STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ସଜ ଗୋଲାପ

ସଜ ଗୋଲାପ

3 mins
1

ଏବେ ଆଉ କୁନି ଆଗ ପରି କାନ୍ଦୁ ନଥିଲା କି ମାଆ ଭାଇ ଓ ଟମି କଥା ମନେପକାଉନଥିଲା.ତାର ଖାଲି ଏତିକି ମନେଥିଲା ଯେ ଇଂରାଜୀ କବିତାରେ ଗୋଲାପ ଫୁଲର ଜୀବନ କାଳ ଅଳ୍ପ ହେଲେ ମଧ୍ୟ ତାର ତାଜା ସୁଗନ୍ଧିତ ବାସ୍ନା ଯୋଗୁଁ ସେ ସଭିଙ୍କ ହୃଦୟରେ ରହିଥାଏ.ଆଜି ସେହି ଗୋଲାପ ଫୁଲ ବଗିଚା ମଧ୍ୟ ତା ଜୀବନର ଗତିପଥ ବଦଳାଇ ଦେଇଥିଲା. ଗୋଲାପ ବଗିଚା ସହ ଗୋଲାପ ତୋଡ଼ା କିଣାରୁ ତାର ପ୍ରଚୁର ଲାଭ ହେଲା. ତା ନାମ ସମ୍ବାଦପତ୍ରରେ ଶିରୋନାମା ଭାବେ ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା. ତ ଭାଇ ବୁଲୁର ଚିଠି ପାଇ ଆଜି ଗୋଲାପ ଫୁଲର ବାସ୍ନା ମଧ୍ୟ ତା ଲୁହ ରୋକିପାରୁନଥିଲା.
          ସେଦିନ ସେହି କିଶୋର ବୁଲୁ ମ୍ୟାଜିକ ସୋ ଦେଖାଉଥିଲା .ସାଥିରେ ଥିଲା ବିଶ୍ଵସ୍ତ କୁକୁର ସାଙ୍ଗକୁ କିଶୋରୀଟିଏ,କୁନି.ମ୍ୟାଜିକ କରିବାରେ ଓସ୍ତାଦ ଥିବା କୁକୁରଟି ଖାଲି ବିଶ୍ଵସ୍ତ ନୁହେଁ ବରଂ ଅତି ବିଶ୍ୱସ୍ତ ତଥା ପ୍ରଭୁଭକ୍ତ ଥିଲା ବୋଲି ବଢନ୍ତା ନଈ ପାଣିରେ ଭାଷି ଯାଉଥିବା କିଶୋରଟିକୁ ବଞ୍ଚାଇ ଦେଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ. କିଶୋରଟି ସେଦିନ ବର୍ଷାରେ ସ୍କୁଲରୁ ଫେରି ଶୋଇଯାଇଥିଲା ଆଉ ପାଣି ସ୍ପର୍ଶରେ ଚେତା ଭାଙ୍ଗିଲା ବେଳକୁ ତାଙ୍କ ଘର ପୋଷା କୁକୁରଟି ତା  ସ୍ପୋର୍ଟିଂ ଗଞ୍ଜିକୁ ଟାଣି ଧରି ତାକୁ ଗୋଟେ କାଠ ଗଣ୍ଡି ଉପରକୁ ଟାଣି ଆଣି ବଞ୍ଚାଇ ଦେଲାବେଳେ ଘର କି ପିତା ମାତା କେହି କୁଆଡେ ନଥିଲେ. ଗଞ୍ଜି ଖୋଲି ପବନରେ ଉଡ଼ାଇଲେ ମଧ୍ୟ ସାହାଯ୍ୟ ସହଯୋଗ ମିଳୁନଥିଲା କୋଉଠୁ କିଛି.କାଠ ଗଣ୍ଡି ଉପରେ ଦୁହେଁ ଭାଷି ଭାଷି ଯାଉଥିଲେ. କିଶୋରଟି ତାଙ୍କ ପୋଷା ଟମିକୁ ଏତେ ଭଲ ପାଉନଥିଲା ବରଂ ସବୁବେଳେ ଅଭିଯୋଗ କରୁଥିଲା ମାଆଙ୍କୁ ଯେ ଟମି କଥା ବୁଝିଲା ବେଳକୁ ତୁମକୁ ତ ବେଳ ଅଣ୍ଟୁନି ମୋ କଥା ବୁଝିବ କଣ କହି ତରକାରୀ ସବୁ ଭଲ ହୋଇନି କହୁଥିଲା ତ ବାପାଙ୍କୁ ମଧ୍ୟ ଛାଡ଼ୁନଥିଲା କହିବାକୁ ଯେ ଟମି ପାଇଁ ଚିକେନ ଆଣିବା ବେଳକୁ ପଇସା ଅଛି ଆଉ ମୋ ପାଇଁ ବାଇକ କିଣିଲା ବେଳକୁ ନାହିଁ. ଶେଷକୁ ବାଇକ କିଣା ହୋଇଥିଲା କିନ୍ତୁ ଆଜି ଭୋକରେ ପେଟ ଆଉଟୁ ପାଉଟୁ ହେଉଥିଲେ ବି ଖାଦ୍ୟ, ଅନ୍ନ, ବସ୍ତ୍ର ନାହିଁ. ଖାଲି ପାଣି ଆଉ ପାଣି. ଜୀବନ ମୃତ୍ୟୁ ସହ ସଂଘର୍ଷରେ ସହାୟକ ଏକମାତ୍ର ପୋଷା କୁକୁର ଟମି. କେବେ କାଠଗଣ୍ଡିରୁ ଭାଷି ଯାଉଥିଲା ବେଳେ ଟମି ଭିଡି ଧରିଛି ତ କେବେ ଟମି ଉପରେ ଶୋଇ ବୁଲୁର ଆଖି ଲାଗିଯିବା ବେଳେ ଟମିକୁ କଷ୍ଟ ହେଉଥିଲେ ବି ପ୍ରତିବାଦ କରିନି ସେ .
   ଭାଷି ଯାଉ ଯାଉ ଝିଅଟିଏ ଗାଧାଉ ଥିବା ଦେଖି ସ୍ରୋତ କାଟି କାଠ ଗଣ୍ଡିରେ ବୁଲୁକୁ କୂଳ ଆଡକୁ ନେଇଛି ଟମି. ଝିଅଟି ଟିଭି ଦେଖି ବନ୍ୟାରୁ ଭାଷି ଆସିଥିବା ଯୁବକ ଭଳି ତାଗେଡା ଦିଶୁଥିବା କିଶୋରଟିକୁ ବଂଚେଇଛି. ଘରକୁ ନେଇ ଆହାର ଦେଇଛି, ସାହାରା ହୋଇଛି କିନ୍ତୁ ଝିଅଟି ନିଃସଙ୍ଗ. ଓଳିଏ ଖାଇଲେ ଓଳିଏ ଉପାସ. ସମସ୍ତେ ମିଳି ମିଶି ସିଦ୍ଧାନ୍ତ ନେଇଥିଲେ ମ୍ୟାଜିକ ସୋ ଦେଖେଇ ପେଟ ପୋଷିବେ. ପେଟ ପୋଷ.... ନାହିଁ ଦୋଷ ନ୍ୟାୟ ରେ ଝିଅଟିର ଖେଳ କୌଶଳ ସହ କୁକୁର ଟମିର ଡିଆଁ ନାଚ ସାଙ୍ଗକୁ ବିଜ୍ଞାନ ଭିତ୍ତିକ ବିଷୟ ବସ୍ତୁ ସମ୍ବଳିତ ତଥ୍ୟ କୁ ନେଇ କିଶୋରଟି କୁକୁରକୁ ବାନ୍ଧି ଦେଇ ଓଢଣୀ ଢାଙ୍କି ଦେଇ ତା ଭିତରୁ ଓଢଣୀ କାଢି କୁକୁର ଜାଗାରେ ଦେଖାଉଥିଲା ଝିଅଟିକୁ. ଏମିତି ଅନେକ ବିଜ୍ଞାନ ସମ୍ବଳିତ ତଥା ହାତ ସଫେଇ ଖେଳ ଦେଖାଇଲା ବେଳେ ଦର୍ଶକ ଜମିଯାଆନ୍ତି. ସେଦିନ ଦର୍ଶକ ଗ୍ୟାଲେରୀରେ ଠିଆ ହୋଇଥିବା ଜଣେ ସ୍ତ୍ରୀ ଲୋକଙ୍କ ଡ୍ରେସକୁ ଟମି ଭିଡୁଥିବାର ଦେଖି ବୁଲୁ ଓ ସେଇ ଝିଅ କୁନି ଦଉଡିଯାଇଥିଲେ କିନ୍ତୁ ବୁଲୁ ଚିହ୍ନି ପାରିବା ପୂର୍ବରୁ ଟମି ଚିହ୍ନି ପାରି ବୁଲୁର ମାଆଙ୍କୁ ଭିଡୁଥିଲା ବୋଲି ଜଣାପଡିବା ବେଳେ ମାଆ ଓ ପୁଅଙ୍କ ମିଳନ ଦେଖିବାର ଥିଲା. ମାଆଙ୍କ ହାତର ସ୍ପର୍ଶ ରେ କୁନିର ଛୋଟିଆ ଘର ଏବେ ତ୍ରିତଳ ପ୍ରସାଦ ପରି ମନେହେଉଥିଲା . ଯୋଉଦିନ ମ୍ୟାଜିକ ଛାଡି ମାଆଙ୍କ ସଙ୍ଗେ ବୁଲୁ ଓ ଟମି ନିଜ ଦେଶକୁ ଯାଇ ବାପାଙ୍କ ସନ୍ଧାନ ନେବାକୁ ବାହାରିଲେ କୁନି କାନ୍ଦୁଥିଲା କଇଁ କଇଁ ତ ଟମି ଭିଡୁଥିଲା କୁନି ଫ୍ରକ ଧରି. ମାଆ ବୁଝେଇ କହିଥିଲେ ତୁ ଥାଆ ମାଆ, ବାପାଙ୍କ ସନ୍ଧାନ ମିଳିଲା ପରେ ଖୁବ ଶୀଘ୍ର ଆମେ ଫେରିଆସିବୁ. କୁନି ସେଇ ମ୍ୟାଜିକ ସୋ କରି ପାଉଥିବା ଅଳ୍ପ ପଇସାରେ ମଧ୍ୟ ସବୁଦିନ କାଉକୁ ଆଧାର ଥୋଇ ଅପେକ୍ଷା କରିଥିଲା କେବେ ମାଆ,ବୁଲୁ ଓ ଟମି ବାପାଙ୍କୁ ନେଇ ଫେରିବେ!କିନ୍ତୁ କେହି ଫେରୁନଥିଲେ ତ କୁନି ଅପେକ୍ଷା କରି କାନ୍ଦୁଥିଲା କଇଁ କଇଁ.
   ଆଜି ଏତେଦିନର ଅପେକ୍ଷାରେ ଅନ୍ତ ଘଟିଛି କୁନିର. ତା ଘର ସଜ ଗୋଲାପ ଫୁଲ ବାସ୍ନାରେ ମହକିତ ହେଉଛି.ଗୋଲାପ ଫୁଲ ଯୋଗୁଁ ମାଆ, ଭାଇ ଟମି ସହ ବାପା ମଧ୍ୟ ଫେରିଛନ୍ତି କୁନି ପାଖକୁ ଏକାଠି, ଏକସଙ୍ଗେ .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy