STORYMIRROR

Sunanda Mohanty

Tragedy Action Others

4  

Sunanda Mohanty

Tragedy Action Others

ଧୂଆଁ ଧୂଆଁ ଜଙ୍ଗଲରେ ପ୍ରତିଧ୍ୱନି

ଧୂଆଁ ଧୂଆଁ ଜଙ୍ଗଲରେ ପ୍ରତିଧ୍ୱନି

2 mins
0

ପାହାଡ଼ଠୁ ଟିକେ ଦୂରରେ ମାନିନୀଙ୍କ ଘର. ଛାତ ଉପରୁ ପାହାଡ଼ରେ ଉଠିଥିବା ଗଛର ଅଗ୍ରଭାଗରେ ପକ୍ଷୀ ଦେଖି ମାନ କୁଣ୍ଢେମୋଟ ହୋଇଯାଏ ମାନିନୀଙ୍କର. ତାଙ୍କୁ ଲାଗେ ସେ ଯେମିତି ଗୋଟେ ଫ୍ଲାଟ ଘରର ଚତୁର୍ଥ କି ପଞ୍ଚମ ଫ୍ଲାଟର ବାଲକୋନୀ ଦେଇ ଗଛ ଉପରୁ ପକ୍ଷୀର ବସା କରିବାର କୌଶଳ ଦେଖୁଛନ୍ତି. ଡକା ପକାନ୍ତି ଗୁରେଇକୁ. ବାସନର ଝଣଝାଣ ଶବ୍ଦ ଭିତରେ କଣ କହୁଛନ୍ତି ଖାଉନ୍ଦାଣୀ ବୋଲି ବାସନ କୁସନ ଛାଡି ଦଉଡି ଆସି ହାଜର ହୁଏ ବାଲକୋନୀ ରେ ଗୁରେଇ ତ ମାନି କୁହନ୍ତି ଦେଖେ ଦେଖେ ଗୁରେଇ କେତେ ଜାତି ଜାତି ପକ୍ଷୀ ସହିତ ସେମାନଙ୍କ ଘର କରିବା କୌଶଳ ଓ ଛୁଆ କରିବା ଆଳ ତଥା ଛୁଆଙ୍କୁ ଉଡ଼ା ଶିଖେଇବା ବଳ. ଗୁରେଇ କହେ ଇଏ ତ ସବୁ ଆମ ନିତିଦିନିଆ କଥା ମାଆ. ଶୁକ୍ରୁ ମାଝୀ ମୋ ସ୍ୱାମୀ ଥରେ ଗୋଟେ ଶୁଆ ଘେନିଆସି ବିକିବ ବୋଲି ବସିଥିଲା ଯେ ମୁଁ ଲୁଚେଇ ଉଡେଇଦେଲି ମାଆ. ସ୍ୱାମୀ ଶୁକ୍ରୁଠାରୁ କେତେ ମାଡ଼ ଖାଇଲେ ମଧ୍ୟ ମାଆ ମୁଁ ସେତେବେଳେ ଖାଲି ମୋ ମାନସପଟରେ ଦେଖୁଥିଲି ଶୁଆ ନିଶ୍ଚୟ ଉଡିଯାଇ ତା ସଂସାରରେ ଥିବା ଶାରୀ ପାଖରେ ପହଁଞ୍ଚି ଚଞ୍ଚୁ ରେ ଚଞ୍ଚୁ ଘସୁଥିବ. ସେହି ସାଂସାରିକ ସୁଖ ଟିକକ ସମସ୍ତଙ୍କୁ ମିଳୁଥାଉ ଭାବି ମାଡ଼ ଗାଳି ସାହିଯାଇଥିଲି ଓ କହିଥିଲି ଆରଥର ଜଙ୍ଗଲ ପୋଡ଼ିଲା ବେଳେ ଏଇ ଗଛ ଉପରୁ କେତେ ଶୁଆ ନିଆଁ ଧାସରେ ଖସିବେ ତ ଆରଥର ପାହାଡ଼ରେ ନିଆଁ ଲାଗିଲେ ସେତେବେଳେ ଧରିଆଣିବୁ ହଳ ହଳ ଶୁଆ ଶାରୀ. ତୁତ ମୋର ଜଙ୍ଗଲୀ ମଣିଷ, ତତେ କୋଉ ଶୁଆ, ଶାରୀ, ବଣି, ପାରା ଅପୂର୍ବ ଯେ!ମୋ କଥା ଘେନା କଲା କି ନକଲା ଶୁକୁରିଆ କିନ୍ତୁ ମନରମଣିଷଟା ମୋର ଜଙ୍ଗଲ ଆଡ଼େ ମୁଁହଇଲା ବେଳେ ମାଆ ମୁଁ ଭାବୁଥିଲି ଏଇ ପକ୍ଷୀ ମାନଙ୍କ ପରି ମଣିଷ ମଧ୍ୟ ଗୋଟେ ଗୋଟେ ପକ୍ଷୀମଣିଷ.
        ଗୁରେଇ କଥା ସବୁ ଶୁଣି ମାନିନୀ ଭାବୁଥିଲେ ସତେତ ମଣିଷ ଆଉ କଣ କି!ଘର କରିବ, ପିଲା ଜନ୍ମ କରିବ, ପାଳି ପୋଷି ବଡ଼ କରି ତଥା ପଢ଼େଇ ବଢ଼େଇ ଥଇଥାନ କରେଇଲା ପରେ ସେ କୋଉ ଆଉ ପଛକୁ ଚାହେଁ!ତା ସଂସାରରେ ସେ ଛନ୍ଦି ବାନ୍ଧି ହେଲା ବେଳେ ମାଆ ବାପା ଦିଟା ଶୁଆ ଶାରୀ ପରି ପାରିଲା ପଣିଆ ଦେଖାଇ ଚଞ୍ଚୁ ରେ ଚଞ୍ଚୁ ଘଷି ପାରିଲେ ଭଲ, ନହେଲେ ସଂସାର ଖାଲି ଧୂଆଁ ଧୂଆଁ, ଠିକ ଜଙ୍ଗଲରେ ନିଆଁ ଲାଗିଲେ ଏଇ ପାହାଡ଼ ଧୂଆଁ ଧୂଆଁ ଦେଖାଗଲା ପରି. ଗୁରେଇର ସ୍ୱାମୀ ଜଙ୍ଗଲୀ ମଣିଷ. ପେଟ ପୋଷିବାକୁ ଜଙ୍ଗଲରୁ ସଂଗ୍ରହ କରେ ଫଳ ମୂଳ ସାଙ୍ଗକୁ ବାରାହା କି ହରିଣ ମାଉଁସ ଆଉ ଜାଳେଣି କାଠ ସହ ଦି ପଇସା ପାଇଁ ଗୋଟାଉ ଥାଏ ଜଙ୍ଗଲଟା ସାରା. କେତେବେଳେ ମହୁଲ ଫୁଲ ତ କେତେବେଳେ ହରିଡ଼ା, ବାହାଡା, ଅଁଳା କି କାଇଁଚ ସବୁକୁ.ଆଉ ଶୁକୁରିଆ ଆଣିଦେଇଥିବା କାଇଁଚମାଳି ପିନ୍ଧି ଗୁରେଇ ଘରେ ପ୍ରସ୍ତୁତ କରୁଥାଏ କେବେ ମାଣ୍ଡିଆ ସହ ମହୁଲ ଫୁଲର ହାଣ୍ଡିଆ ତ କେବେ ଜଅ ଆଉ ବାଜରା ପ୍ରସ୍ତୁତ ଜାଉ. ଏଇତ ଜୀବନ ଓ ଜୀବନଶୈଳୀ. ସେଦିନ ପାହାଡ଼ଟା ହଠାତ ଧୂଆଁ ଧୂଆଁ ମନେହେଲା ତ ମାନିନୀ ଡ଼ରିଗଲେ ଓ ଭାବିଲେ ସତରେ ଯଦି ଶୁକ୍ରୁ ମାଝୀ କୋଉ ଶାରୀ ର ଶୁଆ ସବୁଙ୍କୁ ଏକାଠି ପାଇଯାଏ ତେବେ ବିଚାରି ଶାରୀମାନେ କଣ କରିବ!ବେଘର ହୋଇଯିବେ ନିଶ୍ଚୟ.ହେ ପ୍ରଭୁ ସମସ୍ତଙ୍କୁ ବଞ୍ଚିବାର ସାହାରା ସାଥିଟିଏ ଦିଅ ପ୍ରଭୁ. ସେପଟେ କିନ୍ତୁ ଧୂଆଁ ଧୂଆଁ ଜଙ୍ଗଲ ଟପି ଗୁରେଇ ର ଶୁକୁରିଆ ଶୁକୁରିଆ, କୋଉଠି ଅଛ!ଫେରିଆସ ଯାଉ ଶୀତଳ ହେଲା, ଜବାବ ଦିଅ ବୋଲି ଶବ୍ଦ ଗୁଡାକ ପ୍ରତିଧ୍ୱନିତ ହେଉଥିଲା ଧୂଆଁ ଧୂଆଁ ପାହାଡ଼ ସାରା. ଶୁକ୍ରୁ ମାଝୀ ଶୁଆ ହୋଇ ଉଡିଯାଇଥିଲା ଆଉ କୋଉ ରାଇଜକୁ ଯେ ତାର ଚିହ୍ନ ବର୍ଣ୍ଣ ସୁଧା ନଥିଲା ଗୁରେଇ ପାଇଁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy