଝିପାରିଥିବା ବେଳେ, ଗାଡି ଗଡିଥିଲା ଆଗକୁ ଆଗକୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract