STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

କାହ୍ନୁ

କାହ୍ନୁ

4 mins
0

ଉପରକୁ କାହ୍ନୁ ଚେହେରା ସ୍ପଷ୍ଟ ଥିଲେ ଵି ତା ଛବି ଚେହେରା ପଛରେ ଥିବା ମଣିଷଟାକୁ ସେ ଖୋଜେ ବହୁତ. କିଏ ସିଏ ଦେବକୀ, ଯାହାକୁ ସେ କେବେ ଦେଖିନି କି ତା ଠାରୁ କଥା ପଦେ ଶୁଣିନି!ମନ ତାର ବେଳେ ବେଳେ ଏମିତି ହଜେ ତ ସାବି ମାଉସୀ ଚିଡି ଉଠେ ଓ କହେ ବେଲେଣା କାଠି କୋଉଠି ରଖିଲୁ ଯେ ମିଳୁନି କହୁଛୁ, ଏବେ କେମିତି ବେଳିବି ରୁଟି!ଜିଭ କାମୁଡି କାହ୍ନୁ ଉଠେ ଓ ମନ ଲଗେଇ ଖୋଜେ ଓ ପାଏ ମଧ୍ୟ. ଆଜି ମନଟାକୁ ଜମା ପାଉନି କାହ୍ନୁ. ସାବି କହେ କିଏ ତତେ ଏ ନାଁ ଟା ଦେଲା କେଜାଣି ଏ କାହ୍ନୁ ନାମ ଥିବା ପିଲା, ବୁଢା ଭେଣ୍ଡିଆ ସବୁ ଏମିତି. ମନ ହଜେଇ ଦିଅନ୍ତି. କେତେବେଳେ ରାଧା ପାଖେ ତ କେତେବେଳେ ମୀରା ପାଖେ. ପୁଣି କେତେବେଳେ ଦେବକୀଙ୍କ ପାଖେ ତ କେତେବେଳେ ଯଶୋଦାଙ୍କ ପାଖେ. ପୁଣି କେତେବେଳେ ସେଇ ସଖାମାନଙ୍କ ପାଖେ. ମାଆ ମାନେ କାହିଁକି ଏ ନାମ ରଖନ୍ତି କେଜାଣି!ଜଣେ ତ ପ୍ରଭୁ ହୋଇ କାହ୍ନା ନାମ ପାଇ ଏମିତି ମନ ଚୋରୀ କଲେ ଯେ ରାଧା କାନ୍ଦୁଛି ଗୋପରେ ପୁଣି ଯମୁନା କାନ୍ଦୁଛି ପାଣିଭିତରେ. ତୁ ସତ କହୁଛୁ ସାବି ମାଉସୀ? ସବୁ କାହ୍ନୁ ମାନେ ଏମିତି!ହେ ଉଠ ମ, ମୋର ସିଆଡେ କେତେ କାମ ନା ଆର ନାମ ଠିକଣା ଲୋଡ଼ା ପଡିଛି କହି ରୋଷେଇ ଘର ଆଡ଼େ ଚାଲିଗଲା ସାବି ମାଉସୀ
    କାହ୍ନା କିନ୍ତୁ ଆଜି ମନକୁ ହଜାଇ ଖୋଜୁଥିଲା. ସାବି ମାଉସୀ ଟା ଏମିତି. ସବୁବେଳେ ଅଧା କଥା କହିବ. ସେ ବା କଣ କରିବ!ତାର ବା ଦୋଷ କଣ!ଏ ଅନାଥ ପିଲାମାନଙ୍କ ପାଇଁ ଖାଲି କଣ ରୋଷେଇ କରେ ସେ ବରଂ ସେମାନଙ୍କର ଅଳି, ଅର୍ଦଳି, ରାଗ, ରୁଷା, ଅଭିମାନ ସବୁ ଖାଲି କଣ ସମ୍ଭାଳେ ବରଂ ନେଇଆଣି ଥୁଏ. ନହେଲେ ଏତେ ପିଲାଙ୍କ କଥା କିଏ ବୁଝନ୍ତା!ସତରେ ସାବି ମାଉସୀ ମାନବୀ ନୁହେଁ ଦେବୀ. ଦେବୀ ବନିଥିବା ସାବି ମାଉସୀ କିନ୍ତୁ ଏତେ ପିଲାଙ୍କର ନାଁ, ଗାଁ ଓ ଠିକଣା ବନିବା ବେଳେ ସାବି ମାଉସୀ ଟା ତା ବେଳକୁ ଏମିତି କେମିତି ଭାବେ କାହ୍ନା . କହିବ ତ କଥାଟା ପରିଷ୍କାରକହିବ . ଏମିତି ଅଧା ଅଧୁରା କାହାଣୀ କହିଲେ କେମିତି ବୁଝିବ କାହ୍ନୁ? ଏଇ ଅନାଥ ଆଶ୍ରମରେ ସେ ବଡ଼ ହୋଇଛି. ଏଇଠି ଚାକିରୀଟେ ପାଇ ବଞ୍ଚି ଯିବାବେଳେ କେତେ କିଏ ରଡି କରନ୍ତି.କେବେ ଘର ଓଳା ଓ ପୋଚ୍ଛା ପୁଣି କେବେ ଖଲି ଥୁଆ ରଖା ତଥା ଧୁଆ ତ ପୁଣି କେବେ ପାଣି ଆଣିଲୁ ନା ନାହିଁ ର ହାଲ୍ଲା ଭିତରେ ଏ ମନ ହଜିଗଲେ ସାବି ମାଉସୀ କେବେ କହେ ଚଗଲା ଟା କିରେ ତ କେବେ କହେ ହୁଣ୍ଡା ଟା କିନ୍ତୁ ଆଜି ଯୋଉ ମନ ହଜିଯାଇଛି ସେଇଟା ଖୋଜି ଆଣିବା ଜିନିଷ କି ଦରବ ନୁହେଁ ନିଶ୍ଚୟ ବୋଲି ବୁଝିସାରିଥିଲା କାହ୍ନା .
  ଅନାଥ ବାଳକ ବାଳିକା ଆଶ୍ରମ ଆଗକୁ ବୃଦ୍ଧା ଶ୍ରମ. ସେଇ ବୃଦ୍ଧା ଶ୍ରମରୁ ଆଜି ବୁଢ଼ୀର ଶବ କଢା ହେଉ ହେଉ ପୁଅ ତାର ପହଞ୍ଚି ଏମିତି କାନ୍ଦୁଥିଲା ଯେମିତି ଗଛ ପତ୍ର ଦୋହଲି ଯାଉଥିଲା. ଜନ୍ମ କଲା ମାଆ ମରିଗଲା, କାନ୍ଦିବନି କହି ସାବି ମାଉସୀ ବୁଝେଇଦେଲା ସିନା କାହ୍ନୁ ବୁଝିପାରୁନଥିଲା ତେବେ ବୃଦ୍ଧାଶ୍ରମ ରେ ଛାଡୁଥିଲା କାହିଁକିପୁଅ!ଆରେ ତତେ ତୋ ମାଆ କାହିଁ ଏଠି ଛାଡିଥିଲା!ସେତିକି ବେଳୁ କାହ୍ନା ଭାବିଚାଲିଥିଲା ସତେତ ତା ମାଆ କିଏ? କୋଉ ଦେବକୀ ନା କୋଉ ଯଶୋଦା!କିଏ ଓ କାହିଁକି ତା ସତ ଠିକଣା ହଜେଇ ଏଠି ମିଛ ଠିକଣାରେ ଛାଡ଼ିଦେଇ ଗଲା ତାକୁ!
   ସାବି ମାଉସୀ କହୁଥିଲେ ଆଉ ଗୁରୁ ହୋଇଯାଆନା ରେ କାହ୍ନା. ଯାହାର କିଛି ପରିଚୟ ନାହିଁ ସେ ହିଁ ଭଗବାନ ରୂପୀ କାହ୍ନା ବା କହ୍ନେଇ. ସେ ଭାବିଲେ କିଛି କରିପାରୁଥିଲେ ତଥାପି ତ ଜନ୍ମ ବେଳାରେ ପ୍ରତିକୂଳ ପରିସ୍ଥିତି ଭିତରେ ଅନୁକୂଳ ମୁହୂର୍ତ୍ତର ଫାଇଦା ଉଠେଇଥିଲେ ବାପା ବାସୁଦେବଙ୍କ ଦ୍ୱାରା. ଏହାହିଁ ଥିଲା ତାଙ୍କ ଗୁରୁ ପଦବାଚ୍ୟର ପ୍ରଥମ ଶିକ୍ଷା ଯେ ପ୍ରତ୍ୟେକ ନକାରାତ୍ମକ ପରିସ୍ଥିତି କୁ ସକାରାତ୍ମକ ପରିସ୍ଥିତିରେ ବଦଳାଇବାକୁ ହେବ. ଅଜା ବାଟ ଛାଡି ଦେଇଥିଲେ ଆଉ ଯମୁନାର ବେକେ ପାଣି ପାଦ ଛୁଁ ଥିଲା ବେଳେ ସପ୍ତଫେଣି ନାଗ ହିଁ ମୁଣ୍ଡ ଉପରେ ଫଣା ଟେକି ଛତା ସାଜିଥିଲା, ବସୁଦେବ ତଥା କୃଷ୍ଣଙ୍କର. ଦ୍ୱିତୀୟରେ ଦେବକୀଙ୍କ ପୁତ୍ର କୁ ଯଶୋଦା ନିଜର କରି ସାବ୍ୟସ୍ତ କରିଥିଲେ ଜନ୍ମ କର ବା ନକର ମାତୃତ୍ୱ ହିଁ ନାରୀର ପ୍ରଥମ ସ୍ନେହ, ମମତା ତଥା ପ୍ରେମର ଓଢଣା. ତୃତୀୟରେ ଗୋପରେ ମାଆ, ପ୍ରେମିକା ସବୁଙ୍କୁ ଛାଡି ଆଗକୁ ବଢ଼ି ଶିକ୍ଷା ଦେଇଥିଲେ ଗତକାଲିକୁ ନୁହେଁ ବରଂ ଆଜିକୁ ଦେଖି ଆଗକୁ ବାଢିବାକୁ ହୁଏ. ଠିକ ସେମିତି ଅର୍ଜ୍ଜୁନଙ୍କ ଆଖିରୁ ମୋହ, ମାୟା ର ଅନ୍ଧପୁଟୁଳି କାଟି କର୍ତ୍ତବ୍ୟ କର୍ମ ପଥରେ ଅଗ୍ରସର ହେବାକୁ ଶିକ୍ଷା ଦେଇଥିଲେ. ପଞ୍ଚମରେ କର୍ମ ଛୋଟ ନୁହେଁ କି ବଡ଼ ନୁହେଁ ବୋଲି କୃଷ୍ଣ ନିଜେ ଅର୍ଜ୍ଜୁନଙ୍କ ରଥରେ ସାରଥୀ ହୋଇଥିଲେ. ଷଷ୍ଠରେ ଯେତେ ଉପରକୁ ଗଲେ ବି ପିଲାଦିନର ପ୍ରକୃତ ବନ୍ଧୁ ସୁଦାମା ଙ୍କୁ ଭୁଲିନଯାଇ ଶିଖାଇଥିଲେ ନିର୍ଭରଯୋଗ୍ୟ ଓ ପରମ ମିତ୍ର ହିଁ ସବୁବେଳେ ସଖା ଅଟନ୍ତି. ସେହିପରି ସପ୍ତମ ଶିକ୍ଷା ଥିଲା କର୍ମଫଳ ଆଶା ନରଖି, ସୁଚାରୁ ରୂପେ କର୍ମ କରିଯିବା ହିଁ ପ୍ରତ୍ୟେକ ମନୁଷ୍ୟର ଧର୍ମ. ସାବି ମାଉସୀଙ୍କ କଥା, କୃଷ୍ଣ ଚରିତ୍ର ଭିତରେ ଶିକ୍ଷକଟିଏ ଜଳ ଜଳ ଦିଶୁଥିଲା ବେଳେ କାହ୍ନା ମନ ଛଳ ଛଳ ତଥା ଢଳ ଢଳ ହେଲା. ସାବି ମାଉସୀ ପଣତ ତଳେ ରହି କାହ୍ନା କହୁଥିଲା ପାଇଛି.ମୋ ମାଆ ତୁ ସାବି ମାଉସୀ ତୁ ହିଁ କ୍ୟାମେରା ପଛର ଚେହେରା, ମୋ ମାଆ କହି ଶ୍ରାବଣ ବରଷା ପରି ଲୁହରେ ସାବି ମାଉସୀ ପାଦ ଜାବୁଡି ଭୋ ଭୋ କାନ୍ଦୁଥିଲା କାହ୍ନା ଆଉ କହୁଥିଲା ମୋ ନାଁ, ଗାଁ ଓ ଠିକଣା ତୁ ମୋ ମାଆ. ସାବି ମଧ୍ୟ କୋଳେଇ ନେଇ ଭେଣ୍ଡିଆ ପୁଅଟାକୁ କହୁଥିଲା ହଁ ରେ ଧନ, ତୁ ମୋ ଶଙ୍ଖାଳି ବୋଲି ତଥା ନିଜର ବୋଲି ସବୁ ପିଲାଙ୍କୁ ଆଗ ଖାଇବାକୁ ଦେଇସାରିଲା ପରେ ତତେ ହାଣ୍ଡି ପୋଛା ଭାତ ଦିଏ, ଅଧିକା ହେବ ବୋଲି. ତୁ ନଶୋଇଲା ଯାଏଁ ଆଖିକୁ ନିଦ ଆସେନି ଆଉ ଶୋଇଲା ପରେ ତେଲ ଘସୁଥାଏ ମୋ ବାୟା ତଥା ଚଗଲା କାହ୍ନାର ପାଦ ଥକିପଡ଼ିଥିବ ବୋଲି. ସାବି ସଙ୍ଗେ କାହ୍ନା ମଧ୍ୟ କାନ୍ଦି କାନ୍ଦି କହୁଥିଲା ତୁ କୃଷ୍ଣଙ୍କ ଚରିତ୍ରରୁ ସବୁ ଶିକ୍ଷା ଦେଇଛୁ ମାଆ, ମୁଁ ମାନିବି ନିଶ୍ଚୟ ମାନିବି. ସାବି ପଣତରେ କାହ୍ନା ଲୁହ ପୋଛିବାକୁ ଯାଇ ବଢନ୍ତା ଲୁହ ନଈ ସୁଅକୁ ରୋକି ପାରୁନଥିଲା ଆଜି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy