ଭୂତ ଡାକେରା କରିବାକୁ ବସିଥିବା ପାଞ୍ଚ ଜଣ ଡାକ୍ତର ସାଙ୍ଗଙ୍କ ମଧ୍ୟରେ ସ୍ଥିର ହେଲା କି ଆଜି ରାତିରେ ଭୂତ ଡାକେରା କରାଯିବ . ସେ କାମ କରିବା ପୂର୍ବରୁ ଭୁତକୁ ଅସ୍ବୀକାର କରୁଥିବା ଡାକ୍ତର ବନ୍ଧୁଙ୍କ ସଙ୍ଗେ ଅନ୍ୟ ଚାରି ସାଙ୍ଗ ସର୍ତ୍ତ ବାଢିଥିଲେ କି ଆଜି ଶବ ଗୃହରେ ଥିବା ଶବକୁ ଠିଆ କରାଇ ଯୀଶୁଙ୍କ ଭଳି ତାଙ୍କ ହାତ ପାଦରେ କଣ୍ଟା ବାଡେଇ ଆସି ପାରିଲେ ଆମେ ଜାଣିବୁ ତୁମେ ପ୍ରକୃତରେ ନିର୍ଭିକ.
ସେମାନଙ୍କ କଥାରେ ରାଜି ହୋଇ ଡାକ୍ତର ସାଙ୍ଗ କଣ୍ଟା ଓ ହାତୁଡ଼ି ଧରି ଶବ ଗୃହ ରେ ପହଞ୍ଚିଥିଲେ. ନିର୍ଦ୍ଦେଶ ତଥା ସର୍ତ୍ତ ଅନୁଯାୟୀ ସବୁ କାମ ସାରି ଫେରିପଡିବା ବେଳେ ପଛରୁ ତାଙ୍କ ହାତ ଧରି କିଏ ଟାଣି ଧରିଥିଲା. ସକାଳେ ଅନ୍ୟ ଚାରି ସାଙ୍ଗ ଦେଖିଥିଲେ ବାମ ହାତ ସାର୍ଟରେ ଶବ ହାତ ସହ କଣ୍ଟା ପିଟି ଡାକ୍ତର ମହାଶୟ ମୃତକ ପାଲଟି ଯାଇଛନ୍ତି.