STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ନୀରବତାର ଆନନ୍ଦ

ନୀରବତାର ଆନନ୍ଦ

2 mins
2

ନୀରବ ରାସ୍ତାରେ ଚାଲୁ ଚାଲୁ କେତେକଥା ଭାବୁଥିଲେ ନିରୋଦ. ଯୋଉ ପୁଅ ତାଙ୍କର ତା ପିଲାଦିନେ ଉଚିତ ଶିକ୍ଷା ଦେଇଥିଲା ତାଙ୍କୁ, ଆଜି ନିଜ ହାତରୁ ଚିନାମାଟି ପ୍ରସ୍ତୁତ ଚା କପ ଟି ଭାଙ୍ଗି ଯିବାରୁ ବୋହୁ କିଛି ବିଡ଼ବିଡ ହେଉଥିଲା ତ ପୁଅ ସିଧା ଜବାବ ଦେଇଥିଲା କେତେ କପ ମିଳିବ ହେଲେ ମାଆ ଚାଲିଗଲା ପରେ ବଳିପଡିଥିବା ଏକମାତ୍ର ଗୁରୁ ମୋ ବାପା ମତେ ଆଉ ମିଳିବେକି!ତାଙ୍କ ଶାରୀରିକ ଓ ମାନସିକ, ଉଭୟ ଭଲ ରଖିବା ମୋର ଯେମିତି କର୍ତ୍ତବ୍ୟ ମୋ ସ୍ତ୍ରୀ ରୂପେ ତୁମର ସେତିକି କର୍ତ୍ତବ୍ୟ ବୋଲି ଭୁଲିଯିବନି ସିପ୍ରା ତ ବୋହୁ ଗୋଡ଼ତଳେ ପଡି ନିରୋଦଙ୍କର କ୍ଷମା ମାଗୁଥିଲା ଆଉ ନିରୋଦଙ୍କର ମନେପଡୁଥିଲା ପୁଅର ପିଲାଦିନ କଥା.
     ଜେଜେମାଆ କୁଆଡେ ଗଲେ ବୋଲି ପଚାରି ପଚାରି ବିରକ୍ତ କରିଦେଇଥିଲା ଟିକି ପୁଅ ବାବା ତ ଏଥର ତାକୁ ସତ କହିବା ପରିବର୍ତ୍ତେ ଜେଜେମାଆଙ୍କ ପାଖକୁ ନିଆଗଲା ତ ଜେଜେମାଆ ବହେ ଗେଲ କଲାପରେ ବାପାଙ୍କ ସଙ୍ଗେ ପୁଅ ବାବା ଫେରିଆସିବା ବେଳେ କହିଥିଲେ ନିରୋଦଙ୍କୁ ଯେ ଏତିକି ଅନ୍ତତଃ ମନେରଖିବୁ ପୁଅ. ଗର୍ଭରେ ପାଞ୍ଚ ପାଞ୍ଚଟା ଝିଅଙ୍କ ଭୃଣ ହତ୍ୟା କଲା ପରେ ଷଷ୍ଠ ଗର୍ଭରେ ମୁଁ ତତେ ପାଇ ବାପାଙ୍କୁ ହରେଇବା ଦୁଃଖ ମଧ୍ୟ ଭୁଲି ଯାଇଥିଲି. ତତେ ଏତିକି ଅନୁରୋଧ ବୋହୁ ଗର୍ଭରେ ଝିଅ ଥିଲେ ଗର୍ଭପାତ କରେଇବୁ ନାହିଁ. ଯୋଉଦିନ ତୋ ପୁଅ ତତେ ଆଣି ବୃଦ୍ଧାଶ୍ରମ ରେ ଛାଡିବ ତୋ ଝିଅ ହୁଏତ ତୋ ହାତ ଧରି ଏଠାରୁ ନେଇଯାଇପାରେ. ପୁଅ ନୀରବ ଥିଲା କିନ୍ତୁ ଟିକି ପିଲା ନାତି, କଣ ବୁଝିଲା କେଜାଣି ବାବା କହୁଥିଲା ତୁମେ ବ୍ୟସ୍ତ ହୁଅନି ଜେଜେମାଆ ବାପା ତୁମ କଥା ରଖିବେ କି ନା ମୁଁ ଜାଣେନା ମୁଁ କିନ୍ତୁ ତୁମ କଥା ମାନି ବାପା ଙ୍କୁ ଏଠାରେ ଛାଡିବାକୁ ନିଶ୍ଚୟ ଆସିବି. ବାପା ମାଆ ଗୋଡ଼ ତଳେ ପଡି କ୍ଷମା ମାଗୁଥିଲେ. ଅଫିସରେ କଣ କାଗଜ ଓ ପଇସା ଦେଇ ଜେଜେମାଆକୁ ସେହିଦିନ ଫେରାଇ ଆଣିଥିଲେ. ରାତିରେ ସବୁଦିନ ପରି ବାବା ଜେଜେମାଆ ଗାଉଥିବା ଧୋରେ ବାୟା ଧୋ ଗୀତ ଶୁଣି ଶୋଇବାକୁ ଆଖି ପତା ମୁଦି ଦେଉଥିଲା.
    ଆଜି ସେଇ ପୁଅ ତାର କର୍ତ୍ତବ୍ୟ ଓ ଦାଇତ୍ୱ ସୁଚାରୁ ରୂପେ ତୁଲାଇ କହିଛି ଠିକ ସମୟରେ ସକାଳ ଚଲା ସମାପନ କରି ଘରକୁ ଫେରିବ ବାପା, ଆଜି ଗୁରୁପୂଜନ ବୋଲି ଭୁଲିଯାଇଥିବା ନିରୋଦ ପୁଅ ବୋହୁ ଙ୍କ ପୂଜାରେ ବାପ ଜୀବନର ସାର୍ଥକତା ପାଇଯାଇଥିଲେ ତ ଏସବୁ ବାଣ୍ଟି ଚାଲିଥିଲେ ସେହି ନୀରବ ରାସ୍ତା ସହିତ ନୀରବରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action