STORYMIRROR

Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

ଡେଣାକଟା ପକ୍ଷୀ ଠିକଣା

ଡେଣାକଟା ପକ୍ଷୀ ଠିକଣା

3 mins
0

ବେଳାଭୂମି ହିଁ ଏକମାତ୍ର ନିଜର ଲାଗୁଥିଲା ଏବେ ଅମୀୟଙ୍କୁ. ପରିବାର କହିଲେ ସ୍ତ୍ରୀ ଛାଡି ଗଲେଣି ଆଜକୁ ପାଞ୍ଚ ବରଷ ହେବ. ଦୁଇ ପୁଅ ଆମେରିକା ଓ ଦିଲ୍ଲୀରେ ଯେଝା ପରିବାର ନେଇ ଅଛନ୍ତି ଖୁସିରେ. କିଛି ଆଶା କରନ୍ତି ନାହିଁ ଅମୀୟ କାହାଠୁ କେବେ. ଏଇ ଏଇ ଚାରି ଧାମ ଦର୍ଶନ କରି ଆସିବା ପରେ ଜୀବନ କାହିଁକି ଭାରି ନିଃସଙ୍ଗ ଲାଗୁଥିଲା. ତାଙ୍କରି ବୟସ ସମସାମୟିକ କେତେ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେଇ କିଛି ଦିନ ଖୁବ ଭଲ ଲାଗିଥିଲା ତାଙ୍କୁ . ସ୍ୱାର୍ଥ ଓ ସର୍ତ୍ତ ନଥିବା ଵ୍ୟକ୍ତି ବିଶେଷମାନଙ୍କ ମଧ୍ୟରେ ଏତେ ଆନ୍ତରିକତା ଓ ସଦ୍ଭାବନା ଥାଇପାରେ ବୋଲି ତାଙ୍କର ପ୍ରଥମ ହୃଦବୋଧ ହୋଇଥିଲା. ଫେରିଆସିଲା ପରେ ସେହି ସବୁ ସ୍ମୃତି ଏବେ ଏକାନ୍ତ ଆପଣାର ଥିଲା ବେଳେ ସେ ଦେଖିଲେ ଜଣେ ମଧ୍ୟବୟସ୍କା ମହିଳା ତାଙ୍କୁ ଅନୁସରଣ କରୁ କରୁ ହଠାତ ପଚାରିଛନ୍ତି ତୁମେ ଅମୀୟ ନା? ଆଖି, କାନ ଓ ନାକ ର ଶିଥିଳତା ସତ୍ୱେ ଅମୀୟ ଠିକ ଚିହ୍ନିଲେ ହଁ ଏ ସେଇ. ସେଇ ନାକ, ଓଠ ଓ କଥାକୁହା ଆଖି ଦୁଇଟି ସହ ଗୀତା. ତୁମ ସହ ଏ ବେଳା ବୁକୁରେ ଦେଖାହେବ, ପୁଣି ଏତେଦିନ ପରେ ବୋଲି ଭାବିନଥିଲି ତ ସ୍ବପ୍ନ ଦେଖିଲା ପରି ମନେହେଉଛି. ଆଉ ତୁମ ଚା ଦୋକାନ କୁଆଡେ ଗଲା? ପଚାରି ଦେଇ ଓଠ ଶୁଷ୍କ ହୋଇଆସୁଥିଲା ଅମୀୟଙ୍କର ବୋଧେ ମନେପଡୁଥିଲା ପଢ଼ା ସରିବା ପରେ, ଚାକିରୀ ଅନ୍ୱେଷଣ କାଳରେ ଏଇ ବେଳା ବୁକୁରେ ଢେଉ ଗଣୁ ଗଣୁ ଗୀତା ହାତର ଚା ରେ ସେ ମୁଗ୍ଧ ହୁଅନ୍ତି ଅମୀୟ . ତୃଷା ମେଣ୍ଟେ କିନ୍ତୁ ଏତେଦିନ ପରେ ସେ ଗୀତା ଙ୍କୁ ଦେଖି ଚମତ୍କୃତ ହେଉଥିଲେ ତ ପଚାରିଦେଲେ ଆଉ ସବୁ ଖବର କଣ କୁହ ଗୀତା. ଆଜି ଗୋଟେ ଯୁଗ ପରେ ତୁମ ସହ ଏଇ ପୁରୁଣା ବେଳା ବୁକୁରେ ଦେଖା ହେବା ଏକ ସଂଯୋଗ ଛଡା ଆଉ କଣ ହୋଇପାରେ!
       ଏଥର ଗୀତା ଙ୍କ ପାଳି ଆସିଯାଇଥିଲା ଓ ସେ କହିଥିଲା ଗରୀବ ଘର ଝିଅ ଥିଲି ମୁଁ.ଦିବାସ୍ବପ୍ନ ନଦେଖି ବାସ୍ତବତା ଭିତରେ ଚାଲୁ ଚାଲୁ ଅନେକ ପ୍ରତ୍ୟାଖ୍ୟାନ କରିଛି ଯେମିତି ତା ଭିତରୁ ତୁମ ଭଲପାଇବାର ହାତର ପ୍ରତ୍ୟାଖ୍ୟାନ ସହ ସେମିତି ଅନେକ କିଛି. କିନ୍ତୁ ସତ ର ସାଥ ଦେଇ ମୁଁ ଆଜି ଡେଣାକଟା ପକ୍ଷୀଟିଏ ମାତ୍ର. କାହିଁକି ଓ କେମିତି ବୋଲି ଦୁଇଟି କ୍ଷୁଦ୍ର ପ୍ରଶ୍ନ ପଚାରି ଅମୀୟ ଚାହିଁଥିଲେ ଗୀତା ମୁଁହକୁ. ଗୀତା ଗପି ଚାଲିଥିଲେ ଏଇ ସମୁଦ୍ର କୂଳେ ଡେରା ପକେଇଥିବା ସାଧୁ ସେଦିନ ମାଆ, ଝିଅ, ବୋହୁ ଓ କାମବାଲି ହାତର ଚାରି ପ୍ରକାର ରୁଟି ବା ଖାଦ୍ୟ କଥା ପ୍ରବଚନ ଦେବା ବେଳେ କହି ବାହା ବାହା ନେଉଥିଲେ ତ ମୁଁ କହିଥିଲି ସେସବୁ କେବଳ ପୁରୁଷ ପକ୍ଷେ ସମ୍ଭବ. କାରଣ ମାଆ ହାତ ରନ୍ଧା ତ ଉଭୟ ବାଳକ ଓ ବାଳିକାଙ୍କ ପ୍ରାପ୍ୟ କିନ୍ତୁ ବଡ଼ ହେଲାପରେ ବୋହୁ ତ କେବେ ଝିଅ ତ କେବେ ଭଉଣୀ ତ କେବେ ଚକରାଣୀ ହୋଇ ଝିଅଟିଏ ବା ନାରୀଟିଏ ପୁରୁଷକୁ ପରଷୁଥାଏ ତା ହାତ ପ୍ରସ୍ତୁତ ଖାଦ୍ୟ କିନ୍ତୁ ତାକୁ କେବଳ ମିଳିଥାଏ ମାଆ ହାତ ପରଷା. ସେତିକି ପରେ ସେ ନିଜେ କାହାର ଝିଅ, କାହାର ବୋହୁ, କାହାର ଭଗ୍ନୀ ତ କେବେ ଜନନୀ ତ କାହାର କାମବାଲୀ ହୋଇ ପରଷୁ ଥାଏ କେବଳ ପୁରୁଷଙ୍କୁ . ସେତେବେଳେ ସେ ଭିଡ଼ରେ ଥିବା ମୋ ଭାବୀ ବର ମୋ ସ୍ପଷ୍ଟ ଉତ୍ତର ଓ କଥା ଶୁଣି ବିବାହ ଭାଙ୍ଗିଦେଲା ପରେ ମୁଁ ଏହି ସମୁଦ୍ରକୁ ମୋ ସାଥି ମାନି ସିପ କାମ କରି ପେଟ ପୋଶୁଛି ସତ କିନ୍ତୁ ବଧୂ ବା ଭଗ୍ନୀ କି ପତ୍ନୀ ଅବା ଜନନୀ କି କାମବାଲି ହୋଇ କାହାକୁ ପରଷିବା ଭାଗ୍ୟ ପାଇନି ତ ମୋର ସତ୍ୟ କହିବା ମତେ ବୋଧେ ଅହଂକାରୀ ସଜେଇ ଭାଗ୍ୟ ସହ ଲଢେଇ କରି ବଞ୍ଚେଇବା ଶିଖେଇଛି. ଏଥର ଉଠିଲେ ଅମୀୟ. ପୂର୍ବାପେକ୍ଷା ତାଙ୍କୁ ଖୁବ ଚଳଚଞ୍ଚଳ ଲାଗୁଥିଲା ଜୀବନ ତ ସେ ଧରିନେଲେ ଗୀତା ହାତ ଓ କହିଲେ ଏଥର ମୋ ଭଗ୍ନୀ ତଥା କାମବାଲି ହୋଇ ମତେ ପରଷିବା ସ୍ୱୀକୃତି ଅନ୍ତତଃ ମିଳୁ ଗୀତାରାଣୀ. ଅବାକ ହୋଇ ଚାହିଁଥିଲା ଗୀତା. ଶେଷ ସମୟରେ ଏତେ ସୌଭାଗ୍ୟ ବୋଧହୁଏ ତାଙ୍କର ସତ୍ୟର ସାଥ ପାଇଁ ବୋଲି ସେ ଦୃଢ ମନୋବଳ ରଖି ଅମୀୟଙ୍କ ପାଦଚିହ୍ନ ଗଣି ଗଣି ବଢୁଥିଲେ ଆଗକୁ ଆଗକୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance