STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ଭୂତ ଡାକରା

ଭୂତ ଡାକରା

3 mins
0

ଭୂତ ଡାକରା ପାଇଁ ପ୍ରସ୍ତୁତ ହୋଇ ବସିଗଲେ ସାଙ୍ଗ ପାଞ୍ଚ ଜଣ. ପ୍ରତ୍ୟେକଙ୍କ ପାଖରେ ଗୋଟେ ଗୋଟେ ଷ୍ଟିଲ ଗ୍ଲାସ ସହ ଅନ୍ୟାନ୍ୟ ଭୂତ ଡାକେରା ସାରଞ୍ଜାମ . ରାତି ବାର ବାଜିବାକୁ ଆଉ ଅଳ୍ପ ସମୟ ବାକି ତ ଭୂତ ଡାକିବେ କଣ ଡାକୁଥିଲେ ରାମ ରାମ ତ ରାବଣଙ୍କର ଭୂତ ପ୍ରବେଶ କରି କହିବାକୁ ଲାଗିଥିଲେ ଯେ କାହିଁକି ଏତେ ରାତିରେ ମୋ ପ୍ରଭୁ ରାମ ଙ୍କ ନିଦ୍ରା ବ୍ୟାଘାତ କରୁଛ ପିଲାମାନେ!କାହିଁକି ଏ ଭୁତ ଡାକରା ଖେଳ ଚାଲିଛି. ବିଶ୍ୱାସେ ମିଳଇ ହରି. ତୁମର ବିଶ୍ୱାସ ଅଛି ଯେ ଭୂତ ଅଛନ୍ତି କିନ୍ତୁ ଭୂତ ଭିତରେ ଆସୁରୀକ ଶକ୍ତି ଅଛି. ସେହି ଆସୁରୀକ ଶକ୍ତିର ସାମର୍ଥ୍ୟ ପରୀକ୍ଷା କରିବାକୁ ଯାଇ ଭୂତ ଡାକରା ଖେଳରେ ମଧ୍ୟ କେବେ କେବେ ଦୁର୍ଘଟଣା ବା ବିପର୍ଯ୍ୟୟ ହୁଏ. ରାବଣଙ୍କ ଆତ୍ମାଠୁ ଏତେକଥା ଶୁଣି ପିଲା ପାଞ୍ଚଜଣ ଯାକ କହୁଥିଲେ ଆଛା ରାମ ତ ତୁମ ଶତୃ, ତୁମେ ରାମଙ୍କ ନିଦ୍ରା ଭଙ୍ଗ ପାଇଁ ଏତେ ଚିନ୍ତିତ କାହିଁକି!ରାବଣ କହିଲେ ଗୋଟାକ ଯାକ ରାମାୟଣ ରେ ରାମଙ୍କୁ ମୋର ଶତୃ ରୂପେ ବିଦିତ କରାଯାଇଥିଲେ ମଧ୍ୟ ପ୍ରକୃତରେ ସେ ମୋ ଶତୃ ନୁଁହଁନ୍ତି. ରାମଙ୍କ ହସ୍ତରେ ନିଧନ ପାଇଁ ହିଁ ମୁଁ ମାତା ସୀତାଙ୍କୁ ହରଣ କରିଥିଲି. ଏକ ପତ୍ନୀ ବ୍ରତ ରଖୁଥିବା ପ୍ରଭୁ ରାମ ପତ୍ନୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ନିଶ୍ଚୟ ଲଙ୍କାକୁ ଆସିବେ ଓ ରାକ୍ଷସ ଯୋନିରୁ ଉଦ୍ଧାର କରି ଆମ ଦୁଇ ଭାଇଙ୍କୁ ଶାପ ମୁକ୍ତ କରିବେ. ଏହିକଥା ବି ମୁଁ ମୋ ସ୍ତ୍ରୀ ମନ୍ଦୋଦରୀଙ୍କୁ କହିସାରିଛି.
    ଭଉଣୀ ସୁର୍ପଣେକ୍ଷାର ଅପମାନର ପ୍ରତିଶୋଧ ନେବା ଭାଇ ହିସାବରେ ମୋର ପ୍ରଥମ କର୍ତ୍ତବ୍ୟ ବୋଲି ଭାବୁଥିବା ବା ଉପରକୁ ଦେଖାଯାଉଥିବା କଥା ଆଧାରରେ ଲୋକଙ୍କୁ ବା ପର ପିଢ଼ିଙ୍କୁ କେବଳ ଏକ ଶିକ୍ଷା ଯେ ଭଉଣୀର ମାନ ସମ୍ମାନ ଭାଇକୁ ହିଁ ଫେରେଇ ଆଣିବାକୁ ହୁଏ କିନ୍ତୁ ଅପରପକ୍ଷେ ପୂର୍ବ ଜନ୍ମ ରେ ଆମେ ଦୁଇଭାଇ ଜୟ ବିଜୟ ନାମରେ ଜନ୍ମ ପାଇ ଯୋଉ ଭୁଲ କରି ରାକ୍ଷାସ ଯୋନିରେ ଜନ୍ମ ଗ୍ରହଣ କରିଛୁ ସେଥିରୁ ମୁକ୍ତି ପାଇଁ କେବଳ ସୀତା ହରଣ ଏକ ନାଟକ. ଏବେ ଏବେ ମାନବ ସମାଜରୁ ଆର ପୁରକୁ ଚାଲିଯାଇଥିବା ପ୍ରଣବ ପଟ୍ଟନାୟକଙ୍କ ସେହି ଗୀତ ଏଇ ଜୀବନଟା ଏକ ନାଟକ... ଆମେ ତାର କଳାକାର. ସେତେବେଳେ ରାମଙ୍କ କାହାଣୀ ମଧ୍ୟ ସେୟା କୁହେ. ନହେଲେ ମୁଁ ରାବଣ ଜଣେ ଛାର ଚରିତ୍ର ମାତ୍ର . ସ୍ତ୍ରୀ ମନ୍ଦୋଦରୀଙ୍କୁ ବୁଝାଇ ଦେଇଥିଲି ମୁଁ ରାବଣ, ମୋର ପ୍ରଥମ ନାମ ରା, ଆଉ ତୁମେ ମନ୍ଦୋଦରୀ, ତୁମ ନାମର ପ୍ରଥମ ଅକ୍ଷର ମ ମିଶି ଆମ ପ୍ରଭୁ ରାମ. ସେ ମୋର ଉପରକୁ ଶତୃ ପରି ଅନୁଭବ ହେଉଥିଲେ ମଧ୍ୟ ମୋ ଦେବତା ସେ. ସେହି ଦେବତାଙ୍କ ହାତରେ ମୋର ମୃତ୍ୟୁ ହେଲେ ମୁଁ ରାକ୍ଷାସ ଯୋନିରୁ ଉଦ୍ଧାର ପାଇବି.
    ପୁଣି ରାବଣଙ୍କ ଆତ୍ମା କହିଚାଲିଥିଲେ କି ଚାହିଁଥିଲେ ସେତୁ ବନ୍ଧ ବାନ୍ଧିବା ବେଳେ ମୁଁ ସୀତାଙ୍କୁ ଫେରାଇ ପାରିଥାନ୍ତି ପ୍ରଭୁଙ୍କୁ ଓ ସେଇଠି ଯୁଦ୍ଧରେ ପ୍ରାଣବଳୀ ଦେଇ ପାରିଥାନ୍ତି କିନ୍ତୁ ରାକ୍ଷାସ କୂଳେ ଜନ୍ମ ମୋର... ସ୍ଵଭାଵ ଛାଡ଼ିବି କେମନ୍ତେ ମୁଁ ଛାର ବୋଲି ଉପରକୁ ଦେଖାଯାଉଥିଲେ ବି ମୋ ପ୍ରଜାଙ୍କର ପ୍ରଭୁ ଦର୍ଶନ ପ୍ରାପ୍ତି ହୋଇ ମୁକ୍ତି ପାଇଁ ହିଁ ପ୍ରଭୁ ରାମଙ୍କୁ ଲଙ୍କା ଆସିବାକୁ ହେଲା. ଭକ୍ତ ଶ୍ରେଷ୍ଠ ରୂପେ ହନୁମାନଙ୍କୁ ପ୍ରତିପାଦନ କରାଗଲା. ଆଉ ଉଆସରେ ନରଖି ମାଆ ସୀତାଙ୍କୁ ଅଶୋକ ବଣରେ ବନ୍ଦିନୀ କରି ରଖିବାର କାରଣ ମାଆ ସୀତାଙ୍କ ବନ୍ଧ୍ୟା ଦୋଷ କଟି ସେ ମାଆ ହେବେ. ମୋ ସ୍ତ୍ରୀ ମନ୍ଦୋଦରୀ କହନ୍ତି ମୁଁ ଜ୍ଞାନୀ, ଗୁଣୀ ଓ ମାନୀ ତଥା ସୁପଣ୍ଡିତ. ଯଦି ପ୍ରକୃତରେ ତାହା ସତ୍ୟ ତେବେ ପର୍ଣ୍ଣ କୁଟୀରରେ ସୀତା ମାତାଙ୍କ ହରଣ କାଳେ ସୀତା ମାତାଙ୍କ ହାତ ଧରି ମୁଁ ଜାଣିପାରିଥିଲି କି ମାଆ ବନ୍ଧ୍ୟା ଦୋଷ ରେ ପୀଡିତ. ସେଥିପାଇଁ ଅଶୋକ ଫୁଲ ବନରେ ରହିଲେ ତାଙ୍କର ଅପୁତ୍ରିକ ଦୋଷ କଟିବ. ତେଣୁ ମୁଁ ରାମଙ୍କ ଭକ୍ତ ଦୈତ୍ୟ ରାବଣ.
    ଏହି ସବୁ କଥା ଆଁ କରି ଶୁଣୁଥିବା ପାଞ୍ଚ ଜଣ ଯାକ ସାଙ୍ଗଙ୍କର ସେତେବେକକୁ ହୋସ ଉଡିଯିବା ଉପରେ. ତଥାପି ସେମାନେ ଉପଲବ୍ଧି କରିଥିଲେ ଯେ ଆଜିର ଭୂତ ଡାକରା ତାଙ୍କର ସଫଳ ହୋଇଛି. ରାବଣଙ୍କ ପରି ଯଶସ୍ବୀ, ଗୁଣୀ, ଜ୍ଞାନୀଙ୍କ ପ୍ରେତାତ୍ମାଙ୍କ ଠାରୁ ଅନେକ କଥା ଶୁଣି ଜାଣିବାକୁ ମିଳିଛି ସେମାନଙ୍କୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action